ଏଇ ଭାରତରେ

ଜନସଂଖ୍ୟବହୁଳ ଭାରତରେ ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ମିଳୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରେ କ୍ୱାକ୍‌ମାନେ ଡାକ୍ତର ସାଜିଯାଉଛନ୍ତି। ତେଣୁ ଅନେକ ସମୟରେ ଅଘଟଣ ଘଟୁଛି। ତେବେ ହୋମିଓପ୍ୟାଥି ପାଠ ପଢ଼ି ଏଲୋପ୍ୟାଥି ଡାକ୍ତର ଭାବେ ନିଜକୁ ପରିଚୟ ଦେଇ ରୋଗୀସେବା କରୁଥିବା ବ୍ୟକ୍ତିଙ୍କ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ। ତାମିଲନାଡୁର କୋଭିଲପଟ୍ଟି ଅନ୍ତର୍ଗତ କାଦାଲାୟୁରଠାରେ ଆର୍‌. ଚିନ୍ନାଦୁରାଇ ଏଭଳି କାର୍ଯ୍ୟ କରୁଥିବା ଧରାପଡ଼ିବା ପରେ ତାଙ୍କୁ ପୋଲିସ ଗିରଫ କରିଛି। ସେ ୨୫ ବର୍ଷ ଧରି ଏଲୋପ୍ୟାଥିକ୍‌ ଔଷଧ ଦେଇଆସୁଥିଲେ। ସ୍ଥାନୀୟ ଅଞ୍ଚଳରୁ ଅଭିଯୋଗ ଆସିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଙ୍କ କ୍ଲିନିକ୍‌ ଯାଞ୍ଚ କରିଥିଲେ। ଚିନ୍ନାଦୁରାଇଙ୍କୁ ଏଲୋପ୍ୟାଥିକ୍‌ ସାର୍ଟିଫିକେଟ ଦେଖାଇବାକୁ କହିବାରୁ ସେ ତାହା ଦେବାରେ ବିଫଳ ହୋଇଥିଲେ। ଫଳରେ ବେଆଇନ ଭାବେ ଏଲୋପ୍ୟାଥିକ୍‌ କ୍ଲିନିକ୍‌ ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଆଜିର ଭାରତରେ ଜନସାଧାରଣ ଭଲ ଭାବେ ଯାଞ୍ଚ ନ କରି ଏଭଳି ଠକଙ୍କ ହାବୁଡ଼ରେ ପଡ଼ିଯାଉଥିବାରୁ ଅନେକ ସମୟରେ ଅଘଟଣ ଘଟିଚାଲିଛି। ସେଥିପ୍ରତି ସଚେତନା ସୃଷ୍ଟି ହେବା ଆବଶ୍ୟକ ହୋଇପଡ଼ିଲାଣି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri