ଏଇ ଭାରତରେ

ଚାପ ପ୍ରୟୋଗ କରି କାର୍ଯ୍ୟ ହାସଲ କରାଯାଇପାରେ। କିନ୍ତୁ ତାହା ଦୀର୍ଘସ୍ଥାୟୀ ହେବା ଅସମ୍ଭବ। ବିଶେଷକରି ଲୋକମାନଙ୍କ ଅଭ୍ୟାସ ଓ ପ୍ରବୃତ୍ତିକୁ ସରକାରୀ ଚାପ ଜରିଆରେ ପରିବର୍ତ୍ତନ କରିଦେବା ସହଜ ନୁହେଁ। ଏହାସତ୍ତ୍ୱେ ତେଲେଙ୍ଗାନା ରାଜ୍ୟ କାମାରେଡ୍ଡୀ ଜିଲା ପ୍ରଶାସନ ଖୋଲା ଶୌଚମୁକ୍ତ ଅଭିଯାନରେ ଶତ ପ୍ରତିଶତ ସଫଳତା ପାଇଁ କିଛି ମାତ୍ରାରେ କଠୋର ହୋଇଛି। ଅର୍ଥ, ସଚେତନତା ଦ୍ୱାରା ଯେତେବେଳେ ଲୋକେ ନ ବଦଳିଲେ ସେତେବେଳେ ପ୍ରଶାସନକୁ କଠୋର ନିଷ୍ପତ୍ତି ନେବାକୁ ପଡିଛି। ଏହି କ୍ରମରେ ପ୍ରଶାସନର ଘୋଷଣା ମୁତାବକ ରାଜାମପେଟ୍‌ ମଣ୍ଡଳସ୍ଥିତ ଆନାରାମ ଥାଣ୍ଡା ଗ୍ରାମକୁ ୩ଦିନ ହେଲା ବିଦ୍ୟୁତ୍‌ ଯୋଗାଣ ବନ୍ଦ। ପ୍ରତି ଘରେ ଶୌଚାଳୟ ନିର୍ମାଣ ପାଇଁ ସମସ୍ତଙ୍କୁ ବାଧ୍ୟ କରିବା ସକାଶେ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଜିଲାର ୧୫୦ ଗାଁ ଖୋଲା ଶୌଚମୁକ୍ତ ଘୋଷଣା ହୋଇଥିଲେ ମଧ୍ୟ ଏବେ ବି ଅନେକ ଗ୍ରାମରେ ଲୋକଙ୍କର ବ୍ୟକ୍ତିଗତ ଶୌଚାଳୟ ନାହିଁ। ଲୋକେ ଖୋଲାରେ ଶୌଚ କରୁଛନ୍ତି। ଲୋକଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଶୌଚାଳୟ ନିର୍ମାଣ ସକାଶେ ବାଧ୍ୟ କରିବା ପାଇଁ ଗାଁକୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି ବୋଲି କହିଛନ୍ତି ଜିଲାପାଳ। କିନ୍ତୁ ଗାଁଲୋକଙ୍କର ଯୁକ୍ତି ଭିନ୍ନ। ସେମାନେ କୁହନ୍ତି ସରକାର ୧୨ ହଜାର ଟଙ୍କା ଦେଉଛନ୍ତି, ସେଥିରେ ଶୌଚାଳୟ ନିର୍ମାଣ ସମ୍ଭବ ହେଉନାହିଁ। ଜିଲା ପ୍ରଶାସନର ଆଶା ଲୋକେ ବିଦ୍ୟୁତ୍‌ ବିଚ୍ଛିନ୍ନକୁ ଦଣ୍ଡ ଭାବରେ ନୁହେଁ, ଚାପ ହିସାବରେ ନେଇ ଶୌଚାଳୟ ପ୍ରତିଷ୍ଠା କରିବେ ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri