ଟିଭିଏସ୍‌ର ବିକ୍ରି ଅଭିବୃଦ୍ଧି ୧୨%


ହୋସୁର୍‌,୩-୧୨ ଚଳିତ କ୍ୟାଲେଣ୍ଡର ବର୍ଷର ନଭେମ୍ବର ମାସରେ ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ଟିଭିଏସ୍‌ ୨,୫୧,୯୬୫ ୟୁନିଟ୍‌ ଯାନ ବିକ୍ରି କରିଛି। ଗତବର୍ଷ ନଭେମ୍ବରରେ ଏହି ସଂଖ୍ୟା ୨,୨୪,୯୭୧ ୟୁନିଟ୍‌ ଥିଲା। ଏ କ୍ଷେତ୍ରରେ ଅଭିବୃଦ୍ଧି ୧୨% ରହିଛି। ମୋଟ ଦୁଇଚକିଆ ଯାନ ବିକ୍ରିରେ ୧୧.୧% ବୃଦ୍ଧି ଘଟିଛି। କମ୍ପାନୀ ଚଳିତବର୍ଷ ନଭେମ୍ବରରେ ମୋଟ ୨,୪୩,୩୨୩ ୟୁନିଟ୍‌ ଦୁଇଚକିଆ ଯାନ ବିକ୍ରି କରିଛି, ଯାହାକି ଗତବର୍ଷ ସମାନ ସମୟରେ ୨,୧୯,୦୮୮ ୟୁନିଟ୍‌ ରହିଥିଲା। ଘରୋଇ ବଜାରରେ ଦୁଇଚକିଆ ଯାନ ବିକ୍ରିରେ ୬.୧% ବୃଦ୍ଧି ଘଟିଛି। ଏହା ଗତବର୍ଷ ନଭେମ୍ବରର ୧,୯୧,୪୯୯ ୟୁନିଟ୍‌ରୁ ୨,୦୩,୧୩୮ ୟୁନିଟ୍‌କୁ ବୃଦ୍ଧି ପାଇଛି। ସ୍କୁଟର ବିକ୍ରିରେ ୭.୨% ବୃଦ୍ଧି ଘଟିଛି। କମ୍ପାନୀ ଚଳିତବର୍ଷ ନଭେମ୍ବରରେ ୭୮,୩୯୭ ୟୁନିଟ୍‌ ସ୍କୁଟର ବିକ୍ରି କରିଛି, ଯାହାକି ଗତବର୍ଷ ସମାନ ସମୟରେ ୭୩,୧୩୫ ୟୁନିଟ୍‌ ଥିଲା। ମୋଟରସାଇକେଲ୍‌ ବିକ୍ରିରେ ୩୭.୩% ବୃଦ୍ଧି ଘଟିଛି। ଏହା ୬୭,୮୯୬ ୟୁନିଟ୍‌ରୁ ୯୩,୨୦୨ ୟୁନିଟ୍‌କୁ ବୃଦ୍ଧି ପାଇଛି। କମ୍ପାନୀର ରପ୍ତାନି ପରିମାଣ ୩୨,୮୨୯ ୟୁନିଟ୍‌ରୁ ୪୭,୨୦୭ ୟୁନିଟ୍‌କୁ ବୃଦ୍ଧି ପାଇଛି। ଦୁଇଚକିଆ ରପ୍ତାନି ପରିମାଣ ୨୭,୫୮୯ ୟୁନିଟ୍‌ରୁ ୪୦,୧୮୫ ୟୁନିଟ୍‌କୁ ବୃଦ୍ଧି ପାଇଛି। ତିନିଚକିଆ ଯାନ ବିକ୍ରି କ୍ଷେତ୍ରରେ ୪୬.୯% ବୃଦ୍ଧି ଘଟିଛି। କମ୍ପାନୀ ଚଳିତବର୍ଷ ନଭେମ୍ବରରେ ୮,୬୪୨ ୟୁନିଟ୍‌ ତିନିଚକିଆ ଯାନ ବିକ୍ରି କରିଛି, ଯାହାକି ଗତବର୍ଷ ନଭେମ୍ବରରେ ୫,୮୮୩ ୟୁନିଟ୍‌ ଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri