ସେକ୍ସ ର଼୍ୟାକେଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୬।୧୧(ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଏକାମ୍ର ପାର୍କ ନିକଟ ପ୍ଲଟ ନଂ. ୨୩୩୪/୬୪୬ ଘରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିବା ବେଳେ ରବିବାର ଅପରାହ୍ନରେ ପୋଲିସ ଚଢ଼ାଉ କରି ଜଣେ ଯୁବତୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଘଟଣାର ମାଷ୍ଟରମାଇଣ୍ଡ ତଥା ଫୁଲବାଣୀ ଜିଲା ଟିକାବାଲିରେ ଭିଏଲ୍‌ଡବ୍ଲ୍ୟୁ ଭାବେ କାର୍ଯ୍ୟରତ ରାମେଶ୍ୱର ଆଚାରୀଙ୍କୁ ସୋମବାର ଗିରଫ କରିଛି। ରାମେଶ୍ୱରଙ୍କୁ ଫୁଲବାଣୀରୁ ନୟାପଲ୍ଲୀ ଥାନାକୁ ଅଣାଯିବା ପରେ ସନ୍ଧ୍ୟାରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘରକୁ ଭଡ଼ାରେ ଦେଇଥିବା ଘର ମାଲିକଙ୍କୁ ପୋଲିସ ପଚରାଉଚରା ପାଇଁ ନୋଟିସ ଜାରି କରିଛି। ସେ ବର୍ତ୍ତମାନ ବରମୁଣ୍ଡାରେ ରହୁଛନ୍ତି। ଅନ୍ୟପଟେ ଗିରଫ ଯୁବତୀଙ୍କ ସମେତ ୪ ଗ୍ରାହକ ଜଟଣୀର ଦୀପକ ପରିଡ଼ା, କଟକ ଜିଲା ଗୋପାଳପୁରର ରଘୁନାଥ ପାଣ୍ଡେ, ତାଳଚେର ରେମୁଆଁର ବିନୋଦ କୁମାର ଓ ଜଗତ୍‌ସିଂହପୁର ଜିଲା ନୂଆଗାଁର ବିରଞ୍ଚି ନାରାୟଣ ବାରିକଙ୍କୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି। ଫୁଲବାଣୀରେ ସରକାରୀ ଚାକିରି କରିଥିବା ରାମେଶ୍ୱର କିପରି ଏହି ସେକ୍ସ ର଼୍ୟାକେଟ ଚଳାଉଥିଲେ ସେନେଇ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ସେ ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ରାମେଶ୍ୱର ୪ବର୍ଷ ତଳେ ଶହୀଦନଗର ଅଞ୍ଚଳର ଏକ ମସାଜ ସେଣ୍ଟରକୁ ଯାଇଥିଲେ। ସେଠାରେ କଟକର ଜଣେ ଯୁବତୀ ତାଙ୍କୁ ମସାଜ କରିଥିଲେ। ଉକ୍ତ ଯୁବତୀଙ୍କ ବ୍ୟବହାରରେ ରାମେଶ୍ୱର ଖୁସି ହୋଇଯାଇଥିଲେ। ପରେ ସେ ଏଥିପାଇଁ ତାଙ୍କୁ ୧ ହଜାର ଟଙ୍କା ଟିପ୍‌ସ ଦେଇଥିଲେ। ପରେ ରାମେଶ୍ୱର କ୍ରମାଗତ ଫୁଲବାଣୀରୁ ସେହି ମସାଜ ସେଣ୍ଟରରୁ ଆସିବା ସହ ଉକ୍ତ ଯୁବତୀଙ୍କ ନିକଟରେ ମସାଜ କରାଇଥାନ୍ତି। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ରାମେଶ୍ୱର ଏହି ବୃତ୍ତିରୁ ଓହରିଯିବାକୁ ଯୁବତୀଙ୍କୁ ପରାମର୍ଶ ଦେଇଥିଲେ। ଏହା ବଦଳରେ ସେ ନୟାପଲ୍ଲୀ ଅଞ୍ଚଳରେ ଏକ ଘର ଭଡ଼ାରେ ନେଇ ଅଲଟ୍ରାସାଉଣ୍ଡ କ୍ଲିନିକ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିଛିଦିନ ସେଠାରେ ଅଲଟ୍ରାସାଉଣ୍ଡ ଚାଲିଥିଲା। ପରେ ଡାକ୍ତରମାନେ ସେଠାକୁ  ନ ଆସିବାରୁ ଯୁବତୀ ଜଣକ ଉକ୍ତ ଘରେ ସ୍ପା ନାଁରେ ଦେହ ବ୍ୟବସାୟ କରିବାକୁ ରାମେଶ୍ୱରଙ୍କୁ ପ୍ରବର୍ତ୍ତାଇଥିଲେ। ପ୍ରେମରେ ଅନ୍ଧ ଥିବା ରାମେଶ୍ୱର ତାଙ୍କ କଥାରେ ରାଜି ହୋଇଯାଇଥିଲେ। ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ସ୍ପା ପାଇଁ ଯୁବତୀଙ୍କ ଆବଶ୍ୟକତା ଥିବା ନେଇ ବିଜ୍ଞାପନ ଛପାଇଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯୁବତୀଙ୍କ ଜରିଆରେ ସେଠାରେ ସେକ୍ସ ର଼୍ୟାକେଟ ଚଳାଇଥିଲେ। ମାସରେ ୨ରୁ ୩ ଥର ରାମେଶ୍ୱର ଭୁବନେଶ୍ୱର ଆସି ଉକ୍ତ ଯବତୀଙ୍କଠାରୁ ବ୍ୟବସାୟ ବାବଦ ଟଙ୍କା ନେଇ ଚାଲିଯାଉଥିଲେ ବୋଲି ଥାନାଧିକାରୀ ସଂଗ୍ରାମ କହିଛନ୍ତି। 



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri