ଛାତ ଉପରେ ମହିଳାଙ୍କୁ ପୋଡ଼ି ମାରିଦେଲେ


କଟକ ଅଫିସ, ୨।୧୦- ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ନଚ୍ଛିପୁରରେ ରବିବାର ଘଟିଛି ଅଭାବନୀୟ ଘଟଣା। ଉକ୍ତ ଗ୍ରାମରେ ସୁନୀତା ଚୌଧୁରୀ(୨୭) ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ ଘର ଛାତ ଉପରେ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଆଧାରରେ ଅଭିଯୁକ୍ତ ସ୍ବାମୀ ଦେବାଶିଷ ଚୌଧୁରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାରେ ସମ୍ପୃକ୍ତ ପରିବାରର ଅନ୍ୟ ସଦସ୍ୟମାନେ ଫେରାର ହୋଇଯାଇଛନ୍ତି। ସୁନୀତା ବାପଘର ପକ୍ଷରୁ ଅଭିଯୋଗ ମୁତାବକ, ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମର ସୁନୀତା ନଚ୍ଛିପୁରର ଦେବାଶିଷଙ୍କୁ ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଏକ ଦେଢ ବର୍ଷର ଶିଶୁକନ୍ୟା ରହିଛି। ଉକ୍ତ ଶିଶୁକନ୍ୟାଙ୍କୁ ରବିବାର ଜ୍ୱର ହୋଇଥିଲା। ସୁନୀତା ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଦେବାଶିଷଙ୍କୁ କହିଥିଲେ। ଦେବାଶିଷ ଡାକ୍ତରଖାନାକୁ ନେବା ପରିବର୍ତ୍ତେ ଝିଅକୁ ଏକ ଔଷଧ ଖାଇବାକୁ ଦେଇଥିଲେ। ସେହି ଔଷଧରେ ଜ୍ୱର ଭଲ ହୋଇଯିବ ବୋଲି କହିଥିଲେ। ମାତ୍ର ସୁନୀତା ଉକ୍ତ ଔଷଧଟିକୁ ଦେବାଶିଷଙ୍କ ହାତରୁ ନେଇ ଫିଙ୍ଗି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦେବାଶିଷ ସୁନୀତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଘରର ଛାତ ଉପରେ ସୁନୀତାଙ୍କ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ଶରୀର ଜଳୁଥିବା ବେଳେ ସେ ଚିତ୍କାର କରିଥିଲେ। ତାହା ଶୁଣି ପଡୋଶୀ ଲୋକ ପହଞ୍ଚତ୍ୟିବା ପରେ ଦେବାଶିଷ ସେମାନଙ୍କ ସହ ମିଶି ସୁନୀତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସୁନୀତାଙ୍କ ଦେହର ୯୦ ଭାଗ ପୋଡ଼ି ଯାଇଥିବାରୁ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ସୁନୀତାଙ୍କ ପରିବାର ଲୋକମାନେ ମେଡିକାଲରେ ପହଞ୍ଚତ୍ଥିଲେ। ସୁନୀତାଙ୍କୁ ଯୋଜନାବଦ୍ଧ ଭାବେ ଦେହରେ କିରୋସିନ ଢାଳି ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ସଦର ଥାନାରେ ଏତଲାରେ ଦର୍ଶାଇଛନ୍ତି। ପୂର୍ବରୁ ସୁନୀତାଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ଦେବାଶିଷ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ପଡୋଶୀମାନଙ୍କ କହିବା ଅନୁଯାୟୀ, ସୁନୀତାଙ୍କ ଦେହରେ ନିଅଁା ଲାଗିଥିଲା ବେଳେ ସେ ଛାତ ଉପରେ ଚିତ୍କାର କରୁଥିଲେ। ପଡୋଶୀମାନେ ଛାତ ଉପରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ମଧ୍ୟାହ୍ନରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ଆଇପିସି ଦଫା ୩୦୨, ୪୯୮(କ) ଓ ୩୪ ଅନୁଯାୟୀ ଏକ ମାମଲା (ନଂ. ୩୪୪/୨୦୧୭) ସଦର ଥାନାରେ ରୁଜୁ ହୋଇ ତଦନ୍ତ ଜାରି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri