ସୁପର-ପ୍ରିମିୟମ ମୋଟରସାଇକେଲ୍‌ ସେଗ୍‌ମେଣ୍ଟରେ ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦ ବଜାରରେ


ମାଡ୍ରାସ,୬-୧୨ ବିଶ୍ୱର ପ୍ରମୁଖ ଦୁଇଚକିଆ ଏବଂ ତିନିଚକିଆ ଯାନର ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦କୁ ଉନ୍ମୋଚନ କରାଯାଇଛି। ଏହି ମୋଟରସାଇକେଲ୍‌ ଜରିଆରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରର ସୁପର ପ୍ରିମିୟମ୍‌ ବର୍ଗରେ ଟିଭିଏସ୍‌ ମୋଟର କମ୍ପାନୀ ପ୍ରବେଶ କରିଛି। ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦ ପ୍ରଦର୍ଶନ ଏବଂ ଡିଜାଇନ୍‌ ଦୃଷ୍ଟିରୁ ସର୍ବୋତ୍ତମ। ଏହା ଆକର୍ଷଣୀୟ ଡ୍ରାଇଭିଂ ଅନୁଭୂତି ପ୍ରଦାନ କରୁଛି। ନୂଆ ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦କୁ ଉନ୍ମୋଚନ କରି ଟିଭିଏସ୍‌ ମୋଟର୍‌ କମ୍ପାନୀର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଦର୍ଶନ ବେଣୁ କହିଛନ୍ତି ଯେ, ଏହି ନୂଆ ମଡେଲ୍‌ ଆଣି କମ୍ପାନୀ ଏକ ନୂଆ ମାଇଲ୍‌ଖୁଣ୍ଟ ହାସଲ କରିଛି। ଟିଭିଏସ ମୋଟର କମ୍ପାନୀ ପାଇଁ ଏହି ନୂଆ ମଡେଲ୍‌ ଏକ ନୂତନ ଯୁଗ ସୃଷ୍ଟି କରିଛି। ଏହାର ଉନ୍ମୋଚନ ଅବସରରେ ଟିଭିଏସ୍‌ ମୋଟର କମ୍ପାନୀର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ. ଏନ୍‌. ରାଧାକ୍ରିଷ୍ଣନ କହିଛନ୍ତି ଯେ, ନୂତନ ପିଢ଼ିର ଗ୍ରାହକଙ୍କ ଆଶାଠାରୁ ଅଧିକ ପ୍ରଦାନ କରିବା ପାଇଁ ଆମ ଉଦ୍ୟମର ପ୍ରତିଫଳନ ହେଉଛି ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦ ଏବଂ ସେମାନଙ୍କୁ ପ୍ରିମିୟମ୍‌ରୁ ସୁପର ପ୍ରିମିୟମ୍‌କୁ ଅପ୍‌ଗ୍ରେଡ୍‌ ହେବା ପାଇଁ ଏହା ଏକ ସୁଯୋଗ। ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦ରେ ୩୧୨ ସିସି, ସିଙ୍ଗଲ ସିଲିଣ୍ଡର, ୪-ଷ୍ଟ୍ରୋକ୍‌, ୪-ଭାଲ୍‌ଭ, ଲିକ୍ୱିଡ୍‌ କୁଲଡ୍‌ ଇଞ୍ଜିନ୍‌ ରହିଛି, ଯାହା ୯୭୦୦ ଆର୍‌ପିଏମ୍‌ରେ ୩୪ ପିଏସ୍‌ ଏବଂ ୭୭୦୦ ଆରପିଏମ୍‌ରେ ୨୭.୩ ଏନ୍‌ଏମ୍‌ ସୃଷ୍ଟି କରିପାରିବ। ଇଞ୍ଜିିନ ସହିତ ରହିଛି ୬ ସ୍ପିଡ୍‌ର ସୁପର ସ୍ଲିକ୍‌ ଗିୟର ବକ୍ସ ଯାହା ସୂକ୍ଷ୍ମ ଏବଂ ତୀକ୍ଷ୍ଣ ରେସ୍‌ ସିଫ୍ଟ ଅନୁଭୂତି ପ୍ରଦାନ କରୁଛି। ଏହି ମୋଟରସାଇକେଲ୍‌ର ସର୍ବାଧିକ ବେଗ ହେଉଛି ୧୬୦ କେଏମ୍‌ପିଏଚ୍‌ ଏବଂ ତ୍ୱରଣ ହେଉଛି ୨.୯ ସେକେଣ୍ଡ ଭିତରେ ୦ରୁ୬୦ କେଏମ୍‌ପିଏଚ୍‌। ଉଭୟ ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ୍‌ (ଏବିଏସ୍‌) ଏବଂ ଇଲେକ୍‌ଟ୍ରୋନିକ୍ସ ଫୁଏଲ୍‌ ଇଞ୍ଜେକ୍ସନ (ଇଏଫ୍‌ଆଇ) ସାଧାରଣ ଭାବେ ଟିଭିଏସ୍‌ ଆପାଚି ଆର୍‌ଆର୍‌ ୩୧୦ରେ ଉପଲବ୍ଧ ହେବ। ଏହି ମୋଟରସାଇକେଲ୍‌ ଦୁଇଟି ଆକର୍ଷଣୀୟ ରଙ୍ଗ-ରେସିଂ ରେଡ୍‌ ଏବଂ ସିନିଷ୍ଟର ବ୍ଲାକ୍‌ରେ ଉପଲବ୍ଧ । ଆପାଚି ଆର୍‌ଆର୍‌ ୩୧୦ର ଏକ୍ସଶୋ’ରୁମ୍‌ ମୂଲ୍ୟ ୨,୦୫,୦୦୦ ଟଙ୍କା ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri