ଏଇ ଭାରତରେ

ଅପରାଧୀମାନେ ଯେଉଁଭଳି ଅଭିନବ ଢଙ୍ଗରେ ଅପରାଧ ଘଟାଉଛନ୍ତି ତାହା ସାଧାରଣ ଲୋକେ ସହଜରେ ବିଶ୍ୱାସ କରିପାରିବେ ନାହିଁ। ମାତ୍ର ପୋଲିସ ଆଖିରୁ ଧୂଳି ଦେଇ ଚାଲିଯିବା ମଧ୍ୟ ସେତେଟା ସହଜ ନୁହେଁ, ଯାହାକି କଲିକତାରେ ଘଟିଥିବା ଏକ ଘଟଣାରୁ ପ୍ରମାଣିତ ହୋଇଛି। ଜଣେ ଯୁବକ ଜୋତାର ତଳେ ଲାଗିଥିବା ରବର ବା ସୋଲ୍‌ ଭିତରେ ନକଲି ୪ଲକ୍ଷ ଟଙ୍କା ନେଉଥିବାବେଳେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଛି। କେନ୍ଦ୍ରୀୟ କଲିକତାର ବେନିଆପୁକୁର ଅଞ୍ଚଳରେ ଜଣେ ଯୁବକ ହାତରେ ଏକ ବ୍ୟାଗ ଧରି ଚାଲି ଚାଲି ଯାଉଥିବାବେଳେ କଲିକତାର ସ୍ବତନ୍ତ୍ର ଟାସ୍କ ଫୋର୍ସର ଏକ ଟିମ୍‌ ତାଙ୍କୁ ଅଟକାଇଥିଲା। ଯୁବକ ଜଣକ ଧରିଥିବା ବ୍ୟାଗରେ ୩ହଳ ଜୋତା ଥିଲା। ଆଉ ସମାନ ପ୍ରକାରର ଏକ ହଳ ଜୋତା ସେ ପିନ୍ଧିଥିଲେ। ଜୋତାଗୁଡ଼ିକୁ ଦେଖିଲେ ଏହା ଟିକେ ଅସାଧାରଣ ଲାଗୁଥିବାରୁ ପୋଲିସ ମନରେ ସନ୍ଦେହ ଉପୁଜିଥିଲା। ପରେ ଜୋତାକୁ ଭଲଭାବେ ଯାଞ୍ଚ କରିବା ପରେ ଜୋତା ତଳେ ଲାଗିଥିବା ସୋଲ୍‌ ମଧ୍ୟରୁ ନକଲି ୨ହଜାର ଟଙ୍କିଆ ନୋଟ ବାହାରିଥିଲା। ୪ଟି ଯାକ ଜୋତାରୁ ମୋଟ ୪ଲକ୍ଷ ଟଙ୍କାର ଜାଲ୍‌ ନୋଟ ବାହାରିଥିବା ପୋଲିସ କହିଛି। ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି। ପଚରାଉଚରା ପରେ ଉକ୍ତ ଯୁବକଙ୍କ ନାମ ଓ୍ବାସିମ୍‌ ଆକ୍ରାମ ଏବଂ ସେ ମାଲ୍‌ଦା ଜିଲା ଭାବନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେ ଏହି ଜାଲ୍‌ ନୋଟ କେଉଁଠୁ ଆଣିଲେ ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri