ଏମ୍‌ବିବିଏସ୍‌ ନାମଲେଖା ଆଳରେ ୩୦ ଲକ୍ଷ ଠକେଇ : ଛାତ୍ର ଗିରଫ


ପାତ୍ରପଡା, ୯।୧୧(ଡି.ଏନ.ଏ.)- ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଦେବା ଆଳରେ ଜଣେ ଅଭିଭାବକଙ୍କଠାରୁ ୩୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଖଣ୍ଡଗିରି ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପୁରୀ ଜିଲା କାକଟପୁରର ଆଶିଷ କୁମାର ସ୍ବାଇଁ(୨୨)। ସେ ଭୁବନେଶ୍ୱରରେ ରହିି ଏକ ଡିମ୍‌ଡ୍‌ ୟୁନିଭର୍ସିଟିରେ ପାଠ ପଢୁଥିଲେ। ଅଭିଯୋଗ ଅନୁଯାୟୀ, ନାଲ୍‌କୋ ଦାମନଯୋଡି ଅଞ୍ଚଳର ଅବ୍‌ଦୁଲ ଲତିଫଙ୍କ ପୁଅ ଅବଦୁଲ ଅହମଦ ଏମ୍‌ବିବିଏସ୍‌ ପଢ଼ିବାର ଥିଲା। ଆଶିଷ ଲତିଫଙ୍କ ସହ ଯୋଗାଯୋଗ କରି ବାଙ୍ଗାଲୋରରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ତାଙ୍କ ପୁଅର ନାମ ଲେଖାଇଦେବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଗତ ସେପ୍ଟେମ୍ବର ୫ରେ ଆଶିଷ ଖଣ୍ଡଗିରି ଥାନା ଅଧୀନ ଡୁମଡୁମାଠାରେ ଲତିଫଙ୍କୁ ଭେଟି ଆଡମିଶନ ନିମନ୍ତେ ତାଙ୍କଠାରୁ ସମସ୍ତ ସାର୍ଟିଫିକେଟ ସହ ୨୪  ଲକ୍ଷ ଟଙ୍କା, ୬ ଲକ୍ଷ ଟଙ୍କାର ଡ୍ରାଫ୍ଟ ନେଇଥିଲେ। ପରବର୍ତ୍ତୀ ସମୟରେ ଆଡ୍‌ମିଶନ ତାରିଖ ଗଡ଼ିଯାଇଥିଲା। କିନ୍ତୁ ଆଶିଷଙ୍କ ନାମଲେଖା ହୋଇପାରି ନ ଥିଲା। ଏଣୁ ଲତିଫ ଟଙ୍କା ଫେରାଇବାକୁ ଆଶିଷଙ୍କୁ କହିଥିଲେ। ମାତ୍ର ଆଶିଷ ଆଉ ଧରାଛୁଅଁା ଦେଇ ନ ଥିଲେ। ଗତ ବୁଧବାର ଦିନ ଆଶିଷ ବରମୁଣ୍ଡା ଅଞ୍ଚଳରେ ପହଞ୍ଚତ୍ ଲତିଫଙ୍କୁ ଟଙ୍କା ଫେରାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ। ବୁଧବାର ସନ୍ଧ୍ୟାରେ ଉଭୟେ ବରମୁଣ୍ଡା ଅଞ୍ଚଳରେ ପହଞ୍ଚତ୍ଥିଲେ। ମାତ୍ର ଟଙ୍କା ନେଣଦେଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଶିଷ ଟଙ୍କା ଫେରାଇ ନ ଥିଲେ। ଏ ନେଇ ଲତିଫ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(୫୦୩/୧୭) ରୁଜୁ କରିବା ସହ ଅଭିଯୁକ୍ତ ଆଶିଷଙ୍କୁ ଗିରଫ କରିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri