ଟ୍ରକ୍‌ ପାର୍କିଂକୁ ନେଇ ତୁମୁଳକାଣ୍ଡ: ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବାନ୍ଦେନଟିକ୍ରାରେ ଟ୍ରକ୍‌ ପାର୍କିଂକୁ ନେଇ ଗତ କିଛିଦିନ ତଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମଙ୍ଗଳବାର ଏଭଳି ଟ୍ରକ ପାର୍କିଂକୁ ନେଇ ବରଗଡ଼ ବ୍ଲକ ତୋରା ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମର ରାସ୍ତା ପାଶର୍‌ବରେ ଟ୍ରକ୍‌ଗୁଡ଼ିକ ଧାଡ଼ି ବାନ୍ଧି ରହୁଥିବା ଦେଖି ଗ୍ରାମବାସୀମାନେ ସେଠାକୁ ଧାଇଁଥିଲେ। ତେବେ ସେହି ସ୍ଥାନକୁ ଟ୍ରକ୍‌ ପାର୍କିଂ ଭାବେ ବ୍ୟବହାର କରାଯାଉଥିବା ଜାଣି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଥିଲା। ଗ୍ରାମର ମହିଳା, ପୁରୁଷ ଏକତ୍ରିତ ହୋଇ ସେଠାରେ ଟ୍ରକ୍‌ ପାର୍କିଂକୁ ବିରୋଧ କରିଥିଲେ। ଖବର ପାଇ ତହସିଲଦାର ସୋନାଲି ପଟ୍ଟନାୟକ ଏବଂ ଗ୍ରାମାଞ୍ଚଳ ଥାନା ପୋଲିସ ସେଠାକୁ ପହଞ୍ଚି ଥିଲେ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ କୌଣସି ଟ୍ରକ୍‌ ପାର୍କିଂ କରି ଦିଆଯିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ ଶୁଣାଇ ଦେଇଥିଲେ। ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏ ସମ୍ପର୍କରେ ଅଞ୍ଚଳବାସୀ ମାଧବ ସୁନା କହିଛନ୍ତି, ତୋରା ପଞ୍ଚାୟତ ଅନେକ ଗ୍ରାମକୁ ନେଇ ଗଠିତ। ପାଖରେ ରେଳ ଷ୍ଟେଶନ ଥିବାବେଳେ ଅନେକ ସ୍କୁଲ, କଲେଜ ଛାତ୍ରୀଛାତ୍ର ରାସ୍ତାରେ ନିୟମିତ ଯିବା ଆସିବା କରୁଛନ୍ତି। ଟ୍ରକ୍‌ ପାର୍କିଂ କରାଗଲେ ଦୁର୍ଘଟଣା ଆଶଙ୍କା ରହିଛି। ଫଳରେ ସେଠାରେ ଟ୍ରକ୍‌ ପାର୍କିଂ କରାଗଲେ ଆଗକୁ ବିରୋଧ ଆହୁରି ତୀବ୍ର ହେବ ବୋଲି ସୁନା ଚେତାବନୀ ଦେଇଛନ୍ତି। ସେହିପରି ସ୍ଥାନୀୟ ଅନ୍ୟଜଣେ ମହିଳା ସନ୍ତୋଷିନୀ ସାହୁ କହିଛନ୍ତି, ଟ୍ରକ୍‌ ପାର୍କିଂ ହେଲେ ଅଞ୍ଚଳବାସୀ ଆଦୌ ସୁରକ୍ଷିତ ରହିବେ ନାହିଁ। ଟ୍ରକ୍‌ ପାର୍କିଂ ବଦଳରେ କଳକାରଖାନା କରାଗଲେ ସ୍ଥାନୀୟ ଲୋକେ ରୋଜଗାର ପାଇ ପାରିବେ ବୋଲି ସାହୁ ମତପ୍ରକାଶ କରିଛନ୍ତି। ଫଳରେ ସରକାର ସେ ଦିଗରେ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଟ୍ରକ୍‌ ପାର୍କିଂକୁ ନେଇ ଏବେ ମଧ୍ୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ସଂଦିଗ୍ଧଙ୍କ ଫଟୋ: ଜାଣନ୍ତୁ ଦିଲ୍ଲୀ ବ୍ଲାଷ୍ଟ ଘଟଣା ପୂର୍ବରୁ କ’ଣ କରୁଥିଲେ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀକୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ବିସ୍ଫୋରଣର ତଦନ୍ତକୁ ଜୋରଦାର କରିଛି। ପ୍ରାରମ୍ଭିକ ତଦନ୍ତରୁ...

ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପୁଅ କହିଲେ…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅବଜରଭେସନରେ ରଖାଯାଇଛି। ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଥିବା ପୁଅ ସନ୍ନି ଦେଓଲ ସୂଚନା...

CSK ଛାଡି ଏହି ଟିମ୍‌କୁ ଯିବେ ରବିନ୍ଦ୍ର ଜାଡେଜା! ହୋଇଗଲା ବଡ଼ ଡିଲ୍‌, IPL ନିଲାମ ପୂର୍ବରୁ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୧୧: ସଞ୍ଜୁ ସାମସନଙ୍କ ବଦଳରେ ରବିନ୍ଦ୍ର ଜାଡେଜା ଏବଂ ସାମ କୁରାନ ଚେନ୍ନାଇ ସୁପର କିଙ୍ଗସ ଛାଡି ରାଜସ୍ଥାନ ରୟାଲ୍ସକୁ ଯାଇପାରନ୍ତି। କ୍ରିକବଜ ଅନୁଯାୟୀ, ଏହି...

ବେଆଇନ ଭାବେ ମାଛ ଧରୁଥିବାବେଳେ ଆନ୍ଧ୍ରପ୍ରଦେଶର ଦୁଇ ଡଙ୍ଗାକୁ ଧରିଲା ମତ୍ସ୍ୟବିଭାଗ, ତାଗିଦ ପରେ…

ଛତ୍ରପୁର, ୧୧।୧୦ (ଦିଲ୍ଲୀପ ସାମଲ) ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଧିକାଂଶ ସମୟରେ ବଡ ବଡ ଡଙ୍ଗା ଓ ଟ୍ରଲର ଆସି...

ପାହାଳ ରସଗୋଲାକୁ ନେଇ ଏମିତି କଥା କହିଦେଲେ କେନ୍ଦ୍ରମନ୍ତ୍ରୀ: ବାଟରେ…

ବାଲିଅନ୍ତା ୧୧। ୧୧ (ନୀଳମାଧବ ସାହୁ):କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଓଡ଼ିଶା ବିଖ୍ୟାତ...

ଘରେ ପଶି ମହିଳାଙ୍କୁ ହାଣିଲେ, ଚିତ୍କାର କରିବାରୁ ସାର୍ଟ, ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ

ହିଞ୍ଜିଳିକାଟୁ, ୧୧।୧୧( ଦ୍ବିତୀକୃଷ୍ଣ ପଣ୍ଡା): ସକାଳେ ପରିବା ଦେବା ବାହାନାରେ ଘରକୁ ଆସି ପରିବା ଦେଇଗଲେ। ସନ୍ଧ୍ୟାରେ ବଳପୂର୍ବକ ଘରେ ପଶି ଖଣ୍ଡାରେ ମହିଳାଙ୍କୁ ହାଣିଲେ।...

ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ: ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ):ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଆରମ୍ଭ ହୋଇଛି। ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା...

ଦିଲ୍ଲୀରେ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି: ବାଲିଯାତ୍ରା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପରାମର୍ଶ

ଭୁବନେଶ୍ୱର,୧୦।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଦେଶବ୍ୟାପୀ ହାଇଆଲର୍ଟ କରାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri