ଘୁଞ୍ଚିଲା ଆଲିଆଙ୍କ ଆକ୍ସନ ଫିଲ୍ମ ‘ଆଲ୍ଫା’ ରିଲିଜ ତାରିଖ

ମୁମ୍ବାଇ: ବଲିଉଡର ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଆଲ୍ଫା’ର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ଖ୍ରୀଷ୍ଟମାସ ସମୟରେ ପରଦାକୁ ଆସିବାର ଥିଲା, କିନ୍ତୁ ଆସନ୍ତାବର୍ଷ ୧୭ ଏପ୍ରିଲରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ୟଶରାଜ ଫିଲ୍ମସ୍‌ (ଓ୍ବାଇଆର୍‌ଏଫ୍‌)ର ‘ସ୍ପାଇ ୟୁନିଭର୍ସ’ର ଏହି ପ୍ରଥମ ମହିଳା-ପ୍ରଧାନ ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଶର୍ବରୀ ୱାଘଙ୍କୁ ଦମଦାର୍‌ ଆକ୍ସନ ଅବତାରରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବାବେଳେ, ମେକର୍ସମାନେ ଏହାର ରିଲିଜ ତାରିଖ ବଦଳାଇ ଦେଇଛନ୍ତି।
ଫିଲ୍ମସ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମର ବଡ଼ ଆକାର ଏବଂ ଆକ୍ସନ ସିନ୍‌ଗୁଡ଼ିକର ବିଶାଳ ଭିଜୁଆଲ ଇଫେକ୍ଟସ (ଭିଏଫଏକ୍ସ) କାମ ଶେଷହେବାକୁ ଅଧିକ ସମୟ ଲାଗୁଛି।
ସମସ୍ତ ଭିଏଫଏକ୍ସ କାର୍ଯ୍ୟ ଡିସେମ୍ବର ସୁଦ୍ଧା ସାରିବା ସମ୍ଭବ ହେବ ନାହିଁ ବୋଲି ଟିମ୍‌ ଅନୁଭବ କରିବା ପରେ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମେକର୍ସମାନେ ଚଳଚ୍ଚିତ୍ରର ଗୁଣବତ୍ତା ସହିତ କୌଣସି ପ୍ରକାର ସାଲିସ କରିବାକୁ ଚାହୁଁନାହାଁନ୍ତି।
ଫିଲ୍ମରେ ଆଲିଆ ଏବଂ ଶର୍ବରୀ ୱାଘଙ୍କ ବ୍ୟତୀତ ବବି ଦେଓଲ ଭିଲେନ ଭୂମିକାରେ ନଜର ଆସିବେ। ଆଲିଆ ଏବଂ ଶର୍ବରୀଙ୍କ ସହିତ ବବିଙ୍କ ଟକ୍କର ଏହି ପ୍ରୋଜେକ୍ଟର ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ପାଟ୍‌ନା,୧୭ା୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଆଜି ଅର୍ଥାତ୍‌ ସୋମବାର(ନଭେମ୍ବର ୧୭)ରେ ଜନତା ଦଳ (ୟୁନାଇଟେଡ୍‌) ନେତା ନୀତୀଶ...

ଚିରାଗ ହେବେ ଉପ ମୁଖ୍ୟମନ୍ତ୍ରୀ! ବଡ ଭବିଷ୍ୟବାଣୀ କଲେ ବରିଷ୍ଠ ଖବରଦାତା

ପାଟନା,୧୭।୧୧: ୨୦୨୦ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଥିଲା ଏବଂ ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଥିଲା। ଲୋକ...

ପୋଖରୀ ଭିତରେ ପଶିଗଲା ବିସ୍କୁଟ ବୋଝେଇ ଟ୍ରକ୍‌: ଆଉ ତା’ପରେ ଘଟିଲା…

ବଲାଙ୍ଗିର,୧୭।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସମ୍ବଲପୁର ରୋଡ଼ ଛତାମଖନା ଗ୍ରାମ ନିକଟ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଏକ...

ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍‌ରେ

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ...

IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା...

ଏହି କାରଣରୁ ହୋଇପାରେ ଡାଇବେଟିସ୍‌: ହୋଇଯାନ୍ତୁ ସାବଧାନ

ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ଯେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri