ଏଇ ଭାରତରେ

ଛାତ୍ର ଜଣକ କ’ଣ ଜାଣିଥିଲେ, ସ୍କୁଲକୁ ୟୁନିଫର୍ମ ପିନ୍ଧି ନ ଗଲେ ଆକ୍ରୋଶର ଶିକାର ହେବାକୁ ପଡିବ। କୌଣସି କାରଣରୁ ସେ ୟୁନିଫର୍ମ ବଦଳରେ ଜିନ୍ସ ପ୍ୟାଣ୍ଟ ଓ ଶାର୍ଟ ପିନ୍ଧି ସ୍କୁଲକୁ ଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଫେରିବାକୁ ପଡିଲା। ଘଟଣାଟି ଗତ ଗୁରୁବାର ଉତ୍ତରପ୍ରଦେଶର କାନପୁର ଦେହାତ୍‌ ଜିଲା ସିକନ୍ଦରା ଥାନା ଅଞ୍ଚଳର ଏକ ସ୍କୁଲରେ ଘଟିଛି। ୟୁନିଫର୍ମ ପିନ୍ଧି ଯାଇ ନ ଥିବାରୁ ସ୍କୁଲର ମ୍ୟାନେଜର ଏକ କଇଁଚିରେ ସମ୍ପୃକ୍ତ ଛାତ୍ରଙ୍କ ଜିନ୍ସକୁ କାଟିବା ବେଳେ ସେ ଆହତ ହୋଇଛନ୍ତି। ତାଙ୍କ ପଛପାର୍ଶ୍ୱରେ ୨ଟି ସ୍ଥାନ କଟିଯାଇଛି। ଏକାଦଶ ଶ୍ରେଣୀର ଏହି ଛାତ୍ର ଜଣକ ହେଉଛନ୍ତି ଅଞ୍ଜୁ କୁମାର। ଅଞ୍ଜୁ ସ୍କୁଲକୁ ଜିନ୍ସ ପିନ୍ଧି ଆସିଥିବା ଦେଖିବା ପରେ ମ୍ୟାନେଜର ମହେନ୍ଦ୍ର କଟିୟାର ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ଛାତ୍ର ଜଣଙ୍କୁ ଦଣ୍ଡିତ କରିବା ପାଇଁ ସେ ଯେଉଁ ପନ୍ଥା ଗ୍ରହଣ କଲେ ତାହା ଅତ୍ୟନ୍ତ ଅମାନବୀୟ ଥିଲା। ଜିନ୍ସ କାଟୁ କାଟୁ ପିଲାଟିର ଶରୀର କଟିଯିବା ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହା ଦେଖି ମ୍ୟାନେଜର ପିଲାଟିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଏ ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ। ଅଞ୍ଜୁ ଘରେ ପହଞ୍ଚି ସବୁକଥା କହିବା ପରେ ତାଙ୍କର ବାପା ପୋଲିସରେ ଜଣାଇଥିଲେ। ପୋଲିସ ସମ୍ପୃକ୍ତ ମ୍ୟାନେଜରଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri