ଏଇ ଭାରତରେ

ଆଖିରେ କଳା ଚଷମା, ଦେହରେ ନୀଳ ଗଞ୍ଜି, ହାତରେ ଏକ ଏଚ୍‌ଡି କ୍ୟାମେରା ଧରି ବମ୍ବେର ଲୋକାଲ୍‌ ଟ୍ରେନ୍‌ ଓ ଷ୍ଟେସନ୍‌ରେ ବୁଲୁଥିବା ସୁସ୍ଥ ସବଳ ଯୁବକ ଜଣକ କିଏ। ଅନେକ ସମୟରେ ନିୟମିତ ଯାତ୍ରୀମାନେ ତାଙ୍କୁ ଦେଖି ଦ୍ୱନ୍ଦ୍ୱରେ ପଡୁଥିଲେ। ଏବେ ତାଙ୍କର ଅସଲ ପରିଚୟ ସାମ୍ନାକୁ ଆଣିଛି ପୋଲିସ। ଆଜିକାଲିର ଯୁବକମାନଙ୍କ ମଧ୍ୟରୁ କେତେକ ଅନ୍ୟକୁ ହଇରାଣ ହରକତ କରି ମଜା ନେବାକୁ ଆଗଭର ହେଉଥିବା ବେଳେ ଏହି ଯୁବକ ଜଣକ ସେମାନଙ୍କ ପାଇଁ ବିପଦ ରୂପେ ଉଭା ହୋଇଛନ୍ତି। ଷ୍ଟେସନ୍‌ ଓ ଲୋକାଲ ଟ୍ରେନ୍‌ ଭିତରେ ଜେମସ୍‌ ବଣ୍ଡ ଷ୍ଟାଇଲ୍‌ରେ ଯାତାୟାତ କରୁଥିବା ଯୁବକ ଜଣକ ହେଲେ ଦୀପେଶ ଟଙ୍କ୍‌। ବମ୍ବେରେ ରହୁଥିବା ଦୀପେଶ ଶପଥ ନେଇଛନ୍ତି ଟ୍ରେନ୍‌ରେ ଯାତାୟାତ କରୁଥିବା ମହିଳା ମାନଙ୍କୁ ଅସାମାଜିକ ଲୋକଙ୍କ ଠାରୁ ସୁରକ୍ଷା ଦେବେ। ତେଣୁ ସେ ଆରମ୍ଭ କରିଛନ୍ତି ମିଶନ୍‌ ‘ଓ୍ବାର ଏଗେନ୍‌ଷ୍ଟରେ ରେଲଓ୍ବେ ରାଓଡିଜ୍‌।’ ଏଥିପାଇଁ ପ୍ରତିଦିନ ସକାଳେ ନିଜସ୍ବ ନିଆରା ଷ୍ଟାଇଲରେ ସେ ବାହାରି ପଡ଼ନ୍ତି। ଦିନ ତମାମ ବିଶେଷ କରି ଅଫିସ ଯିବା ଓ ଆସିବା ସମୟ ଉପରେ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅସାମାଜିକଙ୍କ ଉପରେ ତାଙ୍କର ନଜର କେନ୍ଦ୍ରୀଭୂତ ଥାଏ। ଗତ ୬ ମାସ ମଧ୍ୟରେ ଦୀପେଶ ୧୪୦ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଧରାଇ ଦେବାରେ ସମର୍ଥ ହେଲେଣି। ଷ୍ଟେସନ୍‌ ଓ ଟ୍ରେନ୍‌ରେ ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କର ଫଟୋ ଉଠାଇ ସେ ତୁରନ୍ତ ପଠାଇ ଦିଅନ୍ତି ପୋଲିସ ନିକଟକୁ। ପୋଲିସ ମଧ୍ୟ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଗିରଫ କରୁଛି। ଦୀପେଶଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri