ସମ୍ପାଦକୀୟ/ବ୍ରହ୍ମପୁତ୍ର: କୂଟନୀତି ବିଫଳ

ସିକିମ୍‌-ଭୁଟାନ ସୀମାନ୍ତ ଡୋକଲାମ୍‌ଠାରେ ସୈନ୍ୟ ସମାବେଶକୁ ନେଇ ଚାଇନା ଏବଂ ଭାରତ ମଧ୍ୟରେ ଅଗଷ୍ଟ ୨୮ରୁ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା। ଦୀର୍ଘ ୧୦ ସପ୍ତାହ ଧରି ଲାଗି ରହିଥିବା ଏହି ବିବାଦର ସମାଧାନ ପାଇଁ ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିବା କୁହାଯାଉଛି। ଏହା ସତ୍ତ୍ୱେ ଡୋକଲାମ୍‌ରେ ପରିସ୍ଥିତି ଉଷ୍ମ ରହିଛି। ଏହି ପରିପ୍ରେକ୍ଷୀରେ ଜି ଜିନ୍‌ପିଙ୍ଗ୍‌ ୫ ଦିନ ପୂର୍ବରୁ ଦେଶର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ମିଆଦ ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମଧ୍ୟ କେନ୍ଦ୍ରୀୟ ସାମରିକ ଆୟୋଗ (ସେଣ୍ଟ୍ରାଲ ମିଲିଟାରୀ କମିଶନ)ର ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ମିଳିଛି। ଅର୍ଥାତ୍‌ ଜିନ୍‌ପିଙ୍ଗ୍‌ ହେଉଛନ୍ତି ଚାଇନାର ସର୍ବମୟ କର୍ତ୍ତା। ସେ ଭାରତ ସହ ସୀମା ବିବାଦକୁ ତେଜି ରଖିବାକୁ ଚାହୁଁଥିବା, ତାଙ୍କର ଏକ ସଦ୍ୟ ବାର୍ତ୍ତାରୁ ସ୍ପଷ୍ଟ ହେଉଛି। ଜିନ୍‌ପିଙ୍ଗ୍‌ ଗତ ୨୯ ତାରିଖରେ ଅରୁଣାଚଳ ପ୍ରଦେଶ-ତିବ୍ବତ ସୀମାନ୍ତ ଚାଇନା ଭୂଖଣ୍ଡରେ ରହୁଥିବା ଗୋପାଳକମାନଙ୍କୁ ସେଠାରେ ବସତି ସ୍ଥାପନ କରି ସୀମା ଜଗିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୯୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ତା’ର ଭୂଖଣ୍ଡ ବୋଲି ଦୀର୍ଘ ବର୍ଷ ଧରି ଦାବି କରିଆସୁଛି। ଏପରି କି ଚାଇନାର ସୈନ୍ୟମାନେ ଅଧିକାଂଶ ସମୟରେ ଏହି ଅଞ୍ଚଳକୁ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରୁଛନ୍ତି। ଅରୁଣାଚଳ ବିବାଦକୁ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ। ତେଣୁ ଚାଇନା ଏହି ରାଜ୍ୟ ମଧ୍ୟକୁ ମାଡି ଆସିବା ସକାଶେ ଚେଷ୍ଟା କରୁଛି। ନିକଟରେ ତିବ୍ବତ ସୀମାର ହୁନ୍‌ଜେରେ ଥିବା ୟୁନାଇ ଗ୍ରାମର ଏକ ଗୋପାଳକ ପରିବାରର ୨ ଝିଅ ଅଞ୍ଚଳର ସୁରକ୍ଷା ନେଇ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ପତ୍ର ଲେଖିଥିଲେ। ସେହି ପତ୍ରର ଉତ୍ତରରେ ଜିନ୍‌ପିଙ୍ଗ ସେମାନଙ୍କୁ ସୀମାନ୍ତରେ ସ୍ଥାୟୀ ବସତି ସ୍ଥାପନ ସକାଶେ କହିଛନ୍ତି। ଚାଇନା ବାରମ୍ବାର ବିଭିନ୍ନ ପ୍ରସଙ୍ଗ ନେଇ ସୀମାନ୍ତରେ ଉତ୍ତେଜନା ସୃଷ୍ଟି କରିଚାଲିଛି। ଏବେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ନେଇ ଜୋରଦାର ପ୍ରଚାର ଚାଲିଥିବାରୁ ସେହି ଦେଶର ବେପାର ଉପରେ ପ୍ରଚଣ୍ଡ ପ୍ରଭାବ ପଡୁଛି ବୋଲି ବେଜିଂ ମନେକରୁଛି। ଭାରତ ହେଉଛି ଚାଇନାର ପ୍ରମୁଖ ଖାଉଟି ବଜାର। ତେଣୁ ସେହି ଦେଶ ଖୋଲାଖୋଲି ଭାରତ ସହ ଉତ୍ତମ ବ୍ୟବସାୟିକ ଓ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ଦେଖାଇ ହେଉଥିଲେ ମଧ୍ୟ ଭିତିରିଆ ଭାବେ ଭିନ୍ନ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରୁଛି। ସୀମାନ୍ତ ଦଖଲ କରି ଭାରତର ମାଟି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଥିବା ଚାଇନା ଏବେ ପାଣି ଉପରେ ନଜର ପକାଇଲାଣି। ବ୍ରହ୍ମପୁତ୍ର ନଦୀରୁ ଭୂତଳ ସୁଡ଼ଙ୍ଗ ଜରିଆରେ ମରୁଅଞ୍ଚଳ ଜିନ୍‌ଜିଆଙ୍ଗ ପ୍ରଦେଶକୁ ବେଜିଂ ପାଣି ଟାଣି ନେବା ଯୋଜନା କରୁଥିବା ଏବେ ଜାଣିବାକୁ ମିଳିଛି। ଚାଇନାର ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭାରତର ଅନ୍ୟତମ ଜୀବନରେଖା କୁହାଯାଉଥିବା ବ୍ରହ୍ମପୁତ୍ର ନଦୀର ଜଳଧାର କ୍ଷୀଣ ହୋଇଯିବ। ତିବ୍ବତ ମାଳଭୂମିରୁ ବାହାରିଥିବା ୟାରଲଙ୍ଗ ସାଙ୍ଗ୍‌ପୋ ନଦୀ ଭାରତରେ ପ୍ରବେଶ କରିବା ପରେ ବ୍ରହ୍ମପୁତ୍ର ନାମରେ ପରିଚିତ ହୋଇଛି। ଏହା ବାଂଲାଦେଶରେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ବ୍ରହ୍ମପୁତ୍ର ଜଳ ବଣ୍ଟନ ନେଇ କୌଣସି ରାଜିନାମା ନ ଥିଲେ ମଧ୍ୟ ଅନ୍ତର୍ଜାତୀୟ ଜଳ ଚୁକ୍ତି ଅନୁଯାୟୀ ଚାଇନା ଏହି ନଦୀ ଜଳ ସଂକ୍ରାନ୍ତ ତଥ୍ୟ ଭାରତ ଏବଂ ବାଂଲାଦେଶକୁ ଦେବା କଥା। କିନ୍ତୁ ବେଜିଂ କୌଣସି ସମୟରେ ଏହି ତଥ୍ୟ ନୂଆଦିଲ୍ଲୀ ଓ ଢାକାକୁ ଦେଉନାହିଁ। ଚାଇନା ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଏକାଧିକ ବନ୍ଧ ନିର୍ମାଣ କରି ଜଳବିଦ୍ୟୁତ୍‌ ଉତ୍ପାଦନ କରିବା ସହ ଜଳସେଚନ ଓ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିଛି। ଜଳ ପରିଚାଳନା ନେଇ ଭାରତକୁ ତଥ୍ୟ ଯୋଗାଇ ଦେଉ ନ ଥିବାରୁ ବର୍ଷାଋତୁରେ ବ୍ରହ୍ମପୁତ୍ରରେ ବନ୍ୟା ସମ୍ପର୍କିତ ଆଗୁଆ ସୂଚନା ମିଳିବା ଅସମ୍ଭବ ହୋଇପଡୁଛି। ଯାହାଫଳରେ ପ୍ରତିବର୍ଷ ଆସାମ ସମେତ ବ୍ରହ୍ମପୁତ୍ର ଅବବାହିକାରେ ଥିବା ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରବଳ ଧନ ଜୀବନ ହାନି ଘଟୁଛି। ସମ୍ଭବତଃ ଭାରତ ସରକାରଙ୍କ ଜଳସମ୍ପଦ ମନ୍ତ୍ରଣାଳୟର ମନ୍ତ୍ରୀ ଓ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଏଭଳି ପରିସ୍ଥିତି ସୃଷ୍ଟି କରିଥାଇପାରେ। ଏହା ବ୍ୟତୀତ ବ୍ରହ୍ମପୁତ୍ରରୁ ପାଣି ଟାଣିନେବା ଭଳି କାର୍ଯ୍ୟକରି ଚାଇନା ସରକାର ପ୍ରମାଣ କରିଦେଉଛି ଯେ, ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ କୂଟନୀତି ସମ୍ପୂର୍ଣ୍ଣଭାବେ ବିଫଳ ହୋଇଛି । ଏବେ ଯେତେବେଳେ ଚାଇନା ବ୍ରହ୍ମପୁତ୍ରର ଉପର ମୁଣ୍ଡରୁ ଜଳ ଟାଣିନେବାର ଯୋଜନା କରୁଛି, ତାହା ଭାରତ ସରକାରଙ୍କୁ କିଛି ସମୟ ପାଇଁ ଜାଗ୍ରତ କରିଦେବ। ଏହାକୁ ନେଇ କେନ୍ଦ୍ରର ମନ୍ତ୍ରୀ ଓ ନେତାମାନେ ଗଣମାଧ୍ୟମରେ ଲମ୍ବା ବିବୃତି ଦେବେ। କିନ୍ତୁ କେବଳ ବିରୋଧ ଓ ପ୍ରତିବାଦ ଦ୍ୱାରା ଏହି ସମସ୍ୟାର ସମାଧାନ ଅସମ୍ଭବ। ଏଥିପାଇଁ କୂଟନୈତିକ ସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି। ବର୍ତ୍ତମାନର ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ସବୁ କଥାରେ ତାଳିପକା ନୀତି ଧରିଥିବାରୁ କୂଟନୈତିକ ସ୍ତରରେ ଚାଇନା ଉପରେ ଚାପ ପକାଇବାରେ କେତେ ସଫଳ ହେବେ ତାହା ଭବିଷ୍ୟତ ସ୍ପଷ୍ଟ କରିବ। ଭୁଟାନ ସୀମାନ୍ତ ଡୋକଲାମ୍‌ଠାରେ ସୈନ୍ୟ ସମାବେଶକୁ ନେଇ ଚାଇନା ଏବଂ ଭାରତ ମଧ୍ୟରେ ଅଗଷ୍ଟ ୨୮ରୁ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା। ଦୀର୍ଘ ୧୦ ସପ୍ତାହ ଧରି ଲାଗି ରହିଥିବା ଏହି ବିବାଦର ସମାଧାନ ପାଇଁ ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିବା କୁହାଯାଉଛି। ଏହା ସତ୍ତ୍ୱେ ଡୋକଲାମ୍‌ରେ ପରିସ୍ଥିତି ଉଷ୍ମ ରହିଛି। ଏହି ପରିପ୍ରେକ୍ଷୀରେ ଜି ଜିନ୍‌ପିଙ୍ଗ୍‌ ୫ ଦିନ ପୂର୍ବରୁ ଦେଶର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ମିଆଦ ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମଧ୍ୟ କେନ୍ଦ୍ରୀୟ ସାମରିକ ଆୟୋଗ (ସେଣ୍ଟ୍ରାଲ ମିଲିଟାରୀ କମିଶନ)ର ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ମିଳିଛି। ଅର୍ଥାତ୍‌ ଜିନ୍‌ପିଙ୍ଗ୍‌ ହେଉଛନ୍ତି ଚାଇନାର ସର୍ବମୟ କର୍ତ୍ତା। ସେ ଭାରତ ସହ ସୀମା ବିବାଦକୁ ତେଜି ରଖିବାକୁ ଚାହୁଁଥିବା, ତାଙ୍କର ଏକ ସଦ୍ୟ ବାର୍ତ୍ତାରୁ ସ୍ପଷ୍ଟ ହେଉଛି। ଜିନ୍‌ପିଙ୍ଗ୍‌ ଗତ ୨୯ ତାରିଖରେ ଅରୁଣାଚଳ ପ୍ରଦେଶ-ତିବ୍ବତ ସୀମାନ୍ତ ଚାଇନା ଭୂଖଣ୍ଡରେ ରହୁଥିବା ଗୋପାଳକମାନଙ୍କୁ ସେଠାରେ ବସତି ସ୍ଥାପନ କରି ସୀମା ଜଗିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୯୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଚାଇନା ତା’ର ଭୂଖଣ୍ଡ ବୋଲି ଦୀର୍ଘ ବର୍ଷ ଧରି ଦାବି କରିଆସୁଛି। ଏପରି କି ଚାଇନାର ସୈନ୍ୟମାନେ ଅଧିକାଂଶ ସମୟରେ ଏହି ଅଞ୍ଚଳକୁ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରୁଛନ୍ତି। ଅରୁଣାଚଳ ବିବାଦକୁ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ। ତେଣୁ ଚାଇନା ଏହି ରାଜ୍ୟ ମଧ୍ୟକୁ ମାଡି ଆସିବା ସକାଶେ ଚେଷ୍ଟା କରୁଛି। ନିକଟରେ ତିବ୍ବତ ସୀମାର ହୁନ୍‌ଜେରେ ଥିବା ୟୁନାଇ ଗ୍ରାମର ଏକ ଗୋପାଳକ ପରିବାରର ୨ ଝିଅ ଅଞ୍ଚଳର ସୁରକ୍ଷା ନେଇ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କୁ ପତ୍ର ଲେଖିଥିଲେ। ସେହି ପତ୍ରର ଉତ୍ତରରେ ଜିନ୍‌ପିଙ୍ଗ ସେମାନଙ୍କୁ ସୀମାନ୍ତରେ ସ୍ଥାୟୀ ବସତି ସ୍ଥାପନ ସକାଶେ କହିଛନ୍ତି। ଚାଇନା ବାରମ୍ବାର ବିଭିନ୍ନ ପ୍ରସଙ୍ଗ ନେଇ ସୀମାନ୍ତରେ ଉତ୍ତେଜନା ସୃଷ୍ଟି କରିଚାଲିଛି। ଏବେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ନେଇ ଜୋରଦାର ପ୍ରଚାର ଚାଲିଥିବାରୁ ସେହି ଦେଶର ବେପାର ଉପରେ ପ୍ରଚଣ୍ଡ ପ୍ରଭାବ ପଡୁଛି ବୋଲି ବେଜିଂ ମନେକରୁଛି। ଭାରତ ହେଉଛି ଚାଇନାର ପ୍ରମୁଖ ଖାଉଟି ବଜାର। ତେଣୁ ସେହି ଦେଶ ଖୋଲାଖୋଲି ଭାରତ ସହ ଉତ୍ତମ ବ୍ୟବସାୟିକ ଓ କୂଟନୈତିକ ସମ୍ପର୍କ ବଜାୟ ରଖିବାକୁ ଦେଖାଇ ହେଉଥିଲେ ମଧ୍ୟ ଭିତିରିଆ ଭାବେ ଭିନ୍ନ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରୁଛି। ସୀମାନ୍ତ ଦଖଲ କରି ଭାରତର ମାଟି ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଥିବା ଚାଇନା ଏବେ ପାଣି ଉପରେ ନଜର ପକାଇଲାଣି। ବ୍ରହ୍ମପୁତ୍ର ନଦୀରୁ ଭୂତଳ ସୁଡ଼ଙ୍ଗ ଜରିଆରେ ମରୁଅଞ୍ଚଳ ଜିନ୍‌ଜିଆଙ୍ଗ ପ୍ରଦେଶକୁ ବେଜିଂ ପାଣି ଟାଣି ନେବା ଯୋଜନା କରୁଥିବା ଏବେ ଜାଣିବାକୁ ମିଳିଛି। ଚାଇନାର ଏହି ଯୋଜନା କାର୍ଯ୍ୟକାରୀ ହେଲେ ଭାରତର ଅନ୍ୟତମ ଜୀବନରେଖା କୁହାଯାଉଥିବା ବ୍ରହ୍ମପୁତ୍ର ନଦୀର ଜଳଧାର କ୍ଷୀଣ ହୋଇଯିବ। ତିବ୍ବତ ମାଳଭୂମିରୁ ବାହାରିଥିବା ୟାରଲଙ୍ଗ ସାଙ୍ଗ୍‌ପୋ ନଦୀ ଭାରତରେ ପ୍ରବେଶ କରିବା ପରେ ବ୍ରହ୍ମପୁତ୍ର ନାମରେ ପରିଚିତ ହୋଇଛି। ଏହା ବାଂଲାଦେଶରେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ନୂଆଦିଲ୍ଲୀ ଏବଂ ବେଜିଂ ମଧ୍ୟରେ ବ୍ରହ୍ମପୁତ୍ର ଜଳ ବଣ୍ଟନ ନେଇ କୌଣସି ରାଜିନାମା ନ ଥିଲେ ମଧ୍ୟ ଅନ୍ତର୍ଜାତୀୟ ଜଳ ଚୁକ୍ତି ଅନୁଯାୟୀ ଚାଇନା ଏହି ନଦୀ ଜଳ ସଂକ୍ରାନ୍ତ ତଥ୍ୟ ଭାରତ ଏବଂ ବାଂଲାଦେଶକୁ ଦେବା କଥା। କିନ୍ତୁ ବେଜିଂ କୌଣସି ସମୟରେ ଏହି ତଥ୍ୟ ନୂଆଦିଲ୍ଲୀ ଓ ଢାକାକୁ ଦେଉନାହିଁ। ଚାଇନା ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଏକାଧିକ ବନ୍ଧ ନିର୍ମାଣ କରି ଜଳବିଦ୍ୟୁତ୍‌ ଉତ୍ପାଦନ କରିବା ସହ ଜଳସେଚନ ଓ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିଛି। ଜଳ ପରିଚାଳନା ନେଇ ଭାରତକୁ ତଥ୍ୟ ଯୋଗାଇ ଦେଉ ନ ଥିବାରୁ ବର୍ଷାଋତୁରେ ବ୍ରହ୍ମପୁତ୍ରରେ ବନ୍ୟା ସମ୍ପର୍କିତ ଆଗୁଆ ସୂଚନା ମିଳିବା ଅସମ୍ଭବ ହୋଇପଡୁଛି। ଯାହାଫଳରେ ପ୍ରତିବର୍ଷ ଆସାମ ସମେତ ବ୍ରହ୍ମପୁତ୍ର ଅବବାହିକାରେ ଥିବା ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରବଳ ଧନ ଜୀବନ ହାନି ଘଟୁଛି। ସମ୍ଭବତଃ ଭାରତ ସରକାରଙ୍କ ଜଳସମ୍ପଦ ମନ୍ତ୍ରଣାଳୟର ମନ୍ତ୍ରୀ ଓ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଏଭଳି ପରିସ୍ଥିତି ସୃଷ୍ଟି କରିଥାଇପାରେ। ଏହା ବ୍ୟତୀତ ବ୍ରହ୍ମପୁତ୍ରରୁ ପାଣି ଟାଣିନେବା ଭଳି କାର୍ଯ୍ୟକରି ଚାଇନା ସରକାର ପ୍ରମାଣ କରିଦେଉଛି ଯେ, ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ କୂଟନୀତି ସମ୍ପୂର୍ଣ୍ଣଭାବେ ବିଫଳ ହୋଇଛି । ଏବେ ଯେତେବେଳେ ଚାଇନା ବ୍ରହ୍ମପୁତ୍ରର ଉପର ମୁଣ୍ଡରୁ ଜଳ ଟାଣିନେବାର ଯୋଜନା କରୁଛି, ତାହା ଭାରତ ସରକାରଙ୍କୁ କିଛି ସମୟ ପାଇଁ ଜାଗ୍ରତ କରିଦେବ। ଏହାକୁ ନେଇ କେନ୍ଦ୍ରର ମନ୍ତ୍ରୀ ଓ ନେତାମାନେ ଗଣମାଧ୍ୟମରେ ଲମ୍ବା ବିବୃତି ଦେବେ। କିନ୍ତୁ କେବଳ ବିରୋଧ ଓ ପ୍ରତିବାଦ ଦ୍ୱାରା ଏହି ସମସ୍ୟାର ସମାଧାନ ଅସମ୍ଭବ। ଏଥିପାଇଁ କୂଟନୈତିକ ସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି। ବର୍ତ୍ତମାନର ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ସବୁ କଥାରେ ତାଳିପକା ନୀତି ଧରିଥିବାରୁ କୂଟନୈତିକ ସ୍ତରରେ ଚାଇନା ଉପରେ ଚାପ ପକାଇବାରେ କେତେ ସଫଳ ହେବେ ତାହା ଭବିଷ୍ୟତ ସ୍ପଷ୍ଟ କରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri