ଯୁଦ୍ଧ ବନାମ ଭାବମୂର୍ତ୍ତି

ଡୋକ୍‌ଲାମକୁ ନେଇ ସିକିମ୍‌ ସୀମାରେ ଭାରତ ଓ ଚାଇନା ସେନା ମୁହଁାମୁହିଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ନିକଟରେ କହିଛନ୍ତି ଯେ ବିବାଦର ସମାଧାନ ଆଲୋଚନା ଓ ବିତର୍କ ମାଧ୍ୟମରେ ହୋଇପାରିବ। ଭାରତର ପ୍ରାଚୀନ ଚିନ୍ତାଧାରା ‘ତର୍କ ଶାସ୍ତ୍ର’ ପରସ୍ପର ମଧ୍ୟରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସ୍ତବରେ ମୋଦିଙ୍କର ବକ୍ତବ୍ୟକୁ ଗ୍ରହଣ କରିବାକୁ ହେବ, କାରଣ ଭାରତର ପରିସ୍ଥିତି ଅତ୍ୟନ୍ତ ଜଟିଳ। ଗତ ୩୦ ବର୍ଷ ଅର୍ଥାତ୍‌ ୮୦ ଦଶନ୍ଧିରୁ ଚାଇନାର ଅର୍ଥନୈତିକ ଅଗ୍ରଗତି ସହିତ ତୁଳନା କଲେ ଭାରତ ଅନେକ ପଛରେ ପଡ଼ିଯାଇଛି। ଯୁକ୍ତି କରିବାକୁ ଇଚ୍ଛା କଲେ ତାହା ଅସରନ୍ତି। କିନ୍ତୁ ସତ୍ୟକୁ ସମ୍ମୁଖୀନ ହେବା ସବୁ ଭାରତୀୟଙ୍କ ପାଇଁ ଅବଶ୍ୟମ୍ଭାବୀ ହୋଇପଡ଼ିଲାଣି। ବିଂଶ ଶତାବ୍ଦୀର ଶେଷ ଦଶନ୍ଧିକୁ ନେଇ ଏକବିଂଶ ଶତାବ୍ଦୀରେ ନିଜକୁ ପୃଥିବୀର ସର୍ବବୃହତ୍‌ ଶକ୍ତି ଭାବେ ଚାଇନା ଗଢ଼ିଉଠୁଛି। ‘ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌’ ବା ଓବର ନାମରେ ଚାଇନା ନିଜର ପ୍ରଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସହିତ ହାତ ମିଳାଇବାକୁ ଆଗେଇ ଆସିଛି। ଭାଜପା ସମର୍ଥକମାନେ କହିପାରନ୍ତି ଯେ, ଜବାହରଲାଲ ନେହେରୁଙ୍କ ନିରାପତ୍ତା ନୀତିରେ ତ୍ର୍‌ୁଟି ଥିବା ହେତୁ ଆଜିର ଭାରତ ଦୁର୍ବଳ ହୋଇପଡ଼ିଛି। ଏହାକୁ ସତ୍ୟ ବୋଲି ସ୍ବୀକାର କଲେ ମଧ୍ୟ ଗତ ୩ ବର୍ଷରେ ସେହି ଆଭିମୁଖ୍ୟର କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଆଜି ଡୋକ୍‌ଲାମରେ ଚାଇନା ସହିତ ଭାରତର ମୁହାଁମୁହିଁ ହେବାର କାରଣ ବୁଝିବା ବିଶେଷ କଷ୍ଟକର ନୁହେଁ। ପ୍ରଥମେ ମନେରଖିବାକୁ ହେବ ଯେ, ଡୋକ୍‌ଲାମ ଭାରତରେ ନୁହେଁ, ତାହା ଭୁଟାନର ଅଂଶବିଶେଷ। ଏବେ ପ୍ଯଯ୍ୟନ୍ତ ଭୁଟାନରେ ରାଜ ପରିବାର ଚାଇନା ସହିତ କୂଟନୈତିକ ସମ୍ପର୍କ ଗଢ଼ିବାକୁ ଇଚ୍ଛାପ୍ରକାଶ କରୁ ନ ଥିଲେ। ସେହି ଆଭିମୁଖ୍ୟ ବଜାୟ ରଖିବା ପଛରେ ଇନ୍ଦିରା ଗାନ୍ଧୀଙ୍କର ଶକ୍ତି ପ୍ରଦର୍ଶନ ମୁଖ୍ୟତଃ ଦାୟୀ ଥିଲା। ଭାରତକୁ ବଡ଼ ଭାଇ ଭାବେ ଦେଖିଆସୁଥିବା ଭୁଟାନ ନିଜର ସୁରକ୍ଷା ପାଇଁ ଭାରତୀୟ ସେନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନିଜ ଦାୟିତ୍ୱରେ ବିଫଳ ହେବାର ଲକ୍ଷଣ ଭାରତୀୟ ସେନାଠାରୁ ମିଳିବା ପରେ ଶାସନ କରୁଥିବା ଭୁଟାନ ରାଜ ପରିବାର ଦିଲ୍ଲୀରେ ଥିବା ଚାଇନା ଦୂତାବାସ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଭୁଟାନ ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେଇସାରିଲାଣି। ଏହାର ମୁଖ୍ୟ କାରଣ ବୁଝିବା ସହଜ। ଗୋଟିଏ ପଟେ ଚାଇନା ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାପ ପକାଉଛି। ଅନ୍ୟପଟେ ଦୀର୍ଘଦିନ ଧରି ନେପାଳ ଏବଂ ଭୁଟାନ ଭଳି ଦେଶ ସହିତ ରହିଆସିଥିବା ସୁସମ୍ପର୍କକୁ ମୋଦି ସରକାର ବେଖାତିର ସହିତ ବିରୋଧ ଯୋଗୁ ତିକ୍ତତା ପ୍ରକାଶ ପାଇଛି।ଏବେ ଚାଇନାର ବିଶେଷଜ୍ଞମାନେ ମତ ଦେଲେଣି ଯେ, ୨ ସପ୍ତାହ ମଧ୍ୟରେ ଭାରତ ଉପରେ ଆକ୍ରମଣ ହୋଇପାରେ। ନିକଟରେ ଭାରତର ଜାତୀୟ ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଅଜିତ୍‌ଙ୍କ ଭଳି ଜଣେ ସରକାରୀ କର୍ମଚାରୀଙ୍କୁ ବେଜିଂ ପଠାଇ ବିଶ୍ୱର ଅନ୍ୟତମ ନେତା ଜିଙ୍ଗ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରାଇବାର ଉଦ୍ୟମ ମୋଦିଙ୍କୁ ମହଙ୍ଗା ପଡ଼ିପାରେ। ଏପଟେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଗୁରୁତ୍ୱ ଦିଆଯାଉନାହିଁ।  ସେପଟେ ବିତର୍କର ରାସ୍ତା ଦେଖାଉଥିବା ମୋଦି ବିଫଳତାକୁ ଭୟ କରି ଚାଇନା ଯିବାକୁ ଚାହୁଁ ନ ଥାଇପାରନ୍ତି। ଯଦି ଚାଇନା ଯାଇ ଆଲୋଚନା କଲା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାହା ମୋଦିଙ୍କ ରାଜନୀତିକୁ ସମ୍ପୂର୍ଣ୍ଣ ମାଡ଼ କରିଦେବ। ଦେଶ ପଛେ କ୍ଷତିଗ୍ରସ୍ତ ହେଉ, ନିଜ ଭାବମୂର୍ତ୍ତି ବଞ୍ଚତ୍ରହୁ।


ଡୋକ୍‌ଲାମକୁ ନେଇ ସିକିମ୍‌ ସୀମାରେ ଭାରତ ଓ ଚାଇନା ସେନା ମୁହଁାମୁହିଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ନିକଟରେ କହିଛନ୍ତି ଯେ ବିବାଦର ସମାଧାନ ଆଲୋଚନା ଓ ବିତର୍କ ମାଧ୍ୟମରେ ହୋଇପାରିବ। ଭାରତର ପ୍ରାଚୀନ ଚିନ୍ତାଧାରା ‘ତର୍କ ଶାସ୍ତ୍ର’ ପରସ୍ପର ମଧ୍ୟରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସ୍ତବରେ ମୋଦିଙ୍କର ବକ୍ତବ୍ୟକୁ ଗ୍ରହଣ କରିବାକୁ ହେବ, କାରଣ ଭାରତର ପରିସ୍ଥିତି ଅତ୍ୟନ୍ତ ଜଟିଳ। ଗତ ୩୦ ବର୍ଷ ଅର୍ଥାତ୍‌ ୮୦ ଦଶନ୍ଧିରୁ ଚାଇନାର ଅର୍ଥନୈତିକ ଅଗ୍ରଗତି ସହିତ ତୁଳନା କଲେ ଭାରତ ଅନେକ ପଛରେ ପଡ଼ିଯାଇଛି। ଯୁକ୍ତି କରିବାକୁ ଇଚ୍ଛା କଲେ ତାହା ଅସରନ୍ତି। କିନ୍ତୁ ସତ୍ୟକୁ ସମ୍ମୁଖୀନ ହେବା ସବୁ ଭାରତୀୟଙ୍କ ପାଇଁ ଅବଶ୍ୟମ୍ଭାବୀ ହୋଇପଡ଼ିଲାଣି। ବିଂଶ ଶତାବ୍ଦୀର ଶେଷ ଦଶନ୍ଧିକୁ ନେଇ ଏକବିଂଶ ଶତାବ୍ଦୀରେ ନିଜକୁ ପୃଥିବୀର ସର୍ବବୃହତ୍‌ ଶକ୍ତି ଭାବେ ଚାଇନା ଗଢ଼ିଉଠୁଛି। ‘ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌’ ବା ଓବର ନାମରେ ଚାଇନା ନିଜର ପ୍ରଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସହିତ ହାତ ମିଳାଇବାକୁ ଆଗେଇ ଆସିଛି। ଭାଜପା ସମର୍ଥକମାନେ କହିପାରନ୍ତି ଯେ, ଜବାହରଲାଲ ନେହେରୁଙ୍କ ନିରାପତ୍ତା ନୀତିରେ ତ୍ର୍‌ୁଟି ଥିବା ହେତୁ ଆଜିର ଭାରତ ଦୁର୍ବଳ ହୋଇପଡ଼ିଛି। ଏହାକୁ ସତ୍ୟ ବୋଲି ସ୍ବୀକାର କଲେ ମଧ୍ୟ ଗତ ୩ ବର୍ଷରେ ସେହି ଆଭିମୁଖ୍ୟର କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଆଜି ଡୋକ୍‌ଲାମରେ ଚାଇନା ସହିତ ଭାରତର ମୁହାଁମୁହିଁ ହେବାର କାରଣ ବୁଝିବା ବିଶେଷ କଷ୍ଟକର ନୁହେଁ। ପ୍ରଥମେ ମନେରଖିବାକୁ ହେବ ଯେ, ଡୋକ୍‌ଲାମ ଭାରତରେ ନୁହେଁ, ତାହା ଭୁଟାନର ଅଂଶବିଶେଷ। ଏବେ ପ୍ଯଯ୍ୟନ୍ତ ଭୁଟାନରେ ରାଜ ପରିବାର ଚାଇନା ସହିତ କୂଟନୈତିକ ସମ୍ପର୍କ ଗଢ଼ିବାକୁ ଇଚ୍ଛାପ୍ରକାଶ କରୁ ନ ଥିଲେ। ସେହି ଆଭିମୁଖ୍ୟ ବଜାୟ ରଖିବା ପଛରେ ଇନ୍ଦିରା ଗାନ୍ଧୀଙ୍କର ଶକ୍ତି ପ୍ରଦର୍ଶନ ମୁଖ୍ୟତଃ ଦାୟୀ ଥିଲା। ଭାରତକୁ ବଡ଼ ଭାଇ ଭାବେ ଦେଖିଆସୁଥିବା ଭୁଟାନ ନିଜର ସୁରକ୍ଷା ପାଇଁ ଭାରତୀୟ ସେନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନିଜ ଦାୟିତ୍ୱରେ ବିଫଳ ହେବାର ଲକ୍ଷଣ ଭାରତୀୟ ସେନାଠାରୁ ମିଳିବା ପରେ ଶାସନ କରୁଥିବା ଭୁଟାନ ରାଜ ପରିବାର ଦିଲ୍ଲୀରେ ଥିବା ଚାଇନା ଦୂତାବାସ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଭୁଟାନ ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦେଇସାରିଲାଣି। ଏହାର ମୁଖ୍ୟ କାରଣ ବୁଝିବା ସହଜ। ଗୋଟିଏ ପଟେ ଚାଇନା ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାପ ପକାଉଛି। ଅନ୍ୟପଟେ ଦୀର୍ଘଦିନ ଧରି ନେପାଳ ଏବଂ ଭୁଟାନ ଭଳି ଦେଶ ସହିତ ରହିଆସିଥିବା ସୁସମ୍ପର୍କକୁ ମୋଦି ସରକାର ବେଖାତିର ସହିତ ବିରୋଧ ଯୋଗୁ ତିକ୍ତତା ପ୍ରକାଶ ପାଇଛି।
ଏବେ ଚାଇନାର ବିଶେଷଜ୍ଞମାନେ ମତ ଦେଲେଣି ଯେ, ୨ ସପ୍ତାହ ମଧ୍ୟରେ ଭାରତ ଉପରେ ଆକ୍ରମଣ ହୋଇପାରେ। ନିକଟରେ ଭାରତର ଜାତୀୟ ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା। ଅଜିତ୍‌ଙ୍କ ଭଳି ଜଣେ ସରକାରୀ କର୍ମଚାରୀଙ୍କୁ ବେଜିଂ ପଠାଇ ବିଶ୍ୱର ଅନ୍ୟତମ ନେତା ଜିଙ୍ଗ୍‌ପିଙ୍ଗ୍‌ଙ୍କ ସହିତ ଆଲୋଚନା କରାଇବାର ଉଦ୍ୟମ ମୋଦିଙ୍କୁ ମହଙ୍ଗା ପଡ଼ିପାରେ। ଏପଟେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଗୁରୁତ୍ୱ ଦିଆଯାଉନାହିଁ।  ସେପଟେ ବିତର୍କର ରାସ୍ତା ଦେଖାଉଥିବା ମୋଦି ବିଫଳତାକୁ ଭୟ କରି ଚାଇନା ଯିବାକୁ ଚାହୁଁ ନ ଥାଇପାରନ୍ତି। ଯଦି ଚାଇନା ଯାଇ ଆଲୋଚନା କଲା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାହା ମୋଦିଙ୍କ ରାଜନୀତିକୁ ସମ୍ପୂର୍ଣ୍ଣ ମାଡ଼ କରିଦେବ। ଦେଶ ପଛେ କ୍ଷତିଗ୍ରସ୍ତ ହେଉ, ନିଜ ଭାବମୂର୍ତ୍ତି ବଞ୍ଚତ୍ରହୁ।


The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri