ସମାଜରେ ବଡ଼ ବିପଦ ସୃଷ୍ଟି କରିଛି ସାଇବର ଠକେଇ, ଏଥିରୁ ରକ୍ଷା ପାଇବା ପାଇଁ…

ଜି.ଉଦୟଗିରି,୨୯/୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଅତ୍ୟାଧୁନିକ ଯୁଗରେ ସମାଜ ପାଇଁ ସାଇବର ଠକେଇ ନାମରେ ଏକ ବଡ଼ ବିପଦ ସୃଷ୍ଟି ହୋଇଛି ଯାହା ଦ୍ୱାରା ସାଧାରଣ ଜନତାଙ୍କ ଧନ, ଜୀବନ ଓ ସମ୍ମାନ ହାନି ହେଉଛି। ବିଭିନ୍ନ ଉପାୟରେ ସାଇବର ଠକମାନେ ନିରୀହ ଲୋକଙ୍କ କ୍ଷତି କରୁଥିବା ନେଇ ପ୍ରତିଦିନ ବିଭିନ୍ନ ଥାନାରେ ଏତଲା ପଞ୍ଜୀକୃତ ହେଉଛି। ସ୍ଥାନୀୟ ଆଦର୍ଶ ଥାନା ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ସ୍ଥାନୀୟ ସମନିତ କାର୍ଯ୍ୟାଳୟ ଓ ବ୍ଲକ ପ୍ରେକ୍ଷାଳୟଠାରେ ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମରେ ଫୁଲବାଣୀ ସାଇବର ଥାନା ମହିଳା ଅଧିକାରୀ ଗେଲି ସାହୁ, ତହସିଲଦାର ରଞ୍ଜନ କୁମାର ସାହୁ, ଏସ୍‌ଡିପିଓ ବିଜୟ କୁମାର ବିଶି, ଏନ୍‌ଏସି ଇ.ଓ ଆଶୁତୋଷ ଗୌରବ କର, ବିଡିଓ ଶରତ ଚନ୍ଦ୍ର ମଲ୍ଲିକ, ମହିଳା ଆଇଆଇସି ରଞ୍ଜିତା ବେହେରା, ଏଇଇ ଅସିତ୍‌ ସେଠୀ ଯୋଗ ଦେଇ ସାଇବର ଅପରାଧକୁ ନେଇ ସଚେତନତା ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ସାଇବର ଥାନା ମହିଳା ଅଧିକାରୀ ସାଇବର ଠକେଇର ପ୍ରମୁଖ ମାଧ୍ୟମ ନିତ୍ୟ ବ୍ୟବହାର୍ଯ୍ୟ ‘ମୋବାଇଲ’ ବୋଲି କହିବା ସହ ଠକେଇର ବିଭିନ୍ନ ମାଧ୍ୟମ ବିଷୟରେ ଅବଗତ କରାଇଥିଲେ । ତା’ସହ ସାଇବର ଠକେଇରୁ ବଞ୍ଚିବା ପାଇଁ ସତର୍କତା ଉପାୟ ଯଥା ମୋବାଇଲରେ ଜଟିଳ ପାସଓ୍ବାର୍ଡ ବ୍ୟବହାର, ଅନ୍‌ଲାଇନ୍‌ ଆର୍ଥିକ କାରବାର, କଓ୍ବୋଇସି ଅପଡେଟ୍‌,ମୋବାଇଲରେ ସର୍ଚ୍ଚ ଇଞ୍ଜିନ ବ୍ୟବହାର, ଚାକିରି ଦେବା ପାଇଁ ଠକେଇ, ବିଭିନ୍ନ ପ୍ରକାରର ଲୋନ ଆପ, ମାଟ୍ରିମୋନି ଆପ୍‌, ଅନଲାଇନ କ୍ରୟ ବିକ୍ରୟ, ଅନ୍‌ନୋନ୍‌ କଲ୍‌, ଟାୱାର ସ୍ଥାପନ, ଅନଲାଇନ ଶପିଂ,ସୋସିଆଲ ମିଡିଆ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ସହ ଠକେଇରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ଉପାୟ ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ମହିଳା ପୁରୁଷ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ସାଗରଙ୍କ ଶେଷ ଦର୍ଶନ ପାଇଁ ଏମ୍ସରେ ପ୍ରବଳ ଭିଡ଼; ସଙ୍ଗୀତ ଜଗତ ସ୍ତବ୍ଧ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସମଗ୍ର ସଙ୍ଗୀତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ...

ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍...

ନଭେମ୍ବର ୧୭ ଓଡ଼ିଆ ସଂଗୀତ ଜଗତ ପାଇଁ ବ୍ଲାକ୍ ଡେ, ସେଦିନ ଅକ୍ଷୟ ଆଜି ହ୍ୟୁମାନଙ୍କ ପରଲୋକ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲେଖା ଯିବ। ନଭେମ୍ବର ୧୭ ଲୋକପ୍ରିୟ କଣ୍ଠଶିଳ୍ପୀ...

ଛାତ୍ରୀ ଅସଦାଚରଣ ମାମଲାର ରାୟ ପ୍ରକାଶ: ପ୍ରଧାନଶିକ୍ଷକଙ୍କୁ ମିଳିଲା…

ଭବାନୀପାଟଣା, ୧୭।୧୧: (ଉତ୍ତମ କୁମାର ଦାଶ): ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ଥାନା ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...

ନବୀନଙ୍କ ପାଇଁ ହ୍ୟୁମାନ ଗାଇଥିବା ଗୀତ ଏବେ ବି ଜୀବନ୍ତ, ମୃତ୍ୟୁ ଖବର ଶୁଣି ଭାଙ୍ଗିଗଲା ନବୀନଙ୍କ ହୃଦୟ…

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ...

ଦୂରେଇ ପାରିଲାନି ଛାଡ଼ପତ୍ର: ଧାଇଁଆସିଥିଲେ ସ୍ତ୍ରୀ, ହେଲେ ବଞ୍ଚିଲେନି…

ଭୁବନେଶ୍ୱର,୧୭।୧୧: ଆଉ ଶୁଭିବନି, ହ୍ୟୁମାନଙ୍କ ସ୍ବର, ସେ ରୋମାନ୍ସ, ସେ ଦୁଃଖ ସେ ଦମ୍‌ଦାର ଭଜନ। କାରଣ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଚିର...

‘ହେ ନବୀନ ବାବୁ…’ ଗୀତ ଗାଇଥିଲେ ହ୍ୟୁମାନ, ଟୁଇଟ୍‌ କରି ନବୀନ ଲେଖିଲେ ଏମିତି…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କ...

ହୋମିଓପାଥି ଚିକିତ୍ସକଙ୍କ ପରଲୋକ

ଦିଗପହଣ୍ଡି, ୧୭ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଶାସନ ସାହି ବାସିନ୍ଦା ତଥା ସହରର ଜଣାଶୁଣା ହୋମିଓପାଥି ଚିକିତ୍ସକ ଡ଼ା. ସୂର୍ଯ୍ୟ ନାରାୟଣ ନନ୍ଦଙ୍କ ୮୪ ବର୍ଷ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri