ରାୟଗଡା

ଜୁଆଆଡ୍ଡା ଉପରେ ଚଢ଼ାଉ: ୫ଗିରଫ

ରାୟଗଡ଼ା,୪।୨(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଆଇଆଇସି ପ୍ରସନ୍ନ ବେହେରାଙ୍କ ନେତୃତ୍ୱରେ ଶନିବାର ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ୮୦ହଜାର ୨୭୦ଟଙ୍କା, ୨୮ଟି ବାଇକ୍‌ ଜବତ  ହେବା ସହିତ ୫ ଜଣଙ୍କୁ ଗିରଫ...

ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କୁ ଛୁରାମାଡ଼ କଲେ ସ୍ବାମୀ

ରାୟଗଡ଼ା,୪ା୨: ଘରୋଇ କଳିକୁ କେନ୍ଦ୍ରକରି ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ନଦୀସାହିରେ। ଅଭିଯୋଗ ଅନୁସାରେ, କୌଣସି କାରଣ ବଶତଃ ସ୍ବାମୀ ପ୍ରଦୀପ ବେହେରା...

ସ୍ଥାୟୀ ମଣ୍ଡି ନାହିଁ, ଆର୍‌ଏମ୍‌ସି ପାଇଁ ମିଲର ଭରସା

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ୪୬ ବର୍ଷ ହେଲା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ରହିଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁ ମଣ୍ଡି ପାଇଁ କୌଣସି ସୁବ୍ୟବସ୍ଥା ହୋଇପାରିନାହିଁ। ଫଳରେ ଜିଲାରେ ଧାନ ମଣ୍ଡି ପରିଚାଳନା ଏକ ପ୍ରକାର...

୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମବେତ ପ୍ୟାରେ...

ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ

ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍‌ କରାଯାଇଥିଲା। ଏହି ସମୟରେ ଟ୍ରେନରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଦଳାଗୁଡ଼ା...

ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ

ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ।  ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର...

ପେନଶନ ପାଇଁ ବୃଦ୍ଧାଙ୍କ ଧାରଣା

ରାୟଗଡା,୧୭।୧(ଭାଗ୍ୟଶ୍ରୀ ମିଶ୍ର): ପେନଶନ ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଜଣେ ହିତାଧିକାରୀଙ୍କୁ ଏହା ନ ମିଳିବାରୁ ସେ ଧାରଣାରେ ବସିଛନ୍ତି। ଶକୁନ୍ତଳା ମହାନ୍ତି ନାମକ ଜଣେ ବୃଦ୍ଧାଙ୍କୁ ପେନଶନ ନ ମିଳିବାରୁ ସେ ରାୟଗଡା ଏସ୍‌ବିଆଇ କାର୍ଯ୍ୟାଳୟ ସମ୍ମୁଖରେ...

ଭୋଟରଙ୍କୁ ଆକୃଷ୍ଟ ଲାଗି କଲ୍‌ ସେଣ୍ଟର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଡିଜିଟାଲ ମିଡିଆ ସମେତ କଲ୍‌ ସେଣ୍ଟର ବ୍ୟବହାର କରୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି।...

ରାଜ୍ୟ ପ୍ରଭାରୀଙ୍କୁ ଭେଟିଲେ ଗିରିଧରଙ୍କ ପରିବାର

ଗୁଣପୁର,୧୪।୧(ପ୍ରଦୀପ କୁମାର ପାଢ଼ୀ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ଏବେ କଂଗ୍ରେସ ଶରଣରେ ପଶିଲା ଭଳି ସ୍ଥିତିରେ ଗିରିଧରଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍‌ପି ହେମା ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶନିବାର ନୂଆଦିଲ୍ଲୀଠାରେ ରାଜ୍ୟ...

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ୩ କି.ମି ବୁହାହେଲେ ପ୍ରସୂତି

ରାୟଗଡା,୧୨।୧(ଭାଗ୍ୟଶ୍ରୀ ମିଶ୍ର): ମା’ଙ୍କୁ ସମ୍ମାନ ନାରା ପ୍ରହସନ। ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ବାଟରେ ପ୍ରସବ କଲେ ମହିଳା। ଏଭଳି ଏକ ଘଟିଛି...

ଜାଲ ସାର୍ଟିଫିକେଟ ଦେଇ ଚାକିରି: ୪ ନକଲି ଶିକ୍ଷକ ଚିହ୍ନଟ

ରାୟଗଡ଼ା/ଟିକିରି,୧୧।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ନକଲି ଶିକ୍ଷକ ମାମଲା। ନକଲି ସାର୍ଟିଫିକେଟରେ ଚାକିରି ମାମଲାରେ ରାୟଗଡ଼ା ଜିଲାର ବହୁ ଶିକ୍ଷକ ଚାକିରିରୁ ବହିସ୍କୃତ ହୋଇଥିବା ବେଳେ କାଶୀପୁର ବ୍ଲକରେ ପୁଣି ୪ ନକଲି...

ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର

ରାୟଗଡ଼ା,୧୧।୧(ଭାଗ୍ୟଶ୍ରୀ ମିଶ୍ର): ଅଯୋଧ୍ୟାରୁ ଆସିଥିବା ଅକ୍ଷତ ରାୟଗଡ଼ା ସହରର ୨୪ଟି ୱାର୍ଡରେ ବଣ୍ଟାଚାଲିଛି। ଭକ୍ତମାନେ ଘର ଘର ବୁଲି ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଫଟୋ ବାଣ୍ଟୁଛନ୍ତି। ଫଳରେ ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର। ମୁଖ୍ୟତଃ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri