୧ ଲକ୍ଷରୁ ଊର୍ଦ୍ଧ୍ୱ ଏଟିଏମ୍‌ ଖୋଲିବ ପେଟିଏମ୍‌


ବମ୍ବେ,୫-୧୨ ନୂଆ କରି ଗଠନ ହୋଇଥିବା ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ସମଗ୍ର ଦେଶରେ ଏହାର ବ୍ୟାଙ୍କିଙ୍ଗ୍‌ ସେବାକୁ ପହଞ୍ଚାଇବା ପାଇଁ ୧ ଲକ୍ଷରୁ ଅଧିକ ‘ପେଟିଏମ୍‌ କା ଏଟିଏମ୍‌’ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଖୋଲିବ। ଅଫ୍‌ଲାଇନ୍‌ ଡିଷ୍ଟ୍ରିବ୍ୟୁଶନ୍‌ ନେଟ୍‌ଓ୍ବର୍କ ସମ୍ପ୍ରସାରଣ ଲାଗି ଆସନ୍ତା ୩ ବର୍ଷରେ କମ୍ପାନୀ ୩୦୦୦ କୋଟି ଟଙ୍କା ନିବେଶ କରିବ। କ୍ୟାଶ ଇନ୍‌ ଏବଂ କ୍ୟାଶ୍‌-ଆଉଟ୍‌ ପଏଣ୍ଟ ଭାବେ ଏହା ଭରସାଯୋଗ୍ୟ ଲୋକାଲ ପାର୍ଟନରମାନଙ୍କୁ ନିୟୋଜିତ କରିବ। ପ୍ରତି ଭାରତୀୟଙ୍କ ନିକଟରେ ଯେପରି ବ୍ୟାଙ୍କ ସେବା ପହଞ୍ଚିବ ତାହାକୁ ନିଶ୍ଚିତ କରିବା ପାଇଁ ପେଟିଏମ୍‌ କା ଏଟିଏମ୍‌ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ଆମର ଏକ ଅନନ୍ୟ ପଦକ୍ଷେପ ବୋଲି ଏହି ପରିପ୍ରେକ୍ଷୀରେ ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ଏମ୍‌ଡି ରେଣୁ ସତ୍ତୀ ପ୍ରକାଶ କରିଛନ୍ତି। ଅନେକ ଅପହଞ୍ଚ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ଅଛନ୍ତି। ସେମାନଙ୍କ ପାଇଁ ଏହି ହିପର୍‌-ଲୋକାଲ ବ୍ୟାଙ୍କିଙ୍ଗ୍‌ ମଡେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ନିକଟବର୍ତ୍ତୀ ଦୋକାନଗୁଡିକୁ ଏଟିଏମ୍‌ କରାଯିବ। ଏଗୁଡିକ ପେଟିଏମ୍‌ ପାଇଁ ବ୍ୟବସାୟିକ ପ୍ରତିନିଧି(ବିସି) ଭାବେ କାର୍ଯ୍ୟ କରିବେ। ସଞ୍ଚୟ ଖାତା ଖୋଲିବା, ଟଙ୍କା ଜମା ଏବଂ ଉଠାଣ ଆଦି ସେବା ଏମାନେ ଯୋଗାଇବେ। ପ୍ରାଥମିକ ପର୍ଯ୍ୟାୟରେ ପେଟିଏମ୍‌ ଦିଲ୍ଲୀ ଏନ୍‌ସିଆର୍‌, ଲକ୍ଷ୍ନୌ, କାନ୍‌ପୁର, ଆଲ୍ଲାହାବାଦ, ବାରାଣସୀ ଏବଂ ଅଲ୍ଲିଗଡ ଆଦି ବଛା ବଛା ସହରରେ ୩,୦୦୦ ‘ପେଟିଏମ୍‌ କା ଏଟିଏମ୍‌ ପଏଣ୍ଟ’ ଖୋଲିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri