ପୂର୍ବ ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ


କଟକ ଅଫିସ,୨।୧୦-ପୂର୍ବ ବିବାଦକୁ କେନ୍ଦ୍ରକରି ରାଜାବଗିଚା କୁସୁନପୁର ଓ ସର୍ବୋଦୟପୁରର ୨ଗୋଷ୍ଠୀ ମଧ୍ୟରେ ସୋମବାର ସନ୍ଧ୍ୟାରେ ଢେଲାପଥର ସାଙ୍ଗକୁ କାଚବୋତଲ ମାଡ ହୋଇଛି। ଏଥିରେ କୁସୁନପୁର ଅଞ୍ଚଳର ଖଗେଶ୍ୱର ବେହେରାଙ୍କ ଆଜବେଷ୍ଟସ୍‌ ଘର ଭାଙ୍ଗି ତାଙ୍କ ୪ ମାସର ନାତି ସୌମ୍ୟରଞ୍ଜନ ଓ ଜ୍ୱାଇଁ ସେକ ଇମ୍ରାନ ଆହତ ହୋଇଛନ୍ତି। ସୌମ୍ୟରଞ୍ଜନଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବାଦାମବାଡି ଥାନା ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ତେବେ ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସୂଚନାଥାଉ କି, ରବିବାର ସହରରେ ଭସାଣିି ଉତ୍ସବ ଚାଲିଥିଲା। ଦେବୀଗଡ଼ା ନିକଟରେ ମେଢ଼ ଯିବା ସମୟରେ ଉଭୟ ସାହିର ୨ଗୋଷ୍ଠୀ ମଧ୍ୟରେ ଠେଲାପେଲା ହେବା ସାଙ୍ଗକୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ସୋମବାର ସନ୍ଧ୍ୟାରେ କୁସୁନପୁର ସାହିର କେତେଜଣ ଯୁବକ ମେଢ଼ ଗାଡ଼ିର ଚେଚିସ ଆଣି ଆସୁଥିବା ସମୟରେ ସର୍ବୋଦୟପୁରର ଏକ ଗୋଷ୍ଠୀ ସହ ମୁହଁାମୁହିଁ ହୋଇଥିଲା। କେତେଜଣ ମୁରବି ଲୋକ ସେମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଢେଲାପଥର ସାଙ୍ଗକୁ କାଚବୋତଲ ମାଡ ହୋଇଥିଲା। କୁସୁନପୁର ସାହିର ଖଗେଶ୍ୱରଙ୍କ ଝିଅ ସିନି ବେହେରା ତାଙ୍କ ୪ ମାସର ଶିଶୁପୁତ୍ର ସୌମ୍ୟରଞ୍ଜନଙ୍କୁ ଘରେ ଶୁଆଇ ଦେଉଥିଲେ। ଏହି ସମୟରେ ଆଜବେଷ୍ଟସ୍‌ ଭାଙ୍ଗି ଏକ ପଥର ଖଣ୍ଡ ସୌମ୍ୟରଞ୍ଜନଙ୍କ ମୁଣ୍ଡରେ ବାଜିଥିଲା। ଏହା ସହ ଖଗେଶ୍ୱରଙ୍କ ବଡ ଜ୍ୱାଇଁ ଇମ୍ରାନ ଘର ବାହାରେ ଛିଡାହୋଇଥିବା ବେଳେ କାଚ ବୋତଲ ବାଜି ସେ ଆହତ ହୋଇଛନ୍ତି। ଏହାକୁ ନେଇ ଉଭୟ ସାହି ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବାଦାମବାଡି ଥାନା ଆଇଆଇସି ବିରଞ୍ଚତ୍ ନାରାୟଣ ପତି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri