ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ହାତୀ ନିଆରା ଢଙ୍ଗରେ ପ୍ରଚାରକରି ଭୋଟ ଭିକ୍ଷା କରୁଛନ୍ତି ା ସେ ଏକ ପୁରୁଣା ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ଆଗରେ ବିଭିନ୍ନ ପ୍ରସଙ୍ଗ ରଖୁଛନ୍ତି। ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଜିଲା ପଛରେ ରହିଛି। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଯୋଗୁ ରୋଗୀ ଦୂରଦୂରାନ୍ତକୁ ଯାଇ ହଇରାଣ ହେଉଛନ୍ତି। ଏହାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶକୁ ପ୍ରାଥମିକତା ସହ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ରହିଛି। ଜିଲାର ଅନେକ ଗାଁକୁ ଭଲ ରାସ୍ତା ନ ଥିବାବେଳେ ପକ୍କା ସଡକ ନିର୍ମାଣ କରାଇବା ପାଇଁ ସଂକଳ୍ପ ନେଇଛି। ନୂଆପଡ଼ାରେ ବେରୋଜଗାରୀ ସମସ୍ୟା ଯୋଗୁ ବହୁ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଉଦ୍ୟମ ରହିବ। ସେହିପରି ପଛୁଆବର୍ଗଙ୍କ ହକ୍ ଓ ସାମ୍ବିଧାନିକ ଅଧିକାର ପାଇଁ ଅବିରତ ସଂଘର୍ଷ ଜାରି ରହିବ। ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପଛୁଆ ବର୍ଗ, ଦଳିତ, ଆଦିବାସୀଙ୍କ ମୌଳିକ ଅଧିକାର ପାଇଁ କାମ କରିବେ ବୋଲି ପ୍ରାର୍ଥୀ ହାତୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଚାର ସମୟରେ ସମାଜବାଦୀ ରାଜ୍ୟ ସଭାପତି ଶିବ ହାତୀ, ଜିଲା ସଭାପତି ଦିକପାଲ ନାଗ, ସୋସିଆଲ ମିଡିଆ ରାଜ୍ୟ ପ୍ରଭାରୀ ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା
Dharitri – Odisha’s No.1 Odia Daily



