ବିଶ୍ୱବିକାଶର ଚାବିକାଠି

ମୁଠାଏ ମାଟି ତିଆରି କରିବାର କ୍ଷମତା ମଣିଷର ନାହିଁ, ମାତ୍ର ଆଶ୍ଚର୍ଯ୍ୟର କଥା ଯେ ସେଇ ମଣିଷ କହୁଛି ପୃଥିବୀକୁ ଧ୍ୱଂସ କରିଦେବ। ଅଣୁଅସ୍ତ୍ର ମାଧ୍ୟମରେ ଜୀବଜଗତ ଓ ଜଡଜଗତକୁ ଧ୍ୱଂସ କରିଦେବାର ଆସ୍ପର୍ଦ୍ଧା କରୁଛି। ଦୁଷ୍ଟ ମଣିଷର କାର୍ଯ୍ୟଧାରାରେ ଆଜି ଉଭୟ ସ୍ଥାବର ଓ ଜଙ୍ଗମ ଭୟଭୀତ। ସେ ସବୁ କିଛିକୁ ଭାଙ୍ଗିଦେବାକୁ ଚାହୁଁଛି, ଭାଙ୍ଗି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେବାକୁ ଚାହୁଁଛି। କିଛିକୁ ଗଢିଦେବାକୁ ଚାହୁଁନାହିଁ। ଭାଙ୍ଗିଦେବାକୁ ବୀରତ୍ବର କାର୍ଯ୍ୟ ବୋଲି ବିଚାର କରୁଛି। ମତାନ୍ତର ଓ ମନାନ୍ତରକୁ କଥାରେ ତୁଟାଇବାକୁ ଇଚ୍ଛା କରୁନାହିଁ, ଚେଷ୍ଟା କରିବା ତ ଦୂରର କଥା। ସମସ୍ୟାକୁ ଛୁରି, ଖଣ୍ଡା ଓ ଗୁଳିଗୋଳା ଦ୍ବାରା ସମାଧାନ କରିବାକୁ ଚେଷ୍ଟା କରୁଛି। ସେ ଜାଣିନାହିଁ ଯେ ଏଥିରେ ସମସ୍ୟା ତୁଟେନାହିଁ, ବରଂ ବଢେ। ମଣିଷ ଆଜି ଯନ୍ତ୍ର ପାଲଟିଯାଇଛି, ଯନ୍ତ୍ର ନୁହେଁ ଜନ୍ତୁ। ନିଜର ସ୍ବାର୍ଥ ପାଇଁ ନରହତ୍ୟା କରିବାକୁ ସେ ପଛାଉ ନାହିଁ। ଲୁଟ୍‌ତରାଜ, ଡକାୟତି, ଛିନ୍‌ତାଇ ତା’ ପାଇଁ ବାଁହାତର ଖେଳ ହୋଇଯାଇଛି। ସ୍ବାର୍ଥ ଆଗରେ ମାନସମ୍ମାନ ତୁଚ୍ଛ ଲାଗୁଛି। ମଦାନ୍ଧ ହୋଇ ସେ କ’ଣ କରୁଛି ଜାଣିପାରୁ ନାହିଁ। କେବଳ ବ୍ୟକ୍ତି ବ୍ୟକ୍ତି ଭିତରେ ନୁହେଁ, ଦେଶ ଦେଶ ଭିତରେ ମଧ୍ୟ ହିଂସା, ଦ୍ବେଷ, ଅସହିଷ୍ଣୁତା ବଢିଚାଲିଛି।

ଠାଏ ଠାଏ ଏହା ଜଟିଳ ରୂପ ନେଇ ଯୁଦ୍ଧର ଆକାର ଧାରଣ କରୁଛି। କେଉଁଠି କ୍ଷମତା ପାଇଁ ତ କେଉଁଠି ଗାଦିରକ୍ଷା ପାଇଁ ଏହି ଯୁଦ୍ଧ ଭୟଙ୍କର ରୂପ ନେଇଛି। ବାରମ୍ବାର ବାରଣ ସତ୍ତ୍ବେ ଉତ୍ତରକୋରିଆର ଆଣବିକ ଅସ୍ତ୍ର ପରୀକ୍ଷଣ ପ୍ରମାଣ କରୁଛି ନିଜକୁ ଅତିବେଶି ଜାହିର କରିବାର ମାନସିକତା। ସେଠାକାର ଗୃହଯୁଦ୍ଧର ଭୟାବହତା ପ୍ରମାଣ କରୁଛି ଦେଶବାସୀଙ୍କ ମାନସିକ ଅସ୍ଥିରତା ଓ ସାମୂହିକ ଅସହାୟତା। ବିନା କାରଣରେ ଭାରତ ପ୍ରତି ପାକିସ୍ତାନର ବାରମ୍ବାର ସୀମାପାର ଆକ୍ରମଣ କହିଦେଉଛି ସେଠାକାର ନେତାମାନଙ୍କର ଦୁର୍ଦ୍ଦର୍ଷ ମନୋଭାବର କଥା। ଡୋକଲାମ ଘଟଣାକୁ ନେଇ ଚାଇନା ବି ଆମ ଉପରେ ନାଲିଆଖି ଦେଖାଉଛି। ପୃଥିବୀରେ ଧର୍ମକଳହ ବଢିଚାଲିଛି। ଟିକିଏ ତଳେଇ ଦେଖିଲେ ଏପରି କଳହର ଯଥାର୍ଥତା ନାହିଁ। ପ୍ରତ୍ୟେକ ଧର୍ମର ଏକ ଲକ୍ଷ୍ୟ। ତାହା ହେଉଛି ଈଶ୍ୱରପ୍ରାପ୍ତି।

ଈଶ୍ୱର ତ ଏକ, ନାମ ତାଙ୍କର ଭିନ୍ନ ଭିନ୍ନ। ଭାଷା ଭେଦରେ ଈଶ୍ୱରଙ୍କ ନାମ ଭିନ୍ନ ଭିନ୍ନ ହେଲେ ମଧ୍ୟ ସେ ଏକ ଓ ଅଭିନ୍ନ। ଧର୍ମ ହେଉଛି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏକ ରାସ୍ତା। ରାସ୍ତା ତ ଅନେକ ପଡିଥାଏ ଗୋଟିଏ ସ୍ଥାନକୁ ଯିବାକୁ। କିଏ କେଉଁ ରାସ୍ତାରେ ଆସିଲା ସେଥିରେ ପ୍ରତିଯୋଗିତା କ’ଣ ? ତୁଳନା ପୁଣି କ’ଣ? ବଡ ସାନ ଭେଦ ପୁଣି କ’ଣ? ଯତୋ ମତ, ତତୋ ପଥ। ସ୍ବାମୀ ବିବେକାନନ୍ଦଙ୍କ ମତରେ ମନ୍ଦିରରେ ଯେଉଁ ଭଗବାନ ଅଛନ୍ତି, ମସ୍‌ଜିଦ୍‌ରେ ସେଇ ଭଗବାନ ଅଛନ୍ତି, ଗୀର୍ଜାରେ ସେଇ ଭଗବାନ ଅଛନ୍ତି। ସମସ୍ତେ ଏକ ଭଗବାନଙ୍କର ସନ୍ତାନ ହୋଇଥିବାରୁ ପ୍ରତ୍ୟେକ ପରସ୍ପରର ଭାଇ, ଏଇ ଭାବନା ସ୍ବାଭାବିକ ହେବା କଥା। ଏତିକି କଥା ବୁଝିବା ପାଇଁ ଡିଗ୍ରୀ, ଡିପ୍ଲୋମାର ଆବଶ୍ୟକତା ନାହିଁ। ମାନସିକତା ବଦଳିଲେ ଧର୍ମକଳହ ଦୂର ହୋଇଯିବ।

ମାନସିକତା ବଦଳିଲେ ଅଜ୍ଞାନତା, ଅହମିକା, ଅନ୍ଧବିଶ୍ୱାସ ଓ ସାମୟିକ ଉତ୍ତେଜନା ଚାଲିଯିବ ଏବଂ ଆସିବ ପାରସ୍ପରିକ ଶ୍ରଦ୍ଧା, ଆଦର ଓ ଆନ୍ତରିକତା। ଭ୍ରାତୃତ୍ବ ବଢିବ, ଫଳରେ ଏ ପୃଥିବୀ ହସିବ, ନୂଆ ଆଲୋକ ଦିଶିବ।ପାଣି, ପବନ, ମାଟି ଓ ଆକାଶ ଆମ ପାଇଁ ଭଗବାନଙ୍କର ଅମୂଲ୍ୟ ଦାନ। ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ଓ ଦାୟିତ୍ବ। ସୁରକ୍ଷା ପରିବର୍ତ୍ତେ ନଷ୍ଟ କରିଦେଲେ ସମଗ୍ର ମାନବ ଜାତି କ୍ଷତିଗ୍ରସ୍ତ ହେବ। ଏଥିସହିତ କ୍ଷତିଗ୍ରସ୍ତ ହେବେ ଜୀବଜନ୍ତୁ, ପଶୁପକ୍ଷୀ ଓ ବୃକ୍ଷଲତା। ଅତଏବ ପରିବେଶର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା।

ଏ କଥା ଅନାୟାସରେ ବୁଝିବାର ସାମର୍ଥ୍ୟ ମଣିଷର ରହିଛି।ପୃଥିବୀରେ ଯେତେ ସମସ୍ୟା ସୃଷ୍ଟି ହୋଇଛି, ତହିଁରୁ ବହୁଳାଂଶ ମଣିଷ ଯୋଗୁ। ମଣିଷ ଚାହିଁଲେ ସେଗୁଡିକର ସମାଧାନ ହୋଇପାରିବ। ସମାଧାନର ସୂତ୍ରଟି ହେଉଛି ମୁଁ-ରୁ ଆମେ ପର୍ଯ୍ୟନ୍ତ ଯିବା। ‘ମୁଁ’ରେ ଥାଏ ଆତ୍ମଶ୍ଳାଘା, ଆତ୍ମବଡିମା, ମାତ୍ର ‘ଆମେ’ରେ ଥାଏ ‘ବସୁଧୈବ କୁଟୁମ୍ବକମ୍‌’ର ଅନୁଚିନ୍ତା। ବାସ୍ତବରେ ‘ମୁଁ’ ଭାବ ଯେତିକି କମିବ, ‘ଆମେ’ ଭାବ ସେତିକି ବଢିବ। ‘ଆମେ’ ଭାବର ଫୁଲ ଫୁଟିଲେ ଦିଗ ଦିଗନ୍ତ ମହମହ ବାସିବ, ଏ ପୃଥିବୀ ଅତି ସୁନ୍ଦର ଦିଶିବ। ରାଜନୀତି, ଅର୍ଥନୀତି ଓ ସମାଜ ନୀତି ସବୁ କିଛି ରହିବ, ମାତ୍ର ଟିକିଏ ଭିନ୍ନ ବାଗରେ ରହିବ। ଦେଶ ଦେଶ ସହିତ, ଜାତି ଜାତି ସହିତ ସମ୍ପର୍କ ଅଧିକ ଆନ୍ତରିକ ହେବ। ଫଳରେ ପ୍ରଗତିର ପଥ ପ୍ରଶସ୍ତ ହେବ। ପ୍ରତିରକ୍ଷା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ସମୃଦ୍ଧି ଦିଗରେ ବ୍ୟୟିତ ହେବ। 

ମଣିଷର ଚେତନା ନିଶ୍ଚୟ ବଢିବ। ସେ ମନରେ ପ୍ରଶସ୍ତ ହେବ, ଉଦାର ହେବ। ସଂକୀର୍ଣ୍ଣତାର ଶଁବାଳୁଆ ଖୋଳପା କାଟି ସେ ପ୍ରଜାପତି ହେବ, ଏଇ ବିଶ୍ୱାସ ଓ ଆଶା ଆମ ସମସ୍ତଙ୍କର ରହିଛି। ବ୍ୟକ୍ତିଗତ ସ୍ତରରେ ଚେତନାର ପରିବର୍ତ୍ତନ ହେଲେ କ୍ରମେ ବିଶ୍ୱଗତ ଚେତନାର ପରିବର୍ତ୍ତନ ଘଟିବ ଗୋଟିଏ ଦୀପଶିଖାରୁ ଅନେକ ଦୀପ ଜଳିବାର ସମ୍ଭାବନା ଆସିବ। ପ୍ରଥମ ଦୀପଶିଖା ହେବାର ସୌଭାଗ୍ୟ ମତେ ମିଳୁ- ଏହା ଭାବିବାର ସମୟ ଆସିଛି। କାରଣ ତାହା ହିଁ ବିଶ୍ୱବିକାଶର ଚାବିକାଠି। 

ଭୁବନେଶ୍ୱର, ମୋ: ୯୪୩୭୭୫୬୨୪୦

ମୁଠାଏ ମାଟି ତିଆରି କରିବାର କ୍ଷମତା ମଣିଷର ନାହିଁ, ମାତ୍ର ଆଶ୍ଚର୍ଯ୍ୟର କଥା ଯେ ସେଇ ମଣିଷ କହୁଛି ପୃଥିବୀକୁ ଧ୍ୱଂସ କରିଦେବ। ଅଣୁଅସ୍ତ୍ର ମାଧ୍ୟମରେ ଜୀବଜଗତ ଓ ଜଡଜଗତକୁ ଧ୍ୱଂସ କରିଦେବାର ଆସ୍ପର୍ଦ୍ଧା କରୁଛି। ଦୁଷ୍ଟ ମଣିଷର କାର୍ଯ୍ୟଧାରାରେ ଆଜି ଉଭୟ ସ୍ଥାବର ଓ ଜଙ୍ଗମ ଭୟଭୀତ। ସେ ସବୁ କିଛିକୁ ଭାଙ୍ଗିଦେବାକୁ ଚାହୁଁଛି, ଭାଙ୍ଗି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେବାକୁ ଚାହୁଁଛି। କିଛିକୁ ଗଢିଦେବାକୁ ଚାହୁଁନାହିଁ। ଭାଙ୍ଗିଦେବାକୁ ବୀରତ୍ବର କାର୍ଯ୍ୟ ବୋଲି ବିଚାର କରୁଛି। ମତାନ୍ତର ଓ ମନାନ୍ତରକୁ କଥାରେ ତୁଟାଇବାକୁ ଇଚ୍ଛା କରୁନାହିଁ, ଚେଷ୍ଟା କରିବା ତ ଦୂରର କଥା। ସମସ୍ୟାକୁ ଛୁରି, ଖଣ୍ଡା ଓ ଗୁଳିଗୋଳା ଦ୍ବାରା ସମାଧାନ କରିବାକୁ ଚେଷ୍ଟା କରୁଛି। ସେ ଜାଣିନାହିଁ ଯେ ଏଥିରେ ସମସ୍ୟା ତୁଟେନାହିଁ, ବରଂ ବଢେ। 
ମଣିଷ ଆଜି ଯନ୍ତ୍ର ପାଲଟିଯାଇଛି, ଯନ୍ତ୍ର ନୁହେଁ ଜନ୍ତୁ। ନିଜର ସ୍ବାର୍ଥ ପାଇଁ ନରହତ୍ୟା କରିବାକୁ ସେ ପଛାଉ ନାହିଁ। ଲୁଟ୍‌ତରାଜ, ଡକାୟତି, ଛିନ୍‌ତାଇ ତା’ ପାଇଁ ବାଁହାତର ଖେଳ ହୋଇଯାଇଛି। ସ୍ବାର୍ଥ ଆଗରେ ମାନସମ୍ମାନ ତୁଚ୍ଛ ଲାଗୁଛି। ମଦାନ୍ଧ ହୋଇ ସେ କ’ଣ କରୁଛି ଜାଣିପାରୁ ନାହିଁ। କେବଳ ବ୍ୟକ୍ତି ବ୍ୟକ୍ତି ଭିତରେ ନୁହେଁ, ଦେଶ ଦେଶ ଭିତରେ ମଧ୍ୟ ହିଂସା, ଦ୍ବେଷ, ଅସହିଷ୍ଣୁତା ବଢିଚାଲିଛି। ଠାଏ ଠାଏ ଏହା ଜଟିଳ ରୂପ ନେଇ ଯୁଦ୍ଧର ଆକାର ଧାରଣ କରୁଛି। କେଉଁଠି କ୍ଷମତା ପାଇଁ ତ କେଉଁଠି ଗାଦିରକ୍ଷା ପାଇଁ ଏହି ଯୁଦ୍ଧ ଭୟଙ୍କର ରୂପ ନେଇଛି। ବାରମ୍ବାର ବାରଣ ସତ୍ତ୍ବେ ଉତ୍ତରକୋରିଆର ଆଣବିକ ଅସ୍ତ୍ର ପରୀକ୍ଷଣ ପ୍ରମାଣ କରୁଛି ନିଜକୁ ଅତିବେଶି ଜାହିର କରିବାର ମାନସିକତା। ସେଠାକାର ଗୃହଯୁଦ୍ଧର ଭୟାବହତା ପ୍ରମାଣ କରୁଛି ଦେଶବାସୀଙ୍କ ମାନସିକ ଅସ୍ଥିରତା ଓ ସାମୂହିକ ଅସହାୟତା। ବିନା କାରଣରେ ଭାରତ ପ୍ରତି ପାକିସ୍ତାନର ବାରମ୍ବାର ସୀମାପାର ଆକ୍ରମଣ କହିଦେଉଛି ସେଠାକାର ନେତାମାନଙ୍କର ଦୁର୍ଦ୍ଦର୍ଷ ମନୋଭାବର କଥା। ଡୋକଲାମ ଘଟଣାକୁ ନେଇ ଚାଇନା ବି ଆମ ଉପରେ ନାଲିଆଖି ଦେଖାଉଛି। 

ପୃଥିବୀରେ ଧର୍ମକଳହ ବଢିଚାଲିଛି। ଟିକିଏ ତଳେଇ ଦେଖିଲେ ଏପରି କଳହର ଯଥାର୍ଥତା ନାହିଁ। ପ୍ରତ୍ୟେକ ଧର୍ମର ଏକ ଲକ୍ଷ୍ୟ। ତାହା ହେଉଛି ଈଶ୍ୱରପ୍ରାପ୍ତି। ଈଶ୍ୱର ତ ଏକ, ନାମ ତାଙ୍କର ଭିନ୍ନ ଭିନ୍ନ। ଭାଷା ଭେଦରେ ଈଶ୍ୱରଙ୍କ ନାମ ଭିନ୍ନ ଭିନ୍ନ ହେଲେ ମଧ୍ୟ ସେ ଏକ ଓ ଅଭିନ୍ନ। ଧର୍ମ ହେଉଛି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏକ ରାସ୍ତା। ରାସ୍ତା ତ ଅନେକ ପଡିଥାଏ ଗୋଟିଏ ସ୍ଥାନକୁ ଯିବାକୁ। କିଏ କେଉଁ ରାସ୍ତାରେ ଆସିଲା ସେଥିରେ ପ୍ରତିଯୋଗିତା କ’ଣ ? ତୁଳନା ପୁଣି କ’ଣ? ବଡ ସାନ ଭେଦ ପୁଣି କ’ଣ? ଯତୋ ମତ, ତତୋ ପଥ। ସ୍ବାମୀ ବିବେକାନନ୍ଦଙ୍କ ମତରେ ମନ୍ଦିରରେ ଯେଉଁ ଭଗବାନ ଅଛନ୍ତି, ମସ୍‌ଜିଦ୍‌ରେ ସେଇ ଭଗବାନ ଅଛନ୍ତି, ଗୀର୍ଜାରେ ସେଇ ଭଗବାନ ଅଛନ୍ତି। ସମସ୍ତେ ଏକ ଭଗବାନଙ୍କର ସନ୍ତାନ ହୋଇଥିବାରୁ ପ୍ରତ୍ୟେକ ପରସ୍ପରର ଭାଇ, ଏଇ ଭାବନା ସ୍ବାଭାବିକ ହେବା କଥା। ଏତିକି କଥା ବୁଝିବା ପାଇଁ ଡିଗ୍ରୀ, ଡିପ୍ଲୋମାର ଆବଶ୍ୟକତା ନାହିଁ। ମାନସିକତା ବଦଳିଲେ ଧର୍ମକଳହ ଦୂର ହୋଇଯିବ। ମାନସିକତା ବଦଳିଲେ ଅଜ୍ଞାନତା, ଅହମିକା, ଅନ୍ଧବିଶ୍ୱାସ ଓ ସାମୟିକ ଉତ୍ତେଜନା ଚାଲିଯିବ ଏବଂ ଆସିବ ପାରସ୍ପରିକ ଶ୍ରଦ୍ଧା, ଆଦର ଓ ଆନ୍ତରିକତା। ଭ୍ରାତୃତ୍ବ ବଢିବ, ଫଳରେ ଏ ପୃଥିବୀ ହସିବ, ନୂଆ ଆଲୋକ ଦିଶିବ।

ପାଣି, ପବନ, ମାଟି ଓ ଆକାଶ ଆମ ପାଇଁ ଭଗବାନଙ୍କର ଅମୂଲ୍ୟ ଦାନ। ଏହାର ସୁରକ୍ଷା ଆମର କର୍ତ୍ତବ୍ୟ ଓ ଦାୟିତ୍ବ। ସୁରକ୍ଷା ପରିବର୍ତ୍ତେ ନଷ୍ଟ କରିଦେଲେ ସମଗ୍ର ମାନବ ଜାତି କ୍ଷତିଗ୍ରସ୍ତ ହେବ। ଏଥିସହିତ କ୍ଷତିଗ୍ରସ୍ତ ହେବେ ଜୀବଜନ୍ତୁ, ପଶୁପକ୍ଷୀ ଓ ବୃକ୍ଷଲତା। ଅତଏବ ପରିବେଶର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା। ଏ କଥା ଅନାୟାସରେ ବୁଝିବାର ସାମର୍ଥ୍ୟ ମଣିଷର ରହିଛି।

ପୃଥିବୀରେ ଯେତେ ସମସ୍ୟା ସୃଷ୍ଟି ହୋଇଛି, ତହିଁରୁ ବହୁଳାଂଶ ମଣିଷ ଯୋଗୁ। ମଣିଷ ଚାହିଁଲେ ସେଗୁଡିକର ସମାଧାନ ହୋଇପାରିବ। ସମାଧାନର ସୂତ୍ରଟି ହେଉଛି ମୁଁ-ରୁ ଆମେ ପର୍ଯ୍ୟନ୍ତ ଯିବା। ‘ମୁଁ’ରେ ଥାଏ ଆତ୍ମଶ୍ଳାଘା, ଆତ୍ମବଡିମା, ମାତ୍ର ‘ଆମେ’ରେ ଥାଏ ‘ବସୁଧୈବ କୁଟୁମ୍ବକମ୍‌’ର ଅନୁଚିନ୍ତା। ବାସ୍ତବରେ ‘ମୁଁ’ ଭାବ ଯେତିକି କମିବ, ‘ଆମେ’ ଭାବ ସେତିକି ବଢିବ। ‘ଆମେ’ ଭାବର ଫୁଲ ଫୁଟିଲେ ଦିଗ ଦିଗନ୍ତ ମହମହ ବାସିବ, ଏ ପୃଥିବୀ ଅତି ସୁନ୍ଦର ଦିଶିବ। ରାଜନୀତି, ଅର୍ଥନୀତି ଓ ସମାଜ ନୀତି ସବୁ କିଛି ରହିବ, ମାତ୍ର ଟିକିଏ ଭିନ୍ନ ବାଗରେ ରହିବ। ଦେଶ ଦେଶ ସହିତ, ଜାତି ଜାତି ସହିତ ସମ୍ପର୍କ ଅଧିକ ଆନ୍ତରିକ ହେବ। ଫଳରେ ପ୍ରଗତିର ପଥ ପ୍ରଶସ୍ତ ହେବ। ପ୍ରତିରକ୍ଷା ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ସମୃଦ୍ଧି ଦିଗରେ ବ୍ୟୟିତ ହେବ। 

ମଣିଷର ଚେତନା ନିଶ୍ଚୟ ବଢିବ। ସେ ମନରେ ପ୍ରଶସ୍ତ ହେବ, ଉଦାର ହେବ। ସଂକୀର୍ଣ୍ଣତାର ଶଁବାଳୁଆ ଖୋଳପା କାଟି ସେ ପ୍ରଜାପତି ହେବ, ଏଇ ବିଶ୍ୱାସ ଓ ଆଶା ଆମ ସମସ୍ତଙ୍କର ରହିଛି। ବ୍ୟକ୍ତିଗତ ସ୍ତରରେ ଚେତନାର ପରିବର୍ତ୍ତନ ହେଲେ କ୍ରମେ ବିଶ୍ୱଗତ ଚେତନାର ପରିବର୍ତ୍ତନ ଘଟିବ ଗୋଟିଏ ଦୀପଶିଖାରୁ ଅନେକ ଦୀପ ଜଳିବାର ସମ୍ଭାବନା ଆସିବ। ପ୍ରଥମ ଦୀପଶିଖା ହେବାର ସୌଭାଗ୍ୟ ମତେ ମିଳୁ- ଏହା ଭାବିବାର ସମୟ ଆସିଛି। କାରଣ ତାହା ହିଁ ବିଶ୍ୱବିକାଶର ଚାବିକାଠି। 

ଭୁବନେଶ୍ୱର, ମୋ: ୯୪୩୭୭୫୬୨୪୦


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri