ଶୂନରୁ ଅସୀମ

ଏହି ହେଉଛି ସେଇ ଭୂମି, ଯେଉଁଠୁ ଧର୍ମ ଓ ଦର୍ଶନ ତତ୍ତ୍ୱ ଉତ୍ପତ୍ତି ଲଭି ସମଗ୍ର ପୃଥିବୀକୁ ବ୍ୟାପିଛି। ବିଶ୍ୱ ବକ୍ଷରେ ଯଦି ଏପରି କୌଣସି ଦେଶ ଥାଏ ଯାହାକୁ ପୁଣ୍ୟର ପୀଠ, ମୋକ୍ଷର ମାଟି ନାମରେ ବିଶେଷିତ କରାଯାଇପାରେ, ତେବେ ତାହା ହିଁ ଏହି ଭବ୍ୟଭୂମି ଭାରତବର୍ଷ। ଜ୍ଞାନ, ବିଜ୍ଞାନ, ସାଂସ୍କୃତିକ ଓ ନୈତିକ ମୂଲ୍ୟବୋଧର ମହକରେ ସାରା ଜଗତକୁ ଦିନେ ମୋହିତ କରୁଥିଲା ଅତୁଲ୍ୟ ଏଇ ଆର୍ଯ୍ୟାବର୍ତ୍ତ। ଭାରତର ଜୀବନ-ଦର୍ଶନ ଆଜି ବି ବିପର୍ଯ୍ୟସ୍ତ ବିଶ୍ୱ ପାଇଁ ମହୌଷଧି। ଏହି କଥାକୁ ମୁକ୍ତକଣ୍ଠରେ ସ୍ବୀକାର କରନ୍ତି ବିଶ୍ୱର ବହୁ ବରେଣ୍ୟ ମହାମନୀଷୀ। ଏଠାରେ କେତେକ ଉଦାହରଣ ଦେବା ପ୍ରାସଙ୍ଗିକ ହେବ। ପର୍ଲ ଡ୍ୟୁସେନ୍‌ (ଜର୍ମାନ୍‌ ବିଦ୍ୱାନ୍‌)- ବିଜ୍ଞାନ ଓ ବୈଷୟିକ ଜ୍ଞାନ ବଳରେ ଆଧୁନିକ ମଣିଷ ଯେତେ ଅଗ୍ରଗତି କଲେ ମଧ୍ୟ ବେଦ, ଉପନିଷଦର ଜ୍ଞାନଠାରୁ ଊର୍ଦ୍ଧ୍ୱରେ ନୁହେଁ। କାରଣ ତାହା ଚିରନ୍ତନ ଓ ସତ୍ୟ ଉପରେ ଆଧାରିତ। ଜୀବନର ସମସ୍ତ ମୌଳିକ ସମସ୍ୟାର ସହଜ ସମାଧାନର ସରଳ ସୂତ୍ର ବେଦ, ଉପନିଷଦରେ ହିଁ ନିହିତ ଅଛି। ସେଇଥିପାଇଁ ମନେହୁଏ ଭାରତ ଏକ ଜୀବନ୍ତ ସତ୍ତା ଓ ଈଶ୍ୱରଙ୍କ ନିର୍ମିତ ଏକ ଭୂଖଣ୍ଡ। ହେନେରୀ ଡି. ଥୋରେ (ଆମେରିକୀୟ ଲେଖକ ଓ ଦାର୍ଶନିକ)- ପ୍ରତିଟି ପ୍ରଭାତରେ ମୁଁ ଯେବେ ଭଗବତ୍‌ ଗୀତାର ଜୀବନ-ଦର୍ଶନ ଭିତରେ ଅବଗାହନ କରେ, ସେତେବେଳେ ଅନୁଭବ କରେ ଯେ ବିଶ୍ୱର ସମସ୍ତ ଶାସ୍ତ୍ର ଓ ଜ୍ଞାନ ତା’ ତୁଳନାରେ ଅତୀବ ନଗଣ୍ୟ ଓ ତୁଚ୍ଛ। ଏହାକୁ ଅଧ୍ୟୟନ କଲାବେଳେ ଲାଗେ, ସତେ ଯେମିତି ମୁଁ ସ୍ବର୍ଗରାଜ୍ୟରେ ବିଚରଣ କରୁଛି। ଏହା ଏଭଳି ଏକ ଜ୍ଞାନର ଭଣ୍ଡାର ଯାହା ସବୁ ଯୁଗ, ଜାତି ଓ ଭୂଖଣ୍ଡ ପାଇଁ ଅତୀବ ଆବଶ୍ୟକ। ଆଲଫ୍ରେଡ଼୍‌ ହ୍ବାଇଟ୍‌ଲେଡ଼୍‌ (ବ୍ରିଟିଶ୍‌ ଦାର୍ଶନିକ ଓ ଗଣିତଜ୍ଞ)- ବେଦାନ୍ତ ହେଉଛି ଏପରି ଏକ ଅଧିତାତ୍ତ୍ୱିକ ସୈଦ୍ଧାନ୍ତିକ ମହତ୍ତ୍ୱ ରଖିଥିବା ଦର୍ଶନ ବା ଆଧ୍ୟାମତ୍ିକ ତତ୍ତ୍ୱ ମୀମାଂସା, ଯାହାକି ସବୁଠୁଁ ପ୍ରେରଣାଦାୟୀ। ଇ.ଏନ୍‌. ୱିଲ୍‌କସ୍‌ (ଆମେରିକାର ବିଶିଷ୍ଟ ନାରୀ କବି)- ବେଦର ଭୂମି ଭାରତର ଜୀବନଧାରଣର ମହନୀୟ ସୂତ୍ର କେବଳ ଅଧ୍ୟାମତ୍ ଓ ନୈତିକତା ଆଧାରିତ ନୁହେଁ, ବରଂ ବିଜ୍ଞାନସମ୍ମତ। ଏ.ଡି. ରିଂକର୍ଟ (ଫରାସୀ ବିଦ୍ୱାନ୍‌)- ହିନ୍ଦୁତ୍ୱ ଏକ ଜୀବନଶୈଳୀ, ଆଦର୍ଶ ଆଚାରସଂହିତା ଯେଉଁଠି ନର ନାରାୟଣରେ ପରିଣତ ହୋଇପାରେ। ସୃଷ୍ଟିଚକ୍ର ଶୂନ୍ୟରୁ ପୂର୍ଣ୍ଣ ବ୍ରହ୍ମାଣ୍ଡର ସୃଷ୍ଟି, ଯାହାକୁ ଗଣିତରେ ଶୂନରୁ ଅସୀମ କୁହାଯାଏ। ୱେର୍ଣ୍ଣର୍‌ ହେସେନ୍‌ବର୍ଗ (ବିଶିଷ୍ଟ ଜର୍ମାନ୍‌ ବିଜ୍ଞାନୀ, କ୍ୱାଣ୍ଟମ୍‌ ମେକାନିକ୍‌ସ ବିଶାରଦ)- ମୁଁ ଯେତେବେଳେ ଭାରତୀୟ ଦର୍ଶନ ଉପରେ ଅଧ୍ୟୟନ କଲି, ମୋତେ ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଲା ଯେ ସେଥିରେ ବିଜ୍ଞାନର ଗଭୀର ତତ୍ତ୍ୱ ଲୁକ୍କାୟିତ ଅଛି। କ୍ୱାଣ୍ଟମ୍‌ ଫିଜିକ୍‌ସ୍‌ ସମ୍ବନ୍ଧେ ସେଥିରେ ଯେଉଁ ଅବଧାରଣା ଦିଆଯାଇଛି ତାହା ମୋର ଜ୍ଞାନ ଓ ଗବେଷଣାକୁ ଆହୁରି ପ୍ରଶସ୍ତ କରିଥିଲା। ଡ. ଆର୍‌ନଲଡ଼୍‌ ଟଏନ୍‌ବି (ବ୍ରିଟିଶ ଐତିହାସିକ)- ଭାରତ ଏଭଳି ଏକ ଭାଗ୍ୟବାନ୍‌ ଭୂଖଣ୍ଡ, ଯେଉଁଠି ମାନବରୁ ଅତିମାନବ ହେବାର ଆଧ୍ୟାମତ୍ିକ ସୂତ୍ର ଉଜ୍ଜୀବିତ ଅଛି। ସମଗ୍ର ମାନବଜାତିକୁ ସତ୍ୟ ଓ ମୋକ୍ଷମାର୍ଗରେ ପରିଚାଳିତ କରିବାକୁ ଏହା ପ୍ରୋତ୍ସାହିତ କରିଥାଏ। ପରସ୍ପର ପ୍ରତି ସହଯୋଗିତା, ସହଭାଗିତା ଓ ସୁସମନ୍ବୟ ହିଁ ଭାରତୀୟ ପରିବାରର ବୈଶିଷ୍ଟ୍ୟ। ବାର୍ଟାଣ୍ଡ ରସେଲ (ନୋବେଲ ପୁରସ୍କାରପ୍ରାପ୍ତ ବ୍ରିଟିଶ ଦାର୍ଶନିକ ଓ ଗଣିତଜ୍ଞ)- ହିନ୍ଦୁତ୍ୱ ସମ୍ବନ୍ଧେ ମୁଁ ଅଧ୍ୟୟନ କରିଛି ଓ ମୋର ହୃଦ୍‌ବୋଧ ହୋଇଛି ଯେ ଏହା ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ କଲ୍ୟାଣକାରୀ। ଏପରି ସମୟ ଆସିବ ସମଗ୍ର ବିଶ୍ୱରେ ହିନ୍ଦୁମାନେ ହିଁ ଦିନେ ପ୍ରକୃତ ମାର୍ଗଦର୍ଶକ ଭାବେ ଉଭା ହେବେ। ହଷ୍ଟନ୍‌ ସ୍ମିଥ୍‌ (ଆମେରିକୀୟ ପ୍ରସିଦ୍ଧ ଲେଖକ ଓ ଚିନ୍ତାନାୟକ, ଯାହାଙ୍କ ରଚିତ The world’s Religions ପୁସ୍ତକଟିର ୩୦ଲକ୍ଷରୁ ଊର୍ଦ୍ଧ୍ୱ କପି ବିକ୍ରୟ ହୋଇ ବିଶ୍ୱ ରେକର୍ଡ଼ କରିଛି)- ଆମେ ଯେଉଁ ବିଶ୍ୱାସରେ ବନ୍ଧା ତା’ଠାରୁ କାହିଁ କେତେ ଗୁଣ ଉଚ୍ଚରେ ଅଛି ହିନ୍ଦୁତ୍ୱର ଭାବଧାରା। ଆମେ ଯଦି ଖୋଲା ହୃଦୟର ସହିତ ତାକୁ ଆପଣାଇ ନେବୁ, ତେବେ ଆମର ଲାଭ ହିଁ ଲାଭ। ଆଡ଼ଲ୍‌ଫ୍‌ ସିଲାଚେର୍‌ (ଆମେରିକାର ସୁପ୍ରସିଦ୍ଧ ଭୂତତ୍ତ୍ୱବିଦ୍‌)- ଏକ ନିୟୁତ ବର୍ଷର ଅତି ପ୍ରାଚୀନ ଜୀବାଶ୍ମ ଚୁରହଟ୍‌ ସହର (ମଧ୍ୟପ୍ରଦେଶ)ରେ ମିଳିବା ପ୍ରମାଣ କରୁଛି ଯେ ପ୍ରାଣୀଜଗତର ଉନ୍ମେଷ ନିଶ୍ଚିତ ଭାବେ ଭାରତରେ ହିଁ ହୋଇଥିଲା। ଆଲ୍‌ତସ୍‌ ହକ୍‌ସଲି (ବ୍ରିଟିଶ ଲେଖକ)- ସଂସ୍କୃତ ଶବ୍ଦ ତତ୍ତ୍ୱମସି (ତତ୍‌ ତ୍ୱଂ ଅସି)ରେ ନିହିତ ଜୀବନର ଶାଶ୍ୱତ ଦର୍ଶନ ଓ ସାରବତ୍ତା। ଆମତ୍ା ବା ବ୍ରହ୍ମ ହେଉଛି ସତ୍ୟ ଓ ଜଗତ୍‌ ହେଉଛି ମିଥ୍ୟା ବା ପରିବର୍ତ୍ତନଶୀଳ। ଆମତ୍ା ଅବିନଶ୍ୱର। ଏହିଭଳି ଅତୀବ ଚମତ୍କାର ଚିନ୍ତନ, ଦର୍ଶନ ଓ ସିଦ୍ଧାନ୍ତମାନ ଗୀତା ଓ ବେଦ ଆଦିରେ ଭରପୂର। ସାର୍‌ ଡବ୍ଲ୍ୟୁ. ହଣ୍ଟର୍‌ (ବ୍ରିଟିଶ୍‌ ଚିକିତ୍ସାବିଜ୍ଞାନୀ)- ପ୍ରାଚୀନ ଭାରତର ଶରୀରବିଜ୍ଞାନୀମାନେ ଚିକିତ୍ସା କ୍ଷେତ୍ରରେ ଅତ୍ୟନ୍ତ ସାହସିକ ଓ କୌଶଳପୂର୍ଣ୍ଣ ପଦ୍ଧତି ବ୍ୟବହାର କରୁଥିଲେ। ବିଶେଷକରି ପ୍ଲାଷ୍ଟିକ୍‌ ସର୍ଜରିରେ ସେମାନେ ଏମିତି ପାରଙ୍ଗମ ଥିଲେ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଯାହାକୁ ଆମେ ୟୁରୋପୀୟମାନେ ତାଙ୍କଠୁ ଧାରସୂତ୍ରରେ ଆଣି ଚିକିତ୍ସା କ୍ଷେତ୍ରରେ ଉପଯୋଗ କରୁଛୁ। ଲିଓ ଟଲଷ୍ଟୟ- ଦିନେ ଏମିତି ସମୟ ଆସିବ, ଯେବେ ସମଗ୍ର ବିଶ୍ୱକୁ ହିନ୍ଦୁତ୍ୱ ଓ ଭାରତ ହିଁ କବଳିତ କରି ରଖିବ। କାରଣ ଏହା ଅତ୍ୟନ୍ତ ପ୍ରଗତିଶୀଳ, ଉଦାରବାଦୀ ଓ ବ୍ୟାପକ ଜ୍ଞାନଗରିମାସମନ୍ବିତ। ଡ. କାର୍ଲ ସଗନ୍‌ (ବିଶ୍ୱପ୍ରସିଦ୍ଧ ସୃଷ୍ଟିତତ୍ତ୍ୱ ଓ ନଭବିଦ୍ୟା ବିଶାରଦ)- ହିନ୍ଦୁଧର୍ମ ହେଉଛି ଏକମାତ୍ର ଧର୍ମ, ଯାହା କି ପ୍ରାଣୀଙ୍କ ଜନ୍ମ ଓ ପୁନର୍ଜନ୍ମ ସମ୍ବନ୍ଧେ ଯଥାର୍ଥ ବ୍ୟାଖ୍ୟା କରିଥାଏ। କାହିଁ କେଉଁ ପ୍ରାଚୀନ କାଳରୁ ବିଜ୍ଞାନ ଆଧାରରେ କାଳଗଣନା ସମ୍ବନ୍ଧେ (ଅତିକ୍ଷୁଦ୍ରାତିକ୍ଷୁଦ୍ର ଏକକ ନିମିଷଠାରୁ ଅତିବୃହତ୍‌ କଳ୍ପ, ପଦ୍ମ, ପରାର୍ଦ୍ଧ ଆଦି କଳ୍ପନାତୀତ ଏକକ ପର୍ଯ୍ୟନ୍ତ) ଦୁନିଆକୁ ଅବଗତ କରାଇ ଆସିଛି ଭାରତବର୍ଷ। ବି. ଡାଭିଡ୍‌ ଯୋସେଫସନ୍‌ (ସର୍ବକନିଷ୍ଠ ନୋବେଲ ପୁରସ୍କାରପ୍ରାପ୍ତ ଶରୀରବିଜ୍ଞାନୀ)- The Vedanta and the Sankhya hold the key to the laws of mind and thought process which are corelated to the Quantum field, ie; the operation and distribution of particles at atomic and molecular levels. ଆଇନ୍‌ଷ୍ଟାଇନ୍‌- ମୁଁ ଯେବେ ଭଗବତ୍‌ ଗୀତା ଅଧ୍ୟୟନ କରେ ଏବଂ ଏ ସୃଷ୍ଟିସମ୍ବନ୍ଧେ ଭାବିବସେ, ସେତେବେଳେ ମୋତେ ଲାଗେ ସତେ ଯେମିତି ଏ ଦୁନିଆଟା ଅସାର। ହିନ୍ଦୁତ୍ୱ ମଧ୍ୟରେ ଏମିତି ସାମର୍ଥ୍ୟ ଅଛି, ଯାହାକି ସାରା ଦୁନିଆରେ ଶାନ୍ତିସ୍ଥାପନ କରିପାରିବ। ଏଚ୍‌. ଜି. ୱେଲ୍‌ସ (ବ୍ରିଟିଶ ଲେଖକ)- ହିନ୍ଦୁତ୍ୱର ଅସ୍ମିତା ଓ ଅସ୍ତିତ୍ୱ ପାଇଁ ଜଣାନାହିଁ ଏ ଜାତିକୁ କେତେ ଅତ୍ୟାଚାର ସହିବାକୁ ହେବ ଓ କେତେ ଲୋକଙ୍କ ଜୀବନ ମଧ୍ୟ ଏଥିରେ ବାଜି ଲାଗିବ। ତଥାପି ଏଭଳି ଏକ ସୁଦିନ ନିଶ୍ଚୟ ଆସିବ, ଯେଉଁଦିନ ହିନ୍ଦୁଜାତି ପୁଣି ଦମ୍ଭର ସହିତ ଛିଡ଼ା ହେବ ଏବଂ ସାରାଦୁନିଆ ତା’ପ୍ରତି ଆକର୍ଷିତ ହୋଇଉଠିବ। ଜର୍ଜ ବର୍ଣ୍ଣାଡ଼ ଶ- ଏପରି ସମୟ ଆସିବ, ଦିନେ ସାରାଦୁନିଆ ଭାରତକୁ ଆଦରି ବସିବ। ପାଶ୍ଚାତ୍ୟ ଜଗତ ହିନ୍ଦୁତ୍ୱ ପ୍ରତି ଅନୁରକ୍ତ ହେବ, ଯେଉଁମାନେ ଜଗତକୁ ଜାଣୁଥିବେ ଓ ବାସ୍ତବତାକୁ ହୃଦୟଙ୍ଗମ କରିପାରୁଥିବେ। ମାଇକେଲ ନଷ୍ଟର୍‌ ଡ୍ୟାମ୍‌ସ (ଫରାସୀ ଦାର୍ଶନିକ ଓ ପ୍ରସିିଦ୍ଧ ଭବିଷ୍ୟଦ୍‌ବକ୍ତା)- ହିନ୍ଦୁତ୍ୱ ହିଁ ଦିନେ ୟୁରୋପର ଶାସକବର୍ଗଙ୍କ ଧର୍ମ ବନିଯିବ ଏବଂ ୟୁରୋପର ପ୍ରମୁଖ ସଦରଗୁଡ଼ିକ ହିନ୍ଦୁତ୍ୱର ରାଜଧାନୀରେ ଅବଶ୍ୟ ପରିଣତ ହେବ। ଏହିଭଳି ବିଶ୍ୱର ବହୁ ବରେଣ୍ୟ ବିଦ୍ୱାନ୍‌ଙ୍କ ବନ୍ଦନରେ, ଅଭିନନ୍ଦନରେ ଅଭିନନ୍ଦିିତ ଆମ ଭାରତମାତା। ଲେଖିବସିଲେ ହେବ ବିରାଟ ପୋଥିଟିଏ। ତେଣୁ ହିନ୍ଦୁଧର୍ମରେ ପ୍ରଚଳିତ କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ନେଇ ଆମେ ହୀନମନ୍ୟତା ଅନୁଭବ କରିବା ଅନୁଚିତ। ବରଂ ସେହି କୁସଂସ୍କାରଗୁଡ଼ିକୁ ଦୂରେଇଦେଇ ଏହାର ବାସ୍ତବ ଦର୍ଶନକୁ ବୁଝିବା ଓ ଅନୁଭବ କରିବା ଆବଶ୍ୟକ। ନୀଳଗିରି, ବାଲେଶ୍ୱର, ମୋ:୯୪୩୭୪୩୬୦୭୩, Email : unbiswal05@gmail.com

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri