ଏଇ ଭାରତରେ

ଆଜିକାଲି ଯୁଗକାଳ ଯାହା ହେଲାଣି କାର ଭଡାକରି ଏକାକୀ କୌଣସି ସ୍ଥାନକୁ ଯିବା ନିରାପଦ ନୁହେଁ। ରାତିବେଳେ ରେଳଷ୍ଟେଶନ, ବିମାନବନ୍ଦରରେ ପହଞ୍ଚୁଥିବା ଯାତ୍ରୀମାନେ ଅନେକ ସମୟରେ ଭଡା କାର ଲୁଟେରାଙ୍କ ଜାଲରେ ପଡି ସବୁ କିଛି ହରାଇଥିବାର ନଜିର ରହିଛି। ଭଡାରେ କାର ଚଳାଉଥିବା କେତେକ ଡ୍ରାଇଭର ତାଙ୍କ କାରରେ ଏକାକୀ ଯାତ୍ରା କରୁଥିବା ଯାତ୍ରୀଙ୍କୁ ହଇରାଣ କରୁଥିବାର ଖବର ଶୁଣିବାକୁ ମିଳିଛି। କିନ୍ତୁ କାର ଭଡ଼ାକରି ଯାଉଥିବା ଜଣେ ମହିଳା ବିଚାରପତିଙ୍କୁ ଅପହରଣ ଉଦ୍ୟମ କରିବା ଖବର ଦିଲ୍ଲୀରେ ଆଲୋଚନାର ବିଷୟ ହୋଇଛି। ସମ୍ପୃକ୍ତା ବିଚାରପତି ଜଣକ ସୋମବାର ଏକ କାର ଭଡା କରି ତାଙ୍କ ବାସଭବନରୁ କାରକରଡୋମା କୋର୍ଟକୁ ବାହାରିଥିଲେ। ସେ କ’ଣ ଜାଣିଥିଲେ କାର ଡ୍ରାଇଭର ତାଙ୍କୁ ଅପହରଣ କରିନେବା ପାଇଁ ଷଡ଼ଯନ୍ତ୍ର କରିଛି। କାରଟି ୨୪ନଂ ଜାତୀୟ ରାଜପଥରେ ଯାତ୍ରା କରୁଥିବାବେଳେ ହାପୁରଠାରୁ ପୁନର୍ବାର ଦିଲ୍ଲୀ ଆଡକୁ ବୁଲିଲା। ଏହା ଦେଖି ମହିଳା ବିଚାରପତି ଜଣକ କିଛି ବୁଝିପାରିଲେ ନାହିଁ। ଡ୍ରାଇଭର ତାଙ୍କୁ ଗନ୍ତବ୍ୟସ୍ଥଳକୁ ନ ନେଇ ଫେରୁଛି କାହିଁକି। ସେ ଏ ସମ୍ପର୍କରେ ଡ୍ରାଇଭରଙ୍କୁ ପଚାରିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇଲେ ନାହିଁ। ତେଣୁ ତୁରନ୍ତ ଫୋନ ଯୋଗେ ପୋଲିସକୁ ଜଣାଇଲେ। ତାଙ୍କର ସହକର୍ମୀମାନଙ୍କୁ ମଧ୍ୟ ଖବର ଦେଇଦେଲେ। ପୋଲିସ ତତ୍ପରତା ପ୍ରକାଶ କରି କାରଟିକୁ ଘାଜିପୁର ଟୋଲ ପ୍ଲାଜା ନିକଟରେ ଅଟକାଇଥିଲା। ଡ୍ରାଇଭର କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ମହିଳା ବିଚାରପତିଙ୍କୁ ଅପହରଣ ଉଦ୍ୟମ କରିଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି। କାରଟି ଏକ ଘରୋଇ ଟ୍ରାଭେଲ କମ୍ପାନୀର ବୋଲି ସ୍ପଷ୍ଟ ହୋଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri