ଗୋସମ୍ପଦ ସମୃଦ୍ଧିର ଆଧାର

ଏକଦା ଗୋପାଳନ ଥିଲା ଆମ କୃଷି ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ଗାଁ ପାଖ ପଡ଼ିଆରେ ଚରୁଥିବା ଗୋରୁଙ୍କୁ ଦେଖି ଆକଳନ କରି ହେଉଥିଲା ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତି। ଆଜି କିନ୍ତୁ କେଉଁ ଦୂର ଦିଗ୍‌ବଳୟରେ ନିରୁଦ୍ଦିଷ୍ଟ ହେଲାଣି ଗାଈଗୋଠର ଦୃଶ୍ୟ। ଗୋଧୂଳି ଲଗ୍ନରେ ଆଉ ଗାଁ ଦାଣ୍ଡରେ ଧୂଳି ଉଡ଼ୁନାହିଁ କି ଆଉ ଗାଈଆଳ ପିଲାର କଣ୍ଠରୁ ଶୁଭୁନାହିଁ ‘ଗାଈ ଗଲେ ହୋ’ କୁହାଟ।ଶାସ୍ତ୍ର କହେ ‘ମାତରଃ ସର୍ବଭୂତାନାଂ ଗାବଃ ସର୍ବ ସୁଖପ୍ରଦାଃ’। କୁହାଯାଏ ଯେଉଁ ଘରେ ଗୋମାତା ପୂଜା ପାଆନ୍ତି ସେ ଘର ଲୋକଙ୍କୁ କାବୁ କରିପାରେନି ରୋଗ। ଗାଈ କ୍ଷୀର ଧରିତ୍ରୀର ଅମୃତ।  କୁହାଯାଏ ଜଳନ୍ତା ନିଆଁକୁ ଡେଇଁ ଯେପରି ପତଙ୍ଗ ଭସ୍ମ ହୁଏ, ସେପରି ଗାଈଠାରୁ ମିଳୁଥିବା କ୍ଷୀର, ଦହି, ଘିଅ, ଗୋବର ଓ ଗୋମୂତ୍ର ମିିଶ୍ରଣରେ ପ୍ରସ୍ତୁତ ପଞ୍ଚଗବ୍ୟ ସେବନ ଦ୍ୱାରା ଧୋଇଯାଏ ମଣିଷର ସମସ୍ତ ପାପ। ଏହି ବିଶ୍ୱାସବୋଧ ଯୋଗୁ ପ୍ରତ୍ୟେକ ପରିବାର ପାଇଁ ଗୋପାଳନ ଥିଲା ଏକ ଅପରିହା୍ଯଯ୍ୟ ଆବଶ୍ୟକତା।

ସେମାନଙ୍କୁ ଖାଇବାକୁ ନ ଦେବା ପ୍ଯଯ୍ୟନ୍ତ ଆହାର ଗ୍ରହଣ କରୁ ନ ଥିଲେ ପରିବାରର ମୁଖ୍ୟ। ଏଭଳି ଆଦରଯନତ୍ ଯୋଗୁ ରାଜ୍ୟରେ ଆଶାତୀତ ଭାବେ ବଢ଼ିଚାଲିଥିଲା ଗୋରୁଙ୍କ ସଂଖ୍ୟା। ୧୯୬୦ ମସିହା ବେଳକୁ ଦେଶରେ ଗୋରୁଙ୍କ ବାର୍ଷିକ ବୃଦ୍ଧି ହାର ଦୁଇ ଶତାଂଶ ଥିଲାବେଳେ ଓଡ଼ିଶାରେ ଏହି ହାର ଥିଲା ୪.୫ ଶତାଂଶ। ମାତ୍ର ଏକବିଂଶ ଶତାବ୍ଦୀ ଆଗରୁ ବଦଳିଗଲା ସ୍ଥିତି। ୧୯ତମ ପଶୁ ଗଣନା ରିପୋର୍ଟରୁ ଜଣାଗଲା ଯେ ୨୦୦୭ରୁ ୨୦୧୨ ମଧ୍ୟରେ ୫.୫୯ ହାରରେ ହ୍ରାସ ପାଉଛି ଗୋରୁଙ୍କ ସଂଖ୍ୟା।ଗୋପାଳନ କ୍ଷେତ୍ରରେ ଏକ ବାଧକ ହୋଇ ଛିଡ଼ାହୋଇଛି କୃଷିକ୍ଷେତ୍ରରେ ଯନ୍ତ୍ରପାତିର ପ୍ରଚଳନ। ଆଗେ ଚାଷୀର ହଳ, ବେଙ୍ଗଳା ଓ ଶଗଡ଼ ଟାଣିବା ଆଦି କାମରେ ନିୟୋଜିତ ହେଉଥିଲେ ବଳଦ। ଏବେ ଟ୍ରାକ୍ଟର ଓ ପାୱାରଟିଲର ଆଦି ପ୍ରଚଳନ ଫଳରେ କୃଷିକ୍ଷେତ୍ରରୁ ବିଦାୟ ନେଲାଣି ହଳଲଙ୍ଗଳ ଓ ଶଗଡ଼। ଉନ୍ନତ ଚାଷ ନାଁରେ ଏବେ ଗୋବର ବଦଳରେ ପ୍ରୟୋଗ ହେଉଛି ରାସାୟନିକ ସାର। ସବୁ ସତ୍ତ୍ୱେ ଚାଷ ଆଉ ଲାଭଜନକ ବୃତ୍ତି ହୋଇ ନାହିଁ। ତେଣୁ ଚାଷ କ୍ଷେତ୍ରରୁ ଲୋକଙ୍କ ପଳାୟନ ସହିତ ହ୍ରାସ ପାଉଛି ଗୋପାଳନ ପ୍ରତି ଆଗ୍ରହ।

ଗୋସମ୍ପଦ ହ୍ରାସର ଅନ୍ୟ ଏକ କାରଣ ହେଉଛି ଚାରଣଭୂମିର ଅଭାବ। ଏବେ ଗାଁରେ ଖେଳପଡ଼ିଆ ପାଇଁ ଜାଗା ଅଛି କିନ୍ତୁ ଗୋରୁ ଚରିବା ପାଇଁ ଗୋଚର ନାହିଁ। ସହରରେ ଗାଡ଼ି ରଖିବା ପାଇଁ ତିଆରି ହେଉଛି ଘର, ହେଲେ ଗାଈ ରଖିବା ପାଇଁ ଅଭାବ ପଡୁଛି ଜାଗା। କେଉଁଠି ତାହା ଚାଷ ଜମିରେ ପରିଣତ ହେଲାଣି ତ କେଉଁଠି ଚାଲିଗଲାଣି ବେସରକାରୀ ଅନୁଷ୍ଠାନ କବ୍‌ଜାକୁ। ବଳଦ ସାହାଯ୍ୟରେ କ୍ଷେତରେ ସୁନା ଫଳାଏ ଚାଷୀ। ମାତ୍ର ସେହି ବଳଦ ହଡା ହେଲେ, ହଳ କରିବା ଓ ଶଗଡ଼ ଟାଣିବାର ସାମର୍ଥ୍ୟ ହରେଇ ବସିଲେ ତା’ପ୍ରତି ପ୍ରକାଶ ପାଏ ଆମର ନିଷ୍ଠୁରତା। ବିନା ଦ୍ୱିଧାରେ ଆମେ ତାକୁ ଟେକିଦେଉ କଂସେଇ ହାତରେ। ଆମର ଏ ଅବିଚାର ପାଇଁ ମୂକ ପଶୁଟି ସିନା ପ୍ରତିବାଦ କରିପାରେନି, ହେଲେ ତା’ର ଲୁହ, କୋହ ଓ କରୁଣ ଚାହାଣି ଆମକୁ କହେ- ବିଶ୍ୱାସଘାତକ। ଆମେ ମନେରଖିବା ଉଚିତ ମାନବ ସେବାରେ ସାରା ଜୀବନ ନିଜକୁ ସମର୍ପି ଦେଇଥିବା ଗୋମାତା ଭଳି ଉପକାରୀ ଜୀବ ସୃଷ୍ଟିରେ ବିରଳ। ଏହା କେବଳ ଧାର୍ମିକ ଭାବାବେଗର କଥା ନୁହେଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଗୋମାତା ସମଗ୍ର ମାନବ ଜାତି ପାଇଁ ପରମ ଆଶୀର୍ବାଦ। କେବଳ ଯେ ଦୁଗ୍‌ଧଜାତୀୟ ଦ୍ରବ୍ୟ ଏବଂ ଅନ୍ୟାନ୍ୟ କା୍ଯଯ୍ୟ ପାଇଁ ଆମେ ଗୋସମ୍ପଦ ଉପରେ ନିର୍ଭର କରୁ ତାହା ନୁହେଁ, ଗୋବର ଓ ଗୋମୂତ୍ରର ଔଷଧୀୟ ଗୁଣ କଥା ବିଚାର କଲେ ଗୋମାତାର ସ୍ଥାନ ବହୁ ଊର୍ଦ୍ଧ୍ୱରେ। ଆଜି ଅବିଚାରିତ ଭାବେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଫଳରେ ମାଟି ପାଲଟିଗଲାଣି ବନ୍ଧ୍ୟା। ପାଣି, ପବନ ସବୁ ବିଷାକ୍ତ ହୋଇପଡ଼ିବା ଯୋଗୁ ବ୍ୟାପିଲାଣି ଦୁରାରୋଗ୍ୟ ବ୍ୟାଧି। ଏଥିରୁ ମୁକୁଳିବା ପାଇଁ ଏକମାତ୍ର ବିକଳ୍ପ ଗୋ-ଆଧାରିତ ଜୈବିକ ଚାଷ। ସୁତରାଂ ଗୋ ସୁରକ୍ଷା ଓ ସମୃଦ୍ଧି ହିଁ ସମାଜ କଲ୍ୟାଣର ଆଧାର।        

ପ୍ରଫୁଲ୍ଲ କୁମାର ସାହୁବିଜୁ ପଟ୍ଟନାୟକ ନଗର, ଭଦ୍ରକ,                       

ମୋ-୯୪୩୮୮୫୫୦୮୮

ଏକଦା ଗୋପାଳନ ଥିଲା ଆମ କୃଷି ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ଗାଁ ପାଖ ପଡ଼ିଆରେ ଚରୁଥିବା ଗୋରୁଙ୍କୁ ଦେଖି ଆକଳନ କରି ହେଉଥିଲା ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତି। ଆଜି କିନ୍ତୁ କେଉଁ ଦୂର ଦିଗ୍‌ବଳୟରେ ନିରୁଦ୍ଦିଷ୍ଟ ହେଲାଣି ଗାଈଗୋଠର ଦୃଶ୍ୟ। ଗୋଧୂଳି ଲଗ୍ନରେ ଆଉ ଗାଁ ଦାଣ୍ଡରେ ଧୂଳି ଉଡ଼ୁନାହିଁ କି ଆଉ ଗାଈଆଳ ପିଲାର କଣ୍ଠରୁ ଶୁଭୁନାହିଁ ‘ଗାଈ ଗଲେ ହୋ’ କୁହାଟ।
ଶାସ୍ତ୍ର କହେ ‘ମାତରଃ ସର୍ବଭୂତାନାଂ ଗାବଃ ସର୍ବ ସୁଖପ୍ରଦାଃ’। କୁହାଯାଏ ଯେଉଁ ଘରେ ଗୋମାତା ପୂଜା ପାଆନ୍ତି ସେ ଘର ଲୋକଙ୍କୁ କାବୁ କରିପାରେନି ରୋଗ। ଗାଈ କ୍ଷୀର ଧରିତ୍ରୀର ଅମୃତ।  କୁହାଯାଏ ଜଳନ୍ତା ନିଆଁକୁ ଡେଇଁ ଯେପରି ପତଙ୍ଗ ଭସ୍ମ ହୁଏ, ସେପରି ଗାଈଠାରୁ ମିଳୁଥିବା କ୍ଷୀର, ଦହି, ଘିଅ, ଗୋବର ଓ ଗୋମୂତ୍ର ମିିଶ୍ରଣରେ ପ୍ରସ୍ତୁତ ପଞ୍ଚଗବ୍ୟ ସେବନ ଦ୍ୱାରା ଧୋଇଯାଏ ମଣିଷର ସମସ୍ତ ପାପ। ଏହି ବିଶ୍ୱାସବୋଧ ଯୋଗୁ ପ୍ରତ୍ୟେକ ପରିବାର ପାଇଁ ଗୋପାଳନ ଥିଲା ଏକ ଅପରିହା୍ଯଯ୍ୟ ଆବଶ୍ୟକତା। ସେମାନଙ୍କୁ ଖାଇବାକୁ ନ ଦେବା ପ୍ଯଯ୍ୟନ୍ତ ଆହାର ଗ୍ରହଣ କରୁ ନ ଥିଲେ ପରିବାରର ମୁଖ୍ୟ। ଏଭଳି ଆଦରଯନତ୍ ଯୋଗୁ ରାଜ୍ୟରେ ଆଶାତୀତ ଭାବେ ବଢ଼ିଚାଲିଥିଲା ଗୋରୁଙ୍କ ସଂଖ୍ୟା। ୧୯୬୦ ମସିହା ବେଳକୁ ଦେଶରେ ଗୋରୁଙ୍କ ବାର୍ଷିକ ବୃଦ୍ଧି ହାର ଦୁଇ ଶତାଂଶ ଥିଲାବେଳେ ଓଡ଼ିଶାରେ ଏହି ହାର ଥିଲା ୪.୫ ଶତାଂଶ। ମାତ୍ର ଏକବିଂଶ ଶତାବ୍ଦୀ ଆଗରୁ ବଦଳିଗଲା ସ୍ଥିତି। ୧୯ତମ ପଶୁ ଗଣନା ରିପୋର୍ଟରୁ ଜଣାଗଲା ଯେ ୨୦୦୭ରୁ ୨୦୧୨ ମଧ୍ୟରେ ୫.୫୯ ହାରରେ ହ୍ରାସ ପାଉଛି ଗୋରୁଙ୍କ ସଂଖ୍ୟା।
ଗୋପାଳନ କ୍ଷେତ୍ରରେ ଏକ ବାଧକ ହୋଇ ଛିଡ଼ାହୋଇଛି କୃଷିକ୍ଷେତ୍ରରେ ଯନ୍ତ୍ରପାତିର ପ୍ରଚଳନ। ଆଗେ ଚାଷୀର ହଳ, ବେଙ୍ଗଳା ଓ ଶଗଡ଼ ଟାଣିବା ଆଦି କାମରେ ନିୟୋଜିତ ହେଉଥିଲେ ବଳଦ। ଏବେ ଟ୍ରାକ୍ଟର ଓ ପାୱାରଟିଲର ଆଦି ପ୍ରଚଳନ ଫଳରେ କୃଷିକ୍ଷେତ୍ରରୁ ବିଦାୟ ନେଲାଣି ହଳଲଙ୍ଗଳ ଓ ଶଗଡ଼। ଉନ୍ନତ ଚାଷ ନାଁରେ ଏବେ ଗୋବର ବଦଳରେ ପ୍ରୟୋଗ ହେଉଛି ରାସାୟନିକ ସାର। ସବୁ ସତ୍ତ୍ୱେ ଚାଷ ଆଉ ଲାଭଜନକ ବୃତ୍ତି ହୋଇ ନାହିଁ। ତେଣୁ ଚାଷ କ୍ଷେତ୍ରରୁ ଲୋକଙ୍କ ପଳାୟନ ସହିତ ହ୍ରାସ ପାଉଛି ଗୋପାଳନ ପ୍ରତି ଆଗ୍ରହ। ଗୋସମ୍ପଦ ହ୍ରାସର ଅନ୍ୟ ଏକ କାରଣ ହେଉଛି ଚାରଣଭୂମିର ଅଭାବ। ଏବେ ଗାଁରେ ଖେଳପଡ଼ିଆ ପାଇଁ ଜାଗା ଅଛି କିନ୍ତୁ ଗୋରୁ ଚରିବା ପାଇଁ ଗୋଚର ନାହିଁ। ସହରରେ ଗାଡ଼ି ରଖିବା ପାଇଁ ତିଆରି ହେଉଛି ଘର, ହେଲେ ଗାଈ ରଖିବା ପାଇଁ ଅଭାବ ପଡୁଛି ଜାଗା। କେଉଁଠି ତାହା ଚାଷ ଜମିରେ ପରିଣତ ହେଲାଣି ତ କେଉଁଠି ଚାଲିଗଲାଣି ବେସରକାରୀ ଅନୁଷ୍ଠାନ କବ୍‌ଜାକୁ। 
ବଳଦ ସାହାଯ୍ୟରେ କ୍ଷେତରେ ସୁନା ଫଳାଏ ଚାଷୀ। ମାତ୍ର ସେହି ବଳଦ ହଡା ହେଲେ, ହଳ କରିବା ଓ ଶଗଡ଼ ଟାଣିବାର ସାମର୍ଥ୍ୟ ହରେଇ ବସିଲେ ତା’ପ୍ରତି ପ୍ରକାଶ ପାଏ ଆମର ନିଷ୍ଠୁରତା। ବିନା ଦ୍ୱିଧାରେ ଆମେ ତାକୁ ଟେକିଦେଉ କଂସେଇ ହାତରେ। ଆମର ଏ ଅବିଚାର ପାଇଁ ମୂକ ପଶୁଟି ସିନା ପ୍ରତିବାଦ କରିପାରେନି, ହେଲେ ତା’ର ଲୁହ, କୋହ ଓ କରୁଣ ଚାହାଣି ଆମକୁ କହେ- ବିଶ୍ୱାସଘାତକ। ଆମେ ମନେରଖିବା ଉଚିତ ମାନବ ସେବାରେ ସାରା ଜୀବନ ନିଜକୁ ସମର୍ପି ଦେଇଥିବା ଗୋମାତା ଭଳି ଉପକାରୀ ଜୀବ ସୃଷ୍ଟିରେ ବିରଳ। ଏହା କେବଳ ଧାର୍ମିକ ଭାବାବେଗର କଥା ନୁହେଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଗୋମାତା ସମଗ୍ର ମାନବ ଜାତି ପାଇଁ ପରମ ଆଶୀର୍ବାଦ। କେବଳ ଯେ ଦୁଗ୍‌ଧଜାତୀୟ ଦ୍ରବ୍ୟ ଏବଂ ଅନ୍ୟାନ୍ୟ କା୍ଯଯ୍ୟ ପାଇଁ ଆମେ ଗୋସମ୍ପଦ ଉପରେ ନିର୍ଭର କରୁ ତାହା ନୁହେଁ, ଗୋବର ଓ ଗୋମୂତ୍ରର ଔଷଧୀୟ ଗୁଣ କଥା ବିଚାର କଲେ ଗୋମାତାର ସ୍ଥାନ ବହୁ ଊର୍ଦ୍ଧ୍ୱରେ। ଆଜି ଅବିଚାରିତ ଭାବେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଫଳରେ ମାଟି ପାଲଟିଗଲାଣି ବନ୍ଧ୍ୟା। ପାଣି, ପବନ ସବୁ ବିଷାକ୍ତ ହୋଇପଡ଼ିବା ଯୋଗୁ ବ୍ୟାପିଲାଣି ଦୁରାରୋଗ୍ୟ ବ୍ୟାଧି। ଏଥିରୁ ମୁକୁଳିବା ପାଇଁ ଏକମାତ୍ର ବିକଳ୍ପ ଗୋ-ଆଧାରିତ ଜୈବିକ ଚାଷ। ସୁତରାଂ ଗୋ ସୁରକ୍ଷା ଓ ସମୃଦ୍ଧି ହିଁ ସମାଜ କଲ୍ୟାଣର ଆଧାର। 
                                                                                                                                             ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri