ସାଇବର ଅପରାଧ ମାମଲାରେ ଜୟନ୍ତ ଦାସଙ୍କ ବିରୋଧରେ ଚାର୍ଜଶିଟ


କଟକ ଅଫିସ, ୧୨।୧୦- ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କ ବିରୋଧରେ ଲାଲବାଗ ଥାନା ପୋଲିସ ଗୁରୁବାର କଟକ ସଦର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଚାର୍ଜଶିଟ ଦାଖଲ କରିଛି। ଆଇପିସି ଦଫା ୨୯୨, ୨୯୫(କ), ୫୦୪ ଓ ଆଇଟି ଆକ୍ଟର ୬୭ ଧାରା ଅନୁଯାୟୀ ଜୟନ୍ତଙ୍କ ବିରୋଧରେ ଉକ୍ତ ଚାର୍ଜଶିଟ ଦାଖଲ ହୋଇଛି। ପୋଲିସ ଚାର୍ଜଶିଟରେ ଦର୍ଶାଇଛି ଯେ, ପୁରୀ ସିଦ୍ଧମହାବୀର ପାଟଣାର ଜୟନ୍ତ ୨୦୧୬ ଜୁଲାଇ ୨୪ରେ ମହାପ୍ରଭୁ ଜଗନ୍ନାଥ ଓ ପୁରୀ ଗଜପତି ମହାରାଜାଙ୍କ ସମ୍ପର୍କରେ କେତେକ ଆପତ୍ତିଜନକ ମନ୍ତବ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରିଥିଲେ କଟକ ଆଲାମଚାନ୍ଦ ବଜାରର ଆଡଭୋକେଟ ଜୟଶଙ୍କର ଆଚାଯ । ଏହା ଉପରେ ଜୟଶଙ୍କରଙ୍କୁ ଜୟନ୍ତ ଗାଳିଗୁଲଜ କରିବା ସହ ତାଙ୍କ ବାପାଙ୍କ ନାମରେ ଫେସ୍‌ବୁକ୍‌ରେ ଅଶ୍ଳୀଳ ପୋଷ୍ଟ କରିଥିଲେ। ଏ ନେଇ ଆଚାଯ ପ୍ରଥମେ ସାଇବର ଥାନା ଓ ପରେ ଗତ ଅଗଷ୍ଟ ୩ରେ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ତଦନୁଯାୟୀ ଲାଲବାଗ ଥାନାରେ ଏକ ମାମଲା (ନଂ. ୧୦୪/୨୦୧୬) ରୁଜୁ ହୋଇଥିଲା। ସୂଚନାଥାଉକି, ଅଶ୍ଳୀଳ (ପର୍ନ) ୱେବସାଇଟ୍‌ରେ ଜଣେ ମହିଳାଙ୍କ ନାମରେ ଜାଲ୍‌ ପ୍ରୋଫାଇଲ ଅପଲୋଡ କରିବା ଅଭିଯୋଗରେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜୟନ୍ତ ୬ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏଥିସହ ତାଙ୍କୁ ୯ହଜାର ଟଙ୍କା ଜରିମାନା ଦେବାକୁ ଉକ୍ତ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri