ଏଇ ଭାରତରେ

ଭାରତର ସାଧାରଣ ଲୋକଙ୍କ ଇଚ୍ଛା, ସାର୍ବଜନିକ ଭାବେ ଯାହା କିଛି ସମସ୍ୟା ଆସୁଛି ସେ ସବୁ ଦୂର କରିବାର ଦାୟିତ୍ୱ ସରକାରଙ୍କର। ଘର ଚାରିପଟର ଅଳିଆ ମଧ୍ୟ ଉଠାଇବା ସକାଶେ ଲୋକେ ଅମଙ୍ଗ। କିନ୍ତୁ ସବୁ ଲୋକ ସେମିତି ନୁହନ୍ତି। କେତେକ ସ୍ଥାନରେ ଲୋକେ ମେଳି କରି ନିଜ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ଆଗଭର ହେଉଛନ୍ତି। ପୋଲ କାମ ହେଉ କି ରାସ୍ତା ମରାମତି, ଏସବୁ କରି ସେମାନେ ପ୍ରଶାସନର ଆଖି ଖୋଲୁଛନ୍ତି। ସେମିତି ଏକ କାର୍ଯ୍ୟ ଗ୍ରାମବାସୀଙ୍କ ଦ୍ୱାରା ହୋଇଛି ଉତ୍ତରପ୍ରଦେଶ ବାରାଣସୀ ଜିଲା ଦିନାପୁର ଗ୍ରାମରେ। ଅତ୍ୟଧିକ ପ୍ରଦୂଷିତ ଘୋଷିତ ବାରାଣସୀ ସହରତଳି ଅଞ୍ଚଳରେ ଥିବା ଏହି ଗ୍ରାମର ଲୋକେ ଏମିତି କାର୍ଯ୍ୟ କରିଛନ୍ତି, ଯାହା ସେମାନଙ୍କର ଦୀର୍ଘଦିନର ସମସ୍ୟାକୁ ଟାଳି ଦେଇଛି। ଏପରିକି ସେହି କାର୍ଯ୍ୟ ସେମାନଙ୍କର ଜୀବିକାରେ ପରିଣତ ହୋଇଛି। ଦିନାପୁର ଗଁା ନିକଟରେ ସହରର ଏକ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୧୯୮୬ରୁ କାର୍ଯ୍ୟକାରୀ ହେଉଛି। ଏଥିରୁ ବାହାରୁଥିବା ଦୁର୍ଗନ୍ଧ ଦିନାପୁର ଗ୍ରାମବାସୀଙ୍କୁ ଅତିଷ୍ଠ କରୁଥିଲା। ମୁଖ୍ୟତଃ ପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ଗଁାର ଲୋକେ ଚିନ୍ତା କଲେ କିପରି ଏହି ଦୁର୍ଗନ୍ଧରୁ ମୁକ୍ତି ମିଳିବ। ପ୍ରଶାସନ ଶୁଣିଲାନି। ତେଣୁ ସେମାନେ ପରିବା ଚାଷ ଛାଡ଼ି ଆରମ୍ଭ କଲେ ଫୁଲଚାଷ। ବିଭିନ୍ନ ସୁଗନ୍ଧିତ ଫୁଲ ବିପୁଳ ପରିମାଣରେ ଚାଷ କରି ପରିବେଶକୁ ଦୁର୍ଗନ୍ଧମୁକ୍ତ କରିପାରିଛନ୍ତି। ଫୁଲ ମଧ୍ୟ ସେମାନଙ୍କ ଆୟର ପନ୍ଥା ହୋଇଯାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri