ଠେଙ୍ଗାରେ ମରଣାନ୍ତକ ଆକ୍ରମଣ:ଜେଲଗଲେ ମା , ପୁଅ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମାର୍କଣ୍ଡ ସେଠୀ(୬୭) ନାମକ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ନରେନ୍ଦ୍ରପୁର ଗ୍ରାମର ପି. କୁରି ରେଡ୍ଡୀ ଏବଂ ତାଙ୍କ ପୁଅ ପି.କହ୍ନେଇ ରେଡ୍ଡୀ ଓରଫ କାହ୍ନାଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୬୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମା,ପୁଅଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ରାଜ କିଶୋର ପାତ୍ରଙ୍କ ସୂଚନାନୁସାରେ, ଗତ ଗୁରୁବାର ସକାଳ ପ୍ରାୟ ୬ଟାରେ କାହ୍ନା ତାଙ୍କ ଜମି ହିଡରୁ ମାଟିଖୋଳି ପଡ଼ିଶା ଜମିରେ ଥିବା ମାର୍କଣ୍ଡଙ୍କ ଧାନ ଗଛ ଉପରେ ପକାଇଥିବାସେ ଜାଣିବାକୁ ପାଇଥିଲେ। ସକାଳ ପ୍ରାୟ ୯ଟାରେ ମାର୍କଣ୍ଡ କାହ୍ନାଙ୍କ ଘରକୁ ଯାଇ ପଚାରିବାରୁ ଏଥିରେ ଉତ୍ତେଜିତ ହୋଇ ସେ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।
ପ୍ରତିବାଦ କରିବାରୁ କାହ୍ନାଙ୍କ ମା’ କୁରି ମାର୍କଣ୍ଡଙ୍କୁ ଠେଲାପେଲା କରି ଜାବୁଡ଼ି ଧରିଥିଲେ। କାହ୍ନା ଘର ଭିତରୁ ଏକ ବାଉଁଶ ଠେଙ୍ଗା ଆଣି ମାର୍କଣ୍ଡଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। କାହ୍ନା ତାଙ୍କ ବାରି ପଟେ ଲୁଚାଇ ରଖିଥିବା ବାଉଁଶ ଠେଙ୍ଗକୁ ପୋଲିସ ଜବତ କରିଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri