ମହଙ୍ଗା ମାଡ଼

ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ କମିବାର ନଁା ଧରୁନାହିଁ। ଗତ ସପ୍ତାହରେ ରେକର୍ଡ ପରିମାଣରେ ମୁଦ୍ରାସ୍ଫୀତି ହ୍ରାସ ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୦.୨୫ ପ୍ରତିଶତ ରେପୋ ରେଟ୍‌ ହ୍ରାସ କରିଥିଲେ। ତେବେ ରିଜର୍ଭ ବ୍ୟାଙ୍କର ରେପୋ ହାର ହ୍ରାସ ପରେ ବ୍ୟାଙ୍କଗୁଡ଼ିକ ଋଣ ସୁଧ ହାର କମାଇ ଗ୍ରାହକମାନଙ୍କୁ ତାହାର ଲାଭ ଦେବାକୁ ନ ଚାହିଁବା ଏକ ଭିନ୍ନ ପ୍ରସଙ୍ଗ। ଓଲଟା ସେମାନେ ସଞ୍ଚୟ ବ୍ୟାଙ୍କ ଜମା ଉପରେ ସୁଧହାର କମାଇବାକୁ ଆରମ୍ଭ କରିଛନ୍ତି, ଯାହା ଉପରେ ଦେଶର ଅଧିକାଂଶ ଜନସାଧାରଣ, ବିଶେଷତଃ ବୟସ୍କ ଲୋକ ଓ ବରିଷ୍ଠ ନାଗରିକମାନେ ନିର୍ଭର କରନ୍ତି। ଗତ ସପ୍ତାହରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ସଞ୍ଚୟ ଜମା ସୁଧ ହାର ୪ରୁ ୩.୫ ପ୍ରତିଶତକୁ ହ୍ରାସ କରିଛି। ଘରୋଇ କ୍ଷେତ୍ରର ଆକ୍ସିସ୍‌ ବ୍ୟାଙ୍କ ମଧ୍ୟ ସଞ୍ଚୟ ବ୍ୟାଙ୍କ ସୁଧ ହାର ୦.୫ ପ୍ରତିଶତ କମାଇ ୩.୫ ରଖିଛି।

ଏହାପରେ ଅଧିକରୁ ଅଧିକ ବ୍ୟାଙ୍କ ମଧ୍ୟ ଏହି ଧାରା ଅନୁସରଣ କରି ଜମାକାରୀଙ୍କ ଯନ୍ତ୍ରଣା ବୃଦ୍ଧି କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ପନିପରିବା ଦର ହଠାତ୍‌ ବୃଦ୍ଧି ପାଇଥିବା ବେଳେ ସୁଧଜନିତ ଆୟ ହ୍ରାସ ପାଇବା ଯୋଗୁ ଅବସରପ୍ରାପ୍ତ ଓ ବୟସ୍କ ଲୋକମାନଙ୍କୁ ଏହା ଖୁବ୍‌ ବାଧିବ।  ଏପରି ମହଙ୍ଗା ମାଡ଼ ସମୟରେ ସରକାର ରନ୍ଧନ ଗ୍ୟାସ୍‌ ଉପରେ ଦେଉଥିବା ସବ୍‌ସିଡ଼ି ବି ଗତ ସପ୍ତାହରେ ହ୍ରାସ କରିଛନ୍ତି। ଦେଶର ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଏହା ଏକ ଶକ୍ତ ଧକ୍କା। ତୈଳ ବିପଣନ କମ୍ପାନୀ (ଓଏମ୍‌ସି)ଗୁଡ଼ିକୁ ଗତ ଜୁନ୍‌ମାସରୁ ତୈଳଦର ଦୈନିକ ପରିବର୍ତ୍ତନ କରିବା ପାଇଁ ଅନୁମତି ମିଳିବା ଫଳରେ ସେମାନେ ଅଳ୍ପ ଅଳ୍ପ ହେଲେ ବି ନିରବଚ୍ଛିନ୍ନଭାବେ ଦର ବୃଦ୍ଧି କରିଚାଲିଛନ୍ତି। ଆଗରୁ ତୈଳ ଦର ବୃଦ୍ଧି ଦୁଇଟି ଜିନିଷ ଉପରେ ଭିତ୍ତି କରି କରାଯାଉଥିଲା।

ଗୋଟିଏ ହେଉଛି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବଂ ଅନ୍ୟଟି ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର। ଡଲାର ତୁଳନାରେ ଗତ ଦୁଇ ସପ୍ତାହ ହେଲା ଟଙ୍କାର ମୂଲ୍ୟ ବୃଦ୍ଧି ପାଇବା ସହ ଏହା ୬୪ ଟଙ୍କାର ସ୍ତରକୁ ବଜାୟ ରଖିଛି। ଅପରପକ୍ଷେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୁଧବାର ବ୍ୟାରେଲ ପିଛା ୨୧ ସେଣ୍ଟ ହ୍ରାସ ପାଇ ୫୧.୯୩ ଡଲାର ରହିଛି। ବିଶ୍ୱ ବଜାରରେ ଟଙ୍କାର ପ୍ରଦର୍ଶନ ଭଲ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଡଲାର ତୁଳନାରେ ଏହାର ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଛି। ବାସ୍ତବରେ ଟଙ୍କାର ମୂଲ୍ୟ ଦୁଇବର୍ଷ ଭିତରେ ବୁଧବାର ସର୍ବୋଚ୍ଚ ସ୍ତର ୬୩.୬୦କୁ ଛୁଇଁଛି, ଯାହାକୁ ବିଦେଶୀ ପୁଞ୍ଜିର ଅନ୍ତଃପ୍ରବେଶ ସହାୟତା କରୁଛି।  

ଟେମ୍ପଲଟନ୍‌ ଇମର୍ଜିଂ ମାର୍କେଟ୍‌ସ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାର୍କ ମୋବିୟସ୍‌ ପୂର୍ବାନୁମାନ କରିଛନ୍ତି ଯେ, ଭାରତୀୟ ମୁଦ୍ରା କ୍ରମଶଃ ଶକ୍ତିଶାଳୀ ହୋଇଚାଲିବ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ଏହା ଆମେରିକୀୟ ଡଲାର ତୁଳନାରେ ୬୦ ଟଙ୍କା ସ୍ତରକୁ ଛୁଇଁବ। ୨୦୧୭ ମସିହା ପ୍ରାରମ୍ଭରୁ ବିଶେଷଜ୍ଞମାନେ ଟଙ୍କାର ମୂଲ୍ୟ ହ୍ରାସ ପାଇବ ବୋଲି ଅନୁମାନ କରୁଥିଲେ। ସୁତରାଂ ଟଙ୍କାର ମୂଲ୍ୟ ବଢ଼ିବା ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଥିବା ବେଳେ ଭାରତରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ବଢ଼ାଯିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ଦୈନିକ ଭିତ୍ତିରେ ଦର ପରିବର୍ତ୍ତନ କରିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକର ଦାବି ଆଗରେ ସରକାର ମୁଣ୍ଡ ନୁଅଁାଇବା ଓ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇଦେବା ଦୁର୍ଭାଗ୍ୟଜନକ।

ତେବେ ଅଶୋଧିତ ତୈଳଦର ଓ ଟଙ୍କାର ମୂଲ୍ୟ ଭିତ୍ତିରେ କମ୍ପାନୀମାନେ ତୈଳଦରରେ ପରିବର୍ତ୍ତନ କରୁଛନ୍ତି କି ନାହିଁ ତାହା ଦେଖିବା ସରକାରଙ୍କ କାମ। ଯେହେତୁ ଏହି କାରକଗୁଡ଼ିକ ଦୈନିକ ବଦଳୁଛି, ତେଣୁ ସେହି ଅନୁସାରେ ତୈଳଦର ନିର୍ଦ୍ଧାରଣ କରିବା ଲାଗି ଏକ ସ୍ବଚ୍ଛ ସଂଯନ୍ତ୍ର|

ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ କମିବାର ନଁା ଧରୁନାହିଁ। ଗତ ସପ୍ତାହରେ ରେକର୍ଡ ପରିମାଣରେ ମୁଦ୍ରାସ୍ଫୀତି ହ୍ରାସ ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୦.୨୫ ପ୍ରତିଶତ ରେପୋ ରେଟ୍‌ ହ୍ରାସ କରିଥିଲେ। ତେବେ ରିଜର୍ଭ ବ୍ୟାଙ୍କର ରେପୋ ହାର ହ୍ରାସ ପରେ ବ୍ୟାଙ୍କଗୁଡ଼ିକ ଋଣ ସୁଧ ହାର କମାଇ ଗ୍ରାହକମାନଙ୍କୁ ତାହାର ଲାଭ ଦେବାକୁ ନ ଚାହିଁବା ଏକ ଭିନ୍ନ ପ୍ରସଙ୍ଗ। ଓଲଟା ସେମାନେ ସଞ୍ଚୟ ବ୍ୟାଙ୍କ ଜମା ଉପରେ ସୁଧହାର କମାଇବାକୁ ଆରମ୍ଭ କରିଛନ୍ତି, ଯାହା ଉପରେ ଦେଶର ଅଧିକାଂଶ ଜନସାଧାରଣ, ବିଶେଷତଃ ବୟସ୍କ ଲୋକ ଓ ବରିଷ୍ଠ ନାଗରିକମାନେ ନିର୍ଭର କରନ୍ତି। ଗତ ସପ୍ତାହରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ସଞ୍ଚୟ ଜମା ସୁଧ ହାର ୪ରୁ ୩.୫ ପ୍ରତିଶତକୁ ହ୍ରାସ କରିଛି। ଘରୋଇ କ୍ଷେତ୍ରର ଆକ୍ସିସ୍‌ ବ୍ୟାଙ୍କ ମଧ୍ୟ ସଞ୍ଚୟ ବ୍ୟାଙ୍କ ସୁଧ ହାର ୦.୫ ପ୍ରତିଶତ କମାଇ ୩.୫ ରଖିଛି। ଏହାପରେ ଅଧିକରୁ ଅଧିକ ବ୍ୟାଙ୍କ ମଧ୍ୟ ଏହି ଧାରା ଅନୁସରଣ କରି ଜମାକାରୀଙ୍କ ଯନ୍ତ୍ରଣା ବୃଦ୍ଧି କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ପନିପରିବା ଦର ହଠାତ୍‌ ବୃଦ୍ଧି ପାଇଥିବା ବେଳେ ସୁଧଜନିତ ଆୟ ହ୍ରାସ ପାଇବା ଯୋଗୁ ଅବସରପ୍ରାପ୍ତ ଓ ବୟସ୍କ ଲୋକମାନଙ୍କୁ ଏହା ଖୁବ୍‌ ବାଧିବ।  ଏପରି ମହଙ୍ଗା ମାଡ଼ ସମୟରେ ସରକାର ରନ୍ଧନ ଗ୍ୟାସ୍‌ ଉପରେ ଦେଉଥିବା ସବ୍‌ସିଡ଼ି ବି ଗତ ସପ୍ତାହରେ ହ୍ରାସ କରିଛନ୍ତି। ଦେଶର ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଏହା ଏକ ଶକ୍ତ ଧକ୍କା। 
ତୈଳ ବିପଣନ କମ୍ପାନୀ (ଓଏମ୍‌ସି)ଗୁଡ଼ିକୁ ଗତ ଜୁନ୍‌ମାସରୁ ତୈଳଦର ଦୈନିକ ପରିବର୍ତ୍ତନ କରିବା ପାଇଁ ଅନୁମତି ମିଳିବା ଫଳରେ ସେମାନେ ଅଳ୍ପ ଅଳ୍ପ ହେଲେ ବି ନିରବଚ୍ଛିନ୍ନଭାବେ ଦର ବୃଦ୍ଧି କରିଚାଲିଛନ୍ତି। ଆଗରୁ ତୈଳ ଦର ବୃଦ୍ଧି ଦୁଇଟି ଜିନିଷ ଉପରେ ଭିତ୍ତି କରି କରାଯାଉଥିଲା। ଗୋଟିଏ ହେଉଛି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବଂ ଅନ୍ୟଟି ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର। ଡଲାର ତୁଳନାରେ ଗତ ଦୁଇ ସପ୍ତାହ ହେଲା ଟଙ୍କାର ମୂଲ୍ୟ ବୃଦ୍ଧି ପାଇବା ସହ ଏହା ୬୪ ଟଙ୍କାର ସ୍ତରକୁ ବଜାୟ ରଖିଛି। ଅପରପକ୍ଷେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୁଧବାର ବ୍ୟାରେଲ ପିଛା ୨୧ ସେଣ୍ଟ ହ୍ରାସ ପାଇ ୫୧.୯୩ ଡଲାର ରହିଛି। ବିଶ୍ୱ ବଜାରରେ ଟଙ୍କାର ପ୍ରଦର୍ଶନ ଭଲ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଡଲାର ତୁଳନାରେ ଏହାର ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଛି। ବାସ୍ତବରେ ଟଙ୍କାର ମୂଲ୍ୟ ଦୁଇବର୍ଷ ଭିତରେ ବୁଧବାର ସର୍ବୋଚ୍ଚ ସ୍ତର ୬୩.୬୦କୁ ଛୁଇଁଛି, ଯାହାକୁ ବିଦେଶୀ ପୁଞ୍ଜିର ଅନ୍ତଃପ୍ରବେଶ ସହାୟତା କରୁଛି।   ଟେମ୍ପଲଟନ୍‌ ଇମର୍ଜିଂ ମାର୍କେଟ୍‌ସ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାର୍କ ମୋବିୟସ୍‌ ପୂର୍ବାନୁମାନ କରିଛନ୍ତି ଯେ, ଭାରତୀୟ ମୁଦ୍ରା କ୍ରମଶଃ ଶକ୍ତିଶାଳୀ ହୋଇଚାଲିବ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ଏହା ଆମେରିକୀୟ ଡଲାର ତୁଳନାରେ ୬୦ ଟଙ୍କା ସ୍ତରକୁ ଛୁଇଁବ। ୨୦୧୭ ମସିହା ପ୍ରାରମ୍ଭରୁ ବିଶେଷଜ୍ଞମାନେ ଟଙ୍କାର ମୂଲ୍ୟ ହ୍ରାସ ପାଇବ ବୋଲି ଅନୁମାନ କରୁଥିଲେ। 

ସୁତରାଂ ଟଙ୍କାର ମୂଲ୍ୟ ବଢ଼ିବା ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଥିବା ବେଳେ ଭାରତରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ବଢ଼ାଯିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ଦୈନିକ ଭିତ୍ତିରେ ଦର ପରିବର୍ତ୍ତନ କରିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକର ଦାବି ଆଗରେ ସରକାର ମୁଣ୍ଡ ନୁଅଁାଇବା ଓ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇଦେବା ଦୁର୍ଭାଗ୍ୟଜନକ। ତେବେ ଅଶୋଧିତ ତୈଳଦର ଓ ଟଙ୍କାର ମୂଲ୍ୟ ଭିତ୍ତିରେ କମ୍ପାନୀମାନେ ତୈଳଦରରେ ପରିବର୍ତ୍ତନ କରୁଛନ୍ତି କି ନାହିଁ ତାହା ଦେଖିବା ସରକାରଙ୍କ କାମ। ଯେହେତୁ ଏହି କାରକଗୁଡ଼ିକ ଦୈନିକ ବଦଳୁଛି, ତେଣୁ ସେହି ଅନୁସାରେ ତୈଳଦର ନିର୍ଦ୍ଧାରଣ କରିବା ଲାଗି ଏକ ସ୍ବଚ୍ଛ ସଂଯନ୍ତ୍ର


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri