ବ୍ୟାଙ୍କରୁ ମିଳୁନି ଜମା ଟଙ୍କା: ପ୍ରତିବାଦରେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ଜମାକାରୀ

ଦିଗପହଣ୍ଡି, ୬।୧୦(ଅଶେଷ ନାଥ ମିଶ୍ର): ଜମାକାରୀଙ୍କୁ ସେମାନଙ୍କ ଟଙ୍କା ପ୍ରଦାନ ଦାବିରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରେ ବହୁ ସଂଖ୍ୟକ ଜମାକାରୀ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି। ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଲୋକମାନେ ନିଜ ସଞ୍ଚିତ ଅର୍ଥରାଶିକୁ ସୁରକ୍ଷିତ ରଖିବା ସକାଶେ ବ୍ୟାଙ୍କ ଉପରେ ଭରସା କରି ଏହି ବ୍ୟାଙ୍କରେ ଜମାଖାତା ଖୋଲି ଟଙ୍କା ବାନ୍ଧିଥିଲେ। ତେବେ ଅନେକ ଜମାକାରୀଙ୍କ ଜମା ଟଙ୍କା ଉଠାଣ କରିବାକୁ ଚାହିଁଲେ ମଧ୍ୟ ସେମାନଙ୍କ ଜମାଖାତାରେ ଟଙ୍କା ନ ଥିବା ବ୍ୟାଙ୍କ କର୍ମଚାରୀମାନେ କହୁଛନ୍ତି। ଏପରିକି ସ୍ଥାୟୀ ଜମା ରାଶି ମାଚ୍ୟୁରିଟି ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରୁନଥିବା ଜଣାପଡିଛି । ଜମାକାରୀମାନେ ଗତ ଏପ୍ରିଲ ମାସରୁ ସେମାନଙ୍କ ଟଙ୍କାକୁ ଉଠାଣ ନିମନ୍ତେ ବ୍ୟାଙ୍କକୁ ଯାଉଥିବା ବେଳେ ଶାଖା ପରିଚାଳକ ଜମାକାରୀଙ୍କୁ ବିଭିନ୍ନ ଆଳ କରି ଫେରାଇ ଦେଉଛନ୍ତି । ଜମାକାରୀମାନେ ସେମାନଙ୍କ ଜମାଖାତାରୁ ଟଙ୍କା ଉଠାଣ ପାଇଁ ବହୁବାର ବ୍ୟାଙ୍କକୁ ଯାଇନିରାଶ ହୋଇ ଫେରୁଛନ୍ତି । ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ ବହୁ ସଂଖ୍ୟକ ଜମାକାରୀ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ଠକେଇର ଶିକାର ହୋଇଥିବା ସମସ୍ତ ଜମାକାରୀଙ୍କ ଟଙ୍କା ଦିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କା ମିଳିନାହିଁ। ଏନେଇ ଗତ ଶନିବାର ଜମାକାରୀମାନେ ଦିଗପହଣ୍ଡି ତହସିଲଦାର ଏବଂ ଥାନା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇବା ସହ ଜମା ଟଙ୍କା ଦିଆନଗଲେ ମଙ୍ଗଳବାର ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାର ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଜମାକାରୀ ଆନ୍ଦୋଳନ କରିଥିଲେ । ଦୀର୍ଘ ୬ ଘଣ୍ଟା ଧରି ଜମାକାରୀମାନେ ଆନ୍ଦୋଳନରେ ସାମିଲ ଥିଲେ। ଶାଖା ପରିଚାଳକ ପି.ପ୍ରଦୀପ କୁମାରଙ୍କୁ ପଚାରିବାର ପୂର୍ବରୁ ତତ୍କାଳୀନ କିରାଣୀଙ୍କ ବିରୋଧରେ ବ୍ୟାଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବ୍ୟାଙ୍କ ମୁଖ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀ ବୃନ୍ଦ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଖୁବଶୀଘ୍ର ସମସ୍ତ ଜମାକାରୀଙ୍କ ଅର୍ଥରାଶି ଫେରସ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

ଉପନିର୍ବାଚନ ପ୍ରଚାରର ଶେଷଦିନ: ୪ଟାରୁ ନୂଆପଡ଼ା ଛାଡ଼

ନୂଆପଡ଼ା,୯।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ...

ଏଇ ଭାରତରେ

ରୋଗପୋକ ନିୟନ୍ତ୍ରଣ ଓ ଜଳବାୟୁର ପ୍ରତିକୂଳ ସ୍ଥିତି ସମ୍ପର୍କିିତ ତଥ୍ୟ ସଂଗ୍ରହ କରୁଥିବା ଟେକ୍ନୋଲୋଜି ଏବେ ଆଧୁନିକ କୃଷିକୁ ନୂଆ ଦିଗ ଦେଖାଇଛି। ଏହି କ୍ରମରେ...

ଜୀବନର ମୂଲ୍ୟ

ଜିକାଲିର ଯୁବପିଢ଼ି ପାଖରେ ଜୀବନ ମୂଲ୍ୟର ଉତ୍କଟ ଅଭାବ ସବୁଆଡ଼େ ପରିଲକ୍ଷିତ ହେଲାଣି, ଯାହା ସମାଜ ପାଇଁ ଏକ ଆହ୍ବାନ କହିଲେ ଅତ୍ୟୁକ୍ତି ହେବ ନାହିଁ।...

ଟମ୍‌ କକାଙ୍କ ଦିନ

ଜିକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ୧୮୫୨ ମସିହାରେ ପ୍ରକାଶ ପାଇଥିଲା ହ୍ୟାରିଏଟ ବିଚର୍‌ ଷ୍ଟାୱେଙ୍କର କାଳଜୟୀ ଉପନ୍ୟାସ ‘ଅଙ୍କଲ ଟମ୍ସ କ୍ୟାବିନ’। ପରବର୍ତ୍ତୀ କାଳରେ...

ନେତୃତ୍ୱର ବିଜୟ

ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନରେ କୁହାଯାଇଥିଲା ଯେ, ଏକ ଧର୍ମକୁ ସମ୍ମାନ ଜଣାଇବା କିମ୍ବା ଏହାକୁ ସ୍ବାଧୀନ ଭାବେ ପାଳନ କରିବା ଉପରେ ପ୍ରତିବନ୍ଧକ ଲଗାଇବା;...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri