ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ପରିବର୍ତ୍ତନ କରିପାରିବେ ଗ୍ରାହକ


ନୂଆଦିଲ୍ଲୀ,୩-୧୨,(ପି.ଟି.) ଟେଲିକମ୍‌ କ୍ଷେତ୍ରରେ ଗୋଟିଏ କମ୍ପାନୀ ଛାଡି ଅନ୍ୟ କମ୍ପାନୀର ସେବା ଯେପରି ଗ୍ରାହକମାନେ ଲାଭ କରି ପାରୁଛନ୍ତି ସେହିଭଳି ବିଦ୍ୟୁତ ସେବା ଯୋଗାଉଥିବା କମ୍ପାନୀ ପରିବର୍ତ୍ତନ କରିହେବ। ଏପରି ଏକ ଆଇନ ଆଣିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ପ୍ରସ୍ତାବିତ ଇଲେକଟ୍ରିସିଟି ଆକ୍ଟର ସଂଶୋଧନ ଡ୍ରାଫ୍ଟକୁ ବର୍ତ୍ତମାନ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହା କାର୍ଯ୍ୟକାରୀ ହେଲେ ଗ୍ରାହକମାନେ ବିଦ୍ୟୁତ କମ୍ପାନୀ ପରିବର୍ତ୍ତନ କରିବାକୁ ସକ୍ଷମ ହେବେ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି। ଆଗାମୀ ବଜେଟ ଅଧିବେଶନରେ ଶକ୍ତି ମନ୍ତ୍ରଣାଳୟ ବିଦ୍ୟୁତ ସଂଶୋଧନ ଆଇନକୁ ସଂସଦରେ ଉପସ୍ଥାପନ କରିବ। ଏଥିରେ ବିତରଣ ନେଟଓ୍ବର୍କ ବାଣିଜ୍ୟ ଏବଂ ବିଦ୍ୟୁତ ଯୋଗାଣ ବାଣିଜ୍ୟ ପ୍ରସଙ୍ଗକୁ ଭିନ୍ନ ଭାବେ ବିଚାର କରାଯିବ। ଏଥି ସଂକ୍ରାନ୍ତ ଡ୍ରାଫ୍ଟ ଆଇନ୍‌ ଗୋଟିଏ ସପ୍ତାହ ମଧ୍ୟରେ ଆସିବ। ବିଦ୍ୟୁତ୍‌ ଆଇନରେ ଅନେକ ସଂଶୋଧନ ପ୍ରସ୍ତାବ ରହିଛି। ଯାହାକୁ ବଜେଟ ଅଧିବେଶନରେ ଆଣିବାର ଯୋଜନା ରହିଥିବା ସିଂ ସୂଚନା ଦେଇଛନ୍ତି। ନୂଆ ବ୍ୟବସ୍ଥା ଆସିଲେ ବିଦ୍ୟୁତ ଉପଭୋକ୍ତା ମାନେ ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ସେବା ଯୋଗାଣକାରୀଙ୍କ ମଧ୍ୟକୁ କୌଣସି ଏକ କମ୍ପାନୀକୁ ଚୟନ କରିବାକୁ ସକ୍ଷମ ହେବେ। ଏହା ଦ୍ୱାରା କମ୍ପାନୀଗୁଡିକର ଏକଚାଟିଆ ନୀତିକୁ ନିୟନ୍ତ୍ରଣ କରାଯାଇ ପାରିବ। କୌଣସି ଏକ ଅଞ୍ଚଳ ଲାଗି ଅଧିକ ବିତରଣକାରୀ ଫ୍ରାଞ୍ଚାଇଜ ନିଯୁକ୍ତ କରାଯାଇ ପାରିବ। ବିଦ୍ୟୁତ୍‌ କମ୍ପାନୀଗୁଡିକର ବଣ୍ଟନ ଓ ଯୋଗାଣକାରୀ ଓ୍ବିଙ୍ଗ୍‌କୁ ଅଲଗା କରିବା ଉପରେ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବା ଲାଗି ରାଜ୍ୟଗୁଡିକ ସହ ଆଲୋଚନା ଜାରି ରହିଛି। ଏହା ଦ୍ୱାରା କମ୍ପାନୀଗୁଡିକର ମନମୁଖୀ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଲାଗି ବ୍ୟବସ୍ଥା କରାଯାଇ ପାରିବ। ସେହିଭଳି ଅଣ ପାରମ୍ପରିକ ଶକ୍ତି ବ୍ୟବହାରକୁ ନେଇ ଏକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ। କ୍ରସ୍‌ ସବସିଡିକୁ ୨୦%ରୁ ନିମ୍ନରେ ରଖାଯିବାକୁ ଧାର୍ଯ୍ୟ ହୋଇଛି। ଏହା ଦ୍ୱାରା ଶିଳ୍ପ କ୍ଷେତ୍ର ଲାଗି ଟାରିଫ୍‌କୁ ହ୍ରାସ କରାଯାଇ ପାରିବାକୁ ଯୋଜନା ରହିଛି। କୃଷକଙ୍କ ମଧ୍ୟରେ ବିଦ୍ୟୁତ ବ୍ୟବହାର ବୃଦ୍ଧି କରିବା ଲାଗି ଡିବିଟି ବ୍ୟବସ୍ଥା ଲାଗୁ ନେଇ ପ୍ରସ୍ତାବ ମଧ୍ୟ ରହିଛି। ମାର୍ଚ୍ଚ ୨୦୧୯ ବେଳକୁ କମ୍ପାନୀଗୁଡିକ ଯେଉଁ ଭଳି ଭାବେ ଭରସା ଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯିବ। ସୌଭାଗ୍ୟ ଯୋଜନାରେ ୨୦୧୮ ଶେଷ ସୁଦ୍ଧା ୪୦ ନିୟୁତ ନୂଆ ଗ୍ରାହକ ସୃଷ୍ଟି ହେବାକୁ ଥିବା ବେଳେ ଶକ୍ତି ଚାହିଦା ବୃଦ୍ଧି ଘଟିବ। ସେହିଭଳି ମୁଣ୍ଡପିଛା ଶକ୍ତି ଚାହିଦାରେ ବୃଦ୍ଧି ଘଟିବ ବୋଲି ସିଂ ପ୍ରକାଶ କରିଛନ୍ତି। ସେହିଭଳି ପ୍ରସ୍ତାବରେ ଟାରିଫ୍‌ ନୀତିକୁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ୱାରା ସର୍ବୋଚ୍ଚ ଓ ନୂ୍ୟନତମ ଟାରିଫ୍‌ ମଧ୍ୟରେ ପାର୍ଥକ୍ୟ ୨୦%ରୁ ଅଧିକ ହେବ ନାହିଁ। ସେହିଭଳି ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ଲାଗି ଏକ ପ୍ରସ୍ତାବ କ୍ୟାବିନେଟରେ ଆସିବ। ଉକ୍ତ କ୍ଷେତ୍ରରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଲାଗି କଡା ବ୍ୟବସ୍ଥା ଆସିବ ବୋଲି ପ୍ରସ୍ତାବ ରହିଛି। ରାଜ୍ୟସ୍ତରରେ ହେଉଥିବା ବିଦ୍ୟୁତ ଚୋରି ଓ ଅପଚୟକୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି। ଏହା ବାଦ୍‌ ପ୍ରିପେଡ ଓ ସ୍ମାର୍ଟ ମିଟର ବ୍ୟବସ୍ଥା ଉପରେ କାର୍ଯ୍ୟକ୍ରମ ଜାରି ହୋଇଛି। ଶକ୍ତି କ୍ଷେତ୍ରରେ ମୋଟ ଟେକ୍ନିକାଲ ଓ କମର୍ସିଆଲ କ୍ଷତିକୁ କିଭଳି ଭାବେ କମାଯାଇ ପାରିବ ତାକୁ ମଧ୍ୟ ବିଚାର କରାଯାଉଛି। ଏହାକୁ ୨୦୧୯ ବେଳକୁ ୧୫%ରୁ କମ୍‌ ସ୍ତରକୁ ହ୍ରାସ କରାଯିବାକୁ ପ୍ରସ୍ତାବ ସହ ଅନ୍ୟାନ୍ୟ ପ୍ରସଙ୍ଗ ସାମିଲ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri