ମୃତ୍ୟୁ, ଧନ, କ୍ଷମତା

ସିଭିଲ୍‌ ସର୍ଭିସ ବୃତ୍ତିର ମୋହ ଅଧିକାଂଶ ଭାରତୀୟଙ୍କୁ ଏମିତି ଘାରିଛି ଯେ, ପିଲା ଟିକେ ଭଲ ମାର୍କ ରଖିଲେ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ସେମାନଙ୍କୁ ଏଭଳି ମାର୍କାଦିଆ ପଦବୀ ପାଆନ୍ତୁ ବୋଲି ଆଶା କରୁଛନ୍ତି। ଜୀବନରେ ସ୍ବପ୍ନ ପୂରଣ କରିପାରି ନ ଥିବା ଅଭିଭାବକ ବର୍ଗ ପିଲାମାନଙ୍କ ମଧ୍ୟରେ ତାହାକୁ ସାକାର କରିବା ଦିଗରେ ଲାଗି ପଡ଼ୁଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏଇ ଯେମିତି ନିର୍ବାଚନ ଆସିଲେ ଅନେକ ସମୟରେ ଶୁଣିବାକୁ ମିଳିଥାଏ ‘ମୁଁ ମୋ ନେତା ବା ମାତାପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି’। ଏଠି ଦଳର ନେତା କିମ୍ବା ରାଜନୀତିରେ ନିଜ ମାତାପିତା ସ୍ବର୍ଗବାସ କରିଥିଲେ ସେମାନଙ୍କ ଦାୟାଦଙ୍କ ମୁହଁରେ ଏଭଳି ଭାଷା ପୂରାଇ ଦିଆଯାଇ ନିର୍ବାଚନ ସଫଳତା କାମନା କରାଯାଇଥାଏ। କ୍ୱଚିତ ଶୁଭାକାଂକ୍ଷୀ ଥିବେ ଯେଉଁମାନେ ନୂଆ କରି କ୍ୟାରିୟର ଗଢ଼ିବାକୁ ଯାଉଥିବା ଆଶାୟୀଙ୍କୁ ଆଶ୍ୱାସନା ଦେଉଥିବେ ଯେ ‘ତୁ ତୋ ଦକ୍ଷତା ଅନୁଯାୟୀ ଯାହା ହେବାକୁ ଚାହୁଁଛୁ, ତା’ କର’। ଏଠି ଗୋଟେ କଥା ବରିଷ୍ଠ ବର୍ଗଙ୍କୁ କୁହାଯାଇପାରେ-ପିଲାମାନଙ୍କୁ ନିଜ ଭବିଷ୍ୟତ ନିଜେ ନିର୍ଣ୍ଣୟ କରିବାକୁ ଛାଡ଼ିଦିଆଯିବା ଉଚିତ।
ଏହି ସ୍ତମ୍ଭର ଏଭଳି ଉପକ୍ରମଣିକା ଅବତାରଣା ପଛରେ ଉତ୍ତର ପ୍ରଦେଶର ବିଜ୍‌ନୌର ଜିଲାରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିବା ଜଣେ ବିଦ୍ୟାର୍ଥୀ ୩ ନଭେମ୍ବରରେ ଗଙ୍ଗା ନଦୀକୁ ଡେଇଁ ପଡ଼ିବା ଘଟଣାକୁ ଦର୍ଶାଉଛି। ୨୪ ବର୍ଷୀୟା ଲଳିତା ସିଂ ତାଙ୍କ ୧୩ ବର୍ଷୀୟା ଭଉଣୀଙ୍କ ସହ ଗଙ୍ଗା ବ୍ୟାରେଜ୍‌ ନିକଟକୁ ପ୍ରାତଃଭ୍ରମଣରେ ଯାଇଥିଲେ। ଭଉଣୀଙ୍କୁ ଫାଟକ ନମ୍ବର ୨୪ରେ ଅପେକ୍ଷା କରିବାକୁ କହି ତତ୍‌କ୍ଷଣାତ୍‌ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ତାଙ୍କୁ ଖୋଜାଖୋଜି କରାଯିବା ପରେ ସେ ମିଳି ନ ଥିଲେ। ଲଳିତାଙ୍କ ଏଭଳି ପଦକ୍ଷେପ ନେବା ସଂକ୍ରାନ୍ତରେ ତାଙ୍କ ପିତା କହିଛନ୍ତି ଯେ, ଝିଅ ଚଳିତ ବର୍ଷକୁ ମିଶାଇ ସିଭିଲ୍‌ ସର୍ଭିସ ପରୀକ୍ଷାରେ ତୃତୀୟ ଥର ପାଇଁ ଅକୃତକାର୍ଯ୍ୟ ହୋଇଥିଲେ। ପିତାଙ୍କ ଏତକ ସୂଚନା ଅନେକ କିଛି ବିଷୟକୁ ଦର୍ଶାଉଛି। ଆମେ ଏଠାରେ ବସି ପ୍ରକୃତ କାରଣ କହିବା କଷ୍ଟକର। କିନ୍ତୁ ପିତାଙ୍କ ପ୍ରତିକ୍ରିୟାକୁ ତର୍ଜମା କଲେ ନିଶ୍ଚିତ ଭାବେ ତାଙ୍କ ଝିଅ ସିଭିଲ୍‌ ସର୍ଭିସ ପ୍ରସ୍ତୁତି ଚାପରେ ରହିଆସିଥିବା ବୁଝାପଡ଼ୁଛି। ଆଇଆଇଟି କାନପୁରରୁ ଏମ୍‌ଟେକ୍‌ କରିଥିବା ଲଳିତା ନିଶ୍ଚିତ ଭାବେ ଜଣେ ମେଧାବୀ ଛାତ୍ରୀ। ଦୁଃଖର ବିଷୟ ଯେ ଲଳିତା ନିଜ ଜୀବନ ନେବା ସହିତ ଅନ୍ୟ ଜଣେ ଅଜଣା ପିଲାର ଆଇଆଇଟି ସ୍ବପ୍ନକୁ ଭାଙ୍ଗିଥିବେ। ଏଭଳି ସ୍ଥଳେ ଆଇଆଇଟି ଭଳି ଉଚ୍ଚ ଇଞ୍ଜିନିୟରିଂ ପ୍ରତିଷ୍ଠାନରୁ କୃତିତ୍ୱ ଅର୍ଜନ କରିଥିବା କିମ୍ବା ଡାକ୍ତରୀ ପାଠ ପଢ଼ିଥିବା ବିଦ୍ୟାର୍ଥୀଙ୍କୁ ସିଭିଲ୍‌ ସର୍ଭିସ ପରୀକ୍ଷା ଦେବାକୁ ବାରଣ କରାଯିବା ଦରକାର। ଏହା ବିରୋଧରେ ଯଦି ନାଗରିକର ସ୍ବାଧୀନତା ପ୍ରଶ୍ନ ଉଠେ ସେଭଳି ଛାତ୍ରୀଛାତ୍ର ସମ୍ପୃକ୍ତ ଅନୁଷ୍ଠାନକୁ ବିପୁଳ ପରିମାଣର ଆର୍ଥିକ କ୍ଷତିପୂରଣ ଦେବା ଲାଗି ନାମଲେଖା ସମୟରେ ଚୁକ୍ତି କରାଯିବା ଆବଶ୍ୟକ।
ସମସ୍ତେ ଜାଣନ୍ତି ଭାରତରେ ସିଭିଲ ସର୍ଭିସକୁ ଅତି ମାତ୍ରାରେ ଗ୍ଲୋରିଫାଏ ବା ମହିମାମଣ୍ଡିତ କଲା ଭଳି ଉଚ୍ଚ ସ୍ତରକୁ ନିଆଯାଇଥିବାରୁ ସେଥିପ୍ରତି ଆକର୍ଷଣ ଯଥେଷ୍ଟ ରହିଛି। ଦେଖିବାକୁ ଗଲେ କମ୍ବଳ ତଳେ ରହିଥିବା ସତ୍ୟତାକୁ ବୁଝିବା ଦରକାର। ଏହା ଆଜିର ଭାରତରେ କାହାଠାରେ ଲୁକ୍କାୟିତ ନାହିଁ। ସିଭିଲ ସର୍ଭିସ ଅର୍ଥାତ୍‌ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଇତ୍ୟାଦି ତିନି ଅକ୍ଷରିଆ ପଦବୀ ହାସଲ ପାଇଁ ମାତାପିତା ଏବଂ ପରିବାରବର୍ଗ ପିଲାଙ୍କୁ ବାଧ୍ୟ କରିବା ପଛରେ ମୂଳ କାରଣ ହେଲା ଅପର୍ଯ୍ୟାପ୍ତ ଅର୍ଥ ଓ କ୍ଷମତା। ସମସ୍ତେ ବୁଝିଲେଣି ଯେ ସରକାରୀ କ୍ଷମତା ପାଇଲେ ସ୍ବାଭାବିକ ଭାବେ ଓ ଆପଣାଛାଏଁ ଅର୍ଥ ମାଡ଼ିଆସିବ। ସମଗ୍ର ପରିବାର ସବୁ ପ୍ରକାର ସୁବିଧାସୁଯୋଗ ପାଇବା ସହିତ ଅତି ଶୀଘ୍ର ଧନୀ ହୋଇଯାଇ ପାରିବେ। ଅବସର ନେଲାବେଳକୁ ସେହି ଅଫିସର ତୁନି ହୋଇ ଘରେ ବସିବାର ପ୍ରୟୋଜନ ନ ଥାଏ। ଯେକୌଣସି ରାଜନୈତିକ ଦଳର କବାଡ଼ ବାଡ଼େଇଲେ ରାଜ୍ୟ ସଭା ହେଉ କିମ୍ବା ଅନ୍ୟ କୌଣସି ପଦବୀ ଥୁଆ ରହିଥାଏ। କାର୍ଯ୍ୟକାଳ ସମୟରେ ଯଦି ବଡ଼ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ, ତେବେ ଅବସର ପରେ ସେହି କମ୍ପାନୀ ଯାଚିକରି ଚାକିରି ଦେଇଥାଏ। ସରକାରୀ ଅଫିସରଙ୍କ କ୍ଷମତା ସମଗ୍ର ଭାରତବର୍ଷରେ ଏକ ବିଶେଷ ମାନସିକତା ପୋଷଣ କରୁଥିବା ପରିବାର ପାଇଁ ଅତ୍ୟନ୍ତ ଆକର୍ଷଣୀୟ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି ।...

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ...

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ...

ବିହାର ଟ୍ରେଣ୍ଡକୁ ଦେଖି ନୀତିନ ଗଡକରୀ କଲେ ବଡ଼ ଘୋଷଣା, କହିଲେ ଭାଜପାରୁ ହେବ…

ପାଟନା,୧୪।୧୧: ବିହାରରେ NDA ଏକ ବଡ଼ ବିଜୟ ଆଡ଼କୁ ଗତି କରୁଛି। ବିହାରର 243 ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ NDA 206...

ମନରେଗା ଯୋଜନାରେ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ: ସହାୟତା ଦାବି

କର୍ଲାମୁଣ୍ଡା,୧୪।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତର ମାତୃପୁରୀ ଅଞ୍ଚଳରେ ମନରେଗା ଯୋଜନାରେ ଗାତ ଖୋଳା କାମ ଚାଲୁଥିଲା l ଏଥିରେ...

ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଲେ ଭାଜପା ମହାସଚିବ

ପାଟନା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ୨୦୦ ରୁ ଅଧିକ ଆସନରେ ଆଗୁଆ ଅଛି। ଭାଜପା...

ଘରୁ ଭିଡିଓ ଶୁଟିଂ ପାଇଁ ବାହାରିଥିଲେ ଯୁବକ: ଗୋଟିଏ ଦିନ ପରେ ମିଳିଲା…

ପରଜଙ୍ଗ୧୪/୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁ ସତସଙ୍ଗ ଘର ପାଖ ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ। ତାଙ୍କୁ...

ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍‌ ବୋଲିଂ ପରେ ଘଟିଲା….

କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri