ରକ୍ଷାବନ୍ଧନର ମନସ୍ତତ୍ତ୍ୱ

ଭାରରତୀୟ ସଂସ୍କୃତିରେ ପ୍ରଚଳିତ ପ୍ରତିଟି ପର୍ବପର୍ବାଣି ପଛରେ ରହିଥାଏ କିଛି ନା କିଛି ତର୍କସଙ୍ଗତ କାରଣ। ସମୟ ସୁଅରେ ମହତ୍ତ୍ୱ ଯଥେଷ୍ଟ ବଢି ଯାଇଥିବା ଭଳି ଅନେକ ସାମାଜିକ ପର୍ବମାନଙ୍କ ଭିତରୁ ଅନ୍ୟତମ ହେଉଛି ରକ୍ଷାବନ୍ଧନ। ଏହି ଦିନଟି ମଧ୍ୟ ହଳାୟୁଧ ପ୍ରଭୁ ବଳଦେବଙ୍କର ଜୟନ୍ତୀ। ରକ୍ଷାବନ୍ଧନର ସୂଚନା ରହିଛି ବେଦ ତଥା ପୁରାଣମାନଙ୍କରେ। ସର୍ବପୁରାତନ କିମ୍ବଦନ୍ତୀ ହେଉଛି ଇନ୍ଦ୍ର ଏବଂ ଇନ୍ଦ୍ରାଣୀଙ୍କୁ ନେଇ। ଭବିଷ୍ୟ ପୁରାଣରେ ଦେବରାଜ ଇନ୍ଦ୍ର ଏବଂ ଦାନବରାଜ ବୃତ୍ରାସୁର ମଧ୍ୟରେ ହୋଇଥିବା ଯୁଦ୍ଧ କଥା ଉଲ୍ଲେଖ ଅଛି। ଯେତେବେଳେ ବୃତ୍ରାସୁର ସହିତ ଯୁଦ୍ଧରେ ବାରମ୍ବାର ପରାସ୍ତ ହୋଇ ଇନ୍ଦ୍ର ବିତାଡିତ ହେଲେ ସେତେବେଳେ ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରାଣୀ ଇନ୍ଦ୍ରଙ୍କ ହାତରେ ଏକ ଅଭିମନ୍ତ୍ରିତ ରାଖୀ ବାନ୍ଧିଥିଲେ ଏବଂ ତାଙ୍କର ସୁରକ୍ଷା ତଥା ବିଜୟ କାମନା କରିଥିଲେ। ଫଳସ୍ବରୂପ ଇନ୍ଦ୍ର ଯୁଦ୍ଧରେ ଦାନବ ଶକ୍ତିକୁ ପରାଜିତ କରି ଇନ୍ଦ୍ରପୁରୀ ଫେରି ପାଇଲେ। ଏଠାରେ ଲକ୍ଷ୍ୟକରିବାର କଥା ଯେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ଏଠାରେ ସୁରକ୍ଷାପ୍ରାର୍ଥୀ ନୁହନ୍ତି। ଏହା ଛଡା, ଜଣେ ନାରୀ ତାଙ୍କ ଭାଇଙ୍କ ହାତରେ ନୁହେଁ ବରଂ ସ୍ବାମୀଙ୍କ ହାତରେ ରକ୍ଷାବନ୍ଧନ କରିଥିଲେ। ସାମ୍ପ୍ରତିକ ସମାଜରେ ପ୍ରଚଳିତ ଧାରଣା ଅନୁସାେ ଜଣେ ନାରୀଙ୍କୁ ସବୁବେଳେ ଦୁର୍ବଳା ଭାବି ସୁରକ୍ଷାପ୍ରାର୍ଥୀ ବୋଲି ଚିନ୍ତା କରିବା ଉଚିତ ନୁହେଁ। ଦ୍ୱିତୀୟ କିମ୍ବଦନ୍ତୀଟି ମୃତ୍ୟୁର ଦେବତା ଯମ ତଥା ତାଙ୍କ ଭଉଣୀ ଯମୁନାଙ୍କୁ ନେଇ ଶୁଣିବାକୁ ମିଳେ। ଭଉଣୀ ଯମୁନା ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ନିଜ ଭାଇ ଯମଙ୍କ ହାତରେ ରକ୍ଷାବନ୍ଧନ କରୁଥିଲେ। ଭଉଣୀକୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଯମ ତାଙ୍କୁ ଚିରସ୍ରୋତା ହେବାର ଆଶୀର୍ବାଦ ଦେଲେ। ସେହି ଦିନଠାରୁ ଭାଇ ଭଉଣୀ ଭିତରେ ପବିତ୍ର ସମ୍ପର୍କ ତଥା ସୁରକ୍ଷାର ନିଦର୍ଶନରେ ରକ୍ଷାବନ୍ଧନ ପର୍ବଟି ପାଳନ କରାଯାଇ ଆସୁଛି ବୋଲି ଶୁଣାଯାଏ। ଏଠାରେ ମଧ୍ୟ ପ୍ରଥମ କିମ୍ବଦନ୍ତୀଟିର ନିଷ୍କର୍ଷ ପ୍ରତିପାଦିତ ହେଉଛି। ଅର୍ଥାତ୍‌, ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଯିଏ ବି ଦୁର୍ବଳ ସିଏ ସୁରକ୍ଷା ପାଇବ ଏବଂ ଅପରପକ୍ଷ ତାକୁ ସୁରକ୍ଷା ପ୍ରଦାନ କରିବାର ସଙ୍କଳ୍ପ ନେବ।ତୃତୀୟ ଉଦ୍ଧୃତି ହେଉଛି ଦ୍ରୌପଦୀ ଏବଂ ଶ୍ରୀକୃଷ୍ଣଙ୍କ ବିଷୟରେ। କୌରବ ପକ୍ଷର ବଳିଷ୍ଠ ସେନା ତଥା କୌରବ ଶହେଭାଇଙ୍କ ଆକ୍ରମଣରୁ ପାଣ୍ଡବ ଭାଇମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ପ୍ରଭୁ ତାଙ୍କର ସଙ୍କଳ୍ପ ରକ୍ଷା କରିଥିଲେ। ଏହି ଉଦାହରଣର ବିଶେଷତ୍ୱ ବିଷୟରେ ଚିନ୍ତା କଲେ ଜଣାପଡେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ନିଜର ସୁରକ୍ଷା କିମ୍ବା ଯାହା ହାତରେ ରାଖୀ ବନ୍ଧା ଯାଏ ତା’ର ସୁରକ୍ଷା କାମନା କରିବ, ସେମିତି କିଛି ମାନେ ନାହିଁ। ଅର୍ଥାତ୍‌, ଅନ୍ୟର ମଙ୍ଗଳ କାମନା କରି ମଣିଷ ପରସ୍ପର ହାତରେ ରାଖୀ ବାନ୍ଧି ପାରିବ।  ଆଧୁନିକ ଯୁଗରେ ଜାତି, ଧର୍ମ ତଥା ପରିଚୟର ସୀମା ବାହାରେ ରକ୍ଷାବନ୍ଧନର ଅନେକ ନଜିର ଆମ ଆଗରେ ଅଛି। ଆଲେକ୍‌ଜାଣ୍ଡରଙ୍କ ସ୍ତ୍ରୀ ରୋକ୍ସାନା, ନିଜ ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ରାଜା ପୁରୁଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ରାଜା ପୁରୁ କ୍ଷତ୍ରିୟ ଧର୍ମ ପାଳନ କରି ନିଜେ ପରାଜୟ ସ୍ବୀକାର କଲେ ମଧ୍ୟ ଆଲେକ୍‌ଜାଣ୍ଡରଙ୍କୁ ଜୀବନରେ ମାରି ନ ଥିଲେ। ଆଉ ଏକ ବିବାଦୀୟ ଐତିହାସିକ କାହାଣୀ ଅନୁସାରେ, ଚିତୋରର ରାଣୀ କର୍ଣ୍ଣାବତୀ ବାହାଦୁର ଶାହ କବଳରୁ ରାଜ୍ୟ ତଥା ନିଜ ସମ୍ମାନ ରକ୍ଷା କରିବା ପାଇଁ ମୋଗଲ ବାଦଶାହ ହୁମାୟୁନଙ୍କ ପାଖକୁ ରାଖୀ ପଠାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ହୁମାୟୁନ ବିଳମ୍ବରେ ପହଞ୍ଚତ୍ଲେ ଏବଂ ସେତେବେଳକୁ ରାଜପୁତ ନାରୀମାନେ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ଦେହତ୍ୟାଗ କରି ସାରିଥିଲେ। ତେବେ ଏ କଥା ଏଠାରେ ଉଦ୍ଧାର କରିବାର କାରଣ ହେଲା, ରାଖୀ ପରମ୍ପରାର ମନସ୍ତତ୍ୱ ଏତେ ବଳିଷ୍ଠ ଯେ ଜଣେ ଅପରିଚିତ ବ୍ୟକ୍ତି ଅନ୍ୟଜଣକୁ ସାହାଯ୍ୟ କରିବା ପାଇଁ ଅବିଳମ୍ବେ ପ୍ରସ୍ତୁତ ହୋଇଯାଏ। ସେହି ବଳିଷ୍ଠ ମନସ୍ତତ୍ତ୍ୱକୁ ସମାଜର ତଥା ବିଶ୍ୱର ମଙ୍ଗଳ କାମନାରେ ବ୍ୟବହାର କରିପାରିଲେ କେତେ ସୁନ୍ଦର ହୁଅନ୍ତା ସତେ! ଡ. ପଦାରବିନ୍ଦ ରଥମୋ- ୮୮୦୦୬୩୬୫୭୬, rath2005@gmail.com


ଭାରରତୀୟ ସଂସ୍କୃତିରେ ପ୍ରଚଳିତ ପ୍ରତିଟି ପର୍ବପର୍ବାଣି ପଛରେ ରହିଥାଏ କିଛି ନା କିଛି ତର୍କସଙ୍ଗତ କାରଣ। ସମୟ ସୁଅରେ ମହତ୍ତ୍ୱ ଯଥେଷ୍ଟ ବଢି ଯାଇଥିବା ଭଳି ଅନେକ ସାମାଜିକ ପର୍ବମାନଙ୍କ ଭିତରୁ ଅନ୍ୟତମ ହେଉଛି ରକ୍ଷାବନ୍ଧନ। ଏହି ଦିନଟି ମଧ୍ୟ ହଳାୟୁଧ ପ୍ରଭୁ ବଳଦେବଙ୍କର ଜୟନ୍ତୀ। 
ରକ୍ଷାବନ୍ଧନର ସୂଚନା ରହିଛି ବେଦ ତଥା ପୁରାଣମାନଙ୍କରେ। ସର୍ବପୁରାତନ କିମ୍ବଦନ୍ତୀ ହେଉଛି ଇନ୍ଦ୍ର ଏବଂ ଇନ୍ଦ୍ରାଣୀଙ୍କୁ ନେଇ। ଭବିଷ୍ୟ ପୁରାଣରେ ଦେବରାଜ ଇନ୍ଦ୍ର ଏବଂ ଦାନବରାଜ ବୃତ୍ରାସୁର ମଧ୍ୟରେ ହୋଇଥିବା ଯୁଦ୍ଧ କଥା ଉଲ୍ଲେଖ ଅଛି। ଯେତେବେଳେ ବୃତ୍ରାସୁର ସହିତ ଯୁଦ୍ଧରେ ବାରମ୍ବାର ପରାସ୍ତ ହୋଇ ଇନ୍ଦ୍ର ବିତାଡିତ ହେଲେ ସେତେବେଳେ ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରାଣୀ ଇନ୍ଦ୍ରଙ୍କ ହାତରେ ଏକ ଅଭିମନ୍ତ୍ରିତ ରାଖୀ ବାନ୍ଧିଥିଲେ ଏବଂ ତାଙ୍କର ସୁରକ୍ଷା ତଥା ବିଜୟ କାମନା କରିଥିଲେ। ଫଳସ୍ବରୂପ ଇନ୍ଦ୍ର ଯୁଦ୍ଧରେ ଦାନବ ଶକ୍ତିକୁ ପରାଜିତ କରି ଇନ୍ଦ୍ରପୁରୀ ଫେରି ପାଇଲେ। ଏଠାରେ ଲକ୍ଷ୍ୟକରିବାର କଥା ଯେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ଏଠାରେ ସୁରକ୍ଷାପ୍ରାର୍ଥୀ ନୁହନ୍ତି। ଏହା ଛଡା, ଜଣେ ନାରୀ ତାଙ୍କ ଭାଇଙ୍କ ହାତରେ ନୁହେଁ ବରଂ ସ୍ବାମୀଙ୍କ ହାତରେ ରକ୍ଷାବନ୍ଧନ କରିଥିଲେ। ସାମ୍ପ୍ରତିକ ସମାଜରେ ପ୍ରଚଳିତ ଧାରଣା ଅନୁସାେ ଜଣେ ନାରୀଙ୍କୁ ସବୁବେଳେ ଦୁର୍ବଳା ଭାବି ସୁରକ୍ଷାପ୍ରାର୍ଥୀ ବୋଲି ଚିନ୍ତା କରିବା ଉଚିତ ନୁହେଁ। 

ଦ୍ୱିତୀୟ କିମ୍ବଦନ୍ତୀଟି ମୃତ୍ୟୁର ଦେବତା ଯମ ତଥା ତାଙ୍କ ଭଉଣୀ ଯମୁନାଙ୍କୁ ନେଇ ଶୁଣିବାକୁ ମିଳେ। ଭଉଣୀ ଯମୁନା ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ନିଜ ଭାଇ ଯମଙ୍କ ହାତରେ ରକ୍ଷାବନ୍ଧନ କରୁଥିଲେ। ଭଉଣୀକୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଯମ ତାଙ୍କୁ ଚିରସ୍ରୋତା ହେବାର ଆଶୀର୍ବାଦ ଦେଲେ। ସେହି ଦିନଠାରୁ ଭାଇ ଭଉଣୀ ଭିତରେ ପବିତ୍ର ସମ୍ପର୍କ ତଥା ସୁରକ୍ଷାର ନିଦର୍ଶନରେ ରକ୍ଷାବନ୍ଧନ ପର୍ବଟି ପାଳନ କରାଯାଇ ଆସୁଛି ବୋଲି ଶୁଣାଯାଏ। ଏଠାରେ ମଧ୍ୟ ପ୍ରଥମ କିମ୍ବଦନ୍ତୀଟିର ନିଷ୍କର୍ଷ ପ୍ରତିପାଦିତ ହେଉଛି। ଅର୍ଥାତ୍‌, ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଯିଏ ବି ଦୁର୍ବଳ ସିଏ ସୁରକ୍ଷା ପାଇବ ଏବଂ ଅପରପକ୍ଷ ତାକୁ ସୁରକ୍ଷା ପ୍ରଦାନ କରିବାର ସଙ୍କଳ୍ପ ନେବ।

ତୃତୀୟ ଉଦ୍ଧୃତି ହେଉଛି ଦ୍ରୌପଦୀ ଏବଂ ଶ୍ରୀକୃଷ୍ଣଙ୍କ ବିଷୟରେ। କୌରବ ପକ୍ଷର ବଳିଷ୍ଠ ସେନା ତଥା କୌରବ ଶହେଭାଇଙ୍କ ଆକ୍ରମଣରୁ ପାଣ୍ଡବ ଭାଇମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ପ୍ରଭୁ ତାଙ୍କର ସଙ୍କଳ୍ପ ରକ୍ଷା କରିଥିଲେ। ଏହି ଉଦାହରଣର ବିଶେଷତ୍ୱ ବିଷୟରେ ଚିନ୍ତା କଲେ ଜଣାପଡେ, ରାଖୀ ବାନ୍ଧୁଥିବା ବ୍ୟକ୍ତି ନିଜର ସୁରକ୍ଷା କିମ୍ବା ଯାହା ହାତରେ ରାଖୀ ବନ୍ଧା ଯାଏ ତା’ର ସୁରକ୍ଷା କାମନା କରିବ, ସେମିତି କିଛି ମାନେ ନାହିଁ। ଅର୍ଥାତ୍‌, ଅନ୍ୟର ମଙ୍ଗଳ କାମନା କରି ମଣିଷ ପରସ୍ପର ହାତରେ ରାଖୀ ବାନ୍ଧି ପାରିବ।  ଆଧୁନିକ ଯୁଗରେ ଜାତି, ଧର୍ମ ତଥା ପରିଚୟର ସୀମା ବାହାରେ ରକ୍ଷାବନ୍ଧନର ଅନେକ ନଜିର ଆମ ଆଗରେ ଅଛି। ଆଲେକ୍‌ଜାଣ୍ଡରଙ୍କ ସ୍ତ୍ରୀ ରୋକ୍ସାନା, ନିଜ ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ରାଜା ପୁରୁଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ରାଜା ପୁରୁ କ୍ଷତ୍ରିୟ ଧର୍ମ ପାଳନ କରି ନିଜେ ପରାଜୟ ସ୍ବୀକାର କଲେ ମଧ୍ୟ ଆଲେକ୍‌ଜାଣ୍ଡରଙ୍କୁ ଜୀବନରେ ମାରି ନ ଥିଲେ। ଆଉ ଏକ ବିବାଦୀୟ ଐତିହାସିକ କାହାଣୀ ଅନୁସାରେ, ଚିତୋରର ରାଣୀ କର୍ଣ୍ଣାବତୀ ବାହାଦୁର ଶାହ କବଳରୁ ରାଜ୍ୟ ତଥା ନିଜ ସମ୍ମାନ ରକ୍ଷା କରିବା ପାଇଁ ମୋଗଲ ବାଦଶାହ ହୁମାୟୁନଙ୍କ ପାଖକୁ ରାଖୀ ପଠାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ହୁମାୟୁନ ବିଳମ୍ବରେ ପହଞ୍ଚତ୍ଲେ ଏବଂ ସେତେବେଳକୁ ରାଜପୁତ ନାରୀମାନେ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ ଦେହତ୍ୟାଗ କରି ସାରିଥିଲେ। ତେବେ ଏ କଥା ଏଠାରେ ଉଦ୍ଧାର କରିବାର କାରଣ ହେଲା, ରାଖୀ ପରମ୍ପରାର ମନସ୍ତତ୍ୱ ଏତେ ବଳିଷ୍ଠ ଯେ ଜଣେ ଅପରିଚିତ ବ୍ୟକ୍ତି ଅନ୍ୟଜଣକୁ ସାହାଯ୍ୟ କରିବା ପାଇଁ ଅବିଳମ୍ବେ ପ୍ରସ୍ତୁତ ହୋଇଯାଏ। ସେହି ବଳିଷ୍ଠ ମନସ୍ତତ୍ତ୍ୱକୁ ସମାଜର ତଥା ବିଶ୍ୱର ମଙ୍ଗଳ କାମନାରେ ବ୍ୟବହାର କରିପାରିଲେ କେତେ ସୁନ୍ଦର 

ହୁଅନ୍ତା ସତେ!       

ଡ. ପଦାରବିନ୍ଦ ରଥ

ମୋ- ୮୮୦୦୬୩୬୫୭୬, rath2005@gmail.com


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri