ଏଇ ଭାରତରେ

ଜୀବନର ଅପରାହ୍ଣରେ ପିଲାମାନେ ହିଁ ମା’ବାପାଙ୍କ ଆଶ୍ରା ପାଲଟିଥାନ୍ତି। ପିଲାଙ୍କ ଭରସାରେ ପରିଣତ ବୟସର ପ୍ରତ୍ୟେକଟି ମୁହୂର୍ତ୍ତ ବିତିଯାଇଥାଏ୍‌, ଯାହାଦ୍ୱାରା ନିଃସଙ୍ଗତା କେବେ ମଧ୍ୟ ଅନୁଭବ ହୋଇ ନ ଥାଏ। କିନ୍ତୁ ଆଜିର ବ୍ୟସ୍ତବହୁଳ ସମାଜରେ ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ ଦେଖାଦେଲାଣି। ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ବ୍ୟସ୍ତ। ଯଦି ଟିକେ କେଉଁଠି ଫୁର୍‌ସତ ମିଳିଲା, ତେବେ ସ୍ତ୍ରୀ ଓ ପିଲାଛୁଆଙ୍କ କଥା ଚିନ୍ତା କରିବାରେ ସମୟ ଚାଲିଯାଇଥାଏ। ଆଉ ସେଠି ବୃଦ୍ଧ ମା’ବାପାଙ୍କୁ ପଚାରୁଛି ଅବା କିଏ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଲିକତାର ଆନନ୍ଦପୁର ଅଞ୍ଚଳରେ। ଏଠାରେ ଜଣେ ୯୪ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ପୁଅ ଘର ଭିତରେ ବନ୍ଦ କରିଦେଇ ବୁଲିବାକୁ ପଳାଇଥିଲେ। ଦୀର୍ଘ ୩୬ଘଣ୍ଟା ପରେ ଅସହାୟା ବୃଦ୍ଧାଙ୍କୁ ତାଙ୍କ ଝିଅ ଆସି ଉଦ୍ଧାର କରିଛନ୍ତି। ବୃଦ୍ଧା ଜଣକ ତାଙ୍କ ବଡ଼ପୁଅଙ୍କ ନିକଟରେ ରୁହନ୍ତି। ଅତିଶୟ ବାର୍ଦ୍ଧକ୍ୟ ଯୋଗୁ ବୃଦ୍ଧା ଜଣକ ଚଲାବୁଲା ଠିକ୍‌ଭାବେ କରିପାରୁ ନାହାନ୍ତି। ପ୍ରତି ମୁହୂର୍ତ୍ତରେ ତାଙ୍କର ଯତ୍ନ ନେବା ଜରୁରୀ ହୋଇପଡ଼ିଛି। ଏଭଳି ସ୍ଥିତିରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଉଚ୍ଚ ପଦବୀରେ ଚାକିରି କରିଥିବା ତାଙ୍କ ପୁଅ ବୃଦ୍ଧା ମା’ଙ୍କୁ ଘରେ ତାଲା ପକାଇ ସ୍ତ୍ରୀ ଓ ପିଲାଙ୍କୁ ଧରି ବାହାରକୁ ବୁଲି ପଳାଇଲେ। ବିଚରା ବୃଦ୍ଧା ମା’ ଖଟ ଉପରେ ପଡ଼ିରହି ପିଲାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ବୃଦ୍ଧା ମା’ଙ୍କ ପ୍ରତି ଜଣେ ଉଚ୍ଚ ଶିକ୍ଷିତ ପୁଅର ଏଭଳି ଆଚରଣକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ଏହାକୁ ଅମାନବିକତା ବୋଲି ପ୍ରକାଶ କରିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri