ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି। ଏହା ପରଠାରୁ ତାଙ୍କୁ ଘରେ ଭତ୍ତା ଦିଆଯିବ ବୋଲି ତେଲକୋଇ ବ୍ଲକ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଭତ୍ତା ଟଙ୍କା ପାଇବା ପାଇଁ ପଥୁରୀ ଦେହୁରୀ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ସହିତ ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଥିଲା। ଏହି ଘଣ୍ଟାରେ ସାମ୍ନାକୁ ଆସିବା ପରେ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ ରାଇସୁଆଁ ଗାଁ ଫରେଷ୍ଟ ଚେକ ଗେଟ ପାଖ ସାହିର ପଥୁରୀ ଦେହୁରୀ (୭୦) ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତାର ଜଣେ ହିତାଧିକାରୀ। ତାଙ୍କୁ ପଞ୍ଚାୟତରୁ ଭତ୍ତା ମିଳେ, ତେବେ ଭତ୍ତା ଟଙ୍କା ପାଇଁ ତାଙ୍କୁ ଦୁଇ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ବାର୍ଦ୍ଧକ୍ୟ ଯୋଗୁ ପଥୁରୀ ଚାଲି ପାରନ୍ତି ନାହିଁ । ତେଣୁ ତାଙ୍କୁ ହାତ, ପାଦରେ ଗୁରୁଣ୍ଡୁ ଗୁରୁଣ୍ଡି ଖାଲ ଖମା, କାଦୁଆ ରାସ୍ତାରେ ପଞ୍ଚାୟତକୁ ଯିବାକୁ ପଡୁଥିଲା। ସରକାରଙ୍କ ନିର୍ଦେଶ ରହିଛି ଯେ, ଭିନ୍ନକ୍ଷମ, ଅକ୍ଷମ ବୃଦ୍ଧାବୃଦ୍ଧଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ। କିନ୍ତୁ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ବାବୁ ପରି ପଞ୍ଚାୟତରେ ବସୁଥିଲେ ମଧ୍ୟ ପଥୁରୀ ଙ୍କ ପ୍ରତି କୌଣସି ପଦକ୍ଷେପ ନେଉ ନଥିଲେ।

କେନ୍ଦୁଝର ଜିଲାରେ ପଞ୍ଚାୟତ ଗୁଡିକର ଭୌଗୋଳିକ ସ୍ଥିତି ଏମିତି ଯେ, ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡିକର ଦୂରତା ଅଧିକ ରହିଛି । ଅନେକ ଏପରିସ୍ଥଳେ ୮ ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଭତ୍ତା ହିତାଧିକାରୀ ଚାଲି ଚାଲି ଯାଇ ଭତ୍ତା ଅର୍ଥ ପଞ୍ଚାୟତରୁ ପାଉଛନ୍ତି। ଅନ୍ୟପଟେ ଯେଉଁ ହିତାଧିକାରୀ ଜାତୀୟ ଭତ୍ତାରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ଦିଆଯିବାର ବ୍ୟବସ୍ଥା ହୋଇଛି। ବ୍ୟାଙ୍କକୁ ଯାଇ ଭତ୍ତା ଅର୍ଥ ଉଠାଇବା ବୃଦ୍ଧାବୃଦ୍ଧାଙ୍କ ପକ୍ଷରେ ଯନ୍ତ୍ରଣାଦାୟକ ହେଉଛି। ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଉଠାଇବାର ବ୍ୟବସ୍ଥା ଥିଲେ ମଧ୍ୟ ବ୍ୟାଙ୍କ ମିତ୍ରମାନେ ମିନି ବ୍ୟାଙ୍କ ଖୋଲି ତାଙ୍କ ବେପାର ଚଳାଉଛନ୍ତି। ଏସବୁ ସମସ୍ୟାର ସମାଧାନ ସରକାର ନ କଲେ ଭତ୍ତା ହିତାଧିକାରୀ ଏମିତି ଯନ୍ତ୍ରଣା ଭୋଗୁଥିବେ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲାରେ ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଭିନ୍ନକ୍ଷମ ବା ବୃଦ୍ଧାବୃଦ୍ଧ ଭତ୍ତା ପାଇଁ ବହୁ କଷ୍ଟରେ ଯିବା ଆସିବା କରିଥାନ୍ତି। ଅନେକ ମଧ୍ୟ ଯିବା ଆସିବା କରି ପାରୁ ନ ଥିବାରୁ ଆଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏଣୁ ଏନେଇ ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri