ଦକ୍ଷତା ସର୍ଭେ

 ବିଭିନ୍ନ ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା କିଭଳି ଭାବରେ ଚାଲିଛି ତାହା ଯାଞ୍ଚ କରି ଦେଖିବେ କେନ୍ଦ୍ର ସରକାର ା ଏଥିରେ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କର ଜ୍ଞାନର ସ୍ତର ମପାଯିବ ା ଏଥିପାଇଁ ନ୍ୟାଶନାଲ ଆଚିଭ୍‌ମେଣ୍ଟ ସର୍ଭେ(ନାସ୍‌) ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ା ବାସ୍ତବରେ ଦେଖିବାକୁ ଗଲେ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ ା ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ସ୍ଲୋଗାନ କେବଳ ଭାଷଣରେ ସୀମିତ ା ମଧ୍ୟାହ୍ନଭୋଜନ(ଏମ୍‌ଡିଏମ୍‌), ମାଗଣା ସ୍କୁଲ ୟୁନିଫର୍ମ, ପାଠ୍ୟପୁସ୍ତକ, ସାଇକେଲ ବଣ୍ଟନ ଆଦି ବ୍ୟବସ୍ଥା ଗାଁଗହଳର ସ୍କୁଲଗୁଡ଼ିକରେ କିଛି ମାତ୍ରାରେ ପିଲାଙ୍କ ଉପସ୍ଥାନ ବୃଦ୍ଧିରେ ସହାୟକ ହୋଇଥାଇପାରେ ା

ମାତ୍ର ପାଠପଢ଼ାରେ ଉନ୍ନତି ଆଣିପାରିନାହିଁ ା ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷକ ଅଭାବ, ଶ୍ରେଣୀଗୃହ ଏବଂ ସର୍ବୋପରି ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକମାନଙ୍କର ଅନିଚ୍ଛା ଓ ଦକ୍ଷତାର ଅଭାବ ା ଫଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପିଲା ମଧ୍ୟ ତୃତୀୟ ଶ୍ରେଣୀର ପାଠ କହିପାରୁନାହିଁ ା କେନ୍ଦ୍ର ସରକାର ଯେଉଁ ନାସ୍‌ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ତାହା ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ(ଏନସିଇଆରଟି) ଦ୍ୱାରା ପରିଚାଳିତ ହେବ ା ଏଥିପାଇଁ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହଯୋଗ ନିଆଯିବ। ପ୍ରତି ଜିଲାରୁ ୫୦ ସ୍କୁଲ ଏବଂ ପ୍ରତି ଶ୍ରେଣୀରୁ ୩୦ ଛାତ୍ରୀଛାତ୍ରଙ୍କୁ ନେଇ ଏହି ସର୍ଭେ କରାଯିବ ା ପ୍ରଥମ ପର୍ଯ୍ୟାୟରେ ଏହା ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରୁ ଆରମ୍ଭ ହେବ ା ଏଭଳି ଏକ ସର୍ଭେ ସ୍ବାଗତଯୋଗ୍ୟ ା ତେବେ ଏହି ସର୍ଭେରେ ନୈରାଶ୍ୟଜନକ ଫଳ ମିଳିଲେ ପିଲାମାନଙ୍କ ପାଇଁ ଶିକ୍ଷାର ମାନ କିପରି ଉନ୍ନତ କରାଯାଇପାରିବ ସେ ସମ୍ପର୍କରେ କିଛି କୁହାଯାଇନାହିଁ।

ବିନା ସର୍ଭେରେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କର ଦକ୍ଷତା କମ୍‌ ବୋଲି ପୂର୍ବରୁ ଅନେକ ଶିକ୍ଷାବିତ୍‌ ମତ ଦେଇଛନ୍ତି।ସରକାରୀ ସ୍କୁଲରେ ପାଠପଢ଼ା ସ୍ଥାଣୁ ହୋଇଯିବାର ଏକମାତ୍ର କାରଣ ଶିକ୍ଷକ ନୁହନ୍ତି ା ଏହାପଛରେ ଏକାଧିକ କାରଣ ରହିଛି ା ପ୍ରଥମତଃ ସ୍କୁଲରେ କ’ଣ ପାଠପଢ଼ା ହେଉଛି ତାହା ତଦାରଖ କରାଯାଉନାହିଁ। ପୂର୍ବରୁ ସ୍କୁଲ ଇନ୍ସପେକ୍ଟରମାନେ ଅଚାନକ ଶ୍ରେଣୀଗୃହରେ ପହଞ୍ଚତ୍ ଉପସ୍ଥାନ ଠିକ୍‌ ଅଛି କି ନାହିଁ, ପିଲାମାନଙ୍କୁ ଠିକ୍‌ ପାଠପଢ଼ାଯାଉଛି କି ନାହଁି ତଦାରଖ କରୁଥିଲେ ା ଏପରିକି ପିଲାଙ୍କୁ ପାଠ ପଚାରି ବୁଝୁଥିଲେ। ଫଳରେ ଶିକ୍ଷକମାନଙ୍କର ଡର ରହୁଥିଲା ା ଏହା ଏବେ ପ୍ରାୟତଃ ଦେଖିବାକୁ ମିଳୁନାହିଁ ା ଦ୍ୱିତୀୟତଃ ଗ୍ରାମାଞ୍ଚଳର ଗରିବ ମାତାପିତା ସେମାନଙ୍କର ପିଲାମାନଙ୍କୁ ସ୍କୁଲ ନ ପଠାଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ା ଓଡ଼ିଶାର ଅନେକ ଅନୁନ୍ନତ ଆଦିବାସୀ ଅଞ୍ଚଳରେ ଏହା ଦେଖିବାକୁ ମିଳୁଛି ା ତୃତୀୟତଃ ଅନେକ ମାତାପିତା ପିଲାଙ୍କୁ ଶିକ୍ଷିତ କରିବାକୁ ଆଗ୍ରହୀ ଥିଲେ ମଧ୍ୟ ସ୍କୁଲରେ କି ପ୍ରକାର ପାଠପଢ଼ା ହେଉଛି ସେ ବିଷୟରେ ଅଜ୍ଞ ା

ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ସକାଶେ ନିଷ୍ପତ୍ତି ନେଇଥିଲେ ମଧ୍ୟ ଶିକ୍ଷାବର୍ଷର ଅଧା ସମୟ ପର୍ଯ୍ୟନ୍ତ ସେମାନଙ୍କୁ ତାହା ଯୋଗାଇ ଦିଆଯାଇ ପାରୁନାହିଁ ା ପୂର୍ବରୁ ଲାଗୁ ହେଉଥିବା ‘ନୋ ଡିଟେନ୍‌ଶନ ପଲିସି’ ବା ଫେଲ୍‌ କରା ନ ଯିବା ନୀତି ପାଠପଢ଼ାକୁ ନେଇ ଛାତ୍ରୀଛାତ୍ର ଓ ଶିକ୍ଷକ ଉଭୟଙ୍କୁ ଖାମଖିଆଲି କରିଦେଉଥିଲା। ପରୀକ୍ଷାରେ ଅତି କମ୍‌ ନମ୍ବର ରଖିଥିଲେ ହେଁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଥିବା ପିଲାଙ୍କର ହଠାତ୍‌ ନବମ, ଦଶମ ଶ୍ରେଣୀରେ ନିଦ ଭାଙ୍ଗେ। ସେତେବେଳକୁ ହାତରେ ଆଉ ସମୟ ନ ଥାଏ। ଏବେ ସେହି ନୀତିରେ ପରିବର୍ତ୍ତନ ଆସିଛି। ମୂଳରୁ ପାଠପଢାକୁ ଗୁରୁତ୍ୱ ଦେଲେ ହୁଏତ ପରିସ୍ଥିତିରେ କିଛିଟା ପରିବର୍ତ୍ତନ ଆସିପାରିବ।ଏହି ପରିପ୍ରେକ୍ଷୀରେ ସରକାର କେବଳ ଛାତ୍ରୀଛାତ୍ରଙ୍କ ଜ୍ଞାନସ୍ତର ମାପିବା ପାଇଁ ସର୍ଭେ କଲେ ଚଳିବ ନାହିଁ ା ପ୍ରଥମେ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା କରିବାର ଆବଶ୍ୟକତା ରହିଛି ା ସ୍କୁଲରେ ଶିକ୍ଷାଦାନ ଠିକ୍‌ ଢଙ୍ଗରେ ହେଉଛି କି ନାହିଁ, ତାହା ନିୟମିତ ଯାଞ୍ଚ କରାଯିବା ଉଚିତ ା ମଧ୍ୟାହ୍ନଭୋଜନ ସାମଗ୍ରୀ ହାତେଇବା ପାଇଁ ସ୍କୁଲ ଉପସ୍ଥାନ ଖାତାରେ ପିଲାସଂଖ୍ୟା ବୃଦ୍ଧି କରାଯାଉଛି। ସବୁ କ୍ଷେତ୍ରରେ ଲୋକଦେଖାଣିଆ ନୀତି ଦୀର୍ଘମିଆଦୀ କ୍ଷତି ପହଞ୍ଚାଇବ।
 



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri