ହଜିଯାଉଛି ଭାରତୀୟ ସଂସ୍କୃତି

ଏବେ ରାକ୍ଷୀ ପୂର୍ଣ୍ଣିମା ଗଲା, ଭାଇ ଭଉଣୀର ସମ୍ପର୍କକୁ ଦୃଢ କରିବାର ଉତ୍ସବ। ବଜାରର ରାସ୍ତାକଡରେ ରାକ୍ଷୀ ବିକ୍ରିର ସ୍ବତନ୍ତ୍ର ଦୋକାନ। ଏ ହେଉଛି ଆମର ପାରମ୍ପରିକ, ଉତ୍ସବ। କିଛି ଗୋଟିଏ ପର୍ବ ପର୍ବାଣି ଆସିଲେ ସେହି ପୁରୁଣା ପ୍ରଶ୍ନ ଉଠେ- ପୁରାଣ କଥା ଓ ପୁରୁଣା ସଂସ୍କୃତିକୁ ମନେ ପକାଇ ଲାଭ କ’ଣ? ମିଥ୍‌ ଓ କ୍ଲାସିକାଲ କଲ୍‌ଚର୍‌ର ଆଉ ପ୍ରାସଙ୍ଗିକତା ଅଛି କି? ଏ ପ୍ରଶ୍ନ ଆମକୁ ଏକ ସ୍ବତନ୍ତ୍ର ସମସ୍ୟା ଆଡକୁ ଟାଣି ନେଉଛି- ସଂପୂର୍ଣ୍ଣ ଓ ଉନ୍ନତ ମାନର ମଣିଷ ହେବାର ମାନେ କ’ଣ ଯାହା କିଛି ଆମେରିକାରେ ପ୍ରଚଳିତ ତାହା ହିଁ ଆମର ସଂସ୍କୃତି ହେବ? ଇଣ୍ଟରନେଟ୍‌ ପିଢ଼ିରେ ପାଦ ଦେଇଥିବା ଆଜିର ଯେଉଁ କୋଟି କୋଟି ଯୁବ ଭାରତୀୟ ସାରା ଦୁନିଆକୁ ନିଜର ଇଲାକା ଭାବୁଛନ୍ତି ସେମାନଙ୍କ ପରିବାର ଏପରି ଏକ ସଂଶୟଜନକ ମୁହୂର୍ତ୍ତରେ ପହଞ୍ଚିଛନ୍ତି।


ଅର୍ଥନୈତିକ ସଂସ୍କାରର ପରବର୍ତ୍ତୀ ଯୁଗରେ ସମୃଦ୍ଧିର ଚୂଳ ଛୁଇଁବାକୁ ଚାହୁଁଥିବା ଯୁବତୀଯୁବକ ନୂଆ ନୂଆ କଥା ଗ୍ରହଣ କରୁଛନ୍ତି। ପୁରୁଣା କଥା ମନରୁ ପାସୋରି ଯାଉଛି। ସହରାଭିମୁଖୀ ବଜାର ଓ ବଜାରର ପଇସାରେ ମୋହିତ ମିଡିଆ ଆମର ନିଜସ୍ବ ପର୍ବପର୍ବାଣିର ଟେକ ନ ରଖି ଭାଲେଣ୍ଟାଇନ୍‌ ଡେ, ମଦର୍ସ ଡେ, ଫାଦର୍ସ ଡେ ଭଳି ଇଂରେଜୀ-ଆମେରିକୀୟ ପର୍ବ ଆସିଗଲେ ତାହାର ପ୍ରଚାର ପ୍ରସାରରେ ଲାଗିଯାଉଛନ୍ତି। ଖବରରେ ନିଜର ଛବି ଦେଖିବା ଲାଗି ଲୋକେ ମିଡିଆ ପ୍ରାୟୋଜିତ ଉତ୍ସବରେ ମାତିଯାଉଛନ୍ତି। ମିନି ମାରାଥନ୍‌, ୱାକାଥନ୍‌ ଭଳି ଉଦ୍ଦେଶ୍ୟହୀନ ବା ପ୍ରଚାରସର୍ବସ୍ବ କାମ ପର୍ବର ରୂପ ନେଉଛି। ଭୁବନେଶ୍ୱରର ରବିବାରିଆ ପଥୋତ୍ସବ କଥା ଦେଖନ୍ତୁ, ଏ ତ ଏକ ପର୍ବ ହୋଇଗଲାଣି। ନିଜ ସ୍ବାସ୍ଥ୍ୟ ଓ ପରିବେଶର ସ୍ବାସ୍ଥ୍ୟ ଲାଗି ପାଦରେ ଚାଲିବାର ଉପକାରିତା ପ୍ରଚାର କରିବାକୁ ଠୂଳ ହୋଇଥିବା ଜନତା କେମିତି ଆସିଲେ କେହି ବୁଝନ୍ତି ନାହିଁ। ମୁଣ୍ଡ ପଛପଟେ ହାତ ବୁଲେଇ କାନ ଧରିଲା ଭଳି ସେମାନେ ରାଜଭବନ ରାସ୍ତାରେ ଗାଡିରେ ଘୂରି ଆସନ୍ତି, ରାମ ମନ୍ଦିର ପାଖରେ ଗାଡି ରଖି ରାଜପଥକୁ ନିଜ ଅକ୍ତିଆରରେ ରଖି ପଥଚାରୀ ହୋଇପଡନ୍ତି। ଯେତିକି ପଥଚଲା ତାହାର ତିନିଗୁଣ ଗାଡିଚଲା। ପ୍ରଦୂଷଣ କମିଲା କେମିତି? ଯେମିତି ଆମ ସହରୀ ପ୍ରାତଃଭ୍ରମଣକାରୀମାନେ କାର୍‌ରେ ଦୁଇ ତିନି କିଲୋମିଟର ଆସି ଇନ୍ଦିରା ଗାନ୍ଧି ପାର୍କ ବା ବିଜୁ ପଟ୍ଟନାୟକ ପାର୍କରେ ଚାଲନ୍ତି, ପୁଣି ଗାଡିରେ ବସି ଘରକୁ ଫେରନ୍ତି। ଗାଡି ନ ଚଲାଇ ସେତିକି ଦୂରତା ଚାଲି ଚାଲି ଆସିଲେ ପ୍ରାତଃଭ୍ରମଣର ଉପକାରିତା କ’ଣ ମିଳନ୍ତା ନାହିଁ? ସାଙ୍ଗକୁ ପେଟ୍ରୋଲିୟମ୍‌ଜାତ ପଦାର୍ଥର ଖର୍ଚ୍ଚ କମନ୍ତା, ଏହାକୁ ଆମଦାନି କରିବାରେ ଖର୍ଚ୍ଚ ହେଉଥିବା ଦେଶର ବୈଦେଶିକ ମୁଦ୍ରା ବଞ୍ଚନ୍ତା। ପଥୋତ୍ସବ ଆଳରେ ହେଉଥିବା ଶବ୍ଦ ପ୍ରଦୂଷଣ ବି କମନ୍ତା। ରାଜପଥ ପାଖ ଦୋକାନୀମାନେ ପ୍ରତି ରବିବାରର ପଥୋତ୍ସବକୁ ସ୍ବାଗତ କରନ୍ତି ଏବଂ ସହରର ମିଡିଆମାନେ ଏହି ମିଳନକୁ ଗୋଟିଏ ମହୋତ୍ସବ ଭଳି ପ୍ରଚାର କରୁଛନ୍ତି। କୌଣସି ନା କୌଣସି ଟିଭି ଚାନେଲରେ ନିଜର ଛବି ଆସିଯିବ ଭାବି ଲୋକେ ବିଭିନ୍ନ କଳା କୌଶଳ ଦେଖାଇବାରେ ଲାଗିଯାଆନ୍ତି।
ଏ ପ୍ରକାରର ଉତ୍ସବ ଆମକୁ ଉତ୍ତରାଧିକାର ସୂତ୍ରରେ ମିଳିନାହିଁ, ଆମେ ମାର୍କିନ୍‌ ସଂସ୍କୃତି ଓ ଢାଞ୍ଚାକୁ ଅନୁକରଣ କରୁଛୁ, ଆମେରିକାରେ ସମୃଦ୍ଧ ହୋଇଥିବା ପ୍ରବାସୀ ଭାରତୀୟମାନଙ୍କ ଚଳଣିକୁ ଆମେ ଅନୁକରଣ କରୁଛୁ। ସେମାନଙ୍କ ସମୃଦ୍ଧିର କାରଣ ବିଶ୍ୱବ୍ୟାପୀ ସୂଚନାପ୍ରଯୁକ୍ତି ବିଦ୍ୟାର ପ୍ରସାର ଏବଂ ତହିଁରେ ପାରଙ୍ଗମ ଯୁବଭାରତୀୟମାନଙ୍କ ବହୁଳ ନିଯୁକ୍ତି। ନିଯୁକ୍ତି ଲାଗି ଯେଉଁ ଯୋଗ୍ୟତା ଦରକାର ତାହା ମିଳିଥିଲା ଇଂଲିଶ ମାଧ୍ୟମରେ ଇଞ୍ଜିନିୟରିଙ୍ଗ୍‌ ମହାବିଦ୍ୟାଳୟରେ ବୈଷୟିକ ଶିକ୍ଷା ଯୋଗୁ। ଆମ ଦେଶର ପ୍ରାଦେଶିକ ସରକାରମାନେ ଭାବିନେଲେ ଇଂଲିଶ ମାଧ୍ୟମ ହିଁ ଆମ ପିଲାଙ୍କୁ ମଣିଷ କରିବ। ଉଚ୍ଚଶିକ୍ଷାରେ ଇଂଲିଶ ଦରକାର ସିନା, ମାଧ୍ୟମିକ ସ୍ତର ପ୍ଯଯ୍ୟନ୍ତ ଶିକ୍ଷାରେ ଇଂଲିଶ କ’ଣ ଦରକାର? ତା’ଛଡା ଇଂଲିଶରେ ପଢିବା ପିଲାମାନଙ୍କ ଭିତରୁ ସମସ୍ତଙ୍କୁ ତ ବୈଷୟିକ ନିଯୁକ୍ତି ମିଳୁନାହିଁ! ଜନସଂଖ୍ୟାର କେତେ ଅଂଶ ବୈଷୟିକ ଶିକ୍ଷାରେ ଦକ୍ଷତା ହାସଲ କରୁଛନ୍ତି? ପ୍ରାଥମିକ ସ୍ତରରେ ଶିକ୍ଷା ପାଉଥିବା ପିଲାଙ୍କ ଭିତରୁ ଶତକଡା ୧ କି ୨ ଉଚ୍ଚଶିକ୍ଷା ପାଇଁ ଯାଆନ୍ତି। ସେମାନଙ୍କ ଭିତରୁ ଏକ ଦଶମାଂଶ କି କମ୍‌ ପିଲା ସୂଚନା ପ୍ରଯୁକ୍ତି (ଆଇଟି) ସମ୍ପର୍କୀୟ ପାଠ ପଢନ୍ତି। ଏତେ କମ୍‌ ପିଲା ଇଂଲିଶ ଦରକାର କରୁଛନ୍ତି ବୋଲି ଶତକଡା ୯୯ ଭାଗ ପିଲାଙ୍କୁ ଇଂଲିଶ ମାଧ୍ୟମରେ ଶିକ୍ଷା ଦେବା କି ଦରକାର? ଅଥଚ ନେତାମାନେ ଓ ସେମାନଙ୍କ ପ୍ରଭାବରେ ଶିକ୍ଷାନୀତି ତିଆରି କରୁଥିବା ଅଧିକାରୀମାନେ ଇଂଲିଶ ଭାଷାକୁ ଆଦର୍ଶ ବିଦ୍ୟାଳୟର ମାଧ୍ୟମ କରୁଛନ୍ତି। ଆମ ଭାଷା ଓ ସଂସ୍କୃତିକୁ ଭୁଲିଯାଉଛନ୍ତି। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମାତୃଭାଷାରେ ନ ହେଲେ ଆମ ପିଲାଏ ପାଠକୁ ସହଜେ ହଜମ କରିପାରିବେ ନାହିଁ। ଏବେ ତ ବିନା ପରୀକ୍ଷାରେ ସପ୍ତମ ଶ୍ରେଣୀ ଯାଏ ଉଠୁଥିବା ପିଲା ତୃତୀୟ ଶ୍ରେଣୀର ପାଠ ପଢିପାରୁନାହିଁ ବୋଲି ପ୍ରଥମା ନାମକ ଏକ ସଂସ୍ଥା ସର୍ଭେ କରି ଜଣାଇଛି। ସେମାନଙ୍କ ଭିତରୁ ପୁଣି ଇଂଲିଶ ମାଧ୍ୟମରେ ପଢି ଡିଗ୍ରୀ ହାସଲ କରିଥିବା ପିଲା ଭାରତୀୟତା କ’ଣ ଜାଣୁଛି? ମାତୃଭାଷାରେ ପଢ଼ାଲେଖା କଲେ ଯେ ପ୍ରକୃତ ଭାରତୀୟ ହେବ ସେ ବିଶ୍ୱାସ ନାହିଁ। ଇଂଲିଶ ଭାଷାରେ ଭାରତୀୟ ଲେଖା ଏତେ ବଢ଼ିଯାଇଛି ଯେ ତାହା ବ୍ରଟିଶ୍‌ ଶାସନ ସମୟରେ ନ ଥିଲା। ଏବେ ସଂସ୍କୃତ ବା ପ୍ରାଚୀନ ଭାରତୀୟ ଭାଷା ପଢ଼ିବା ଲାଗି ଭାରତୀୟମାନଙ୍କୁ ବିଦେଶ ଯିବାକୁ ପଡ଼ିବ। କଲମ୍ବିଆ ବିଶ୍ୱବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସେଲ୍‌ଡନ ପୋଲକ କହନ୍ତି- ଏଭଳି ରୀତିରେ ଭାରତୀୟ ଶିକ୍ଷା ଓ ଧୀଶକ୍ତି ଯଦି ଚାଲୁ ରହିବ ତେବେ କ୍ଲାସିକାଲ ଯୁଗର ଲେଖା ଓ ଦଲିଲମାନଙ୍କୁ ପଢ଼ିବା ଓ ବୁଝିବାର ନାଗରିକଙ୍କ ସଂଖ୍ୟା ଖୁବ୍‌ଶୀଘ୍ର ଶୂନକୁ ଆସିଯିବ। ଭାରତ ଏଭଳି ଏକମାତ୍ର ସଂସ୍କୃତି ହୋଇପଡ଼ିବ ଯାହାର ସାହିତି୍ୟକ ପିତୃତ୍ୱ ଏବଂ ଇତିହାସ ଦେଶବାହାରର ପଣ୍ଡିତମାନଙ୍କ ହାତରେ ରହିବ। 
ଅର୍ଥନୈତିକ ଅଭିବୃଦ୍ଧିର ଉପହାର ସ୍ବରୂପ ଏବେ ପ୍ରଥମଥର ପାଇଁ ମାତାପିତାମାନେ ଆଗକାଳର ମଧ୍ୟବିତ୍ତ ପରିବାରର ଅନିଶ୍ଚିତତାରୁ ମୁକୁଳିଯାଇଛନ୍ତି ଏବଂ ପିଲାମାନେ ନୂଆ ନୂଆ କ୍ୟାରିୟର ଖୋଜୁଛନ୍ତି ଯାହା ଦିନେ ନ ଥିଲା। ପିଲାମାନଙ୍କର ଅତୀତକୁ ଜାଣିବାର ସ୍ବାଭାବିକ ଇଚ୍ଛା ଯାହା ଥିଲା, ତାହା ଆଉ ଦେଖାଯାଉନାହିଁ। ପୁରୁଣା ଗ୍ରନ୍ଥଗୁଡ଼ିକରୁ ମାନେ କାଢ଼ିବାର ଯେଉଁ ବିଦ୍ୟା ଥିଲା, ଯାହାକୁ ଇଂଲିଶରେ ଫିଲୋଲୋଜି କହନ୍ତି ତାହା ଏବେ ଭାରତରେ ମରିଗଲାଣି। କିନ୍ତୁ ଅଧ୍ୟାପକମାନଙ୍କର ଦରମା ଖୁବ୍‌ ବଢ଼ିଛି। ରାଜନେତାମାନେ ନିଜ ନିଜ ରାଜ୍ୟକୁ ଏଭଳି ଅବସ୍ଥାରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରନ୍ତୁ।

ଅର୍ଥନୈତିକ ସଂସ୍କାରର ପରବର୍ତ୍ତୀ ଯୁଗରେ ସମୃଦ୍ଧିର ଚୂଳ ଛୁଇଁବାକୁ ଚାହୁଁଥିବା ଯୁବତୀଯୁବକ ନୂଆ ନୂଆ କଥା ଗ୍ରହଣ କରୁଛନ୍ତି। ପୁରୁଣା କଥା ମନରୁ ପାସୋରି ଯାଉଛି। ସହରାଭିମୁଖୀ ବଜାର ଓ ବଜାରର ପଇସାରେ ମୋହିତ ମିଡିଆ ଆମର ନିଜସ୍ବ ପର୍ବପର୍ବାଣିର ଟେକ ନ ରଖି ଭାଲେଣ୍ଟାଇନ୍‌ ଡେ, ମଦର୍ସ ଡେ, ଫାଦର୍ସ ଡେ ଭଳି ଇଂରେଜୀ-ଆମେରିକୀୟ ପର୍ବ ଆସିଗଲେ ତାହାର ପ୍ରଚାର ପ୍ରସାରରେ ଲାଗିଯାଉଛନ୍ତି। ଖବରରେ ନିଜର ଛବି ଦେଖିବା ଲାଗି ଲୋକେ ମିଡିଆ ପ୍ରାୟୋଜିତ ଉତ୍ସବରେ ମାତିଯାଉଛନ୍ତି। ମିନି ମାରାଥନ୍‌, ୱାକାଥନ୍‌ ଭଳି ଉଦ୍ଦେଶ୍ୟହୀନ ବା ପ୍ରଚାରସର୍ବସ୍ବ କାମ ପର୍ବର ରୂପ ନେଉଛି। ଭୁବନେଶ୍ୱରର ରବିବାରିଆ ପଥୋତ୍ସବ କଥା ଦେଖନ୍ତୁ, ଏ ତ ଏକ ପର୍ବ ହୋଇଗଲାଣି। ନିଜ ସ୍ବାସ୍ଥ୍ୟ ଓ ପରିବେଶର ସ୍ବାସ୍ଥ୍ୟ ଲାଗି ପାଦରେ ଚାଲିବାର ଉପକାରିତା ପ୍ରଚାର କରିବାକୁ ଠୂଳ ହୋଇଥିବା ଜନତା କେମିତି ଆସିଲେ କେହି ବୁଝନ୍ତି ନାହିଁ। ମୁଣ୍ଡ ପଛପଟେ ହାତ ବୁଲେଇ କାନ ଧରିଲା ଭଳି ସେମାନେ ରାଜଭବନ ରାସ୍ତାରେ ଗାଡିରେ ଘୂରି ଆସନ୍ତି, ରାମ ମନ୍ଦିର ପାଖରେ ଗାଡି ରଖି ରାଜପଥକୁ ନିଜ ଅକ୍ତିଆରରେ ରଖି ପଥଚାରୀ ହୋଇପଡନ୍ତି। ଯେତିକି ପଥଚଲା ତାହାର ତିନିଗୁଣ ଗାଡିଚଲା। ପ୍ରଦୂଷଣ କମିଲା କେମିତି? ଯେମିତି ଆମ ସହରୀ ପ୍ରାତଃଭ୍ରମଣକାରୀମାନେ କାର୍‌ରେ ଦୁଇ ତିନି କିଲୋମିଟର ଆସି ଇନ୍ଦିରା ଗାନ୍ଧି ପାର୍କ ବା ବିଜୁ ପଟ୍ଟନାୟକ ପାର୍କରେ ଚାଲନ୍ତି, ପୁଣି ଗାଡିରେ ବସି ଘରକୁ ଫେରନ୍ତି। ଗାଡି ନ ଚଲାଇ ସେତିକି ଦୂରତା ଚାଲି ଚାଲି ଆସିଲେ ପ୍ରାତଃଭ୍ରମଣର ଉପକାରିତା କ’ଣ ମିଳନ୍ତା ନାହିଁ? ସାଙ୍ଗକୁ ପେଟ୍ରୋଲିୟମ୍‌ଜାତ ପଦାର୍ଥର ଖର୍ଚ୍ଚ କମନ୍ତା, ଏହାକୁ ଆମଦାନି କରିବାରେ ଖର୍ଚ୍ଚ ହେଉଥିବା ଦେଶର ବୈଦେଶିକ ମୁଦ୍ରା ବଞ୍ଚନ୍ତା। ପଥୋତ୍ସବ ଆଳରେ ହେଉଥିବା ଶବ୍ଦ ପ୍ରଦୂଷଣ ବି କମନ୍ତା। ରାଜପଥ ପାଖ ଦୋକାନୀମାନେ ପ୍ରତି ରବିବାରର ପଥୋତ୍ସବକୁ ସ୍ବାଗତ କରନ୍ତି ଏବଂ ସହରର ମିଡିଆମାନେ ଏହି ମିଳନକୁ ଗୋଟିଏ ମହୋତ୍ସବ ଭଳି ପ୍ରଚାର କରୁଛନ୍ତି। କୌଣସି ନା କୌଣସି ଟିଭି ଚାନେଲରେ ନିଜର ଛବି ଆସିଯିବ ଭାବି ଲୋକେ ବିଭିନ୍ନ କଳା କୌଶଳ ଦେଖାଇବାରେ ଲାଗିଯାଆନ୍ତି।ଏ ପ୍ରକାରର ଉତ୍ସବ ଆମକୁ ଉତ୍ତରାଧିକାର ସୂତ୍ରରେ ମିଳିନାହିଁ, ଆମେ ମାର୍କିନ୍‌ ସଂସ୍କୃତି ଓ ଢାଞ୍ଚାକୁ ଅନୁକରଣ କରୁଛୁ, ଆମେରିକାରେ ସମୃଦ୍ଧ ହୋଇଥିବା ପ୍ରବାସୀ ଭାରତୀୟମାନଙ୍କ ଚଳଣିକୁ ଆମେ ଅନୁକରଣ କରୁଛୁ। ସେମାନଙ୍କ ସମୃଦ୍ଧିର କାରଣ ବିଶ୍ୱବ୍ୟାପୀ ସୂଚନାପ୍ରଯୁକ୍ତି ବିଦ୍ୟାର ପ୍ରସାର ଏବଂ ତହିଁରେ ପାରଙ୍ଗମ ଯୁବଭାରତୀୟମାନଙ୍କ ବହୁଳ ନିଯୁକ୍ତି।

ନିଯୁକ୍ତି ଲାଗି ଯେଉଁ ଯୋଗ୍ୟତା ଦରକାର ତାହା ମିଳିଥିଲା ଇଂଲିଶ ମାଧ୍ୟମରେ ଇଞ୍ଜିନିୟରିଙ୍ଗ୍‌ ମହାବିଦ୍ୟାଳୟରେ ବୈଷୟିକ ଶିକ୍ଷା ଯୋଗୁ। ଆମ ଦେଶର ପ୍ରାଦେଶିକ ସରକାରମାନେ ଭାବିନେଲେ ଇଂଲିଶ ମାଧ୍ୟମ ହିଁ ଆମ ପିଲାଙ୍କୁ ମଣିଷ କରିବ। ଉଚ୍ଚଶିକ୍ଷାରେ ଇଂଲିଶ ଦରକାର ସିନା, ମାଧ୍ୟମିକ ସ୍ତର ପ୍ଯଯ୍ୟନ୍ତ ଶିକ୍ଷାରେ ଇଂଲିଶ କ’ଣ ଦରକାର? ତା’ଛଡା ଇଂଲିଶରେ ପଢିବା ପିଲାମାନଙ୍କ ଭିତରୁ ସମସ୍ତଙ୍କୁ ତ ବୈଷୟିକ ନିଯୁକ୍ତି ମିଳୁନାହିଁ! ଜନସଂଖ୍ୟାର କେତେ ଅଂଶ ବୈଷୟିକ ଶିକ୍ଷାରେ ଦକ୍ଷତା ହାସଲ କରୁଛନ୍ତି? ପ୍ରାଥମିକ ସ୍ତରରେ ଶିକ୍ଷା ପାଉଥିବା ପିଲାଙ୍କ ଭିତରୁ ଶତକଡା ୧ କି ୨ ଉଚ୍ଚଶିକ୍ଷା ପାଇଁ ଯାଆନ୍ତି। ସେମାନଙ୍କ ଭିତରୁ ଏକ ଦଶମାଂଶ କି କମ୍‌ ପିଲା ସୂଚନା ପ୍ରଯୁକ୍ତି (ଆଇଟି) ସମ୍ପର୍କୀୟ ପାଠ ପଢନ୍ତି। ଏତେ କମ୍‌ ପିଲା ଇଂଲିଶ ଦରକାର କରୁଛନ୍ତି ବୋଲି ଶତକଡା ୯୯ ଭାଗ ପିଲାଙ୍କୁ ଇଂଲିଶ ମାଧ୍ୟମରେ ଶିକ୍ଷା ଦେବା କି ଦରକାର? ଅଥଚ ନେତାମାନେ ଓ ସେମାନଙ୍କ ପ୍ରଭାବରେ ଶିକ୍ଷାନୀତି ତିଆରି କରୁଥିବା ଅଧିକାରୀମାନେ ଇଂଲିଶ ଭାଷାକୁ ଆଦର୍ଶ ବିଦ୍ୟାଳୟର ମାଧ୍ୟମ କରୁଛନ୍ତି। ଆମ ଭାଷା ଓ ସଂସ୍କୃତିକୁ ଭୁଲିଯାଉଛନ୍ତି। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମାତୃଭାଷାରେ ନ ହେଲେ ଆମ ପିଲାଏ ପାଠକୁ ସହଜେ ହଜମ କରିପାରିବେ ନାହିଁ। ଏବେ ତ ବିନା ପରୀକ୍ଷାରେ ସପ୍ତମ ଶ୍ରେଣୀ ଯାଏ ଉଠୁଥିବା ପିଲା ତୃତୀୟ ଶ୍ରେଣୀର ପାଠ ପଢିପାରୁନାହିଁ ବୋଲି ପ୍ରଥମା ନାମକ ଏକ ସଂସ୍ଥା ସର୍ଭେ କରି ଜଣାଇଛି। ସେମାନଙ୍କ ଭିତରୁ ପୁଣି ଇଂଲିଶ ମାଧ୍ୟମରେ ପଢି ଡିଗ୍ରୀ ହାସଲ କରିଥିବା ପିଲା ଭାରତୀୟତା କ’ଣ ଜାଣୁଛି? ମାତୃଭାଷାରେ ପଢ଼ାଲେଖା କଲେ ଯେ ପ୍ରକୃତ ଭାରତୀୟ ହେବ ସେ ବିଶ୍ୱାସ ନାହିଁ। ଇଂଲିଶ ଭାଷାରେ ଭାରତୀୟ ଲେଖା ଏତେ ବଢ଼ିଯାଇଛି ଯେ ତାହା ବ୍ରଟିଶ୍‌ ଶାସନ ସମୟରେ ନ ଥିଲା। ଏବେ ସଂସ୍କୃତ ବା ପ୍ରାଚୀନ ଭାରତୀୟ ଭାଷା ପଢ଼ିବା ଲାଗି ଭାରତୀୟମାନଙ୍କୁ ବିଦେଶ ଯିବାକୁ ପଡ଼ିବ। କଲମ୍ବିଆ ବିଶ୍ୱବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସେଲ୍‌ଡନ ପୋଲକ କହନ୍ତି- ଏଭଳି ରୀତିରେ ଭାରତୀୟ ଶିକ୍ଷା ଓ ଧୀଶକ୍ତି ଯଦି ଚାଲୁ ରହିବ ତେବେ କ୍ଲାସିକାଲ ଯୁଗର ଲେଖା ଓ ଦଲିଲମାନଙ୍କୁ ପଢ଼ିବା ଓ ବୁଝିବାର ନାଗରିକଙ୍କ ସଂଖ୍ୟା ଖୁବ୍‌ଶୀଘ୍ର ଶୂନକୁ ଆସିଯିବ। ଭାରତ ଏଭଳି ଏକମାତ୍ର ସଂସ୍କୃତି ହୋଇପଡ଼ିବ ଯାହାର ସାହିତି୍ୟକ ପିତୃତ୍ୱ ଏବଂ ଇତିହାସ ଦେଶବାହାରର ପଣ୍ଡିତମାନଙ୍କ ହାତରେ ରହିବ। ଅର୍ଥନୈତିକ ଅଭିବୃଦ୍ଧିର ଉପହାର ସ୍ବରୂପ ଏବେ ପ୍ରଥମଥର ପାଇଁ ମାତାପିତାମାନେ ଆଗକାଳର ମଧ୍ୟବିତ୍ତ ପରିବାରର ଅନିଶ୍ଚିତତାରୁ ମୁକୁଳିଯାଇଛନ୍ତି ଏବଂ ପିଲାମାନେ ନୂଆ ନୂଆ କ୍ୟାରିୟର ଖୋଜୁଛନ୍ତି ଯାହା ଦିନେ ନ ଥିଲା। ପିଲାମାନଙ୍କର ଅତୀତକୁ ଜାଣିବାର ସ୍ବାଭାବିକ ଇଚ୍ଛା ଯାହା ଥିଲା, ତାହା ଆଉ ଦେଖାଯାଉନାହିଁ। ପୁରୁଣା ଗ୍ରନ୍ଥଗୁଡ଼ିକରୁ ମାନେ କାଢ଼ିବାର ଯେଉଁ ବିଦ୍ୟା ଥିଲା, ଯାହାକୁ ଇଂଲିଶରେ ଫିଲୋଲୋଜି କହନ୍ତି ତାହା ଏବେ ଭାରତରେ ମରିଗଲାଣି। କିନ୍ତୁ ଅଧ୍ୟାପକମାନଙ୍କର ଦରମା ଖୁବ୍‌ ବଢ଼ିଛି। ରାଜନେତାମାନେ ନିଜ ନିଜ ରାଜ୍ୟକୁ ଏଭଳି ଅବସ୍ଥାରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରନ୍ତୁ।


ଭଲ ଭାରତୀୟ ହେବା ମାନେ ନୁହେଁ ଯେ ଆମେ ଇଂଲିଶ କହିବା ବନ୍ଦ କରିଦେବା। ଏହାର ମାନେ ଆମର ବିପୁଳ ଓ ସମୃଦ୍ଧ ଭାଷାଗତ ଅତୀତକୁ ପୁଣିଥରେ ଫେରାଇ ଆଣିବା। ସମ୍ପୂର୍ଣ୍ଣ ହେବା ପାଇଁ ପୁରାଣ କାହାଣୀ ଯେଭଳି ସାର୍ବଜନୀନ ହେବା ଦରକାର, ମଣିଷ ସମାଜରେ ଶାଶ୍ୱତ ସତ୍ୟ ଆଣିବା ପାଇଁ ସେଭଳି ଚିତ୍ର ଦରକାର। ତା’ହେଲେ ଆମେ ବିଭିନ୍ନ ସ୍ତରର ଜୀବନ ସହିତ ତାଳମେଳ ରଖିପାରିବା। ମଣିଷ ପଶୁଠାରୁ ଭିନ୍ନ ହେବାର କାରଣ ତା’ର ସ୍ମରଣ ଶକ୍ତି ଏବଂ ଆମେ ଯଦି ଐତିହାସିକ ସ୍ମୃତିକୁ ଭୁଲିଯାଉ ଏବଂ ଯେଉଁମାନେ ଏହାର ଅପବ୍ୟବହାର କରିବେ ସେମାନଙ୍କ ହାତରେ ସମର୍ପି ଦେଉ ତେବେ ଆମେ ପଶୁଠାରୁ କେଉଁ ଗୁଣରେ ଭଲ?

ସହଦେବ ସାହୁ

ଇମେଲ୍‌: sahadevas@yahoo.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri