ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’: ଆଜି ୫ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୯ା୧୦(ବନ୍ଦନା ସେଠୀ): ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ମଙ୍ଗଳବାର ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବା ସହ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରିଥିଲା। ସନ୍ଧ୍ୟା ୭.୩୦ ବେଳକୁ କାକିନାଡ଼ା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୩ରୁ ୪ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ଧୀରେଧୀରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ମଧ୍ୟରାତ୍ର ବେଳକୁ ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ୍‌ ମଧ୍ୟରେ ଥିବା କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନଥିବାବେଳେ ବାତ୍ୟା ପ୍ରଭାବରେ ମଙ୍ଗଳବାର ଦିନତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ପବନ ଲାଗି ରହିଥିଲା। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ରାସ୍ତାକଡ଼ ପାହାଡରୁ ବିରାଟକାୟ ପଥର ଖସି ୩୨୬ ନଂ. ଜାତୀୟ ରାଜପଥରେ ଯାତାୟାତ ଠପ୍‌ ହୋଇଯାଇଥିଲା। କାଶୀନଗର ବ୍ଲକ୍‌ ପାଡ଼ତଡ଼ା ପଞ୍ଚାୟତର ଲିଙ୍ଗାଠାରୁ ବାରଭା ଗ୍ରାମକୁ ଯାଉଥିବା କଚ୍ଚା ରାସ୍ତାରେ ମଧ୍ୟ ବଡ଼ବଡ଼ ପଥର ଖସିଥିଲା। ଏହାବାଦ୍‌ ଜିଲାର ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି କୋରାପୁଟ ଜିଲା ନାରାୟଣପାଟଣାରେ ତଳଗୁମାଣ୍ଡି ରାସ୍ତାରେ ପାହାଡ଼ରୁ ପଥର ଧସି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥଲା। ନନ୍ଦପୁର ବ୍ଲକ୍‌ ପାଡୁଆ ବଡଦେବତା ମନ୍ଦିରଠାରୁ ଶୋଭାପୁଟ ସଂଯୋଗ କରୁଥିବା ଆରଡି ରାସ୍ତାର ଗେମେଲପୁଟ ନିକଟରେ ପାତାଳୀ ନଦୀ ଓ ଜଳଭଣ୍ଡାର ପାର୍ଶ୍ୱକୁ ଲାଗି ଥିବା ରାସ୍ତାକଡ଼ର ପ୍ରାୟ ୨୦୦ ମିଟର ଜମିରୁ ମାଟି ଅତଡା ଖସୁଥିବାରୁ ୪ଟି ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ।
ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ୍‌ ୱାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମିରୁ ୫୦ କି.ମି ବେଗରେ ପବନ ବହିଥିଲା। ବୁଧବାର ସକାଳ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କି.ମି. କିମ୍ବା ୮୦ କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ହ୍ରାସ ପାଇ ୩୦ ଅକ୍ଟୋବର ସକାଳେ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ଏବଂ ୫୫କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ବୁଧବାର ମଧ୍ୟ ଦକ୍ଷିଣ ଓଡ଼ିଶା ଉପକୂଳରେ ଏବଂ ଏହାର ଆଖପାଖରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫ କି.ମି. ଏବଂ ଅତିବେଶୀରେ ୬୫ କି.ମି. ପର୍ଯ୍ୟନ୍ତ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ଘଣ୍ଟାରେ ଚାନ୍ଦବାଲିଠାରେ ସର୍ବାଧିକ ୫୧.୭ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ, ଦାରିଙ୍ଗବାଡ଼ିରେ ୫୧ ମି.ମି., ଯାଜପୁରରେ ୪୨.୪ମି.ମି., ଭଦ୍ରକରେ ୩୭ମି.ମି., କୋରାପୁଟରେ ୩୬ମି.ମି., ପାରଳାଖେମୁଣ୍ଡିରେ ୩୪.୪ମି.ମି., ନୟାଗଡ଼ରେ ୨୧.୪ମି.ମି., ସମ୍ବଲପୁରରେ ୨୦.୨ମି.ମି., ଭୁବନେଶ୍ୱରରେ ୧୭.୧ମି.ମି., କଟକରେ ୧୩.୬ମି.ମି. ବର୍ଷା ରେକର୍ଡ କରାଯାଇଛି। ବାତ୍ୟା ପାଇଁ ଗୋପାଳପୁର ବନ୍ଦରରେ ୩ନଂ. ସତର୍କତା ସଙ୍କେତ ଜାରି କରାଯାଇଛି। ସେହିପରି ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଏବଂ ଚାନ୍ଦବାଲି ବନ୍ଦରରେ ୨ନଂ. ସତର୍କତା ସଙ୍କେତ ଜାରି କରାଯାଇଛି। ପବନର ବେଗ ବଢିବା ସହିତ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୩୦ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଶେଷ ଦର୍ଶନ ପାଇଁ ଏମ୍ସରେ ପ୍ରବଳ ଭିଡ଼; ସଙ୍ଗୀତ ଜଗତ ସ୍ତବ୍ଧ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ସଙ୍ଗୀତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ...

ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍...

ନଭେମ୍ବର ୧୭ ଓଡ଼ିଆ ସଂଗୀତ ଜଗତ ପାଇଁ ବ୍ଲାକ୍ ଡେ, ସେଦିନ ଅକ୍ଷୟ ଆଜି ହ୍ୟୁମାନଙ୍କ ପରଲୋକ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲେଖା ଯିବ। ନଭେମ୍ବର ୧୭ ଲୋକପ୍ରିୟ କଣ୍ଠଶିଳ୍ପୀ...

ଛାତ୍ରୀ ଅସଦାଚରଣ ମାମଲାର ରାୟ ପ୍ରକାଶ: ପ୍ରଧାନଶିକ୍ଷକଙ୍କୁ ମିଳିଲା…

ଭବାନୀପାଟଣା, ୧୭।୧୧: (ଉତ୍ତମ କୁମାର ଦାଶ): ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ଥାନା ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...

ନବୀନଙ୍କ ପାଇଁ ହ୍ୟୁମାନ ଗାଇଥିବା ଗୀତ ଏବେ ବି ଜୀବନ୍ତ, ମୃତ୍ୟୁ ଖବର ଶୁଣି ଭାଙ୍ଗିଗଲା ନବୀନଙ୍କ ହୃଦୟ…

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ...

ଦୂରେଇ ପାରିଲାନି ଛାଡ଼ପତ୍ର: ଧାଇଁଆସିଥିଲେ ସ୍ତ୍ରୀ, ହେଲେ ବଞ୍ଚିଲେନି…

ଭୁବନେଶ୍ୱର,୧୭।୧୧: ଆଉ ଶୁଭିବନି, ହ୍ୟୁମାନଙ୍କ ସ୍ବର, ସେ ରୋମାନ୍ସ, ସେ ଦୁଃଖ ସେ ଦମ୍‌ଦାର ଭଜନ। କାରଣ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଚିର...

‘ହେ ନବୀନ ବାବୁ…’ ଗୀତ ଗାଇଥିଲେ ହ୍ୟୁମାନ, ଟୁଇଟ୍‌ କରି ନବୀନ ଲେଖିଲେ ଏମିତି…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କ...

ହୋମିଓପାଥି ଚିକିତ୍ସକଙ୍କ ପରଲୋକ

ଦିଗପହଣ୍ଡି, ୧୭ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଶାସନ ସାହି ବାସିନ୍ଦା ତଥା ସହରର ଜଣାଶୁଣା ହୋମିଓପାଥି ଚିକିତ୍ସକ ଡ଼ା. ସୂର୍ଯ୍ୟ ନାରାୟଣ ନନ୍ଦଙ୍କ ୮୪ ବର୍ଷ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri