ଦେଶପ୍ରେମ ଦୀପ ଜାଳ

ଦିନେ ଶିବାଜୀ ଦେଖିଲେ ତାଙ୍କର ଗୁରୁ ରାମଦାସ ଏକ ଭିକ୍ଷାଥାଳ ଧରି ଭିକ୍ଷା ମାଗି ଚାଲିଛନ୍ତି। ରାଜାଙ୍କର ଗୁରୁ ଦ୍ୱାର ଦ୍ୱାର ବୁଲି ଭିକ୍ଷା କରିବେ- ଏ କଥାକୁ ସେ ସହଜରେ ଗ୍ରହଣ କରିପାରିଲେ ନାହିଁ। ତେଣୁ ସେ ବାଲାଜୀଙ୍କୁ ଡାକି ତାଙ୍କ ହାତରେ ଏକ କ୍ଷୁଦ୍ର ପତ୍ର ଲେଖି ପଠାଇଲେ। ବାଲାଜୀ ସେହି ପତ୍ରଟିକୁ ନେଇ ରାମଦାସଙ୍କ ପାଦତଳେ ରଖିଦେଇ ଜଣାଇଲେ- ମହାରାଜ ଶିବାଜୀ ତାଙ୍କର ଏ ରାଜ୍ୟକୁ ଉପହାର ସ୍ବରୂପ ଆପଣଙ୍କୁ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ରାମଦାସ ସ୍ମିତବଦନରେ ଏହାକୁ ସ୍ବୀକାର କଲେ। ପରଦିନ ସକାଳେ ସେ ଶିବାଜୀଙ୍କୁ ସାକ୍ଷାତ କରି କହିଲେ- ତୁମେ ମୋତେ ଯେଉଁ ଦାନ ଦେଇଛ ତାହା ମୁଁ ଗ୍ରହଣ କରିଛି। ଏବେ ମୁଁ ରାଜା। ତେଣୁ ମୁଁ ଆଜି ଯେଉଁ ଆଦେଶ ଦେଉଛି, ତାହା ପାଳନ କର। ଏତକ କହି ସେ ଶିବାଜୀଙ୍କ ହାତକୁ ଭିକ୍ଷାଥାଳ ବଢ଼ାଇଦେଇ ଘର ଘର ବୁଲି ଭିକ୍ଷା ମାଗିବାକୁ ନିର୍ଦ୍ଦେଶ ଦେଲେ। ଶିବାଜୀ ଭିକ୍ଷା କରିବା ଭିତରଦେଇ ଅନେକ କିଛି ଶିକ୍ଷା କଲେ।

ପ୍ରଜାମାନଙ୍କର ପ୍ରକୃତ ଅବସ୍ଥା ବୁଝିଲେ। ତାଭ୍କ ମନରୁ ରାଜାର ଅହଂକାର ଲୋପ ପାଇଗଲା। ପରେ ଗୁରୁ ତାଙ୍କୁ ପୁନଶ୍ଚ ରାଜ୍ୟଭାର ଦେଇ କହିଲେ- ତୁମେ ସବୁବେଳେ ମନେ ରଖିବ, ଏ ସିଂହାସନ ହେଉଛି ତୁମ ଗୁରୁ ରାମଦାସଙ୍କର, ତୁମେ ଜଣେ ସେବକ ମାତ୍ର। ତା’ପରେ ଶିବାଜୀ ଗୁରୁଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଜଣେ ସେବକ ଭାବରେ ହିଁ ଦେଶ ଶାସନ କରିଥିଲେ। ଏହି ଉପାଖ୍ୟାନର ପ୍ରାସଙ୍ଗିକତା ଆଜି କେବଳ ଶାସକଙ୍କ ପାଇଁ ନୁହେଁ ଆମ ସମସ୍ତଙ୍କ ପାଇଁ ରହିଛି। କାରଣ ଆଜି ନେତା ଓ ମନ୍ତ୍ରୀମାନେ ନିଜକୁ ସେବକ ନୁହେଁ, ବରଂ ସେବ୍ୟ ଓ ସର୍ବମୟ କର୍ତ୍ତା ବୋଲି ଭାବୁଛନ୍ତି। ଆଉ କିଛି ଦିନ ପରେ ଆମେ ସ୍ବାଧୀନତା ଦିବସ ପାଳିବାକୁ ଯାଉଛୁ। ଦେଶର ସ୍ବାଧୀନତା ପାଇଁ ପ୍ରାଣବଳି ଦେଇଥିବା ଦେଶପ୍ରେମୀଙ୍କ କଥା ସ୍ମରଣ କରୁଛୁ। ମାତ୍ର ଏ ଦେଶ ପାଇଁ ଯେଉଁ ଭକ୍ତି କିମ୍ବା ନିଷ୍ଠା ପ୍ରଦର୍ଶନ କରିବା କଥା ତାହା କରୁନାହୁଁ।

ଆମର ବ୍ୟକ୍ତିଗତ ସ୍ବାର୍ଥ ନିକଟରେ ସମୂହ ସ୍ବାର୍ଥ ତୁଚ୍ଛ ହୋଇଯାଇଛି। ତାହା ହୋଇ ନ ଥିଲେ ୩୭୦ ଧାରାର ଉଚ୍ଛେଦ କରାଗଲେ କଶ୍ମୀରରେ ଆଉ ତ୍ରିରଙ୍ଗା ଉଡ଼ିବନି ବୋଲି ଆଜି ଧମକ ମିଳୁ ନ ଥାନ୍ତା। ଦେଶର ସୁରକ୍ଷା ଏବଂ ଏକତାଠାରୁ ସେହି ଅଞ୍ଚଳର କିଛି ଲୋକଙ୍କର ସ୍ବାର୍ଥ ବଡ଼ ବୋଲି ଏହି ଧମକରୁ ସ୍ପଷ୍ଟ ସୂଚନା ମିଳୁଛି।

ଆଜି ସ୍ବାଧୀନତାର ୭୦ ବର୍ଷ ପରେ ଆମ ଦେଶ ଯେତିକି ପ୍ରଗତି କରିବା କଥା ସେତିକି କରିପାରି ନାହିଁ, ସେଥିପାଇଁ ଆମଠାରେ ଦେଶପ୍ରାଣତାର ଅଭାବ ହିଁ ମୁଖ୍ୟତଃ ଦାୟୀ। ୧୯୪୫ ମସିହାରେ ପରମାଣୁ ବୋମାରେ ଧ୍ୱସ୍ତବିଧ୍ୱସ୍ତ ଜାପାନ ବିଶ୍ୱରେ ଆଜି ପ୍ରତିଷ୍ଠିତ ଏବଂ ଶକ୍ତିଶାଳୀ ଦେଶ ଭାବରେ ଠିଆହୋଇ ପାରିଛି। ମାତ୍ର ବିଶ୍ୱରେ ଆମେ ସେମିତି କିଛି ପରିଚୟ ସୃଷ୍ଟି କରିପାରି ନାହୁଁ। ଆଜି ବିଶ୍ୱ ଯେତେବେଳେ ନୂତନ ଗ୍ରହ ସନ୍ଧାନରେ ବ୍ୟସ୍ତ ସେତେବେଳେ ଆମ ଦେଶରେ ପିଲାଙ୍କୁ ଚେଙ୍କ ଦିଆଯାଉଛି, ଡାଆଣୀ ସନ୍ଦେହରେ ନାରୀଙ୍କୁ ହତ୍ୟା କରାଯାଉଛି।

ଚୋରି, ରାହାଜାନି, ଲୁଣ୍ଠନ ରୋକିବା ପାଇଁ ସରକାରଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ୧୯୬୨ ମସିହାରେ ଚାଇନା ଭାରତକୁ ପରାଜିତ କରି ନିଜର ସୀମା ବୃଦ୍ଧି କରିଥିଲା। ଆଜି ପୁଣି ଡୋକଲାମ୍‌କୁ ନେଇ ଆମକୁ ନାଲିଆଖି ଦେଖାଉଛି। ଆଜି ଚାଇନା ଆର୍ଥିକ କ୍ଷେତ୍ରରେ ଯେତିକି ଶକ୍ତିଶାଳୀ ହୋଇଛି ସେଥିରେ ଭାରତର ବାଣିଜି୍ୟକ କେନ୍ଦ୍ର ତାକୁ ଅନେକାଂଶରେ ଖୋରାକ ଯୋଗାଇଛି। ଭାରତର ଏମିତି ଏକ ବଜାର ନାହିଁ ଯେଉଁଠି ଚାଇନା ଜିନିଷ ବିକ୍ରି ହେଉନାହିଁ। କଣ୍ଢେଇଟିଏ ହେଉ କି କମ୍ପ୍ୟୁଟର ଉପକରଣ ସବୁ ହେଉଛି ଚାଇନାର ସୃଷ୍ଟି। ଏ ଦ୍ରବ୍ୟର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ନ ଦେଇ ଏଗୁଡ଼ିକ ସୁନ୍ଦର, ଶସ୍ତା ଏବଂ ସହଜରେ ମିଳୁଥିବାରୁ ଲୋକମାନେ ଏହାକୁ ଗ୍ରହଣ କରିନେଉଛନ୍ତି।

ମନେପଡ଼େ ଚାଇନାର ମାର୍କ୍ସବାଦୀ ନେତା ମାଓ ସେ’ ତୁଙ୍ଗଙ୍କ କଥା। ସେ ଏକଦା କହିଥିଲେ, ଚାଇନା ହେଉଛି ସ୍ବୟଂସମ୍ପନ୍ନ ରାଷ୍ଟ୍ର। ସେ କୌଣସି ବାହ୍ୟ ରାଷ୍ଟ୍ର ଉପରେ ନିର୍ଭର ନ କରି ଚଳିପାରିବ। ତାଙ୍କ କଥା ପାଳନ କରି ଚାଇନାବାସୀ ଘରେ ଘରେ କୁଟିରଶିଳ୍ପରେ ଲାଗିଛନ୍ତି। ତେଣୁ ତାଙ୍କ ଉପତ୍ାଦିତ ଦ୍ରବ୍ୟଗୁଡ଼ିକ ଶସ୍ତାରେ ଉପଲବ୍ଧ। କିନ୍ତୁ ଆମ ଦେଶର ଅଧିକାଂଶ ଯୁବଗୋଷ୍ଠୀ ଆମତ୍ନିର୍ଭରଶୀଳ ହୋଇ ପାରନ୍ତିନାହିଁ। ‘ମୁଁ ବେକାର’ ଏହି ଘୋଷା ତାଙ୍କୁ ସତେଯେମିତି ଅଥର୍ବ କରିଦେଇଛି। ସ୍ବାଧୀନ ହୋଇ କିଛି କରିବାର ମାନସିକତା ଆମ ନିକଟରେ ପ୍ରାୟ ନାହିଁ। ଅନ୍ୟ ଦୋକାନରେ ଗାଳିମାଡ଼ ସହି ସ୍ବଳ୍ପ ବେତନରେ ଖଟିବାକୁ ଅନେକ ଯୁବଗୋଷ୍ଠୀ ପସନ୍ଦ କରନ୍ତି, ମାତ୍ର ନିଜ ବାଡ଼ି ଘରେ ଫଳ, ପନିପରିବା ଚାଷକରି ବିକିବା କିମ୍ବା ନିଜେ ଗୋଟିଏ ଛୋଟକାଟ ଦୋକାନ କରି ଗୁଜୁରାଣ ମେଣ୍ଟାଇବାକୁ ପସନ୍ଦ କରନ୍ତି ନାହିଁ। ପରାଧୀନତା ସତେଯେମିତି ତାଙ୍କୁ କାବୁ କରିଦେଇଛି। ପରାଧୀନ ମନ ଓ ବିବେକ ସର୍ବଦା ଦୁର୍ବଳ ଏବଂ ଅସହାୟ। 

ଆଜି ଦେଶସାରା ଏକପ୍ରକାର ଗୁଞ୍ଜରଣ ସୃଷ୍ଟି ହୋଇଛି- ଚାଇନା ଦ୍ରବ୍ୟ ବର୍ଜନ। ଖୁସିର କଥା, ଆମ ଦେଶର ଲୋକମାନେ ବୁଝିଲେଣି ଯେ ଆମକୁ ଶସ୍ତା କ୍ଷଣସ୍ଥାୟୀ ଦ୍ରବ୍ୟ ବିକି ଚାଇନା ଲାଭବାନ୍‌ ହେଉଛି ଏବଂ ଆମର ସାର୍ବଭୌମତ୍ୱ କ୍ଷୁଣ୍ଣ କରିବା ପାଇଁ ସେହି ଅର୍ଥକୁ ବିନିଯୋଗ କରୁଛି। ତେଣୁ ଚାଇନା ଦ୍ରବ୍ୟ ବର୍ଜନ କରିବା ସହିତ ଆମ ଦେଶରେ କିପରି ସେହି ଦ୍ରବ୍ୟଗୁଡ଼ିକ ଉପତ୍ାଦିତ ହୋଇପାରିବ ତାହା ମଧ୍ୟ ବିଚାର କରିବା ଉଚିତ।ଦେଶ ଯେତେବେଳେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଛି ସେତେବେଳେ ଯୁବଶକ୍ତି ହିଁ ତା’ର ମୁକାବିଲା କରିଛି।

ତେଣୁ ଭାରତର ଯୁବଶକ୍ତି ଦେଶର କର୍ଣ୍ଣଧାର ସାଜିବାର ସମୟ ଆଜି ଉପଗତ। ଏଥିପାଇଁ ସେମାନଙ୍କୁ ତିନୋଟି ‘ସ୍ବା’କୁ ଆପଣେଇବାକୁ ପଡ଼ିବ- ସ୍ବାବଲମ୍ବୀ, ସ୍ବାଭିମାନୀ ଏବଂ ସ୍ବାଧୀନଚେତା।କେବଳ ସାଧାରଣତନ୍ତ୍ର ଦିବସ ବା ସ୍ବାଧୀନତା ଦିବସ ପାଳନ ଦ୍ୱାରା ଦେଶର ପ୍ରଗତି ହେବନାହିଁ। ପ୍ରଗତି ହେବ ସେହିଦିନ, ଯେଉଁଦିନ ପ୍ରତ୍ୟେକ ସୂର୍ଯ୍ୟୋଦୟକୁ ସ୍ବାଧୀନତାର ଜାଗରଣ ବୋଲି ପ୍ରତ୍ୟେକଟି ଭାରତୀୟ ଅନୁଭବ କରିପାରିବେ। ସେଥିପାଇଁ ଅନ୍ୟମାନଙ୍କର ଭୂମିକା ଯାହା ଥାଉନା କାହିଁକି ଭାରତର ଯୁବଗୋଷ୍ଠୀକୁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ହେବ। ଦେଶ ଥିଲେ ସମସ୍ୟା ରହିବ, କିନ୍ତୁ ସେହି ସମସ୍ୟାକୁ ସାମ୍ନା କରି ଆଗକୁ ଯିବାର ଅର୍ଥ ହେଉଛି ବୀରତ୍ୱ। ଏହି ବୀରତ୍ୱ ସେତେବେଳେ ଆସେ ଯେତେବେଳେ ମନର ସ୍ବାର୍ଥପରତା ଲୋପପାଏ ଏବଂ ହୃଦୟରେ ଦେଶପ୍ରେମର ପ୍ରଦୀପଟିଏ ଜଳିଉଠେ।

ଗୁରୁ ରାମଦାସ ଶିବାଜୀଙ୍କୁ ସେହି ଶିକ୍ଷା ଦେଇଥିଲେ। ସେବ୍ୟ ହେବା ଅପେକ୍ଷା ଭଲ ସେବକଟିଏ ହେବା ଭିତରେ ହିଁ ଲୁଚି ରହିଥାଏ ପ୍ରକୃତ ଦେଶପ୍ରେମ- ଏ କଥା ଭାରତବାସୀ ଅନୁଭବ କରିବା ଉଚିତ। ଆଜି ପ୍ରତ୍ୟେକଙ୍କ ହୃଦୟରେ ସେହି ଦେଶପ୍ରେମ ପ୍ରଦୀପ ପ୍ରଜ୍ୱଳିତ ହୋଇ ଦେଶର ସାର୍ବଭୌମତ୍ୱକୁ ରକ୍ଷାକରୁ, ଏତିକି କାମନା।

ଡ. ନରହରି ବେହେରା,ବାସୁଦେବବାସ୍ୟମ୍‌, ଜଗନ୍ନାଥ ବିହାର, ବାଇପାସ, ଭଦ୍ରକ, ମୋ-୯୪୩୮୪୬୫୪୭୮

ଦିନେ ଶିବାଜୀ ଦେଖିଲେ ତାଙ୍କର ଗୁରୁ ରାମଦାସ ଏକ ଭିକ୍ଷାଥାଳ ଧରି ଭିକ୍ଷା ମାଗି ଚାଲିଛନ୍ତି। ରାଜାଙ୍କର ଗୁରୁ ଦ୍ୱାର ଦ୍ୱାର ବୁଲି ଭିକ୍ଷା କରିବେ- ଏ କଥାକୁ ସେ ସହଜରେ ଗ୍ରହଣ କରିପାରିଲେ ନାହିଁ। ତେଣୁ ସେ ବାଲାଜୀଙ୍କୁ ଡାକି ତାଙ୍କ ହାତରେ ଏକ କ୍ଷୁଦ୍ର ପତ୍ର ଲେଖି ପଠାଇଲେ। ବାଲାଜୀ ସେହି ପତ୍ରଟିକୁ ନେଇ ରାମଦାସଙ୍କ ପାଦତଳେ ରଖିଦେଇ ଜଣାଇଲେ- ମହାରାଜ ଶିବାଜୀ ତାଙ୍କର ଏ ରାଜ୍ୟକୁ ଉପହାର ସ୍ବରୂପ ଆପଣଙ୍କୁ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ରାମଦାସ ସ୍ମିତବଦନରେ ଏହାକୁ ସ୍ବୀକାର କଲେ। ପରଦିନ ସକାଳେ ସେ ଶିବାଜୀଙ୍କୁ ସାକ୍ଷାତ କରି କହିଲେ- ତୁମେ ମୋତେ ଯେଉଁ ଦାନ ଦେଇଛ ତାହା ମୁଁ ଗ୍ରହଣ କରିଛି। ଏବେ ମୁଁ ରାଜା। ତେଣୁ ମୁଁ ଆଜି ଯେଉଁ ଆଦେଶ ଦେଉଛି, ତାହା ପାଳନ କର। ଏତକ କହି ସେ ଶିବାଜୀଙ୍କ ହାତକୁ ଭିକ୍ଷାଥାଳ ବଢ଼ାଇଦେଇ ଘର ଘର ବୁଲି ଭିକ୍ଷା ମାଗିବାକୁ ନିର୍ଦ୍ଦେଶ ଦେଲେ। ଶିବାଜୀ ଭିକ୍ଷା କରିବା ଭିତରଦେଇ ଅନେକ କିଛି ଶିକ୍ଷା କଲେ। ପ୍ରଜାମାନଙ୍କର ପ୍ରକୃତ ଅବସ୍ଥା ବୁଝିଲେ। ତାଭ୍କ ମନରୁ ରାଜାର ଅହଂକାର ଲୋପ ପାଇଗଲା। ପରେ ଗୁରୁ ତାଙ୍କୁ ପୁନଶ୍ଚ ରାଜ୍ୟଭାର ଦେଇ କହିଲେ- ତୁମେ ସବୁବେଳେ ମନେ ରଖିବ, ଏ ସିଂହାସନ ହେଉଛି ତୁମ ଗୁରୁ ରାମଦାସଙ୍କର, ତୁମେ ଜଣେ ସେବକ ମାତ୍ର। ତା’ପରେ ଶିବାଜୀ ଗୁରୁଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଜଣେ ସେବକ ଭାବରେ ହିଁ ଦେଶ ଶାସନ କରିଥିଲେ। ଏହି ଉପାଖ୍ୟାନର ପ୍ରାସଙ୍ଗିକତା ଆଜି କେବଳ ଶାସକଙ୍କ ପାଇଁ ନୁହେଁ ଆମ ସମସ୍ତଙ୍କ ପାଇଁ ରହିଛି। କାରଣ ଆଜି ନେତା ଓ ମନ୍ତ୍ରୀମାନେ ନିଜକୁ ସେବକ ନୁହେଁ, ବରଂ ସେବ୍ୟ ଓ ସର୍ବମୟ କର୍ତ୍ତା ବୋଲି ଭାବୁଛନ୍ତି। 
ଆଉ କିଛି ଦିନ ପରେ ଆମେ ସ୍ବାଧୀନତା ଦିବସ ପାଳିବାକୁ ଯାଉଛୁ। ଦେଶର ସ୍ବାଧୀନତା ପାଇଁ ପ୍ରାଣବଳି ଦେଇଥିବା ଦେଶପ୍ରେମୀଙ୍କ କଥା ସ୍ମରଣ କରୁଛୁ। ମାତ୍ର ଏ ଦେଶ ପାଇଁ ଯେଉଁ ଭକ୍ତି କିମ୍ବା ନିଷ୍ଠା ପ୍ରଦର୍ଶନ କରିବା କଥା ତାହା କରୁନାହୁଁ। ଆମର ବ୍ୟକ୍ତିଗତ ସ୍ବାର୍ଥ ନିକଟରେ ସମୂହ ସ୍ବାର୍ଥ ତୁଚ୍ଛ ହୋଇଯାଇଛି। ତାହା ହୋଇ ନ ଥିଲେ ୩୭୦ ଧାରାର ଉଚ୍ଛେଦ କରାଗଲେ କଶ୍ମୀରରେ ଆଉ ତ୍ରିରଙ୍ଗା ଉଡ଼ିବନି ବୋଲି ଆଜି ଧମକ ମିଳୁ ନ ଥାନ୍ତା। ଦେଶର ସୁରକ୍ଷା ଏବଂ ଏକତାଠାରୁ ସେହି ଅଞ୍ଚଳର କିଛି ଲୋକଙ୍କର ସ୍ବାର୍ଥ ବଡ଼ ବୋଲି ଏହି ଧମକରୁ ସ୍ପଷ୍ଟ ସୂଚନା ମିଳୁଛି। ଆଜି ସ୍ବାଧୀନତାର ୭୦ ବର୍ଷ ପରେ ଆମ ଦେଶ ଯେତିକି ପ୍ରଗତି କରିବା କଥା ସେତିକି କରିପାରି ନାହିଁ, ସେଥିପାଇଁ ଆମଠାରେ ଦେଶପ୍ରାଣତାର ଅଭାବ ହିଁ ମୁଖ୍ୟତଃ ଦାୟୀ। ୧୯୪୫ ମସିହାରେ ପରମାଣୁ ବୋମାରେ ଧ୍ୱସ୍ତବିଧ୍ୱସ୍ତ ଜାପାନ ବିଶ୍ୱରେ ଆଜି ପ୍ରତିଷ୍ଠିତ ଏବଂ ଶକ୍ତିଶାଳୀ ଦେଶ ଭାବରେ ଠିଆହୋଇ ପାରିଛି। ମାତ୍ର ବିଶ୍ୱରେ ଆମେ ସେମିତି କିଛି ପରିଚୟ ସୃଷ୍ଟି କରିପାରି ନାହୁଁ। ଆଜି ବିଶ୍ୱ ଯେତେବେଳେ ନୂତନ ଗ୍ରହ ସନ୍ଧାନରେ ବ୍ୟସ୍ତ ସେତେବେଳେ ଆମ ଦେଶରେ ପିଲାଙ୍କୁ ଚେଙ୍କ ଦିଆଯାଉଛି, ଡାଆଣୀ ସନ୍ଦେହରେ ନାରୀଙ୍କୁ ହତ୍ୟା କରାଯାଉଛି। ଚୋରି, ରାହାଜାନି, ଲୁଣ୍ଠନ ରୋକିବା ପାଇଁ ସରକାରଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। 

୧୯୬୨ ମସିହାରେ ଚାଇନା ଭାରତକୁ ପରାଜିତ କରି ନିଜର ସୀମା ବୃଦ୍ଧି କରିଥିଲା। ଆଜି ପୁଣି ଡୋକଲାମ୍‌କୁ ନେଇ ଆମକୁ ନାଲିଆଖି ଦେଖାଉଛି। ଆଜି ଚାଇନା ଆର୍ଥିକ କ୍ଷେତ୍ରରେ ଯେତିକି ଶକ୍ତିଶାଳୀ ହୋଇଛି ସେଥିରେ ଭାରତର ବାଣିଜି୍ୟକ କେନ୍ଦ୍ର ତାକୁ ଅନେକାଂଶରେ ଖୋରାକ ଯୋଗାଇଛି। ଭାରତର ଏମିତି ଏକ ବଜାର ନାହିଁ ଯେଉଁଠି ଚାଇନା ଜିନିଷ ବିକ୍ରି ହେଉନାହିଁ। କଣ୍ଢେଇଟିଏ ହେଉ କି କମ୍ପ୍ୟୁଟର ଉପକରଣ ସବୁ ହେଉଛି ଚାଇନାର ସୃଷ୍ଟି। ଏ ଦ୍ରବ୍ୟର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ନ ଦେଇ ଏଗୁଡ଼ିକ ସୁନ୍ଦର, ଶସ୍ତା ଏବଂ ସହଜରେ ମିଳୁଥିବାରୁ ଲୋକମାନେ ଏହାକୁ ଗ୍ରହଣ କରିନେଉଛନ୍ତି। ମନେପଡ଼େ ଚାଇନାର ମାର୍କ୍ସବାଦୀ ନେତା ମାଓ ସେ’ ତୁଙ୍ଗଙ୍କ କଥା। ସେ ଏକଦା କହିଥିଲେ, ଚାଇନା ହେଉଛି ସ୍ବୟଂସମ୍ପନ୍ନ ରାଷ୍ଟ୍ର। ସେ କୌଣସି ବାହ୍ୟ ରାଷ୍ଟ୍ର ଉପରେ ନିର୍ଭର ନ କରି ଚଳିପାରିବ। ତାଙ୍କ କଥା ପାଳନ କରି ଚାଇନାବାସୀ ଘରେ ଘରେ କୁଟିରଶିଳ୍ପରେ ଲାଗିଛନ୍ତି। ତେଣୁ ତାଙ୍କ ଉପତ୍ାଦିତ ଦ୍ରବ୍ୟଗୁଡ଼ିକ ଶସ୍ତାରେ ଉପଲବ୍ଧ। କିନ୍ତୁ ଆମ ଦେଶର ଅଧିକାଂଶ ଯୁବଗୋଷ୍ଠୀ ଆମତ୍ନିର୍ଭରଶୀଳ ହୋଇ ପାରନ୍ତିନାହିଁ। ‘ମୁଁ ବେକାର’ ଏହି ଘୋଷା ତାଙ୍କୁ ସତେଯେମିତି ଅଥର୍ବ କରିଦେଇଛି। ସ୍ବାଧୀନ ହୋଇ କିଛି କରିବାର ମାନସିକତା ଆମ ନିକଟରେ ପ୍ରାୟ ନାହିଁ। ଅନ୍ୟ ଦୋକାନରେ ଗାଳିମାଡ଼ ସହି ସ୍ବଳ୍ପ ବେତନରେ ଖଟିବାକୁ ଅନେକ ଯୁବଗୋଷ୍ଠୀ ପସନ୍ଦ କରନ୍ତି, ମାତ୍ର ନିଜ ବାଡ଼ି ଘରେ ଫଳ, ପନିପରିବା ଚାଷକରି ବିକିବା କିମ୍ବା ନିଜେ ଗୋଟିଏ ଛୋଟକାଟ ଦୋକାନ କରି ଗୁଜୁରାଣ ମେଣ୍ଟାଇବାକୁ ପସନ୍ଦ କରନ୍ତି ନାହିଁ। ପରାଧୀନତା ସତେଯେମିତି ତାଙ୍କୁ କାବୁ କରିଦେଇଛି। ପରାଧୀନ ମନ ଓ ବିବେକ ସର୍ବଦା ଦୁର୍ବଳ ଏବଂ ଅସହାୟ। 

ଆଜି ଦେଶସାରା ଏକପ୍ରକାର ଗୁଞ୍ଜରଣ ସୃଷ୍ଟି ହୋଇଛି- ଚାଇନା ଦ୍ରବ୍ୟ ବର୍ଜନ। ଖୁସିର କଥା, ଆମ ଦେଶର ଲୋକମାନେ ବୁଝିଲେଣି ଯେ ଆମକୁ ଶସ୍ତା କ୍ଷଣସ୍ଥାୟୀ ଦ୍ରବ୍ୟ ବିକି ଚାଇନା ଲାଭବାନ୍‌ ହେଉଛି ଏବଂ ଆମର ସାର୍ବଭୌମତ୍ୱ କ୍ଷୁଣ୍ଣ କରିବା ପାଇଁ ସେହି ଅର୍ଥକୁ ବିନିଯୋଗ କରୁଛି। ତେଣୁ ଚାଇନା ଦ୍ରବ୍ୟ ବର୍ଜନ କରିବା ସହିତ ଆମ ଦେଶରେ କିପରି ସେହି ଦ୍ରବ୍ୟଗୁଡ଼ିକ ଉପତ୍ାଦିତ ହୋଇପାରିବ ତାହା ମଧ୍ୟ ବିଚାର କରିବା ଉଚିତ।

ଦେଶ ଯେତେବେଳେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରିଛି ସେତେବେଳେ ଯୁବଶକ୍ତି ହିଁ ତା’ର ମୁକାବିଲା କରିଛି। ତେଣୁ ଭାରତର ଯୁବଶକ୍ତି ଦେଶର କର୍ଣ୍ଣଧାର ସାଜିବାର ସମୟ ଆଜି ଉପଗତ। ଏଥିପାଇଁ ସେମାନଙ୍କୁ ତିନୋଟି ‘ସ୍ବା’କୁ ଆପଣେଇବାକୁ ପଡ଼ିବ- ସ୍ବାବଲମ୍ବୀ, ସ୍ବାଭିମାନୀ ଏବଂ ସ୍ବାଧୀନଚେତା।

କେବଳ ସାଧାରଣତନ୍ତ୍ର ଦିବସ ବା ସ୍ବାଧୀନତା ଦିବସ ପାଳନ ଦ୍ୱାରା ଦେଶର ପ୍ରଗତି ହେବନାହିଁ। ପ୍ରଗତି ହେବ ସେହିଦିନ, ଯେଉଁଦିନ ପ୍ରତ୍ୟେକ ସୂର୍ଯ୍ୟୋଦୟକୁ ସ୍ବାଧୀନତାର ଜାଗରଣ ବୋଲି ପ୍ରତ୍ୟେକଟି ଭାରତୀୟ ଅନୁଭବ କରିପାରିବେ। ସେଥିପାଇଁ ଅନ୍ୟମାନଙ୍କର ଭୂମିକା ଯାହା ଥାଉନା କାହିଁକି ଭାରତର ଯୁବଗୋଷ୍ଠୀକୁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ହେବ। ଦେଶ ଥିଲେ ସମସ୍ୟା ରହିବ, କିନ୍ତୁ ସେହି ସମସ୍ୟାକୁ ସାମ୍ନା କରି ଆଗକୁ ଯିବାର ଅର୍ଥ ହେଉଛି ବୀରତ୍ୱ। ଏହି ବୀରତ୍ୱ ସେତେବେଳେ ଆସେ ଯେତେବେଳେ ମନର ସ୍ବାର୍ଥପରତା ଲୋପପାଏ ଏବଂ ହୃଦୟରେ ଦେଶପ୍ରେମର ପ୍ରଦୀପଟିଏ ଜଳିଉଠେ। ଗୁରୁ ରାମଦାସ ଶିବାଜୀଙ୍କୁ ସେହି ଶିକ୍ଷା ଦେଇଥିଲେ। ସେବ୍ୟ ହେବା ଅପେକ୍ଷା ଭଲ ସେବକଟିଏ ହେବା ଭିତରେ ହିଁ ଲୁଚି ରହିଥାଏ ପ୍ରକୃତ ଦେଶପ୍ରେମ- ଏ କଥା ଭାରତବାସୀ ଅନୁଭବ କରିବା ଉଚିତ। ଆଜି ପ୍ରତ୍ୟେକଙ୍କ ହୃଦୟରେ ସେହି ଦେଶପ୍ରେମ ପ୍ରଦୀପ ପ୍ରଜ୍ୱଳିତ ହୋଇ ଦେଶର ସାର୍ବଭୌମତ୍ୱକୁ ରକ୍ଷାକରୁ, ଏତିକି କାମନା।

ବାସୁଦେବବାସ୍ୟମ୍‌, ଜଗନ୍ନାଥ ବିହାର, ବାଇପାସ, ଭଦ୍ରକ, ମୋ-୯୪୩୮୪୬୫୪୭୮


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri