ଓ୍ବିଫି ଟେକ୍ନୋଲୋଜିର ଗୁଣଯୁକ୍ତ ଇଣ୍ଟରନେଟ୍‌ ସେବା


ଭୁବନେଶ୍ୱର,୩-୧୨(ବ୍ୟୁରୋ)- ପ୍ରମୁଖ ଓ୍ବେରଲେସ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ଓ୍ବିଫି ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଗ୍ରାହକ ଲାଗି ସୁପର ଫାଷ୍ଟ ବ୍ରଡବ୍ୟାଣ୍ଡ ସେବା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ବର୍ତ୍ତମାନ ଗ୍ରାହକଙ୍କୁ ୧୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ରେ ଇଣ୍ଟରନେଟ ସେବା ପ୍ରଦାନ କରୁଛି। ଉନ୍ନତ ସେବା ଯୋଗାଣ ଯୋଗୁ ଘରୋଇ ବଜାରରେ ଆମେ ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇ ପାରିଛୁ ବୋଲି କମ୍ପାନୀର ଏମ୍‌ଡି ପ୍ରଶାନ୍ତ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଉନ୍ନତ ଗ୍ରାହକ ସେବାକୁ ପ୍ରାଥମିକତା ଦେଇ ଆମେ ବିଭିନ୍ନ ପଦକ୍ଷେପ ନେଉଥିବା ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ସେହିଭଳି ୯୯% ଅପ୍‌ ଟାଇମ୍‌ ସେବା, ଲୋଡ୍‌ ବାଲାନ୍ସିଂ, ଅନ୍‌ ଲାଇନ୍‌ ରିଚାର୍ଜକୁ ପ୍ରାଥମିକତା ଦିଆଯାଇଛି। ଗ୍ରାହକଙ୍କ ଲାଗି ଚବିଶ ଘଣ୍ଟିଆ ଟେକ୍ନିକାଲ ସହାୟତା, ନୂ୍ୟନ ଲ୍ୟାଟେନ୍ସି, ଡୋର ଷ୍ଟେପ୍‌ ସେବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି। ପାଗ ଖରାପ ରହିଲେ ମଧ୍ୟ ଗ୍ରାହକଙ୍କୁ ଆମର ସେବା ମିଳିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ କମ୍ପାନୀ ଉଭୟ ଫାଇବର ଓ ଓ୍ବେରଲେସ୍‌ ଇଣ୍ଟରନେଟ ସେବା ଯୋଗାଉଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଏବଂ ବ୍ରହ୍ମପୁର ଭଳି ସହରରେ ନିଜର ଉପସ୍ଥିତି ଜାହିର କରିପାରିଛି। ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ସେବା ଯୋଗାଣ ଲାଗି ଫ୍ରାଞ୍ଚାଇଜି ଓ ପରିଚାଳନା ଲାଗି ମଧ୍ୟ ବ୍ୟବସ୍ଥା କମ୍ପାନୀ ନିଜ ହାତକୁ ନେଇଛି। କମ୍ପାନୀ ବର୍ତ୍ତମାନ ୮୭୦ ଟଙ୍କାରେ ଏକ ମାସ ଲାଗି ଅନଲିମିଟେଡ୍‌ ଇଣ୍ଟରସେବା ପ୍ରଦାନ କରୁଛି। ଏହାର ସ୍ପିଡ୍‌ ୫ ଏମ୍‌ବିପିଏସ୍‌ ରହୁଛି। ସେହିଭଳି ଏହି ସ୍ପିଡ୍‌ ୩ ମାସ ଲାଗି ୧୫୦୦ ଟଙ୍କାର ଏକ ରିଚାର୍ଜ ମଧ୍ୟ ଉପଲବ୍ଧ ଅଛି। ଗୋଟିଏ ମାସ ଲାଗି ୧୯୦୦ ଟଙ୍କାରେ ୧୦୦ ଏମ୍‌ବିପିଏସରେ ସେବା ଉପଲବ୍ଧ ହେଉଛି। ମାସିକ ୧୨୫୦ ଟଙ୍କାରୁ ପ୍ରିମିୟମ୍‌ କର୍ପୋରେଟ୍‌ ପ୍ଲାନ୍‌ ଆରମ୍ଭ ହେଉଛି। ସେହିଭଳି ଆପାର୍ଟମେଣ୍ଟ ଫାଇବର ପ୍ଲାନରେ ୫୦ ଏମ୍‌ବିପିଏସ୍‌ ସ୍ପିଡ୍‌ରେ ସେବା ଉପଲବ୍ଧ ରହିଛି। ଗୋଟିଏ ମାସ ଲାଗି ୫୦୦ ଟଙ୍କାରୁ ଏହି ପ୍ଲାନ୍‌ଗୁଡିକ ଆରମ୍ଭ ହେଉଛି। ଉଭୟ ଘରୋଇ ତଥା କର୍ପୋରେଟ୍‌ ଲାଗି କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ଲାନ ରହିଛି। ଅପରପକ୍ଷରେ ସେବା ଉପରେ କେତେକ ରିହାତି ମଧ୍ୟ ପ୍ରଦାନ କରାଯାଉଥିବା ଅଗ୍ରଓ୍ବାଲ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri