କଟକରେ ଶିଶୁ ବିକ୍ରି: ବାଟ ଖର୍ଚ୍ଚ ଦେଇ ପୁଅ ନେଇଗଲେ


କଟକ ଅଫିସ, ୨।୧୦-କଟକରେ ସୋମବାର ବିକ୍ରି ହୋଇଥିଲା ଏକ ଅଢେଇ ମାସ ବୟସର ଶିଶୁପୁତ୍ର। ଖବରପାଇ ଚାଇଲ୍‌ଡଲାଇନ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିଛି। ୨ ମହିଳାଙ୍କ ମଧ୍ୟରେ ହୋଇଥିଲା କାରବାର। ଜଣେ ମହିଳାଙ୍କୁ କେବଳ ବାଟ ଖର୍ଚ୍ଚ ଦେଇ ତାଙ୍କଠାରୁ ଉକ୍ତ ଶିଶୁପୁତ୍ରକୁ ହାତେଇଥିଲେ ଅନ୍ୟ ଜଣେ ମହିଳା। ଏଥିରୁ ଅନେକ ସନ୍ଦେହ ସୃଷ୍ଟି ହେଉଛି। ଶିଶୁପୁତ୍ରକୁ ଅନ୍ୟ ହାତକୁ ଟେକି ଦେଇଥିବା ମହିଳା ପ୍ରକୃତରେ ପିଲାର ମା’ କି ନୁହେଁ ତାହା ସନ୍ଦେହ ହେଉଛି। ସୋମବାର ମଧ୍ୟାହ୍ନ ସାଢେ ୧୨ଟା। ଚାଇଲ୍‌ଡଲାଇନର ଟୋଲ ଫ୍ରି ନମ୍ବରକୁ ଏକ ଫୋନ କଲ୍‌ ଯାଇଥିଲା। ଜଣେ ବ୍ୟକ୍ତି ଫୋନ ଯୋଗେ ଜଣାଇଥିଲେ ଯେ, ବିଡ଼ାନାସୀ ଥାନା ଅନ୍ତର୍ଗତ ସୁଭଦ୍ରାନଗର ଅଞ୍ଚଳରେ ଏକ ଶିଶୁପୁତ୍ରକୁ ବିକ୍ରି କରାଯାଇଛି। ଜଣେ ମହିଳା ଗୁରୁଡ଼ିଝାଟିଆ ଅଞ୍ଚଳରୁ ଅଟୋରେ ଆସି ବାଦାମବାଡ଼ିରେ ପହଞ୍ଚତ୍ଥିଲେ। ତାଙ୍କ କୋଳରେ ଜଣେ ଅଢେଇ ମାସର ଶିଶୁପୁତ୍ର ଥିଲେ। ମହିଳା ଜଣକ ଅଟୋ ଯୋଗେ ବସୁନ୍ଧରା ଯାଉଥିଲେ। ଅଟୋରେ ଅନ୍ୟ ଜଣେ ମହିଳା ବସିଥିଲେ। ଉଭୟଙ୍କ ମଧ୍ୟରେ କଥୋପକଥନ ସମୟରେ ଶିଶୁପୁତ୍ର ଧରିଥିବା ମହିଳା ଜଣକ ବସୁନ୍ଧରା ଯିବାର କାରଣ କହିଥିଲେ। କାରଣଟି ଥିଲା ଉକ୍ତ ଶିଶୁପୁତ୍ରକୁ ରଖିବାରେ ସେ ଅକ୍ଷମ ହେଉଛନ୍ତି। ତେଣୁ ଶିଶୁକୁ ବସୁନ୍ଧରାରେ ଛାଡ଼ିବା ନିମନ୍ତେ ଯାଉଛନ୍ତି। ଏହି କଥା ଶୁଣିବା ପରେ ଅଟୋରେ ଥିବା ଅନ୍ୟ ମହିଳା ଜଣକ ବସୁନ୍ଧରାରେ କାହିଁକି ଛାଡ଼ିବେ। ମୋତେ ପିଲାଟିକୁ ଦେଇଦିଅନ୍ତୁ ମୁଁ ତା’ର ଲାଳନପାଳନ କରିବି। ହେଲେ ଶିଶୁପୁତ୍ର ଧରିଥିବା ମହିଳା ଜଣକ ଏଥିପାଇଁ ବାଟଖର୍ଚ୍ଚ ମାଗିଥିଲେ। କାରଣ ଘରକୁ ଫେରିବାକୁ ତାଙ୍କ ପାଖରେ ପଇସା ନ ଥିବା ସେ କହିଥିଲେ। ତେବେ ଅନ୍ୟ ମହିଳା ଜଣକ ତାଙ୍କୁ ବାଟଖର୍ଚ୍ଚ ବାବଦକୁ କେତେ ଟଙ୍କା ଦେଲେ ତାହା ମୁଁ ଜାଣିନାହିଁ। ତେଣୁ ଆପଣ ସୁଭଦ୍ରାନଗରରେ ପହଞ୍ଚତ୍ଲେ ସମସ୍ତ କଥା ଜାଣିପାରିବେ ବୋଲି ବ୍ୟକ୍ତି ଜଣକ ଫୋନଯୋଗେ ଚାଇଲ୍‌ଡଲାଇନକୁ ଜଣାଇଥିଲେ। ଫୋନରେ କଥା ହୋଇସାରିବା ପରେ ଚାଇଲ୍‌ଡଲାଇନ ସଂଯୋଜକ ନାରାୟଣ ଶୁକ୍ଳା ତୁରନ୍ତ ସୁଭଦ୍ରାନଗରର ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚତ୍ଥିଲେ। ଏହି ସମୟରେ ସମ୍ପୃକ୍ତ ଶିଶୁପୁତ୍ର ଜଣକ ଖଟରେ ଶୋଇଥିବା ବେଳେ ତାଙ୍କୁ ଜଣେ ଜଗି ବସିଥିଲେ। ଶୁକ୍ଳା ଉକ୍ତ ଶିଶୁ ସମ୍ପର୍କରେ ପଚାରିବାରୁ ଘର ଭିତରେ ଥିବା ଜଣେ ମହିଳା ଇଏ ମୋ ପୁଅ ବୋଲି ପରିଚୟ ଦେଇଥିଲେ। ମାତ୍ର ଶୁକ୍ଳା ସମସ୍ତ ଆଇନଗତ ଦିଗ ସମ୍ପର୍କରେ ଜଣାଇବା ପରେ ମହିଳା ଜଣକ ଉକ୍ତ ଶିଶୁପୁତ୍ରକୁ ଶୁକ୍ଳାଙ୍କୁ ହସ୍ତାନ୍ତର କରିଥିଲେ। ତେବେ ବାଟଖର୍ଚ୍ଚ ନେଇ ସୁଭଦ୍ରାନଗରର ଉକ୍ତ ମହିଳାଙ୍କୁ ଶିଶୁପୁତ୍ର ଦେଇଥିବା ମହିଳା ଜଣକ ପ୍ରକୃତରେ କିଏ ସେନେଇ ଚାଇଲ୍‌ଡଲାଇନ ପକ୍ଷରୁ ଖୋଳତାଡ଼ ଚାଲିଥିବା ଶୁକ୍ଳା କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri