ମେଷ

ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ବି କିଛି କରିପାରିବେ ନାହିଁ। ପ୍ରଶାସନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାହିତ୍ୟ, ଗବେଷଣା, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ

କୃତ୍ତିକା ନକ୍ଷତ୍ରର ଅଧିକାଂଶ ସମୟ ମାନସିକ ଅସ୍ଥିରତା ସାଙ୍ଗକୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବ। ଭୁଲ୍ ବୁଝାମଣାରୁ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ବନ୍ଧୁଙ୍କ ସହାୟତାରେ ବ୍ୟବସାୟ, ଏଜେନ୍ଶିପ୍ ଓ ପରିବହନରୁ ଲାଭବାନ୍ ହେବେ। କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଯାତ୍ରା ସଫଳ ହେବ।
ମିଥୁନ

ମୃଗଶିରା ନକ୍ଷତ୍ର ପାଇଁ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ। ଯାହାକୁ କିଛି ସହାନୁଭୂତି ଆଶାରେ କହିବାକୁ ଯିବେ, ସେ ଓଲଟା କଥା କହିପାରନ୍ତି। ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
କର୍କଟ

ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ସାଧାରଣ ସମସ୍ୟାକୁ ସାମ୍ନା କରିବାର ଦୁଃସାହସ କରିପାରିବେ ନାହିଁ। ଅତୀତ କଥାକୁ ସ୍ମରଣ କରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ ଧାରଣା ସମସ୍ୟା ସୃଷ୍ଟି କରିବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ନୂତନ ପରିବେଶରେ ବନ୍ଧୁଙ୍କୁ ଆପ୍ୟାୟିତ କରି ଖୁସି ହୋଇ ପାରନ୍ତି।
ସି˚ହ

ପାରିବାରିକ କ୍ଷେତ୍ରରେ ନୀରବ ରହିବା ଭଲ ହେବ। ମଘା ନକ୍ଷତ୍ର ସକାଶେ ଆଜି ଯାତ୍ରାରେ ସଫଳତା ମିଳିବ, ତଥାପି କାମର ଚାପ ବହୁତ ବଢ଼ିଯାଇପାରେ। ଉନ୍ନତିମୂଳକ କାମ ସକାଶେ ବନ୍ଧୁମାନଙ୍କୁ ଗଠନମୂଳକ ପ୍ରସ୍ତାବ ଦେଇ ବନ୍ଧୁଗହଣରେ ପ୍ରଶଂସିତ ହେବେ। ଆଜି ଦିନଟିରେ କଳା, ସାହିତ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ଭଲ।
କନ୍ୟା

କର୍ମକ୍ଷେତ୍ରର ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ହସ୍ତା ସଫଳ ହୋଇପାରିବେନି। ପିଲାଙ୍କ ସକାଶେ ଅନ୍ୟ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିବ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ ଅବସାଦ ଦେଖାଦେବ। ପରିବାରର ଆବଶ୍ୟକତାକୁ ଅନୁଭବ କରି ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା

ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିନେବେ। ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ରହିଥିବା କାରଣରୁ ଅନେକ କାମ ହାତକୁ ନେଇ ବ୍ୟଥିତ ହେବେ।
ବିଛା

ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧିରୁ ବିଚଳିତବୋଧ କରିପାରନ୍ତି। ଅନୁରାଧା ନକ୍ଷତ୍ର ଏଜେନ୍ଶିପ୍, ସାମ୍ବାଦିକତା, ରାଜନୀତି, ସାହିତ୍ୟ, ଏଜେନ୍ଶିପ୍ ପ୍ରଭୃତିରୁ ସୁଫଳ ପାଇବେ। ବନ୍ଧୁଙ୍କ ସହ ଆତ୍ମୀୟତା ବୃଦ୍ଧି ଯୋଗୁ ନିଜ ଲୋକ ଈର୍ଷା କରିବେ। ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, କର୍ମାରମ୍ଭ, ବ୍ୟବସାୟ ଓ ନିର୍ମାଣମୂଳକ କାମରେ ଶୁଭଫଳ ପାଇବେ।
ଧନୁ

ପ୍ରତ୍ୟେକ କ୍ଷେତ୍ରରେ ରୋକ୍ଠୋକ୍ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ। ଯାତ୍ରା ସମୟରେ ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ, ଭାଇ ଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ମୂଳା ନକ୍ଷତ୍ର ଅନ୍ୟମାନଙ୍କଠାରୁ ଅର୍ଥ ସାଙ୍ଗକୁ କାମ ଆଦାୟରେ ସଫଳ ହେବେ।
ମକର

ଖର୍ଚ୍ଚାନ୍ତ ହୋଇ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ଧନିଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ ଜଣେ ବାନ୍ଧବୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ଆଜି ଶିଳ୍ପ, ବାଣିଜ୍ୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ପଡ଼ୋଶୀ କଅଁଳିଆ କଥା କହି କାର୍ଯ୍ୟ ହାସଲର ଅପଚେଷ୍ଟା କରିବା ସୂଚନା ରହିଛି।
କୁମ୍ଭ

ପ୍ରତିବନ୍ଧକ ଲାଗି ରହିବା କାରଣରୁ ଚେଷ୍ଟା କରୁଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ହୋଇ ନ ପାରେ। ପାରିବାରିକ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଶତଭିଷା ନକ୍ଷତ୍ର ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ। ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧ କରିପାରନ୍ତି।
ମୀନ
ଆନୁଷ୍ଠାନିକ କାମରୁ ଅଥବା ଆଲୋଚନାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। ରେବତୀ ନକ୍ଷତ୍ର ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ବନ୍ଧୁଙ୍କ ସହାୟତାରେ ବାଣିଜ୍ୟ ଓ ପରିବହନରୁ ଲାଭବାନ୍ ହୋଇପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.