ରାୟଗଡା

ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ: ଇଞ୍ଜିନ୍‌ରେ ଲାଗିଲା ନିଆଁ, ୨ ବଗି ଲାଇନ୍‌ଚ୍ୟୁତ

ରାୟଗଡ଼ା ଅଫିସ/ଜୟପୁର,୨୫।୬(ନି.ପ୍ର.): ରାୟଗଡ଼ା ଜିଲା ସିଙ୍ଗାପୁର ରୋଡ୍‌-କେଉଟଗୁଡ଼ା ମଝିରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ ଲାଇନ୍‌ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍‌ ଧକ୍କା ଦେବା ଯୋଗୁ ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ...

ସପ୍ତାହେ ହେଲା ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକଙ୍କୁ ଲୁଟୁଛନ୍ତି କିଓସ୍କ ବ୍ୟାଙ୍କ ସେବା କେନ୍ଦ୍ର

କାଶୀନଗର,୨୫।୬(ଡି.ଏନ୍‌.ଏ.)- କାଶୀନଗର ଏନ୍‌ଏସି ଅଞ୍ଚଳରେ ଗ୍ରାହକ ଉପଯୁକ୍ତ ଏଟିଏମ୍‌ ସେବା ପାଉ ନ ଥିବା ଅଭିଯୋଗ ହୋଇଛି। ଏଠାରେ ଷ୍ଟେଟ୍‌ବ୍ୟାଙ୍କର ୨ଟି ଏଟିଏମ୍‌, ଆନ୍ଧ୍ରବ୍ୟାଙ୍କର ଗୋଟିଏ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଏଟିଏମ୍‌ ରହିଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଟଙ୍କା ମହଜୁଦ...

୮୭ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର,୨୪ା୬(ବି.ପ୍ର)- ପୋଲିସକୁ ଚକମା ଦେବା ପାଇଁ ଗଞ୍ଜେଇ ଚାଲାଣ କାରୀ ଏକ ଅଭିନବ ଉପାୟ ବାଛି ନେଇଥିଲେ। ପରିବା ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ନବରଙ୍ଗପୁର ପୋଲିସ ଚଢାଉ କରି ଏକ ନମ୍ବର...

ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ

ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା ମଉଳି ଗଲା। ହଠାତ କୌଣସି ରୋଗରେ ଆକ୍ରାନ୍ତ ହୋଇ ପୁଅର ଗୋଡ ଅଚଳ...

ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ୨ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନଗିରି,୨୩ା୬ (ସ୍ବ.ପ୍ର.)- ମାଲକାନଗିରି ଜିଲାରେ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ମାଥିଲି ବ୍ଲକର ୨ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି। ବର୍ଷା ଯୋଗୁ ମହୁପଦର ନିକଟରେ ଥିବା ଡାଇଭର୍ସନ ରୋଡ ଧୋଇ...

ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୩ା୬ (ସ୍ବ.ପ୍ର.)-ସୀମାନ୍ତରେ ପୁଣି ଲାଲବାହିନୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସେମାନେ ଜଣେ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ମିରତୁରରେ ରବିବାର ଏପରି ଦୁଃଖଦ ଘଟଣା ଘଟିଛି। ମୃତ ଯବାନ ଜଣକ ହେଲେ ଚିନ୍ତୁ...

ପ୍ରସୂତିଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସରପଞ୍ଚ, ସାଧାରଣରେ ପ୍ରଶଂସା

ମାଲକାନଗିରି, ୨୩ା୬(ଡି.ଏନ.ଏ.): ମାଲକାନଗିରି ଜିଲାର ଜଣେ ଯୁବ ସରପଞ୍ଚ ନନ୍ଦ କୁମାର ଆଜମେରା । ଜଣେ ପ୍ରସୂତି ମହିଳାଙ୍କୁ ଶନିବାର ରକ୍ତଦାନ କରି ସେ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛନ୍ତି। ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ତଣ୍ଡାପାଲ୍ଲୀ ପଞ୍ଚାୟତର ନନ୍ଦ ବସ୍ତିର...

୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ ମୋଟ ୧୧୧ଟି ପଞ୍ଚାୟତ ଥିବା ବେଳେ ଏକତୃତୀୟାଂଶ ପଞ୍ଚାୟତକୁ ବାଦ୍‌ ଦେଲେ ଅନ୍ୟ...

ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର

ଆମ୍ବାଦୋଳା,୨୧।୬(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ସୁକଲାଭଟା ଗ୍ରାମରେ ଗୁରୁବାର ଗୁଣି ଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି । ମୃତକ ଦ୍ୱୟ ହେଲେ ମକର ନାଏକ (୫୫) ଓ କରୁଣା ନାଏକ(୪୫) । ଏହି ଘଟଣାରେ ପୋଲିସ...

ଜୀବନରେ ଯୋଗର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

ଝରିଗାଁ,୨୧।୬(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦରମହକୁମାସ୍ଥିତ ୧୫ ତମ ବାଟାଲିଅନ୍‌ ବିଏସ୍‌ଏଫ୍‌ କ୍ୟାମ୍ପରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଝରିଗାଁ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ଗ୍ରାମର ଯୁବ ଗୋଷ୍ଠୀ ଏବଂ ବିଏସ୍‌ଏଫ୍‌ ଯବାନ୍‌ମାନେ ଏକତ୍ରିତ...

ସାପ କାମୁଡାରେ ମା’, ଝିଅ ମୃତ

ପାପଡାହାଣ୍ଡି, ୨୧।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ଗ୍ରାମ କନାରୀ ଛୁଆଁରେ ସାପ କାମୁଡାରେ ଶୁକ୍ରବାର ମା’, ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମା’ ବୁଦେଇ ଜାନୀ ଓ ଝିଅ ଅସ୍ତୁ (୧୨)। ମା’ଝିଅ ଗୁରୁବାର ରାତିରେ...

ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଯୋଗାଭ୍ୟାସ

ଚିତ୍ରକୋଣ୍ଡା,୨୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ୮ମ ବିଏସ୍‌ଏଫ୍‌ ବାଟାଲିୟନ ସହାୟତାରେ ସ୍ଥାନୀୟ ମିନି ଷ୍ଟାଡିଅମ ପଡ଼ିଆଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବହୁସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଚିତ୍ରକୋଣ୍ଡାର ଅନୁଭବୀ ଦୈନିକ ଅଭ୍ୟାସର...

ପାଇଖାନା ନିର୍ମାଣ ଅର୍ଥ ଆଣିବାକୁ ଯାଇଥିଲେ : ଦିବ୍ୟାଙ୍ଗଙ୍କୁ ଧକ୍କା ମାରିଲେ ବିଡିଓ

ସେମିଳିଗୁଡ଼ା, ୨୧।୬(ସ୍ବ.ପ୍ର.) : ପାଇଖାନା ନିର୍ମାଣ ଅର୍ଥ ଆଣିବା ପାଇଁ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଳକ କାର୍ଯ୍ୟାଳୟକୁ ଯାଇଥିବା ଜଣେ ଦିବ୍ୟାଙ୍ଗଙ୍କୁ ସ୍ଥାନୀୟ ବିଡିଓ ଅସଭ୍ୟ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଧରି...

ଦୁଇ ଆଦିବାସୀ ଗାଁ ବାସିନ୍ଦାଙ୍କ ବିପଦପୂର୍ଣ୍ଣ ଯାତ୍ରା: ତାରକୁ ଧରି ନଦୀ ପାର ହେବାକୁ ପଡ଼େ

ପାରଳାଖେମୁଣ୍ଡି, ୨୧।୬ (ସ୍ବ.ପ୍ର.)- ବର୍ଷାଦିନ ଆସିଲେ ପେକେଟ୍‌ ଓ ଲିମର୍ସିଂ ଗାଁର ଲୋକଙ୍କ ମନରେ ଡର ପଶେ। ଏହି ଦୁଇଟି ଗାଁ ମଝିରେ ରହିଛି ପାରଜୀ ନଦୀ। ବର୍ଷାଦିନେ ପାଣି ଭର୍ତ୍ତି ଥିଲେ ନଦୀ ପାରହେବାର ଏକମାତ୍ର ମାଧ୍ୟମ ହେଉଛି...

ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମାନସ ରଞ୍ଜନ ଦାଶ(୪୦)। ଆହତ ହୋଇଥିବା ଟି.ଲକ୍ଷ୍ମୀନାରାୟଣ,...

କସ୍ତୁରିନଗର ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ: ତ୍ରିକୋଣୀୟ ପ୍ରେମ ଲାଗି କରାଯାଇଥିଲା ହତ୍ୟା

ରାୟଗଡା ଅଫିସ୍‌, ୨୦।୬- ଗତ ୧୬ ତାରିଖ ଘଟିଥିବା ଛାତ୍ର ମହାଦେବ ସୁରେଶ କୁମାର ହତ୍ୟା ଘଟଣା ଉପରୁ ପୋଲିସ ପରଦା ହଟାଇଛ। ଏହି ଘଟଣାରେ ୩ଜଣ ନାବାଳକଙ୍କ ସମେତ ନିରଞ୍ଜନ ବିଡିକା ଓ ପି.ପଓ୍ବନ କଲ୍ୟାଣ ୨ ଜଣ...

ଗାଁ ସମସ୍ୟା ବୁଝିବାକୁ ୫ କି.ମି. ଚାଲିଲେ ବିଡିଓ

ପାପଡାହାଣ୍ଡି,୨୦। ୬(ଡି.ଏନ.ଏ.): ଦୀର୍ଘ ଦିନ ହେଲା ଗ୍ରାମରେ ଲାଗି ରହିଛି ବିଭିନ୍ନ ସମସ୍ୟା । ପାନୀୟ ଜଳ, ବିଦ୍ୟୁତ୍‌, ଶିକ୍ଷା, ଆବାସ ଯୋଜନା ଆଦି ପହଞ୍ଚିିପାରିନି। ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା। ଜଙ୍ଗଲ ମୂଳକରେ ଭଗବାନ ଭରସାରେ ଜୀବନ...

୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୯ା୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ପୋଲିସଙ୍କ ନିକଟରେ ବୁଧବାର ୪ଜଣ ମାଓବାଦୀ ବନ୍ଧୁକ ସହ ଆତ୍ମ ସମର୍ପଣ କରିଛନ୍ତି। ସେମାନେ ହେଲେ ଧର୍ମଗଡ ଏରିଆ କମାଣ୍ଡର ସଦସ୍ୟ ଗୁଡୁ ଓରଫ ସୁରେଶ ଓରଫ ବାସୁଦେବ। ତାଙ୍କ ଘର...