ସିପାହି ବିଦ୍ରୋହର ସୂତ୍ରଧର

ଅକ୍ଷୟ କୁମାର ରାଉତ

କେତେ ମହାପୁରୁଷ, ବିପ୍ଳବୀ ଭାରତମାତାର କୋଳ ମଣ୍ଡନ କରି ନିଜ ଆଦଶର୍ର୍ରେ ସମଗ୍ର ବିଶ୍ୱକୁ କରିଛନ୍ତି ଦୀପ୍ତିମନ୍ତ। ସେମାନଙ୍କ ମଧ୍ୟରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ହେଉଛନ୍ତି ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ। ୧୮୨୭ ଅକ୍ଟୋବର ୩୦ ତାରିଖ କାର୍ତ୍ତିକ ଶୁକ୍ଳ ଏକାଦଶୀ ମଙ୍ଗଳବାର ତୁଳା ୧୫ ଦିନ ହରଚଣ୍ଡୀ ବୁଢ଼ା ଭୀମସେନ ହଜୁରୀଙ୍କ ଘରେ ତାଙ୍କ ଜନ୍ମ। ଜଗନ୍ନାଥଙ୍କ ଚନ୍ଦନ ବେଶ ବେଳେ ଜନ୍ମ ହୋଇଥିବାରୁ ତାଙ୍କ ନାମ ଚନ୍ଦନ। ଆନନ୍ଦ ବଜାରରେ ସବୁଦିନ ମହାପ୍ରସାଦ ଚାଖୁଥିବାରୁ ଲୋକେ ଡାକିଲେ ଚାଖି। ତାଙ୍କ ପୂର୍ବ ପୁରୁଷଙ୍କୁ ପୁରୀ ରାଜା ହଜୁରୀ ଉପାଧି ପ୍ରଦାନ କରିଥିଲେ। ଭୀମସେନ ହଜୁରୀ ପ୍ରତି ବର୍ଷ ପଶ୍ଚିମା ଯାତ୍ରୀ ଆଣିବାକୁ ଯାଆନ୍ତି। ତାଙ୍କର ଅନେକ ଯାତ୍ରୀ ଉତ୍ତର ପ୍ରଦେଶର ବିଠୁର ନାମକ ସ୍ଥାନରୁ ଆସିଥାନ୍ତି। ଭୀମସେନ ଥିଲେ ଝାନ୍‌ସୀ ରାଜ୍ୟ ଓ ପେଶୱାଙ୍କ ପୁରୀ ପଣ୍ଡା। ଚନ୍ଦନ ବାପାଙ୍କ ସାଙ୍ଗରେ ଅନେକ ସମୟରେ ବିଠୁର ଯାଉଥିଲେ। ସେଠାରେ ସେ ପେଶ୍‌ୱାଙ୍କ ଦେୱାନ ମୋରପନ୍ତଙ୍କ ଝିଅ ମନୁବାଈ (ଛବେଳୀ) ଓ ନାନାସାହେବଙ୍କ ସହ ଖଣ୍ଡାଖେଳ ଓ ଘୋଡାଚଢାରେ ଯୋଗଦେଉଥିଲେ। ଝାନ୍‌ସୀର ରାଜା ଗଙ୍ଗାଧର ରାଓଙ୍କର ପ୍ରଥମ ସ୍ତ୍ରୀର ଦେହାନ୍ତ ପରେ ଭୀମସେନଙ୍କ ମଧ୍ୟସ୍ଥତାରେ ଗଙ୍ଗାଧର ମନୁବାଈଙ୍କୁ ବିବାହ କରିଥିଲେ। ବିବାହ ପରେ ମନୁବାଈଙ୍କ ନାମ ହେଲା ଲକ୍ଷ୍ମୀବାଈ। ବେପାର କରୁ କରୁ ଗୋରା ବଣିକମାନେ ଭାରତବର୍ଷର ଶାସକ ହୋଇଗଲେ। ଇଂରେଜ ଜାତିର ଅନ୍ୟାୟ ଓ ଅବିଚାର ବିରୋଧରେ ବାଳକ ଚନ୍ଦନଙ୍କ ମନରେ ବିଦ୍ରୋହର ନିଅଁା ଜାଗିଉଠିଥିଲା। ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ ଥିଲା ସ୍ବାଧୀନତା ପାଇଁ ପ୍ରଥମ ସଂଗ୍ରାମ। ଆମ ଓଡ଼ିଆ ପୁଅ ପ୍ରଥମେ ଖଣ୍ଡା ଉଠାଇ ଭୟଭୀତ କରିଥିଲା ଗୋରା ସରକାରଙ୍କୁ। ଏଇ ମହାନ୍‌ ସଂଗ୍ରାମ କଥା ଚନ୍ଦନ ହଜୁରୀଙ୍କ ମନରେ କରିଥିଲା ଗଭୀର ରେଖାପାତ। ଲକ୍ଷ୍ମୀବାଈଙ୍କ ସ୍ବାମୀ ଓ ପୁଅ ଦୁହେଁ ଜଣକ ପରେ ଜଣେ ମରିଗଲେ। ଇଂରେଜ ସରକାର ଝାନ୍‌ସୀ ଦଖଲ କରି ରାଣୀଙ୍କୁ ୫ହଜାର ଟଙ୍କା ଭତ୍ତା ଦେଲେ। ଏହି ବିପଦ ବେଳେ ରାଣୀ ଲକ୍ଷ୍ମୀବାଈ ପିଲାଦିନର ସାଙ୍ଗ, ଭାଇ ଓ ଗୁରୁ ଚନ୍ଦନ ହଜୁରୀଙ୍କୁ ମନେ ପକାଇ ଚିଠିଟିଏ ଦେଲେ। ଚିଠି ପାଇ ଚନ୍ଦନ ନିଜ ସ୍ତ୍ରୀ ସୁନ୍ଦରମଣି ଓ ଘରର ଦାୟିତ୍ୱ ପାରୀନାନୀଙ୍କ ହାତରେ ଦେଇ ଝାନ୍‌ସୀ ଯାତ୍ରା କଲେ। ଝାନ୍‌ସୀରେ ପହଞ୍ଚତ୍ ସେ ରାଣୀଙ୍କୁ ପରାମର୍ଶ ଦେଲେ ଇଂରେଜଙ୍କ ସହ ଲଢିବାକୁ। ଚନ୍ଦନ ହଜୁରୀ ବିଠୁରରେ ନାନା ସାହେବ, ମୁସଲମାନମାନଙ୍କ ନେତା ଓକିଲ ଆଜମୋଲ୍ଲା ଖଁ।, ତାନ୍ତିଆ ଟୋପେ ଓ ଦିଲ୍ଲୀ ସମ୍ରାଟ୍‌ ବାହାଦୁର ଶାହାଙ୍କ ସହିତ ଯୋଗସୂତ୍ର ରକ୍ଷାକରି ଝାନ୍‌ସୀ ରାଜ୍ୟର ଗଁ। ଗହଳିରେ ବୁଲିଲେ, ଲୋକମାନଙ୍କୁ କହିଲେ ଆମେ ମିଳିମିଶି ଏ ଇଂରେଜ ସରକାରଙ୍କୁ ତଡିବା। ସବୁ ଲୋକ ତାଙ୍କ କଥାରେ ମାତିଗଲେ। ଏହି ସମୟରେ ଚନ୍ଦନ ହଜୁରୀ ଏକ ଜନରବ ସୃଷ୍ଟି କରିଥିବାର ଶୁଣାଯାଏ, ଇଂରେଜ ସରକାରଙ୍କ ଅଧୀନରେ ଥିବା ସିପାହିମାନଙ୍କୁ ବନ୍ଧୁକ ଫୁଟାଇଲା ବେଳେ ଯେଉଁ ଟୋଟାକୁ ଦାନ୍ତରେ କାମୁଡିବାକୁ ପଡୁଥିଲା, ତାହା ଗୋରୁ ଓ ଘୁଷୁରି ଚମଡ଼ାରେ ତିଆରି। ସିପାହିମାନେ ଧର୍ମ ଯିବା ଭୟରେ ବିଦ୍ରୋହ ଆରମ୍ଭ କରିଦେଲେ। ଏହା ଥିଲା ୧୮୫୭ ମସିହା ସିପାହି ବିଦ୍ରୋହ। ଝାନ୍‌ସୀ ଦୁର୍ଗ ଇଂରେଜ ସେନାପତି ସ୍କିନ୍‌ ଅଧିକାର କରିନେଲେ। ହଠାତ୍‌ ଦିନେ ଝାନ୍‌ସୀ ରାଜ୍ୟର ହଜାର ହଜାର ଲୋକ ହାତହତିଆର ଧରି ଦୁର୍ଗ ଉପରେ ଆକ୍ରମଣ କରିଦେଲେ। ଇଂରେଜ ସିପାହି ଓ ଗୋରା ସେନାପତି ସ୍କିନ୍‌ଙ୍କୁ ନାକେଦମ କରିଦେଇ ଦୁର୍ଗ ଅଧିକାର କରିନେଲେ। ଝାନ୍‌ସୀ ଦୁର୍ଗ ରାଣୀ ଲକ୍ଷ୍ମୀବାଈଙ୍କ ହାତମୁଠାକୁ ଆସିଲା। ଇଂରେଜ ସରକାର ହାର ମାନିଲେ। ଝାନ୍‌ସୀ ଦୁର୍ଗ ରାଣୀ ଲକ୍ଷ୍ମୀବାଈ ଅଧିକାର କରିବାର ଗୋଟିଏ ବର୍ଷ ପୂରିଗଲା। ସାର୍‌ ହିଉରୋଜ ଓ କଲିନ୍‌ କ୍ୟାମ୍ପବେଲଙ୍କ ନେତୃତ୍ୱରେ ଇଂରେଜ ସେନା ୧୮୫୮ରେ ଝାନ୍‌ସୀ ଆକ୍ରମଣ କଲେ। ରାଣୀ ଲକ୍ଷ୍ମୀବାଈ ବୀର ପୋଷାକ ପିନ୍ଧି ଖଣ୍ଡା ଧରି ଯୁଦ୍ଧ ଭୂମିରେ ଠିଆହେଲେ। ଲକ୍ଷ୍ମୀବାଈ ଓ ତାଙ୍କର ୨ ପ୍ରଧାନ ସହଯୋଗୀ ଇଂରେଜ ବାହିନୀ ଉପରେ ପ୍ରତିଆକ୍ରମଣ କଲେ। ଇଂରେଜ ସୈନ୍ୟ ପ୍ରାଣ ଭୟରେ ପଳାଇ ଯିବାକୁ ବାଟ ପାଇଲେ ନାହଁି। ସାର୍‌ ହିଉରୋଜ ଜଣେ ନାରୀର ରଣକୌଶଳ ଦେଖି ଆଶ୍ଚର୍ଯ୍ୟ ହେଲେ। ଏତିକିବେଳେ ଠାକୁର ଲାଲାଜି ବିଶ୍ୱାସଘାତକତା କରି ମୂଳ ଦୁର୍ଗ ଦୁଆର ଖୋଲିଦେଇ ଇଂରେଜ ସୈନ୍ୟଙ୍କୁ ଦୁର୍ଗ ଭିତରକୁ ବାଟ ବତାଇଦେଲେ। ରାଣୀ ଓ ତାଙ୍କ ପୁଅ ଦାମୋଦର ଏବଂ ଚନ୍ଦନ ହଜୁରୀ ଦୁର୍ଗ ଭିତରୁ ପଳାଇଗଲେ। ଏହି ଯୁଦ୍ଧରେ ସାହାଯ୍ୟ କରିବାକୁ ଆସୁଥିବା ତାନ୍ତିଆ ଟୋପେ ଓ ତାଙ୍କର ୨୦ହଜାର ସୈନ୍ୟ ବାଟରେ ଧରାପଡିଗଲେ। ସିନ୍ଧିଆ ଇଂରେଜଙ୍କୁ ଡରି ସାହାଯ୍ୟ କଲେ ନାହଁି। ଗ୍ବାଲିଅର ପାଖାପାଖି ଏକ ନଦୀକୂଳରେ ରାଣୀ ଗୋରାବାହିନୀ ସଙ୍ଗେ ଯୁଦ୍ଧ କଲେ। ରାଣୀଙ୍କ ଘୋଡ଼ା ପାଣି ଦେଖି ହଠାତ୍‌ ଅଟକିଯିବାରୁ ରୋଜ୍‌ ସାହେବଙ୍କ ଗୁଳିରେ ରାଣୀଙ୍କ ମୃତ୍ୟୁ ହେଲା। ଚନ୍ଦନ ହଜୁରୀଙ୍କ ହାତରୁ ମହାପ୍ରସାଦ ପାଣି ପାଇ ସେହି ନଦୀ କୂଳରେ ପ୍ରାଣ ହରାଇଲେ। ତାନ୍ତିଆ ଫାଶୀ ପାଇଲେ। ନିଖୋଜ ହେଲେ ନାନାସାହେବ। ଚନ୍ଦନ ହଜୁରୀ ସାଧୁ ଗଙ୍ଗାଦାସ ନାମରେ ଲୁଚି ଲୁଚି ବୁଲିଲେ। ବାହାଦୁର ଶାହାଙ୍କୁ ବନ୍ଦୀ କରାଗଲା। ଏଣେ ଚନ୍ଦନଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଗଲା। ଚନ୍ଦନ ହଜୁରୀ ଦେଢବର୍ଷ କାଳ ବଣଜଙ୍ଗଲ ଭିତରେ ବୁଲି ବୁଲି ୧୮୬୫ ମସିହାରେ ନିଜର ଜନ୍ମଭୂମି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ।

ମୋ-୯୯୩୭୬୯୧୪୭୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri