ଆଦିବାସୀଙ୍କ ହକ୍‌

ଯାଜପୁରର ନଗଡ଼ାରେ ଅପପୁଷ୍ଟି ଓ ଅନାହାରରେ ଏକ ମାସ ମଧ୍ୟରେ ୧୯ଜଣ ଆଦିବାସୀ ଶିଶୁ ପ୍ରାଣ ହରାଇବା, କନ୍ଧମାଳର ଗୁମୁଡ଼ୁମାହାରେ ମାଓବାଦୀ ନାଁରେ ପୋଲିସ ଗୁଳିରେ ନିରୀହ ଆଦିବାସୀଙ୍କୁ ହତ୍ୟା, ମାଲକାନଗିରି ଜିଲାରେ ସରକାରୀ ଅବହେଳାରୁ ଜାପାନୀ ଜ୍ୱରରେ ମାତ୍ର ତିନି ମାସରେ ପ୍ରାୟ ତିନି ଶହରୁ ଅଧିକ ଶିଶୁ ପ୍ରାଣ ହରାଇବା ପରି ଅନେକ ଘଟଣା ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି। ଏସବୁ ସ୍ବାଧୀନତାର ସତୁରି ବର୍ଷ ପରେ ରାଜ୍ୟରେ ଆଦିବାସୀମାନଙ୍କ ଦୟନୀୟ ସ୍ଥିତିକୁ ଦର୍ଶାଉଛି। ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶ ଜନସଂଖ୍ୟାର ପ୍ରାୟ ଆଠ ଭାଗ ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି ପ୍ରତି ଚାରି ଜଣରେ ଜଣେ (୨୦୧୧ ଜନଗଣନା ଅନୁଯାୟୀ ୨୨.୮୪%) ହେଉଛନ୍ତି ଆଦିବାସୀ। ଯଦିଓ ରାଜ୍ୟରେ ସରକାରୀ ଭାବେ ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟକୁ ହିଁ ଅନୁସୂଚିତ ଜନଜାତିର ସ୍ବୀକୃତି ଦିଆଯାଇଛି ତଥାପି କୋଣ୍ଡାଦୋରା, ଶୁଦ୍ଧ ଶବର, ଝୋଡ଼ିଆ, କାନ୍ଧିଆ ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ଆଜି ବି ସରକାରୀ ସ୍ବୀକୃତିରୁ ବଞ୍ଚିତ ହୋଇ ରହିଛନ୍ତି।

ସେମାନେ ସମାଜରେ ସବୁଠାରୁ ବେଶି ଶୋଷିତ, ଅବହେଳିତ ଓ ନିର୍ଯାତିତ ହୋଇ ଜୀବନ ଯାପନ କରୁଛନ୍ତି। ବିଭିନ୍ନ କାରଣରୁ ଜଙ୍ଗଲ ଓ ପାହାଡ଼ରେ ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀମାନଙ୍କ ଅସ୍ତିତ୍ୱ ବିପନ୍ନ ହେବାକୁ ବସିଛି। ସେମାନଙ୍କ ଭାଷା, ସଂସ୍କୃତି ଏପରି କି ବିଭିନ୍ନ ମୌଳିକ ଅଧିକାର ସଙ୍କଟର ସମ୍ମୁଖୀନ ହୋଇଛି। ବିଶ୍ୱରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ଭାଷା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ବିଶ୍ୱରେ ଆଦିବାସୀଙ୍କ ଏହି ସ୍ଥିତିକୁ ଲକ୍ଷ୍ୟ କରି ମିଳିତ ଜାତିସଂଘ ୧୯୯୪ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଜନଜାତି ଦିବସ ରୂପେ ପାଳନ କରି ଆସୁଛି। ଆଦିବାସୀଙ୍କ ଇତିହାସ ହେଉଛି ଶାସକ ଶ୍ରେଣୀ ଦ୍ୱାରା ଶୋଷଣ ତଥା ଅତ୍ୟାଚାରର ଇତିହାସ। ଆମ ଦେଶରେ ବ୍ରିଟିଶମାନଙ୍କ ଆଗମନ ପୂର୍ବରୁ ଅନେକ ଆଦିବାସୀ ଅଞ୍ଚଳ ପ୍ରାୟତଃ ଅନାବିଷ୍କୃତ ଥିଲା।

ଯଦିଓ ସମାଜରେ ରାଜା ଓ ଜମିଦାରଙ୍କ ସାମନ୍ତବାଦୀ ଶାସନ ରହିଥିଲା ତଥାପି ଆଦିବାସୀମାନେ ମୂଳତଃ ସ୍ବୟଂଶାସିତ ଥିଲେ। ସେମାନେ ବସବାସ କରୁଥିବା ଜଙ୍ଗଲ ଓ ତା’ର ସମ୍ପତ୍ତି ଉପରେ ସେମାନଙ୍କର ଅଖଣ୍ଡ ଅଧିକାର ରହିଥିଲା। ଦେଶର ଆଦିବାସୀ ଅଞ୍ଚଳ ଓ ଜଙ୍ଗଲ ସମ୍ପଦକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ବ୍ରିଟିଶମାନେ ସେମାନଙ୍କୁ ଜଙ୍ଗଲ ଅଧିକାରରୁ ବଞ୍ଚତ୍ତ କରିବା ସହିତ ସମତଳ ଅଞ୍ଚଳରୁ ବହୁସଂଖ୍ୟକ ସାହୁକାର, ମହାଜନ ଓ କର୍ମଚାରୀଙ୍କୁ ଆଦିବାସୀ ଅଞ୍ଚଳକୁ ଆଣି ସେମାନଙ୍କ ଉପରେ ଶୋଷଣ ତଥା ଅତ୍ୟାଚାର ଚଳାଇ ସେମାନଙ୍କୁ ଭୂମିହୀନ କରାଇଥିଲେ। ବ୍ରିଟିଶ ଶାସନରେ ନିଜର ଜମି ଓ ଜଙ୍ଗଲ ଅଧିକାର ହରାଇବା ଫଳରେ ଆଦିବାସୀମାନେ ଏହା ବିରୋଧରେ ସଂଗ୍ରାମ କରିଥିଲେ। ୧୮୦୮ରୁ ୧୯୪୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବିର୍ସା ମୁଣ୍ଡା, ସିଦ୍ଧୁ-କାନୁ, ଆଲୁରୀ ସୀତାରାମ ରାଜୁ, କୋମରାମ୍‌ ଭୀମ୍‌, ଚକରା ବିଷୋୟୀ, ରିନ୍ଦୋ ମାଝୀ, ଲକ୍ଷ୍ମଣ ନାୟକଙ୍କ ପରି ଅନେକ ଯୋଦ୍ଧାଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ବଡ଼ ବଡ଼ ବିଦ୍ରୋହ ସଂଘଟିତ ହୋଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଆଦିବାସୀ ଭାଗ ନେବା ସହ ବହୁ ସଂଖ୍ୟାରେ ପ୍ରାଣବଳି ଦେଇଥିଲେ।

ବ୍ରିଟିଶମାନେ ଦେଶୀୟ ରାଜା ଓ ଜମିଦାରଙ୍କ ସହାୟତାରେ ଭୟଙ୍କର ଦମନ କରି ଯଦିଓ ଏସବୁ ବିଦ୍ରୋହକୁ ଦବେଇ ଦେବାରେ ସଫଳ ହୋଇଥିଲେ ତଥାପି କେବଳ ଦମନ ଜରିଆରେ ଆଦିବାସୀଙ୍କୁ ଶାସନ କରିବା ଯେ ସମ୍ଭବ ନୁହେଁ ଏକଥା ସେମାନେ ବୁଝିପାରିଥିଲେ। ଏହି କ୍ରମରେ ଛୋଟନାଗପୁର ଟେନେନ୍ସୀ ଆଇନ, ୧୯୧୭ର ଆଦିବାସୀ ଜମି ହସ୍ତାନ୍ତର ନିରୋଧୀ ଆଇନ ଭଳି ଅନେକ ଆଇନ ତିଆରି ହୋଇଥିଲା, ଯେଉଁଥିରେ ଜମି ଉପରେ ଆଦିବାସୀମାନଙ୍କ ଅଧିକାରକୁ ପ୍ରଥମ ଥର ପାଇଁ କିଛି ମାତ୍ରାରେ ସ୍ବୀକୃତି ଦେବାକୁ ବ୍ରିଟିଶ ସରକାର ବାଧ୍ୟ ହୋଇଥିଲେ।