ନୂଆପଡା,୩୧।୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା ଓ କର୍ମୀମାନେ ଜୋରଦାର ବିରୋଧ କରି ସମ୍ପୃକ୍ତ ଅଧିକାରୀଙ୍କ କାରକୁ ଘେରାଉ କରିଥିଲେ। କାହା ନିର୍ଦ୍ଦେଶରେ ସେ ଭଡ଼ାଘରେ ପଶିଲେ ବୋଲି ବିଜେଡି କର୍ମୀ ଓ ନେତାମାନେ ପ୍ରଶ୍ନ କରିଥିଲେ। ଉକ୍ତ ଘରେ ଟଙ୍କା ଥିବା ସୂଚନା ପାଇ ନିର୍ବାଚନୀ ଅଧିକାରୀ ଜଣକ ସେହି ଘରେ ପଶିଥିଲେ ବୋଲି ପ୍ରଶ୍ନ କରିବା ସହ ସରକାରୀ ଦଳର ତାପରେ ଅଧିକାରୀ ବିଜେଡିକୁ ଏଭଳି ହଇରାଣ କରୁଥିବା ଅଭିଯୋଗ କରିଥିଲେ। ସେଠାରେ ବେଶ କିଛି ସମୟ ଧରି ବିଜେଡି କର୍ମୀ ଓ ପୋଲିସ ଭିତରେ ମୁହାଁମୁହିଁ ହୋଇଥିଲେ।
Dharitri – Odisha’s No.1 Odia Daily



