ରଥ ଯାତ୍ରା

ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ

ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର ଭକ୍ତ ଏହାକୁ ଦେଖୁଥିଲେ। ଏହି ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।...

ରେକର୍ଡ ପଛରେ ଭାଙ୍ଗୁଛି ପରମ୍ପରା

ପୁରୀ ଅଫିସ, ୧୬।୭: ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ଘୋଷଯାତ୍ରାରେ ଏକାଧିକ ରେକର୍ଡ କରିଛି। ରଥଯାତ୍ରା ଏବଂ ବାହୁଡ଼ାର ପହଣ୍ଡି ହେଉ କି ରଥଟଣା ବେଶ୍‌ ସଅଳ ହୋଇଥିଲା। ବିଗତ କିଛିବର୍ଷକୁ ଦେଖିଲେ ଏତେ ଶୀଘ୍ର ନୀତିକାନ୍ତି କରାଯାଇ ନ ଥିଲା।...

ନନ୍ଦିଘୋଷ ରଥରେ ଚଢ଼ିଲେ ଅଣସେବକ

ପୁରୀ ଅଫିସ, ୧୬।୭: ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ଲାଗି କେତେକ କଟକଣା ଜାରି କରିଥିଲା। ହେଲେ ଏହାକୁ ଅନେକେ ମାନି ନ ଥିଲେ। ସୋମବାର ନୀଳାଦ୍ରିବିଜେ ପହଣ୍ଡି ସମୟରେ ସବୁ କଟକଣାକୁ ଉଲ୍ଲଂଘନ କରି...

ଅଧରପଣା: ୧୨ରୁ ଏବେ ୯ ହାଣ୍ଡି

ପୁରୀ ଅଫିସ, ୧୪।୭: ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦିରୁ ବାହୁଡ଼ାଯାତ୍ରାରେ ଫେରିବା ପରେ ତା’ ପରଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋରମ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହା ପରଦିନ ସିଂହଦ୍ୱାରଠାରେ ତିନିରଥ ଉପରେ ଅନୁଷ୍ଠିତ ହେଉଛି ପବିତ୍ର...

ମାଉସୀ ମା’ ପୋଡ଼ପିଠା ଖାଇଲେ ମହାପ୍ରଭୁ

ପୁରୀ ଅଫିସ, ୧୩।୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋଜନ ପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ରୁଚି। ପ୍ରତିଦିନ...

ବାହୁଡ଼ାରେ ୧୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ପୁରୀ ଅଫିସ, ୧୩।୭: ବାହୁଡ଼ା ଯାତ୍ରାରେ ଜନ୍ମବେଦିରୁ ରତ୍ନବେଦିକୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଫେରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳାର ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥିଲା। ଅପରାହ୍ନରେ ରଥ ଟାଣିବା ବେଳେ ଭିଡ଼...

ଆଜି ସୁନାବେଶ: ରତ୍ନ ଅଳଙ୍କାରରେ ଝଲସିବେ ଦାରୁବିଗ୍ରହ

ପୁରୀ ଅଫିସ, ୧୩।୭: ଆଷାଢ ଶୁକ୍ଳ ଦ୍ୱାଦଶୀ ଶନିବାର ଏହିଦିନ ସୁନାବେଶ ଓ ଶ୍ରୀଗରୁଡ଼ ଶୟନ ନୀତି। ପବିତ୍ର ତିଥିରେ ରଥାରୂଢ ଦାରୁବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ...

ରଥ ଉପରେ ସୁନାବେଶ ବଡ଼ତଢାଉ ସେବକଙ୍କ ଅନୁରୋଧରେ ହେଉଛି

ପୁରୀ ଅଫିସ, ୧୩।୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ମାନବୀୟ ଲୀଳା ଭଳି ରାଜକୀୟ ଲୀଳା ମଧ୍ୟ ଅନୁଷ୍ଠିତ ହେଉଛି। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ତାଙ୍କର କେତେକ ରୀତିନୀତି, ବେଶ ଓ ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ।...

ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଇଲେ ଗଜପତି ମହାରାଜା

ପୁରୀ ଅଫିସ,୧୩।୭: ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ ଲକ୍ଷ୍ମୀ ଠାକୁରାଣୀ। ଏହି...

ଯୁବକଙ୍କ ଗୋଡ଼ରେ ମାଡ଼ିଗଲା ରଥ ବ୍ରେକ୍‌

ବାରଙ୍ଗ,୧୩।୭(ଡି.ଏନ୍‌.ଏ.):ବାରଙ୍ଗ ଅଞ୍ଚଳରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଚାଲୁଥିବା ବେଳେ ରଘୁନାଥପୁର ଗ୍ରାମମୁଣ୍ଡରେ ଏକ ଅଘଟଣ ଦେଖିବାକୁ ମିଳିଛି। ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରରୁ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେମାନ ହୋଇ ରଘୁନାଥପୁର ଗ୍ରାମମୁଣ୍ଡ ମାଉସୀ ମା’ ମନ୍ଦିରକୁ ଆସିଥାନ୍ତି। ଶୁକ୍ରବାର...

ରାଜଧାନୀରେ ବାହୁଡ଼ାଯାତ୍ରା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା। ଆନନ୍ଦ ଉଲ୍ଲାସ ମଧ୍ୟରେ ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କୁ ରଥରେ ବସାଇ ସ୍ବମନ୍ଦିରକୁ ନେଇଆସିଛନ୍ତି। ସକାଳ ପ୍ରାୟ ୪ଟା ୧୫ରେ ମଙ୍ଗଳଆଳତି ପରେ ୧୦ଟାରେ...

ବୋଲଗଡ଼ ଓ କୃଷ୍ଣପ୍ରସାଦରେ ବାହୁଡ଼ା ଯାତ୍ରା

ବୋଲଗଡ଼,୧୩ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକରେ ଶୁକ୍ରବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ନନ୍ଦିଘୋଷ ଭବନସ୍ଥିତ ମାଉସୀ ମା’ ମନ୍ଦିରରୁ ଶ୍ରୀଜୀଉଙ୍କ ବିଗ୍ରହଙ୍କୁ ରଥକୁ ପହଣ୍ଡି ବିଜେ କରାଯାଇଥିଲା। ଅପରାହ୍ନ ୨ଟାରେ ଛେରାପହଁରା କରାଯାଇଥିଲା। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ...

ଖଣ୍ଡପଡ଼ାରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜୀଉମାନେ ରତ୍ନବେଦୀକୁ ବିଜେ କରିବା ନିମନ୍ତେ ବାହୁଡ଼ିଛନ୍ତି। ଏହି ଅବସରରେ ଖଣ୍ଡପଡ଼ା, ଭାପୁର, ଖଳିସାହି ଓ ମର୍ଦ୍ଦରାଜପୁରରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମେଘୁଆ...

ବାହୁଡାରେ ସୁନାବେଶ ଦର୍ଶନ କଲେ ଭକ୍ତ

ଢେଙ୍କାନାଳ ଅଫିସ,୧୨ା୭: ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ ମହିଳାମାନେ ଟାଣୁଥିବା ସାନରଥ ରଥଗଡାଠାରେ ଲାଗିଥିଲା। ସନ୍ଧ୍ୟାରେ ହରଶୟନ ଏକାଦଶୀ ଉପଲକ୍ଷେ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ...

ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା

ଉଲୁଣ୍ଡା, ୧୨ା୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଛି। ସକାଳ ୫ଟାରେ ଦ୍ୱାର ଫିଟା, ୫.୩୦ରେ ସୂର୍ଯ୍ୟପୂଜା, ୬ଟାରେ ମଙ୍ଗଳ ଆଳତି, ୭ଟାରେ ଚତୁର୍ଦ୍ଧାବିଗ୍ରହଙ୍କୁ ଖେଚୁଡି ଭୋଗ...

ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା ବଡଦାଣ୍ଡ। ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ରଥ ସମ୍ମୁଖରେ ବିଭିନ୍ନ ବେଶଧାରୀମାନେ ନୃତ୍ୟ...

ବାହୁଡ଼ୁଛନ୍ତି ମହାପ୍ରଭୁ: ବଡ ଠାକୁରଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧୨।୭: ରଥାରୂଢ଼ ଓ ଛେରାପହଁରା ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧.୧୫ରେ ସର୍ବପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ଅପରାହ୍ନ ୪ଟାରେ ରଥଟଣା ଲାଗି ନୀତି...

ସରିଲା ଛେରାପହଁରା: ଚାରମାଳ ଫିଟା ଆରମ୍ଭ

ପୁରୀ ଅଫିସ, ୧୨।୭: ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ପହଣ୍ଡି ଶେଷ ହେବାପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାବିଗ୍ରହ। ଏହାପରେ ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ରଥରେ ଛେରାପହଁରା କରିବା ପରେ...