ତେବେ ଦେଶର ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କ ଅନେକ ତ୍ୟାଗ ଓ ବଳିଦାନ ସତ୍ତ୍ୱେ ୧୯୪୭ରେ ବ୍ରିଟିଶ ଯିବା ପରେ ମଧ୍ୟ ସେମାନଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଘଟିଲାନି। ବ୍ରିଟିଶମାନଙ୍କ ଦ୍ୱାରା ଅପହୃତ ସେମାନଙ୍କ ଜଙ୍ଗଲ ଅଧିକାର ସେମାନଙ୍କୁ ଫେରାଇବା ପରିବର୍ତ୍ତେ ଜଙ୍ଗଲ ଆଇନକୁ ଅଧିକ କଡ଼ାକଡ଼ି କରାଗଲା। ତେବେ ଜଙ୍ଗଲ ଉପରେ ଅଧିକାର ପାଇଁ ଦୀର୍ଘଦିନର ଲଢ଼େଇ ଫଳରେ ୨୦୦୬ ମସିହାରେ ଯେଉଁ ଜଙ୍ଗଲ ଅଧିକାର ଆଇନ ତିଆରି ହୋଇଛି ସେଥିରେ ଆଦିବାସୀମାନଙ୍କୁ ଆଂଶିକ ଅଧିକାର ମିଳିଛି। ଆଇନରେ ଦଶ ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ଆଦିବାସୀଙ୍କ ବ୍ୟକ୍ତିଗତ ଅଧିକାର ସମେତ ଗୋଷ୍ଠୀଗତ ଓ ପ୍ରାକୃତିକ ବାସସ୍ଥାନ ଅଧିକାରକୁ ସ୍ବୀକୃତି ଦେବାକୁ କୁହାଯାଇଥିବା ବେଳେ ଓଡ଼ିଶା ସରକାର ମାତ୍ର ଚାରି ବା ଛଅ ଡେସିମିଲର ଘରଡିହ ପଟ୍ଟା ଦେଇ ବାହାବା ନେଉଛନ୍ତି।

ଏହି ଆଇନରେ କେନ୍ଦୁପତ୍ର, ବାଉଁଶ ପରି ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଓ ବିକ୍ରିର ଅଧିକାର ଲୋକଙ୍କୁ ଦେବାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶା ସରକାର ଏବେ ବି ତା’ ଉପରେ ଏକଚାଟିଆ ମାଲିକାନା ଅବ୍ୟାହତ ରଖିଛନ୍ତି। ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାର ଅଭାବରୁ ଆଜି ବି ଆଦିବାସୀମାନେ ଜଙ୍ଗଲ ବିଭାଗ ଦ୍ୱାରା ଶୋଷଣ ତଥା ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି।ଦେଶର ଶାସକ ଣ୍ରେଣୀ ଆଦିବାସୀ ଓ ସେମାନଙ୍କ ଅଞ୍ଚଳକୁ ବିକାଶ କରିବାକୁ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କ ଉପରେ ବିକାଶକୁ ବଳପୂର୍ବକ ଥୋପିଦେଇ ସେମାନଙ୍କୁ ତା’ର ଶିକାର କରି ଆସିଛନ୍ତି। ଯଥେଷ୍ଟ କ୍ଷତିପୂରଣ ବିନା ସେମାନଙ୍କୁ ତାଙ୍କ ଭିଟାମାଟିରୁ ବିସ୍ଥାପିତ କରାଯାଇଛି। ଦେଶରେ ଯେତେ ବଡ଼ ବଡ଼ ନଦୀବନ୍ଧ, ଖଣି, ଶିଳ୍ପ ଆଦି ନିର୍ମାଣ ହୋଇଛି ତା’ର ଲାଭ ଅନ୍ୟମାନେ ପାଇଥିବା ବେଳେ ଆଦିବାସୀମାନଙ୍କ ଭାଗ୍ୟରେ କେବଳ ବିସ୍ଥାପନ ହିଁ ପଡ଼ିଛି। ଦେଶ ଜନସଂଖ୍ୟାର ମାତ୍ର ଆଠ ପ୍ରତିଶତ ଆଦିବାସୀ ହୋଇଥିଲେ ବି ମୋଟ ବିସ୍ଥାପିତଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ଅଧାରୁ ଅଧିକ। ସରକାର ଓ ଘରୋଇ କମ୍ପାନୀଙ୍କ ମୁନାଫା ପାଇଁ ନିଜର ଜମି, ଜଙ୍ଗଲ, ପ୍ରାକୃତିକ ବାସସ୍ଥାନ ଏବଂ ସର୍ବୋପରି ନିଜର ପାରମ୍ପରିକ ଜୀବିକା ହରାଇଥିବା ଆଦିବାସୀମାନେ ସରକାରୀ ଉପେକ୍ଷା ଓ ପ୍ରତାରଣାର ଶିକାର ହୋଇ ଦୁର୍ଦ୍ଦଶାମୟ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି। ଆଜି ବି ଅଧିକାଂଶ ଆଦିବାସୀ ଉତ୍କଟ ଦାରିଦ୍ର୍ୟ, ଅନାହାର ଓ ପୁଷ୍ଟିହୀନତାର ଶିକାର। ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ୍‌ ଆଦି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ। ଆଦିବାସୀଙ୍କ କ୍ଷେତ୍ରରେ ନିରକ୍ଷରତା, ଅଧାରୁ ପାଠଛଡ଼ା, ଅପପୁଷ୍ଟି, ଅନାହାର, ରକ୍ତହୀନତା ଆଦିର ହାର ବେଶି। ସେମାନଙ୍କ ପାଇଁ ଅନେକ ଆଇନ ଓ ଯୋଜନା ତିଆରି ହୋଇଛି ସତ, କିନ୍ତୁ ଆନ୍ତରିକତା ଅଭାବରୁ ସେସବୁ ଠିକ୍‌ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବଜେଟ୍‌ରେ ଆଦିବାସୀ ସବ୍‌ପ୍ଳାନ୍‌ରେ ଦିଆଯାଇଥିବା ଅନୁଦାନକୁ ବି ଆଦିବାସୀଙ୍କ ପାଇଁ ଖର୍ଚ୍ଚ କରାଯାଉନି। ଅନ୍ତର୍ଜାତୀୟ ଜନଜାତି ଦିବସ ଅବସରରେ ଜମି, ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାରକୁ ପୂର୍ଣ୍ଣ ସ୍ବୀକୃତି ପ୍ରଦାନ ସହିତ ସେମାନଙ୍କ ଭାଷା, ସଂସ୍କୃତି ତଥା ସ୍ବୟଂଶାସନର ଅଧିକାର ପାଇଁ ଏକ ଦୀର୍ଘମିଆଦୀ ସଂଗ୍ରାମର ଆବଶ୍ୟକତା ଦେଖାଦେଇଛି।      

ଭାଲଚନ୍ଦ୍ର ଷଡ଼ଙ୍ଗୀ,

ମୋ- ୯୪୩୭୧୬୬୩୯୧,

bhalachandra.odisha@gmail.com

ଯାଜପୁରର ନଗଡ଼ାରେ ଅପପୁଷ୍ଟି ଓ ଅନାହାରରେ ଏକ ମାସ ମଧ୍ୟରେ ୧୯ଜଣ ଆଦିବାସୀ ଶିଶୁ ପ୍ରାଣ ହରାଇବା, କନ୍ଧମାଳର ଗୁମୁଡ଼ୁମାହାରେ ମାଓବାଦୀ ନାଁରେ ପୋଲିସ ଗୁଳିରେ ନିରୀହ ଆଦିବାସୀଙ୍କୁ ହତ୍ୟା, ମାଲକାନଗିରି ଜିଲାରେ ସରକାରୀ ଅବହେଳାରୁ ଜାପାନୀ ଜ୍ୱରରେ ମାତ୍ର ତିନି ମାସରେ ପ୍ରାୟ ତିନି ଶହରୁ ଅଧିକ ଶିଶୁ ପ୍ରାଣ ହରାଇବା ପରି ଅନେକ ଘଟଣା ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି। ଏସବୁ ସ୍ବାଧୀନତାର ସତୁରି ବର୍ଷ ପରେ ରାଜ୍ୟରେ ଆଦିବାସୀମାନଙ୍କ ଦୟନୀୟ ସ୍ଥିତିକୁ ଦର୍ଶାଉଛି। 
ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶ ଜନସଂଖ୍ୟାର ପ୍ରାୟ ଆଠ ଭାଗ ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି ପ୍ରତି ଚାରି ଜଣରେ ଜଣେ (୨୦୧୧ ଜନଗଣନା ଅନୁଯାୟୀ ୨୨.୮୪%) ହେଉଛନ୍ତି ଆଦିବାସୀ। ଯଦିଓ ରାଜ୍ୟରେ ସରକାରୀ ଭାବେ ୧୩ଟି ଆଦିମ ଜନଜାତି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟକୁ ହିଁ ଅନୁସୂଚିତ ଜନଜାତିର ସ୍ବୀକୃତି ଦିଆଯାଇଛି ତଥାପି କୋଣ୍ଡାଦୋରା, ଶୁଦ୍ଧ ଶବର, ଝୋଡ଼ିଆ, କାନ୍ଧିଆ ପରି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟ ଆଜି ବି ସରକାରୀ ସ୍ବୀକୃତିରୁ ବଞ୍ଚିତ ହୋଇ ରହିଛନ୍ତି। ସେମାନେ ସମାଜରେ ସବୁଠାରୁ ବେଶି ଶୋଷିତ, ଅବହେଳିତ ଓ ନିର୍ଯାତିତ ହୋଇ ଜୀବନ ଯାପନ କରୁଛନ୍ତି। ବିଭିନ୍ନ କାରଣରୁ ଜଙ୍ଗଲ ଓ ପାହାଡ଼ରେ ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀମାନଙ୍କ ଅସ୍ତିତ୍ୱ ବିପନ୍ନ ହେବାକୁ ବସିଛି। ସେମାନଙ୍କ ଭାଷା, ସଂସ୍କୃତି ଏପରି କି ବିଭିନ୍ନ ମୌଳିକ ଅଧିକାର ସଙ୍କଟର ସମ୍ମୁଖୀନ ହୋଇଛି। ବିଶ୍ୱରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ଭାଷା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ବିଶ୍ୱରେ ଆଦିବାସୀଙ୍କ ଏହି ସ୍ଥିତିକୁ ଲକ୍ଷ୍ୟ କରି ମିଳିତ ଜାତିସଂଘ ୧୯୯୪ ମସିହାରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଜନଜାତି ଦିବସ ରୂପେ ପାଳନ କରି ଆସୁଛି। 
ଆଦିବାସୀଙ୍କ ଇତିହାସ ହେଉଛି ଶାସକ ଶ୍ରେଣୀ ଦ୍ୱାରା ଶୋଷଣ ତଥା ଅତ୍ୟାଚାରର ଇତିହାସ। ଆମ ଦେଶରେ ବ୍ରିଟିଶମାନଙ୍କ ଆଗମନ ପୂର୍ବରୁ ଅନେକ ଆଦିବାସୀ ଅଞ୍ଚଳ ପ୍ରାୟତଃ ଅନାବିଷ୍କୃତ ଥିଲା। ଯଦିଓ ସମାଜରେ ରାଜା ଓ ଜମିଦାରଙ୍କ ସାମନ୍ତବାଦୀ ଶାସନ ରହିଥିଲା ତଥାପି ଆଦିବାସୀମାନେ ମୂଳତଃ ସ୍ବୟଂଶାସିତ ଥିଲେ। ସେମାନେ ବସବାସ କରୁଥିବା ଜଙ୍ଗଲ ଓ ତା’ର ସମ୍ପତ୍ତି ଉପରେ ସେମାନଙ୍କର ଅଖଣ୍ଡ ଅଧିକାର ରହିଥିଲା। ଦେଶର ଆଦିବାସୀ ଅଞ୍ଚଳ ଓ ଜଙ୍ଗଲ ସମ୍ପଦକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ବ୍ରିଟିଶମାନେ ସେମାନଙ୍କୁ ଜଙ୍ଗଲ ଅଧିକାରରୁ ବଞ୍ଚତ୍ତ କରିବା ସହିତ ସମତଳ ଅଞ୍ଚଳରୁ ବହୁସଂଖ୍ୟକ ସାହୁକାର, ମହାଜନ ଓ କର୍ମଚାରୀଙ୍କୁ ଆଦିବାସୀ ଅଞ୍ଚଳକୁ ଆଣି ସେମାନଙ୍କ ଉପରେ ଶୋଷଣ ତଥା ଅତ୍ୟାଚାର ଚଳାଇ ସେମାନଙ୍କୁ ଭୂମିହୀନ କରାଇଥିଲେ। 
ବ୍ରିଟିଶ ଶାସନରେ ନିଜର ଜମି ଓ ଜଙ୍ଗଲ ଅଧିକାର ହରାଇବା ଫଳରେ ଆଦିବାସୀମାନେ ଏହା ବିରୋଧରେ ସଂଗ୍ରାମ କରିଥିଲେ। ୧୮୦୮ରୁ ୧୯୪୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବିର୍ସା ମୁଣ୍ଡା, ସିଦ୍ଧୁ-କାନୁ, ଆଲୁରୀ ସୀତାରାମ ରାଜୁ, କୋମରାମ୍‌ ଭୀମ୍‌, ଚକରା ବିଷୋୟୀ, ରିନ୍ଦୋ ମାଝୀ, ଲକ୍ଷ୍ମଣ ନାୟକଙ୍କ ପରି ଅନେକ ଯୋଦ୍ଧାଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ବଡ଼ ବଡ଼ ବିଦ୍ରୋହ ସଂଘଟିତ ହୋଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଆଦିବାସୀ ଭାଗ ନେବା ସହ ବହୁ ସଂଖ୍ୟାରେ ପ୍ରାଣବଳି ଦେଇଥିଲେ। ବ୍ରିଟିଶମାନେ ଦେଶୀୟ ରାଜା ଓ ଜମିଦାରଙ୍କ ସହାୟତାରେ ଭୟଙ୍କର ଦମନ କରି ଯଦିଓ ଏସବୁ ବିଦ୍ରୋହକୁ ଦବେଇ ଦେବାରେ ସଫଳ ହୋଇଥିଲେ ତଥାପି କେବଳ ଦମନ ଜରିଆରେ ଆଦିବାସୀଙ୍କୁ ଶାସନ କରିବା ଯେ ସମ୍ଭବ ନୁହେଁ ଏକଥା ସେମାନେ ବୁଝିପାରିଥିଲେ। ଏହି କ୍ରମରେ ଛୋଟନାଗପୁର ଟେନେନ୍ସୀ ଆଇନ, ୧୯୧୭ର ଆଦିବାସୀ ଜମି ହସ୍ତାନ୍ତର ନିରୋଧୀ ଆଇନ ଭଳି ଅନେକ ଆଇନ ତିଆରି ହୋଇଥିଲା, ଯେଉଁଥିରେ ଜମି ଉପରେ ଆଦିବାସୀମାନଙ୍କ ଅଧିକାରକୁ ପ୍ରଥମ ଥର ପାଇଁ କିଛି ମାତ୍ରାରେ ସ୍ବୀକୃତି ଦେବାକୁ ବ୍ରିଟିଶ ସରକାର ବାଧ୍ୟ ହୋଇଥିଲେ।
ତେବେ ଦେଶର ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀମାନଙ୍କ ଅନେକ ତ୍ୟାଗ ଓ ବଳିଦାନ ସତ୍ତ୍ୱେ ୧୯୪୭ରେ ବ୍ରିଟିଶ ଯିବା ପରେ ମଧ୍ୟ ସେମାନଙ୍କ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଘଟିଲାନି। ବ୍ରିଟିଶମାନଙ୍କ ଦ୍ୱାରା ଅପହୃତ ସେମାନଙ୍କ ଜଙ୍ଗଲ ଅଧିକାର ସେମାନଙ୍କୁ ଫେରାଇବା ପରିବର୍ତ୍ତେ ଜଙ୍ଗଲ ଆଇନକୁ ଅଧିକ କଡ଼ାକଡ଼ି କରାଗଲା। ତେବେ ଜଙ୍ଗଲ ଉପରେ ଅଧିକାର ପାଇଁ ଦୀର୍ଘଦିନର ଲଢ଼େଇ ଫଳରେ ୨୦୦୬ ମସିହାରେ ଯେଉଁ ଜଙ୍ଗଲ ଅଧିକାର ଆଇନ ତିଆରି ହୋଇଛି ସେଥିରେ ଆଦିବାସୀମାନଙ୍କୁ ଆଂଶିକ ଅଧିକାର ମିଳିଛି। ଆଇନରେ ଦଶ ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ଆଦିବାସୀଙ୍କ ବ୍ୟକ୍ତିଗତ ଅଧିକାର ସମେତ ଗୋଷ୍ଠୀଗତ ଓ ପ୍ରାକୃତିକ ବାସସ୍ଥାନ ଅଧିକାରକୁ ସ୍ବୀକୃତି ଦେବାକୁ କୁହାଯାଇଥିବା ବେଳେ ଓଡ଼ିଶା ସରକାର ମାତ୍ର ଚାରି ବା ଛଅ ଡେସିମିଲର ଘରଡିହ ପଟ୍ଟା ଦେଇ ବାହାବା ନେଉଛନ୍ତି। ଏହି ଆଇନରେ କେନ୍ଦୁପତ୍ର, ବାଉଁଶ ପରି ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଓ ବିକ୍ରିର ଅଧିକାର ଲୋକଙ୍କୁ ଦେବାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶା ସରକାର ଏବେ ବି ତା’ ଉପରେ ଏକଚାଟିଆ ମାଲିକାନା ଅବ୍ୟାହତ ରଖିଛନ୍ତି। ଜଙ୍ଗଲ ଉପରେ ପୂର୍ଣ୍ଣ ଅଧିକାର ଅଭାବରୁ ଆଜି ବି ଆଦିବାସୀମାନେ ଜଙ୍ଗଲ ବିଭାଗ ଦ୍ୱାରା ଶୋଷଣ ତଥା ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି।
ଦେଶର ଶାସକ ଣ୍ରେଣୀ ଆଦିବାସୀ ଓ ସେମାନଙ୍କ ଅଞ୍ଚଳକୁ ବିକାଶ କରିବାକୁ ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କ ଉପରେ ବିକାଶକୁ ବଳପୂର୍ବକ ଥୋପିଦେଇ ସେମାନଙ୍କୁ ତା’ର ଶିକାର କରି ଆସିଛନ୍ତି। ଯଥେଷ୍ଟ କ୍ଷତିପୂରଣ ବିନା ସେମାନଙ୍କୁ ତାଙ୍କ ଭିଟାମାଟିରୁ ବିସ୍ଥାପିତ କରାଯାଇଛି। ଦେଶରେ ଯେତେ ବଡ଼ ବଡ଼ ନଦୀବନ୍ଧ, ଖଣି, ଶିଳ୍ପ ଆଦି ନିର୍ମାଣ ହୋଇଛି ତା’ର ଲାଭ ଅନ୍ୟମାନେ ପାଇଥିବା ବେଳେ ଆଦିବାସୀମାନଙ୍କ ଭାଗ୍ୟରେ କେବଳ ବିସ୍ଥାପନ ହିଁ ପଡ଼ିଛି। ଦେଶ ଜନସଂଖ୍ୟାର ମାତ୍ର ଆଠ ପ୍ରତିଶତ ଆଦିବାସୀ ହୋଇଥିଲେ ବି ମୋଟ ବିସ୍ଥାପିତଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ଅଧାରୁ ଅଧିକ। ସରକାର ଓ ଘରୋଇ କମ୍ପାନୀଙ୍କ ମୁନାଫା ପାଇଁ ନିଜର ଜମି, ଜଙ୍ଗଲ, ପ୍ରାକୃତିକ ବାସସ୍ଥାନ ଏବଂ ସର୍ବୋପରି ନିଜର ପାରମ୍ପରିକ ଜୀବିକା ହରାଇଥିବା ଆଦିବାସୀମାନେ ସରକାରୀ ଉପେକ୍ଷା ଓ ପ୍ରତାରଣାର ଶିକାର ହୋଇ ଦୁର୍ଦ୍ଦଶାମୟ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛନ୍ତି। 
ଆଜି ବି ଅଧିକାଂଶ ଆଦିବାସୀ ଉତ୍କଟ ଦାରିଦ୍ର୍ୟ, ଅନାହାର ଓ ପୁଷ୍ଟିହୀନତାର ଶିକାର। ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟସେବା, ପିଇବା ପାଣି, ବିଦ୍ୟୁତ୍‌ ଆଦି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ। ଆଦିବାସୀଙ୍କ କ୍ଷେତ୍ରରେ ନିରକ୍ଷରତା, ଅଧାରୁ ପାଠଛଡ଼ା, ଅପପୁଷ୍ଟି, ଅନାହାର, ରକ୍ତହୀନତା ଆଦିର ହାର ବେଶି। ସେମାନଙ୍କ ପାଇଁ ଅନେକ ଆଇନ ଓ ଯୋଜନା ତିଆରି ହୋଇଛି ସତ, କିନ୍ତୁ ଆନ୍ତରିକତା ଅଭାବରୁ ସେସବୁ ଠିକ୍‌ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବଜେଟ୍‌ରେ ଆଦିବାସୀ ସବ୍‌ପ୍ଳାନ୍‌ରେ ଦିଆଯାଇଥିବା ଅନୁଦାନକୁ ବି ଆଦିବାସୀଙ୍କ ପାଇଁ ଖର୍ଚ୍ଚ କରାଯାଉନି। ଅନ୍ତର୍ଜାତୀୟ ଜନଜାତି ଦିବସ ଅବସରରେ ଜମି, ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାରକୁ ପୂର୍ଣ୍ଣ ସ୍ବୀକୃତି ପ୍ରଦାନ ସହିତ ସେମାନଙ୍କ ଭାଷା, ସଂସ୍କୃତି ତଥା ସ୍ବୟଂଶାସନର ଅଧିକାର ପାଇଁ ଏକ ଦୀର୍ଘମିଆଦୀ ସଂଗ୍ରାମର ଆବଶ୍ୟକତା ଦେଖାଦେଇଛି। 
      ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ- ୯୪୩୭୧୬୬୩୯୧, 
bhalachandra.odisha@gmail.com


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri