୨୦୨୦ ଜୁନ୍‌ ପରେ ହେବନି ବିଏସ୍‌-୪ ଯାନ ପଞ୍ଜୀକରଣ


ନୂଆଦିଲ୍ଲୀ,୪-୧୨,(ପି.ଟି.) ୨୦୨୦ ଜୁନ୍‌ ୩୦ ପରେ ବିଏସ୍‌-୪ ମାନକ ଥିବା ଯାନଗୁଡିକ ଘରୋଇ ବଜାରରେ ପଞ୍ଜୀକରଣ ହେବ ନାହିଁ। ସରକାର କେନ୍ଦ୍ରୀୟ ମୋଟର ଭେହିକିଲ ନିୟମରେ ସଂଶୋଧନ ଆଣିବା ଲାଗି ଯୋଜନା କରିଛନ୍ତି। ଏଥି ସଂକ୍ରାନ୍ତ ଡ୍ରାଫ୍ଟ ନିୟମରେ ଏହା ପ୍ରକାଶ ପାଇଛି। ବର୍ତ୍ତମାନର ଡ୍ରାଫ୍ଟ ନିୟମ ମୁତାବକ ୨୦୨୦ ଏପ୍ରିଲ ୧ ପୂର୍ବରୁ ଉତ୍ପାଦନ ହୋଇଥିବା ଯାନଗୁଡିକ ୨୦୨୦ ଜୁନ ପରେ ଆଉ ପଞ୍ଜୀକରଣ ହୋଇପାରିବ ନାହିଁ। ବର୍ତ୍ତମାନ ଯାନବାହନ ଜନିତ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହୋଇଛି। ଏହାକୁ ଧ୍ୟାନରେ ରଖି ସରକାର ଗତ ବର୍ଷ ୟୁରୋ ୪ ମାନକରୁ ସିଧା ସଳଖ ୟୁରୋ ୬ ମାନକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏପ୍ରିଲ ପହିଲା ୨୦୨୦ ଠାରୁ ଲାଗୁ ହେବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସଂଶୋଧିତ କେନ୍ଦ୍ର ମୋଟର ଭେହିକିଲ ଆଇନର ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ନିକଟରୁ ମତାମତ ଲୋଡାଯାଇଛି। ମତାମତ ଗ୍ରହଣ କରିବା ଲାଗି ସମୟ ସୀମା ଚଳିତ ମାସ ୨୦ ଧାର୍ଯ୍ୟ ହୋଇଛି। ଚୂଡାନ୍ତ ଆଇନ ଆସିଲା ପରେ ଏହାକୁ ନେଇ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିବେ ବୋଲି ଡ୍ରାଫ୍ଟ ଆଇନରେ ପ୍ରକାଶ ପାଇଛି। ୧୯୮୮ର ମୋଟର ଭେହିକିଲ ଆଇନରେ କିଛିଟା ସଂଶୋଧନ ଦ୍ୱାରା ନୂଆ ନିୟମ ଲାଗୁ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri