ଋଣଛାଡ଼ରେ ପାତରଅନ୍ତର

ଋଣଭାରଜନିତ ଚାଷୀ ଆତ୍ମହତ୍ୟା ଆମ ଦେଶରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଗତ ୨୧ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୧୮ହଜାର ଚାଷୀ ଆତ୍ମହତ୍ୟା କରିଥିବା ବେଳେ ସେଥିମଧ୍ୟରୁ ୭୦% ଋଣ ଯୋଗୁ ହଁି ହୋଇଛି। ଚାଷ ବ୍ୟବସ୍ଥାକୁ ଏପରିଭାବେ ପରନିର୍ଭରଶୀଳ ଓ ଖର୍ଚ୍ଚାନ୍ତ କରିଦିଆଯାଇଛି ଯେ, ଚାଷୀଟିଏ ତା’ର ଚାଷକୁ ଋଣରୁ ଆରମ୍ଭ କରି ଋଣରେ ହଁି ଶେଷ କରୁଛି। ଏପରି ପରିସ୍ଥିତିରେ କୌଣସି ରାଜ୍ୟ ସରକାର ଯେତେବେଳେ ଚାଷୀମାନଙ୍କୁ ଋଣଛାଡ଼ କରିବାର କଥା କହୁଛନ୍ତି, ସେତେବେଳେ ତଥାକଥିତ ବୁଦ୍ଧିଜୀବୀ, ବ୍ୟାଙ୍କ୍‌ ଓ କମ୍ପାନୀ ବୋଲକରା ଅର୍ଥନୀତିଜ୍ଞମାନେ ତାଙ୍କ ଉପରକୁ ଝାମ୍ପି ପଡ଼ୁଛନ୍ତି। ଅର୍ଥନୀତିର ଜଟିଳ ପ୍ରବଚନମାନ ଦେଇ ଚାଷୀଙ୍କୁ ଋଣଛାଡ଼ ନ କରିବା ପାଇଁ ଶହେ ପ୍ରକାର ତର୍କ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଯେତେବେଳେ ବଡ଼ ବଡ଼ କମ୍ପାନୀଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣଛାଡ଼ କରାଯାଉଛି, ସେତେବେଳେ ଏହି ଅର୍ଥନୀତିଜ୍ଞମାନେ ତାଳିମାରି ସ୍ବାଗତ କରୁଛନ୍ତି।

ଏଥିରୁ ଆମ ଦେଶରେ ଚାଷୀ ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସଂପ୍ରତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୯୫ ଲକ୍ଷ ଚାଷୀଙ୍କର ୩୬୩୫୯ କୋଟି ଟଙ୍କା ଋଣଛାଡ଼ କରିବାକୁ ବ୍ୟାଙ୍କ୍‌ମାନଙ୍କୁ କହିଛନ୍ତି। ଏହାଦ୍ୱାରା ଅନେକ ଚାଷୀ ହୁଏତ ଆତ୍ମହତ୍ୟାରୁ ବଞ୍ଚିଯାଇପାରିବେ। ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ ଆଦି ରାଜ୍ୟ ବି ଚାଷୀମାନଙ୍କ ଋଣଛାଡ଼ ଦିଗରେ ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ଆମ ଦେଶର ତଥାକଥିତ ଅର୍ଥନୀତିଜ୍ଞମାନେ ରାଜ୍ୟ ସରକାରଙ୍କର ଏହି ସବୁ ପଦକ୍ଷେପକୁ ନିନ୍ଦା କରୁଛନ୍ତି। ସେମାନଙ୍କ କହିବା କଥା, ଚାଷୀମାନଙ୍କ ଋଣଛାଡ଼ କରିବା ଖରାପ ଅର୍ଥନୀତିର ଲକ୍ଷଣ। ହେଲେ କମ୍ପାନୀମାନଙ୍କ ଋଣଛାଡ଼ କରିବା କ’ଣ ଭଲ ଅର୍ଥନୀତିର ଲକ୍ଷଣ? 

ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ରଘୁରାମ ରାଜନ୍‌ ଥରେ କହିଥିଲେ, ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ବାରମ୍ବାର ଚାଷୀମାନଙ୍କର ଋଣଛାଡ଼ କରିବା ଦ୍ୱାରା ଅର୍ଥନୀତି ପ୍ରତି ବିପଦ ଦେଖାଦେବ। ଏହାଦ୍ୱାରା ଋଣ ବଜାରରେ ଅସନ୍ତୁଳନ ସୃଷ୍ଟି ହେବ। ରାଜନ୍‌ଙ୍କ କଥାରେ ଉତ୍ସାହିତ ହୋଇ ଷ୍ଟେଟ୍‌ ବ୍ୟାଙ୍କ୍‌ର ଅଧ୍ୟକ୍ଷ ଆଉ ପାଦେ ଆଗେଇଯାଇ କହିଲେ, ଚାଷୀମାନଙ୍କୁ ଋଣଛାଡ଼ କରିବା ଦ୍ୱାରା ‘ଋଣ ଶୃଙ୍ଖଳା’ ବିପର୍ଯ୍ୟସ୍ତ ହୋଇ ପଡ଼ିବ। ଚାଷୀମାନେ ଜାଣିଶୁଣି ଋଣ ନ ଶୁଝି ଋଣଛାଡ଼ ପାଇଁ ଆଉ ଗୋଟିଏ ନିର୍ବାଚନକୁ ଅପେକ୍ଷା କରିବେ। ଏହାଦ୍ୱାରା ସେମାନେ ଅଭ୍ୟାସଗତ ଭାବେ ଋଣ ଶୁଝିବା ପାଇଁ ଚାହଁିବେ ନାହଁି। ଏହା କେତେକାଂଶରେ ସତ।

ହେଲେ ଅନ୍ୟପକ୍ଷରେ ସେହି ସମାନ ଦିନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମ୍‌ କୋଚିରେ ଏକ ସଭାରେ କହିଲେ, ସରକାରଙ୍କୁ ବଡ଼ ବଡ଼ କମ୍ପାନୀଙ୍କ ଋଣଛାଡ଼ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଏହା ପୁଞ୍ଜିବାଦୀ ଅର୍ଥନୀତିର ଏକ ଧାରା। ଏଠାରେ ପ୍ରଶ୍ନ ଉଠୁଛି ଯେ, କମ୍ପାନୀମାନଙ୍କୁ ଋଣଛାଡ଼ କରିବା ଯଦି ପୁଞ୍ଜିବାଦୀ ଅର୍ଥନୀତିର ଧାରା ତା’ହେଲେ ଚାଷୀମାନଙ୍କୁ ଋଣଛାଡ଼ କରିବା କ’ଣ ସେହି ଧାରାର ଅନ୍ତର୍ଭୁକ୍ତ ନୁହେଁ! ଚାଷୀମାନଙ୍କ ବେଳକୁ ସେହି ଅର୍ଥନୀତିଜ୍ଞମାନଙ୍କର ଭିନ୍ନ ମତ କାହଁିକି? ସୁବ୍ରମଣ୍ୟମ୍‌ ଆହୁରି କହିଛନ୍ତି ଯେ, ବଡ଼ ବଡ଼ କମ୍ପାନୀଙ୍କୁ ଋଣଛାଡ଼ କରିବା ଦ୍ୱାରା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ଆସିପାରେ। ହେଲେ ସମସ୍ୟାର ସମାଧାନ ପାଇଁ ଏହା ବ୍ୟତୀତ ଅନ୍ୟ ଉପାୟ ନାହଁି। ତା’ହେଲେ ସେ ବି ମନେ ରଖିବା କଥା ଯେ, ଚାଷୀମାନଙ୍କୁ ଋଣଛାଡ଼ କରିବା ଦ୍ୱାରା ଋଣ କ୍ଷେତ୍ରରେ ବିଶ୍‌ୃଙ୍ଖଳା ଦେଖାଦେଇପାରେ, ହେଲେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅନ୍ୟ ରାସ୍ତା ବା କାହଁି!

ଯେଉଁ ଚାଷୀମାନେ ଋଣ ଶୁଝି ପାରୁନାହାନ୍ତି, ବାସ୍ତବରେ ସେମାନେ ଶୁଝିବା ପାଇଁ ଅକ୍ଷମ, କାରଣ ପ୍ରାକୃତିକ ବିପର୍ଯ୍ୟୟ ଓ ଉପତ୍ାଦନକୁ ଉଚିତ ଦାମ୍‌ ମିଳୁ ନ ଥିବାରୁ ସେମାନେ ଭୀଷଣ କ୍ଷତିର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ବଡ଼ କମ୍ପାନୀମାନେ ଜାଣିଶୁଣି ଋଣ ଶୁଝୁ ନାହାନ୍ତି। ତେଣୁ କମ୍ପାନୀମାନଙ୍କ ଋଣଛାଡ଼ ଅପେକ୍ଷା ଚାଷୀମାନଙ୍କ ଋଣଛାଡ଼ କରିବାର ଆବଶ୍ୟକତା ଅଧିକ ରହିଛି। ଲୋକ ସଭାର ପବ୍ଲିକ୍‌ ଆଫେୟାର୍ସ କମିଟିର ସଦ୍ୟତମ ରିପୋର୍ଟ ଅନୁସାରେ ବ୍ୟାଙ୍କ୍‌ମାନେ ପ୍ରଦାନ କରିଥିବା ୬.୮ ଲକ୍ଷ କୋଟି ଟଙ୍କା ଋଣ ଶୁଝା ହୋଇ ନ ପାରି ବୁଡ଼ିଯାଇଛି, ଯେଉଁଥିରୁ ୭୦% ଫାଇଦା ବଡ଼ ବଡ଼ କମ୍ପାନୀଙ୍କ ପାଖକୁ ଯାଇଛି ଓ ମାତ୍ର ୧% ଚାଷୀମାନଙ୍କ ପାଖକୁ ଯାଇଛି। ୨୦୧୧ରୁ ୨୦୧୬ ମଧ୍ୟରେ ପରିଶୋଧ ନ ହୋଇ ପଡ଼ିରହିଥିବା ୭.୪ ଲକ୍ଷ କୋଟି ଟଙ୍କା ଋଣରୁ ୪ଲକ୍ଷ କୋଟି ଟଙ୍କା କେବଳ ବଡ଼ ବଡ଼ କମ୍ପାନୀଙ୍କର, ଯାହାକୁ ବ୍ୟାଙ୍କ୍‌ମାନେ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ସମସ୍ତେ ମନେରଖିବା କଥା ଯେ, ଚାଷୀମାନଙ୍କ ପରିଶ୍ରମ ଯୋଗୁ ହଁି ସମସ୍ତେ ବଞ୍ଚି ରହିଛନ୍ତି। ଚାଷୀମାନଙ୍କୁ ଋଣ ଭାରରେ ଜର୍ଜ୍ଜରିତ କରି ଆତ୍ମହତ୍ୟା ପାଇଁ ଛାଡ଼ିଦେଲେ ଦେଶରେ ଭୟଙ୍କର ଖାଦ୍ୟସଂକଟ ଦେଖାଦେବ। ଭୋକିଲା ପେଟରେ ଅର୍ଥନୈତିକ ଅଭିବୃଦ୍ଧିର ବୃଥା ଆସ୍ଫାଳନର କିଛି ବି ମୂଲ୍ୟ ରହିବ ନାହଁି। 

ବିଚିତ୍ର ବିଶ୍ୱାଳ, ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ - ୯୪୩୮୪୬୮୪୭୪

ଋଣଭାରଜନିତ ଚାଷୀ ଆତ୍ମହତ୍ୟା ଆମ ଦେଶରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଗତ ୨୧ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୧୮ହଜାର ଚାଷୀ ଆତ୍ମହତ୍ୟା କରିଥିବା ବେଳେ ସେଥିମଧ୍ୟରୁ ୭୦% ଋଣ ଯୋଗୁ ହଁି ହୋଇଛି। ଚାଷ ବ୍ୟବସ୍ଥାକୁ ଏପରିଭାବେ ପରନିର୍ଭରଶୀଳ ଓ ଖର୍ଚ୍ଚାନ୍ତ କରିଦିଆଯାଇଛି ଯେ, ଚାଷୀଟିଏ ତା’ର ଚାଷକୁ ଋଣରୁ ଆରମ୍ଭ କରି ଋଣରେ ହଁି ଶେଷ କରୁଛି। ଏପରି ପରିସ୍ଥିତିରେ କୌଣସି ରାଜ୍ୟ ସରକାର ଯେତେବେଳେ ଚାଷୀମାନଙ୍କୁ ଋଣଛାଡ଼ କରିବାର କଥା କହୁଛନ୍ତି, ସେତେବେଳେ ତଥାକଥିତ ବୁଦ୍ଧିଜୀବୀ, ବ୍ୟାଙ୍କ୍‌ ଓ କମ୍ପାନୀ ବୋଲକରା ଅର୍ଥନୀତିଜ୍ଞମାନେ ତାଙ୍କ ଉପରକୁ ଝାମ୍ପି ପଡ଼ୁଛନ୍ତି। ଅର୍ଥନୀତିର ଜଟିଳ ପ୍ରବଚନମାନ ଦେଇ ଚାଷୀଙ୍କୁ ଋଣଛାଡ଼ ନ କରିବା ପାଇଁ ଶହେ ପ୍ରକାର ତର୍କ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଯେତେବେଳେ ବଡ଼ ବଡ଼ କମ୍ପାନୀଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣଛାଡ଼ କରାଯାଉଛି, ସେତେବେଳେ ଏହି ଅର୍ଥନୀତିଜ୍ଞମାନେ ତାଳିମାରି ସ୍ବାଗତ କରୁଛନ୍ତି। ଏଥିରୁ ଆମ ଦେଶରେ ଚାଷୀ ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। 
ସଂପ୍ରତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୯୫ ଲକ୍ଷ ଚାଷୀଙ୍କର ୩୬୩୫୯ କୋଟି ଟଙ୍କା ଋଣଛାଡ଼ କରିବାକୁ ବ୍ୟାଙ୍କ୍‌ମାନଙ୍କୁ କହିଛନ୍ତି। ଏହାଦ୍ୱାରା ଅନେକ ଚାଷୀ ହୁଏତ ଆତ୍ମହତ୍ୟାରୁ ବଞ୍ଚିଯାଇପାରିବେ। ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ ଆଦି ରାଜ୍ୟ ବି ଚାଷୀମାନଙ୍କ ଋଣଛାଡ଼ ଦିଗରେ ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ଆମ ଦେଶର ତଥାକଥିତ ଅର୍ଥନୀତିଜ୍ଞମାନେ ରାଜ୍ୟ ସରକାରଙ୍କର ଏହି ସବୁ ପଦକ୍ଷେପକୁ ନିନ୍ଦା କରୁଛନ୍ତି। ସେମାନଙ୍କ କହିବା କଥା, ଚାଷୀମାନଙ୍କ ଋଣଛାଡ଼ କରିବା ଖରାପ ଅର୍ଥନୀତିର ଲକ୍ଷଣ। ହେଲେ କମ୍ପାନୀମାନଙ୍କ ଋଣଛାଡ଼ କରିବା କ’ଣ ଭଲ ଅର୍ଥନୀତିର ଲକ୍ଷଣ? 

ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ରଘୁରାମ ରାଜନ୍‌ ଥରେ କହିଥିଲେ, ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ବାରମ୍ବାର ଚାଷୀମାନଙ୍କର ଋଣଛାଡ଼ କରିବା ଦ୍ୱାରା ଅର୍ଥନୀତି ପ୍ରତି ବିପଦ ଦେଖାଦେବ। ଏହାଦ୍ୱାରା ଋଣ ବଜାରରେ ଅସନ୍ତୁଳନ ସୃଷ୍ଟି ହେବ। ରାଜନ୍‌ଙ୍କ କଥାରେ ଉତ୍ସାହିତ ହୋଇ ଷ୍ଟେଟ୍‌ ବ୍ୟାଙ୍କ୍‌ର ଅଧ୍ୟକ୍ଷ ଆଉ ପାଦେ ଆଗେଇଯାଇ କହିଲେ, ଚାଷୀମାନଙ୍କୁ ଋଣଛାଡ଼ କରିବା ଦ୍ୱାରା ‘ଋଣ ଶୃଙ୍ଖଳା’ ବିପର୍ଯ୍ୟସ୍ତ ହୋଇ ପଡ଼ିବ। ଚାଷୀମାନେ ଜାଣିଶୁଣି ଋଣ ନ ଶୁଝି ଋଣଛାଡ଼ ପାଇଁ ଆଉ ଗୋଟିଏ ନିର୍ବାଚନକୁ ଅପେକ୍ଷା କରିବେ। ଏହାଦ୍ୱାରା ସେମାନେ ଅଭ୍ୟାସଗତ ଭାବେ ଋଣ ଶୁଝିବା ପାଇଁ ଚାହଁିବେ ନାହଁି। ଏହା କେତେକାଂଶରେ ସତ। ହେଲେ ଅନ୍ୟପକ୍ଷରେ ସେହି ସମାନ ଦିନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମ୍‌ କୋଚିରେ ଏକ ସଭାରେ କହିଲେ, ସରକାରଙ୍କୁ ବଡ଼ ବଡ଼ କମ୍ପାନୀଙ୍କ ଋଣଛାଡ଼ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଏହା ପୁଞ୍ଜିବାଦୀ ଅର୍ଥନୀତିର ଏକ ଧାରା। ଏଠାରେ ପ୍ରଶ୍ନ ଉଠୁଛି ଯେ, କମ୍ପାନୀମାନଙ୍କୁ ଋଣଛାଡ଼ କରିବା ଯଦି ପୁଞ୍ଜିବାଦୀ ଅର୍ଥନୀତିର ଧାରା ତା’ହେଲେ ଚାଷୀମାନଙ୍କୁ ଋଣଛାଡ଼ କରିବା କ’ଣ ସେହି ଧାରାର ଅନ୍ତର୍ଭୁକ୍ତ ନୁହେଁ! ଚାଷୀମାନଙ୍କ ବେଳକୁ ସେହି ଅର୍ଥନୀତିଜ୍ଞମାନଙ୍କର ଭିନ୍ନ ମତ କାହଁିକି? 

ସୁବ୍ରମଣ୍ୟମ୍‌ ଆହୁରି କହିଛନ୍ତି ଯେ, ବଡ଼ ବଡ଼ କମ୍ପାନୀଙ୍କୁ ଋଣଛାଡ଼ କରିବା ଦ୍ୱାରା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ଆସିପାରେ। ହେଲେ ସମସ୍ୟାର ସମାଧାନ ପାଇଁ ଏହା ବ୍ୟତୀତ ଅନ୍ୟ ଉପାୟ ନାହଁି। ତା’ହେଲେ ସେ ବି ମନେ ରଖିବା କଥା ଯେ, ଚାଷୀମାନଙ୍କୁ ଋଣଛାଡ଼ କରିବା ଦ୍ୱାରା ଋଣ କ୍ଷେତ୍ରରେ ବିଶ୍‌ୃଙ୍ଖଳା ଦେଖାଦେଇପାରେ, ହେଲେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅନ୍ୟ ରାସ୍ତା ବା କାହଁି! ଯେଉଁ ଚାଷୀମାନେ ଋଣ ଶୁଝି ପାରୁନାହାନ୍ତି, ବାସ୍ତବରେ ସେମାନେ ଶୁଝିବା ପାଇଁ ଅକ୍ଷମ, କାରଣ ପ୍ରାକୃତିକ ବିପର୍ଯ୍ୟୟ ଓ ଉପତ୍ାଦନକୁ ଉଚିତ ଦାମ୍‌ ମିଳୁ ନ ଥିବାରୁ ସେମାନେ ଭୀଷଣ କ୍ଷତିର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ବଡ଼ କମ୍ପାନୀମାନେ ଜାଣିଶୁଣି ଋଣ ଶୁଝୁ ନାହାନ୍ତି। ତେଣୁ କମ୍ପାନୀମାନଙ୍କ ଋଣଛାଡ଼ ଅପେକ୍ଷା ଚାଷୀମାନଙ୍କ ଋଣଛାଡ଼ କରିବାର ଆବଶ୍ୟକତା ଅଧିକ ରହିଛି। 

ଲୋକ ସଭାର ପବ୍ଲିକ୍‌ ଆଫେୟାର୍ସ କମିଟିର ସଦ୍ୟତମ ରିପୋର୍ଟ ଅନୁସାରେ ବ୍ୟାଙ୍କ୍‌ମାନେ ପ୍ରଦାନ କରିଥିବା ୬.୮ ଲକ୍ଷ କୋଟି ଟଙ୍କା ଋଣ ଶୁଝା ହୋଇ ନ ପାରି ବୁଡ଼ିଯାଇଛି, ଯେଉଁଥିରୁ ୭୦% ଫାଇଦା ବଡ଼ ବଡ଼ କମ୍ପାନୀଙ୍କ ପାଖକୁ ଯାଇଛି ଓ ମାତ୍ର ୧% ଚାଷୀମାନଙ୍କ ପାଖକୁ ଯାଇଛି। ୨୦୧୧ରୁ ୨୦୧୬ ମଧ୍ୟରେ ପରିଶୋଧ ନ ହୋଇ ପଡ଼ିରହିଥିବା ୭.୪ ଲକ୍ଷ କୋଟି ଟଙ୍କା ଋଣରୁ ୪ଲକ୍ଷ କୋଟି ଟଙ୍କା କେବଳ ବଡ଼ ବଡ଼ କମ୍ପାନୀଙ୍କର, ଯାହାକୁ ବ୍ୟାଙ୍କ୍‌ମାନେ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ଆମେ ସମସ୍ତେ ମନେରଖିବା କଥା ଯେ, ଚାଷୀମାନଙ୍କ ପରିଶ୍ରମ ଯୋଗୁ ହଁି ସମସ୍ତେ ବଞ୍ଚି ରହିଛନ୍ତି। ଚାଷୀମାନଙ୍କୁ ଋଣ ଭାରରେ ଜର୍ଜ୍ଜରିତ କରି ଆତ୍ମହତ୍ୟା ପାଇଁ ଛାଡ଼ିଦେଲେ ଦେଶରେ ଭୟଙ୍କର ଖାଦ୍ୟସଂକଟ ଦେଖାଦେବ। ଭୋକିଲା ପେଟରେ ଅର୍ଥନୈତିକ ଅଭିବୃଦ୍ଧିର ବୃଥା ଆସ୍ଫାଳନର କିଛି ବି ମୂଲ୍ୟ ରହିବ ନାହଁି। 

ବିଚିତ୍ର ବିଶ୍ୱାଳ, ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ - ୯୪୩୮୪୬୮୪୭୪


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri