ବ୍ରିକ୍ସରେ ଆତଙ୍କବାଦ

ଚାଇନାର ଜିଆମେନ୍‌ଠାରେ ୨୦୧୭, ସେପ୍ଟେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣଆଫ୍ରିକା) ରାଷ୍ଟ୍ର ସମୂହର ୯ମ ଶିଖର ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗ ମଧ୍ୟ ବ୍ରିକ୍ସ ଘୋଷଣାନାମାରେ ସ୍ଥାନ ପାଇଛି। ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ପାକିସ୍ତାନଭିତ୍ତିକ ଜୈଶ-ଇ-ମହମ୍ମଦ, ଲଶ୍କର-ଇ-ତୋଇବା ସମେତ କେତେକ ଆତଙ୍କବାଦୀ ସଂଗଠନର ତୀବ୍ର ନିନ୍ଦା କରାଯାଇଛି ।ଭାରତ ଏହାକୁ ତା’ର କୂଟନୈତିକ ବିଜୟ ବୋଲି କହୁଛି।  ପ୍ରକୃତରେ ଦେଖିବାକୁ ଗଲେ ଆତଙ୍କବାଦ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ବ୍ରିକ୍ସ ନେତାମାନେ ଏହି ଅନ୍ତର୍ଜାତୀୟ ଗୋଷ୍ଠୀର ମୂଳଙ୍‌ଲକ୍ଷ୍ୟଠାରୁ ଦୂରେଇ ଯାଇଛନ୍ତି ।ଅତୀତକୁ ଫେରି ଦେଖିଲେ ୨୦୦୯, ଜୁନ୍‌ ୧୬ରେ ରୁଷିଆର  ୟେକାତେରିନ୍‌ବର୍ଗଠାରେ ଅନୁଷ୍ଠିତ ଏକ ବୈଠକରେ ବ୍ରିକ୍‌ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା) ଜନ୍ମ ନେଇଥିଲା ।ଏହା ଥିଲା ଉକ୍ତ ରାଷ୍ଟ୍ର ଗୋଷ୍ଠୀର ପ୍ରଥମ ଆନୁଷ୍ଠାନିକ ସମ୍ମିଳନୀ ।ଏହି ବୈଠକରେ ଅନ୍ୟ ତିନିରାଷ୍ଟ୍ରର ନେତାଙ୍କ ସହ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗ ଦେଇଥିଲେ ।ବୈଠକରେ ମୁଖ୍ୟତଃ ବିଶ୍ୱ ଆର୍ଥିକ ପରିସ୍ଥିତି, ଅର୍ଥନୈତିକ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଏବଂ ଏହି ଚାରିରାଷ୍ଟ୍ର ମଧ୍ୟରେ ଭବିଷ୍ୟତରେ କିପରି ଉତ୍ତମ ସହଯୋଗ ସମ୍ଭବ ହେବ ସେନେଇ ଆଲୋଚନା କରାଯାଇଥିଲା ।ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ‘ବ୍ରିକ୍‌’ ଏକ ଅର୍ଥନୈତିକ ଫୋରମ୍‌ ।ପ୍ରଥମ ବ୍ରିକ୍‌ ସମ୍ମିଳନୀ ପରେ ଆନ୍ତର୍ଜାତିକ ସ୍ତରରେ କିପରି ଆମେରିକୀୟ ଡଲାରର ଆଧିପତ୍ୟକୁ ଭାଙ୍ଗି ଦିଆଯିବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।୨୦୧୦ରେ ବ୍ରିକ୍‌ ଗୋଷ୍ଠୀରେ ଦକ୍ଷିଣ ଆଫ୍ରିକାକୁ ସାମିଲ କରାଯାଇଥିଲା ।ଫଳରେ ଏହା ଏବେ ‘ବ୍ରିକ୍ସ’ ନାମରେ ପରିଚିତ ।୨୦୧୭ ବ୍ରିକ୍ସ ଶୀର୍ଷ  ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଆଲୋଚନା ସକାଶେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ବ୍ୟାକୁଳ ହେବାରୁ ତାହା ପ୍ରାଧାନ୍ୟ ପାଇଛି ।ବ୍ରିକ୍ସ ମଞ୍ଚ ଆତଙ୍କବାଦ ଆଲୋଚନାର ସ୍ଥାନ ନୁହେଁ ବୋଲି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ପ୍ରଥମରୁ କହିଥିଲେ ।୨୦୧୬ରେ ଗୋଆଠାରେ ଅନୁଷ୍ଠିତ ୮ମ ବ୍ରିକ୍ସ ସମ୍ମିଳନୀରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ତାହା ଚାଇନାର ବିରୋଧ କାରଣରୁ ଘୋଷଣାନାମାରେ ସ୍ଥାନ ପାଇ ନ ଥିଲା ।କୂଟନୈତିକ ମହଲର ବିଶ୍ୱାସ ଯେ, ଡୋକଲାମ୍‌ ସଙ୍କଟକୁ ନେଇ ଭାରତ ସହ ତିକ୍ତତା ବୃଦ୍ଧିପାଇଥିବାରୁ ଏହାକୁ  ଅଧିକ ଆଗକୁ ନ ବଢ଼ାଇବା ସକାଶେ ଚାଇନା ଏଥର ଆତଙ୍କବାଦ ପ୍ରସଙ୍ଗକୁ ବିରୋଧ କରିନାହିଁ ।ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରସଙ୍ଗ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସବୁ କ୍ଷେତ୍ରରେ ପାକିସ୍ତାନ ଓ ଆତଙ୍କବାଦ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆସୁଥିବା ଦେଖିବାକୁ ମିଳୁଛି ।ବିଶେଷକରି ବ୍ରିକ୍ସ ଭଳି ଏକ ଅର୍ଥନୈତିକ ଫୋରମ୍‌ରେ ମୂଳ ପ୍ରସଙ୍ଗରୁ ଦୂରେଇ ଯାଇ ଭାରତର ପ୍ରଧାନମନ୍ତ୍ରୀ ସନ୍ତ୍ରାସବାଦ ପ୍ରସଙ୍ଗ ଉଠାଇଥିଲେ ।ସମଗ୍ର ପୃଥିବୀରେ ଏବେ ଆତଙ୍କବାଦ ବିରୋଧରେ ଚାଲିଥିବା ଲଢ଼େଇ ଧିମେଇ ଯାଇଛି ।ତାହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଥିବା ମୁସଲମାନ ଦେଶଗୁଡ଼ିକରେ ହାଉଯାଉ ହେଉଥିବା ଅର୍ଥବଳ, ଏବେ ଅନ୍ତର୍ଜାତୀୟ ସ୍ତରରେ ପେଟ୍ରୋଲ ଦର କମିଥିବା ଯୋଗୁ ସେହି ଦେଶଗୁଡ଼ିକ ଦୁର୍ବଳ ହୋଇ ପଡ଼ୁଛନ୍ତି ।ଅର୍ଥାଭାବରୁ ବିଧିବଦ୍ଧ ସଂଗଠିତ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିପଡ଼ିଛି ।ମୋଦି କିନ୍ତୁ ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ଆତଙ୍କବାଦକୁ ପ୍ରସଙ୍ଗ କରି ଆସୁଥିବା ଦେଖିବାକୁ ମିଳୁଛି ।ସତେ ଯେମିତି ଭାରତରେ ଶିକ୍ଷା, ସ୍ବାସ୍ଥ୍ୟ,  ପାନୀୟ ଜଳ, ଅପପୁଷ୍ଟି, ଦାରିଦ୍ର୍ୟ, କୃଷିର ଅବନତି, ବେକାରି ଭଳି  ସମସ୍ୟା ଉଭେଇଯାଇଛି ।ବ୍ରିକ୍ସଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହିସବୁ ସମସ୍ୟାରୁ ମୁକ୍ତ ନୁହନ୍ତି ।ଏଗୁଡ଼ିକ ପରୋକ୍ଷରେ ଦେଶର ଅର୍ଥନୀତି ସହ ସମ୍ପୃକ୍ତ ।ମୋଦି ଏସବୁ ମୌଳିକ ସମସ୍ୟା ଉତ୍‌ଥାପନ କରିବା ପରିବର୍ତ୍ତେ କେବଳ ପାକିସ୍ତାନ ଓ ଆତଙ୍କବାଦ ପ୍ରସଙ୍ଗରେ ଜୋର ଦେଉଛନ୍ତି ।ବ୍ରିକ୍ସ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ ।ଏହି ଗୋଷ୍ଠୀଭୁକ୍ତ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ  ସୁଦୃଢ଼ ହୋଇପାରୁନାହିଁ ।ଏହାବ୍ୟତୀତ ଚାଇନା ଦ୍ୱାରା ସୃଷ୍ଟି କରାଯାଇଥିବା ଉବର ଚିନ୍ତାଧାରାରେ ସମ୍ପୃକ୍ତ ହୋଇଥିବା ରାଷ୍ଟ୍ରଗୁଡ଼ିକର ଗୋଷ୍ଠୀକୁ ବ୍ରିକ୍ସ ମାଧ୍ୟମରେ ସନ୍ତୁଳିତ କରାଯାଇ ପାରିଥାନ୍ତା ।ସଂକୀର୍ଣ୍ଣ ମୁସଲମାନ ବିରୋଧ ଆଭିମୁଖ୍ୟ ରଖିଥିବାରୁ ଆଜିର ସରକାର, ଅନ୍ତର୍ଜାତୀୟ ସ୍ତରରେ ଭାରତର ସ୍ବାର୍ଥକୁ ପ୍ରବଳ କ୍ଷତି ଘଟାଉଛି ।ବିତି ଯାଉଥିବା ସମୟ ଏବଂ ହାତଛଡ଼ା ହେଉଥିବା ସୁଯୋଗ ବାରମ୍ବାର ଫେରିଆସେ ନାହିଁ ।

ଚାଇନାର ଜିଆମେନ୍‌ଠାରେ ୨୦୧୭, ସେପ୍ଟେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣଆଫ୍ରିକା) ରାଷ୍ଟ୍ର ସମୂହର ୯ମ ଶିଖର ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗ ମଧ୍ୟ ବ୍ରିକ୍ସ ଘୋଷଣାନାମାରେ ସ୍ଥାନ ପାଇଛି। ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ପାକିସ୍ତାନଭିତ୍ତିକ ଜୈଶ-ଇ-ମହମ୍ମଦ, ଲଶ୍କର-ଇ-ତୋଇବା ସମେତ କେତେକ ଆତଙ୍କବାଦୀ ସଂଗଠନର ତୀବ୍ର ନିନ୍ଦା କରାଯାଇଛି ।ଭାରତ ଏହାକୁ ତା’ର କୂଟନୈତିକ ବିଜୟ ବୋଲି କହୁଛି।  ପ୍ରକୃତରେ ଦେଖିବାକୁ ଗଲେ ଆତଙ୍କବାଦ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ବ୍ରିକ୍ସ ନେତାମାନେ ଏହି ଅନ୍ତର୍ଜାତୀୟ ଗୋଷ୍ଠୀର ମୂଳଙ୍‌ଲକ୍ଷ୍ୟଠାରୁ ଦୂରେଇ ଯାଇଛନ୍ତି ।
ଅତୀତକୁ ଫେରି ଦେଖିଲେ ୨୦୦୯, ଜୁନ୍‌ ୧୬ରେ ରୁଷିଆର  ୟେକାତେରିନ୍‌ବର୍ଗଠାରେ ଅନୁଷ୍ଠିତ ଏକ ବୈଠକରେ ବ୍ରିକ୍‌ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା) ଜନ୍ମ ନେଇଥିଲା ।ଏହା ଥିଲା ଉକ୍ତ ରାଷ୍ଟ୍ର ଗୋଷ୍ଠୀର ପ୍ରଥମ ଆନୁଷ୍ଠାନିକ ସମ୍ମିଳନୀ ।ଏହି ବୈଠକରେ ଅନ୍ୟ ତିନିରାଷ୍ଟ୍ରର ନେତାଙ୍କ ସହ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗ ଦେଇଥିଲେ ।ବୈଠକରେ ମୁଖ୍ୟତଃ ବିଶ୍ୱ ଆର୍ଥିକ ପରିସ୍ଥିତି, ଅର୍ଥନୈତିକ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଏବଂ ଏହି ଚାରିରାଷ୍ଟ୍ର ମଧ୍ୟରେ ଭବିଷ୍ୟତରେ କିପରି ଉତ୍ତମ ସହଯୋଗ ସମ୍ଭବ ହେବ ସେନେଇ ଆଲୋଚନା କରାଯାଇଥିଲା ।ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ‘ବ୍ରିକ୍‌’ ଏକ ଅର୍ଥନୈତିକ ଫୋରମ୍‌ ।ପ୍ରଥମ ବ୍ରିକ୍‌ ସମ୍ମିଳନୀ ପରେ ଆନ୍ତର୍ଜାତିକ ସ୍ତରରେ କିପରି ଆମେରିକୀୟ ଡଲାରର ଆଧିପତ୍ୟକୁ ଭାଙ୍ଗି ଦିଆଯିବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।୨୦୧୦ରେ ବ୍ରିକ୍‌ ଗୋଷ୍ଠୀରେ ଦକ୍ଷିଣ ଆଫ୍ରିକାକୁ ସାମିଲ କରାଯାଇଥିଲା ।ଫଳରେ ଏହା ଏବେ ‘ବ୍ରିକ୍ସ’ ନାମରେ ପରିଚିତ ।
୨୦୧୭ ବ୍ରିକ୍ସ ଶୀର୍ଷ  ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଆଲୋଚନା ସକାଶେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ବ୍ୟାକୁଳ ହେବାରୁ ତାହା ପ୍ରାଧାନ୍ୟ ପାଇଛି ।ବ୍ରିକ୍ସ ମଞ୍ଚ ଆତଙ୍କବାଦ ଆଲୋଚନାର ସ୍ଥାନ ନୁହେଁ ବୋଲି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ପ୍ରଥମରୁ କହିଥିଲେ ।୨୦୧୬ରେ ଗୋଆଠାରେ ଅନୁଷ୍ଠିତ ୮ମ ବ୍ରିକ୍ସ ସମ୍ମିଳନୀରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ତାହା ଚାଇନାର ବିରୋଧ କାରଣରୁ ଘୋଷଣାନାମାରେ ସ୍ଥାନ ପାଇ ନ ଥିଲା ।କୂଟନୈତିକ ମହଲର ବିଶ୍ୱାସ ଯେ, ଡୋକଲାମ୍‌ ସଙ୍କଟକୁ ନେଇ ଭାରତ ସହ ତିକ୍ତତା ବୃଦ୍ଧିପାଇଥିବାରୁ ଏହାକୁ  ଅଧିକ ଆଗକୁ ନ ବଢ଼ାଇବା ସକାଶେ ଚାଇନା ଏଥର ଆତଙ୍କବାଦ ପ୍ରସଙ୍ଗକୁ ବିରୋଧ କରିନାହିଁ ।
ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରସଙ୍ଗ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସବୁ କ୍ଷେତ୍ରରେ ପାକିସ୍ତାନ ଓ ଆତଙ୍କବାଦ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆସୁଥିବା ଦେଖିବାକୁ ମିଳୁଛି ।ବିଶେଷକରି ବ୍ରିକ୍ସ ଭଳି ଏକ ଅର୍ଥନୈତିକ ଫୋରମ୍‌ରେ ମୂଳ ପ୍ରସଙ୍ଗରୁ ଦୂରେଇ ଯାଇ ଭାରତର ପ୍ରଧାନମନ୍ତ୍ରୀ ସନ୍ତ୍ରାସବାଦ ପ୍ରସଙ୍ଗ ଉଠାଇଥିଲେ ।ସମଗ୍ର ପୃଥିବୀରେ ଏବେ ଆତଙ୍କବାଦ ବିରୋଧରେ ଚାଲିଥିବା ଲଢ଼େଇ ଧିମେଇ ଯାଇଛି ।ତାହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଥିବା ମୁସଲମାନ ଦେଶଗୁଡ଼ିକରେ ହାଉଯାଉ ହେଉଥିବା ଅର୍ଥବଳ, ଏବେ ଅନ୍ତର୍ଜାତୀୟ ସ୍ତରରେ ପେଟ୍ରୋଲ ଦର କମିଥିବା ଯୋଗୁ ସେହି ଦେଶଗୁଡ଼ିକ ଦୁର୍ବଳ ହୋଇ ପଡ଼ୁଛନ୍ତି ।ଅର୍ଥାଭାବରୁ ବିଧିବଦ୍ଧ ସଂଗଠିତ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିପଡ଼ିଛି ।
ମୋଦି କିନ୍ତୁ ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ଆତଙ୍କବାଦକୁ ପ୍ରସଙ୍ଗ କରି ଆସୁଥିବା ଦେଖିବାକୁ ମିଳୁଛି ।ସତେ ଯେମିତି ଭାରତରେ ଶିକ୍ଷା, ସ୍ବାସ୍ଥ୍ୟ,  ପାନୀୟ ଜଳ, ଅପପୁଷ୍ଟି, ଦାରିଦ୍ର୍ୟ, କୃଷିର ଅବନତି, ବେକାରି ଭଳି  ସମସ୍ୟା ଉଭେଇଯାଇଛି ।ବ୍ରିକ୍ସଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏହିସବୁ ସମସ୍ୟାରୁ ମୁକ୍ତ ନୁହନ୍ତି ।ଏଗୁଡ଼ିକ ପରୋକ୍ଷରେ ଦେଶର ଅର୍ଥନୀତି ସହ ସମ୍ପୃକ୍ତ ।ମୋଦି ଏସବୁ ମୌଳିକ ସମସ୍ୟା ଉତ୍‌ଥାପନ କରିବା ପରିବର୍ତ୍ତେ କେବଳ ପାକିସ୍ତାନ ଓ ଆତଙ୍କବାଦ ପ୍ରସଙ୍ଗରେ ଜୋର ଦେଉଛନ୍ତି ।ବ୍ରିକ୍ସ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ ।ଏହି ଗୋଷ୍ଠୀଭୁକ୍ତ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ  ସୁଦୃଢ଼ ହୋଇପାରୁନାହିଁ ।ଏହାବ୍ୟତୀତ ଚାଇନା ଦ୍ୱାରା ସୃଷ୍ଟି କରାଯାଇଥିବା ଉବର ଚିନ୍ତାଧାରାରେ ସମ୍ପୃକ୍ତ ହୋଇଥିବା ରାଷ୍ଟ୍ରଗୁଡ଼ିକର ଗୋଷ୍ଠୀକୁ ବ୍ରିକ୍ସ ମାଧ୍ୟମରେ ସନ୍ତୁଳିତ କରାଯାଇ ପାରିଥାନ୍ତା ।ସଂକୀର୍ଣ୍ଣ ମୁସଲମାନ ବିରୋଧ ଆଭିମୁଖ୍ୟ ରଖିଥିବାରୁ ଆଜିର ସରକାର, ଅନ୍ତର୍ଜାତୀୟ ସ୍ତରରେ ଭାରତର ସ୍ବାର୍ଥକୁ ପ୍ରବଳ କ୍ଷତି ଘଟାଉଛି ।ବିତି ଯାଉଥିବା ସମୟ ଏବଂ ହାତଛଡ଼ା ହେଉଥିବା ସୁଯୋଗ ବାରମ୍ବାର ଫେରିଆସେ ନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri