ଇତିହାସ ହିଁ ପ୍ରମାଣ

ଭାରତଛାଡ଼ ଆନ୍ଦୋଳନ ଥିଲା ସ୍ବାଧୀନତା ସଂଗ୍ରାମର କ୍ରାନ୍ତିକାରୀ ପର୍ଯ୍ୟାୟ। ଭାରତୀୟମାନଙ୍କୁ କେତେକ ସୁବିଧା ଦେବାପାଇଁ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ଅଧ୍ୟକ୍ଷତାରେ ଗଢାଯାଇଥିବା କମିଟି ତାଙ୍କ ମିଶନରେ ଅସଫଳ ହେବା ପରେ ଗାନ୍ଧିଜୀ କଠୋର ମନୋଭାବ ପୋଷଣ କରି ଇଂରେଜମାନଙ୍କୁ ଭାରତ ମାଟି ଛାଡ଼ିବା ପାଇଁ ଚରମବାଣୀ ଶୁଣାଇଲେ। ନିଖିଳ ଭାରତ କଂଗ୍ରେସ କମିଟି ୧୯୪୨ ଅଗଷ୍ଟ ୮ରେ ବମ୍ବେ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ କରାଇ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ଆହ୍ବାନ ଦେଲା। ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେବା ପରଦିନ ସିନ୍ଦୁରା ଫାଟିବା ପୂର୍ବରୁ ଗାନ୍ଧିଜୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଗିରଫ କରାଗଲା। କଂଗ୍ରେସର ସମସ୍ତ ଛାମୁଆ ସଂଗଠନକୁ ବେଆଇନ୍‌ ଘୋଷଣା କରାଗଲା। ଅଖିଳ ଭାରତ କଂଗ୍ରେସ କମିଟିର ସବୁ ପାଣ୍ଠିକୁ ବାଜ୍ୟାପ୍ତ କରାଗଲା। ଖବରକାଗଜଗୁଡ଼ିକର ଖବର ପ୍ରକାଶନ ଉପରେ କଟକଣା ଲାଗୁ ହେଲା। ବିଭିନ୍ନ ସ୍ଥାନରେ ଇଂରେଜ ଶାସନର ଦମନମୂଳକ କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରାଗଲା। ତରୁଣ ବିପ୍ଲବିନୀ ଅରୁଣା ଆସଫ୍‌ ଅଲ୍ଲୀ ବିଦେଶୀ ପୋଲିସ ଆଖିରେ ଧୂଳିଦେଇ ଗୋୱାଲିଆ ମଇଦାନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ସେଠାରେ ସମବେତ ଜନତାଙ୍କ ଉପରକୁ ପୋଲିସ ଗୁଳି ଚାଳନା କରିବାରୁ ୮ଜଣ ମୃତ୍ୟୁବରଣ କରିଥିଲେ। ମହିଳାମାନଙ୍କ ଏକ ଶୋଭାଯାତ୍ରା ଉପରକୁ ବ୍ରିଟିଶ ପୋଲିସ ଗୁଳି ବର୍ଷଣ କରିବାରୁ ୧୨ ଜଣ ବୀରା ରମଣୀ ଶହୀଦ ହୋଇଥିଲେ। ବମ୍ବେ ଆନ୍ଦୋଳନରେ ଛାତ୍ରମାନେ ବହୁସଂଖ୍ୟାରେ ଯୋଗଦାନ କଲେ। ବିହାରରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆନ୍ଦୋଳନ ତୀବ୍ରତର ହୋଇଉଠିଲା। ୧୯୪୨ ଅକ୍ଟୋବରରେ ଜୟପ୍ରକାଶ ହଜାରିବାଗ ଜେଲରୁ ପଳାୟନ କରିଥିଲେ। ଖବରକାଗଜମାନଙ୍କର କଣ୍ଠରୋଧର ପ୍ରତିବାଦ କରି ବଙ୍ଗଳାରୁ ପ୍ରକାଶିତ ଅମୃତବଜାର ପତ୍ରିକା, ଯୁଗାନ୍ତର ଆଦି ଖବରକାଗଜ ପ୍ରକାଶନ ବନ୍ଦ କରିଦେଇଥିଲେ। ଭାରତକୁ ବିଖଣ୍ଡିତ କରିବା ପାଇଁ ଇଂରେଜମାନେ ଜାତିଆଣ ଏବଂ ସାଂପ୍ରଦାୟିକ ବୀଜ ବପନ କରିବାକୁ ଲାଗିଲେ। ଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନକୁ ମୁସଲିମ୍‌ ଲିଗ୍‌ ନେତା ମହମ୍ମଦ ଅଲ୍ଲୀ ଜିନ୍ନା ବିରୋଧ କରିବାରୁ ମୁସଲମାନମାନେ ଏହି ଆନ୍ଦୋଳନରୁ ଦୂରେଇ ରହିଥିଲେ। ଭାରତଛାଡ଼ ଆନ୍ଦୋଳନର ପ୍ରତିଧ୍ୱନି ଓଡ଼ିଶା ମାଟିରେ ଗୁଞ୍ଜରିତ ହୋଇ ଉଠିଥିଲା। ବିଶେଷତଃ ଏହି ଆନ୍ଦୋଳନକୁ ଓଡ଼ିଶାର ଛାତ୍ର ସମାଜ ପରିଚାଳନା କରିଥିଲେ। ଆନ୍ଦୋଳନର ମୁଖ୍ୟକେନ୍ଦ୍ର ଥିଲା ବାଲେଶ୍ୱର, କଟକ ଓ କୋରାପୁଟ। ବାଲେଶ୍ୱରର ଇରମ୍‌କୁ ଦ୍ୱିତୀୟ ଜାଲିୱାନାବାଗ କୁହାଯାଏ। ଏଠାରେ ସେପ୍ଟେମ୍ବର ୨୮ରେ ପୋଲିସ୍‌ ଗୁଳିରେ ୨୬ଜଣ ଶହୀଦ ହୋଇଥିଲେ।

ଭଦ୍ରକଠାରୁ ୮ ମାଇଲ ଦୂର କଟାସାହିରେ ୨୨ ସେପ୍ଟେମ୍ବରରେ ହୋଇଥିବା ଗୁଳିକାଣ୍ଡରେ ୬ଜଣ ମୃତ୍ୟୁ ବରଣ କରିଥିଲେ। ସଂଗ୍ରାମୀ ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୪୦୦୦ ଜନତା ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏଣେ କୋରାପୁଟର ମାଲକାନଗିରି ତାଲୁକ ଅନ୍ତର୍ଗତ ମାଥିଲିଠାରେ ଜିଲା କଂଗ୍ରେସ କମିଟି ସଭ୍ୟ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୨୧ରେ ୨୦୦୦ ଗ୍ରାମବାସୀଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ପୋଲିସ ଜନତାଙ୍କୁ ଘଉଡ଼ାଇବା ପାଇଁ ଲାଠି ଓ ଗୁଳିଚାଳନା କଲେ। ଗୁଳି ଖାଇ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ମଦ୍ୟପ ଫରେଷ୍ଟଗାର୍ଡ଼ ନିକଟସ୍ଥ କେନାଲରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏହି ମୃତ୍ୟୁ ଘଟଣାରେ ଲକ୍ଷ୍ମଣ ନାୟକ ସମେତ ୫୪ ଜଣଙ୍କୁ ମିଥ୍ୟା ହତ୍ୟା ମାମଲାରେ ଜଡ଼ିତ କରାଯାଇ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଗଲା। ତାଳଚେରରେ ଲୋକମାନେ ଖୋଲାଖୋଲି ପ୍ରଚଳିତ ଆଇନକୁ ବିରୋଧ କଲେ। ଏହି ଆନ୍ଦାଳନକୁ ଦମନ କରିବା ପାଇଁ ସେପ୍ଟେମ୍ବର ୭ ତାରିଖରେ ବିମାନରୁ ଗୁଳିବର୍ଷଣ କରାଗଲା। ଏଥିରେ ସରକାରୀ ହିସାବରେ ୧୦୪୦ ଜଣ ବେସାମରିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଭାରତଛାଡ଼ ଆନ୍ଦୋଳନ ଇଂରେଜମାନଙ୍କୁ ଭାରତ ଛାଡ଼ିବା ପାଇଁ ଯେ ବାଧ୍ୟ କରିଥିଲା, ଇତିହାସ ହିଁ ତା’ର ପ୍ରମାଣ। 
ଗିରିଜାଶଙ୍କର ତରାସିଆ,ଖଣ୍ଡପଡ଼ା, ନୟାଗଡ଼, ମୋ-୯୯୩୭୩୩୪୮୦୦ 

ଭାରତଛାଡ଼ ଆନ୍ଦୋଳନ ଥିଲା ସ୍ବାଧୀନତା ସଂଗ୍ରାମର କ୍ରାନ୍ତିକାରୀ ପର୍ଯ୍ୟାୟ। ଭାରତୀୟମାନଙ୍କୁ କେତେକ ସୁବିଧା ଦେବାପାଇଁ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ଅଧ୍ୟକ୍ଷତାରେ ଗଢାଯାଇଥିବା କମିଟି ତାଙ୍କ ମିଶନରେ ଅସଫଳ ହେବା ପରେ ଗାନ୍ଧିଜୀ କଠୋର ମନୋଭାବ ପୋଷଣ କରି ଇଂରେଜମାନଙ୍କୁ ଭାରତ ମାଟି ଛାଡ଼ିବା ପାଇଁ ଚରମବାଣୀ ଶୁଣାଇଲେ। ନିଖିଳ ଭାରତ କଂଗ୍ରେସ କମିଟି ୧୯୪୨ ଅଗଷ୍ଟ ୮ରେ ବମ୍ବେ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ କରାଇ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ଆହ୍ବାନ ଦେଲା। 
ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେବା ପରଦିନ ସିନ୍ଦୁରା ଫାଟିବା ପୂର୍ବରୁ ଗାନ୍ଧିଜୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଗିରଫ କରାଗଲା। କଂଗ୍ରେସର ସମସ୍ତ ଛାମୁଆ ସଂଗଠନକୁ ବେଆଇନ୍‌ ଘୋଷଣା କରାଗଲା। ଅଖିଳ ଭାରତ କଂଗ୍ରେସ କମିଟିର ସବୁ ପାଣ୍ଠିକୁ ବାଜ୍ୟାପ୍ତ କରାଗଲା। ଖବରକାଗଜଗୁଡ଼ିକର ଖବର ପ୍ରକାଶନ ଉପରେ କଟକଣା ଲାଗୁ ହେଲା। ବିଭିନ୍ନ ସ୍ଥାନରେ ଇଂରେଜ ଶାସନର ଦମନମୂଳକ କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରାଗଲା। ତରୁଣ ବିପ୍ଲବିନୀ ଅରୁଣା ଆସଫ୍‌ ଅଲ୍ଲୀ ବିଦେଶୀ ପୋଲିସ ଆଖିରେ ଧୂଳିଦେଇ ଗୋୱାଲିଆ ମଇଦାନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ସେଠାରେ ସମବେତ ଜନତାଙ୍କ ଉପରକୁ ପୋଲିସ ଗୁଳି ଚାଳନା କରିବାରୁ ୮ଜଣ ମୃତ୍ୟୁବରଣ କରିଥିଲେ। ମହିଳାମାନଙ୍କ ଏକ ଶୋଭାଯାତ୍ରା ଉପରକୁ ବ୍ରିଟିଶ ପୋଲିସ ଗୁଳି ବର୍ଷଣ କରିବାରୁ ୧୨ ଜଣ ବୀରା ରମଣୀ ଶହୀଦ ହୋଇଥିଲେ। ବମ୍ବେ ଆନ୍ଦୋଳନରେ ଛାତ୍ରମାନେ ବହୁସଂଖ୍ୟାରେ ଯୋଗଦାନ କଲେ। 
ବିହାରରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆନ୍ଦୋଳନ ତୀବ୍ରତର ହୋଇଉଠିଲା। ୧୯୪୨ ଅକ୍ଟୋବରରେ ଜୟପ୍ରକାଶ ହଜାରିବାଗ ଜେଲରୁ ପଳାୟନ କରିଥିଲେ। ଖବରକାଗଜମାନଙ୍କର କଣ୍ଠରୋଧର ପ୍ରତିବାଦ କରି ବଙ୍ଗଳାରୁ ପ୍ରକାଶିତ ଅମୃତବଜାର ପତ୍ରିକା, ଯୁଗାନ୍ତର ଆଦି ଖବରକାଗଜ ପ୍ରକାଶନ ବନ୍ଦ କରିଦେଇଥିଲେ। ଭାରତକୁ ବିଖଣ୍ଡିତ କରିବା ପାଇଁ ଇଂରେଜମାନେ ଜାତିଆଣ ଏବଂ ସାଂପ୍ରଦାୟିକ ବୀଜ ବପନ କରିବାକୁ ଲାଗିଲେ। ଗାନ୍ଧୀଙ୍କ ଭାରତଛାଡ଼ ଆନ୍ଦୋଳନକୁ ମୁସଲିମ୍‌ ଲିଗ୍‌ ନେତା ମହମ୍ମଦ ଅଲ୍ଲୀ ଜିନ୍ନା ବିରୋଧ କରିବାରୁ ମୁସଲମାନମାନେ ଏହି ଆନ୍ଦୋଳନରୁ ଦୂରେଇ ରହିଥିଲେ। 
ଭାରତଛାଡ଼ ଆନ୍ଦୋଳନର ପ୍ରତିଧ୍ୱନି ଓଡ଼ିଶା ମାଟିରେ ଗୁଞ୍ଜରିତ ହୋଇ ଉଠିଥିଲା। ବିଶେଷତଃ ଏହି ଆନ୍ଦୋଳନକୁ ଓଡ଼ିଶାର ଛାତ୍ର ସମାଜ ପରିଚାଳନା କରିଥିଲେ। ଆନ୍ଦୋଳନର ମୁଖ୍ୟକେନ୍ଦ୍ର ଥିଲା ବାଲେଶ୍ୱର, କଟକ ଓ କୋରାପୁଟ। ବାଲେଶ୍ୱରର ଇରମ୍‌କୁ ଦ୍ୱିତୀୟ ଜାଲିୱାନାବାଗ କୁହାଯାଏ। ଏଠାରେ ସେପ୍ଟେମ୍ବର ୨୮ରେ ପୋଲିସ୍‌ ଗୁଳିରେ ୨୬ଜଣ ଶହୀଦ ହୋଇଥିଲେ। ଭଦ୍ରକଠାରୁ ୮ ମାଇଲ ଦୂର କଟାସାହିରେ ୨୨ ସେପ୍ଟେମ୍ବରରେ ହୋଇଥିବା ଗୁଳିକାଣ୍ଡରେ ୬ଜଣ ମୃତ୍ୟୁ ବରଣ କରିଥିଲେ। ସଂଗ୍ରାମୀ ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୪୦୦୦ ଜନତା ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏଣେ କୋରାପୁଟର ମାଲକାନଗିରି ତାଲୁକ ଅନ୍ତର୍ଗତ ମାଥିଲିଠାରେ ଜିଲା କଂଗ୍ରେସ କମିଟି ସଭ୍ୟ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୨୧ରେ ୨୦୦୦ ଗ୍ରାମବାସୀଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ପୋଲିସ ଜନତାଙ୍କୁ ଘଉଡ଼ାଇବା ପାଇଁ ଲାଠି ଓ ଗୁଳିଚାଳନା କଲେ। ଗୁଳି ଖାଇ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ମଦ୍ୟପ ଫରେଷ୍ଟଗାର୍ଡ଼ ନିକଟସ୍ଥ କେନାଲରେ ପଡ଼ି ମୃତ୍ୟୁବରଣ କରିଥିଲେ। ଏହି ମୃତ୍ୟୁ ଘଟଣାରେ ଲକ୍ଷ୍ମଣ ନାୟକ ସମେତ ୫୪ ଜଣଙ୍କୁ ମିଥ୍ୟା ହତ୍ୟା ମାମଲାରେ ଜଡ଼ିତ କରାଯାଇ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଗଲା। 
ତାଳଚେରରେ ଲୋକମାନେ ଖୋଲାଖୋଲି ପ୍ରଚଳିତ ଆଇନକୁ ବିରୋଧ କଲେ। ଏହି ଆନ୍ଦାଳନକୁ ଦମନ କରିବା ପାଇଁ ସେପ୍ଟେମ୍ବର ୭ ତାରିଖରେ ବିମାନରୁ ଗୁଳିବର୍ଷଣ କରାଗଲା। ଏଥିରେ ସରକାରୀ ହିସାବରେ ୧୦୪୦ ଜଣ ବେସାମରିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଭାରତଛାଡ଼ ଆନ୍ଦୋଳନ ଇଂରେଜମାନଙ୍କୁ ଭାରତ ଛାଡ଼ିବା ପାଇଁ ଯେ ବାଧ୍ୟ କରିଥିଲା, ଇତିହାସ ହିଁ ତା’ର ପ୍ରମାଣ। 
ଗିରିଜାଶଙ୍କର ତରାସିଆ
ଖଣ୍ଡପଡ଼ା, ନୟାଗଡ଼, ମୋ-୯୯୩୭୩୩୪୮୦୦ 


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri