ଆହୁରି ସରଳ ହେବ ଜିଏସ୍‌ଟି


ନୂଆଦିଲ୍ଲୀ,୨-୧୨(ପି.ଟି)- ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ପରଠାରୁ ବଜାରରେ ବିଭିନ୍ନ ଅସୁବିଧା ଲାଗି ରହିଛି। ଜିଏସ୍‌ଟିକୁ ନେଇ ବଜାର ପ୍ରସ୍ତୁତ ନ ଥିବା ଯୋଗୁ ଏପରି ଅସୁବିଧା ସୃଷ୍ଟି ହୋଇଛି। ସରକାର ବାରମ୍ବାର ନିୟମରେ ପରିବର୍ତ୍ତନ ଆଣୁଥିବା ବେଳେ ସମସ୍ୟା ଏବେ ମଧ୍ୟ ଲାଗି ରହିଛି। ଏହିଭଳି ସମସ୍ୟାର ସମାଧାନ ଲାଗି ସରକାର ଏକ କମିଟି ଗଠନ କରିଛନ୍ତି। କମିଟିରେ ଶିଳ୍ପ କ୍ଷେତ୍ରରୁ ପ୍ରତିନିଧିମାନେ ରହିଛନ୍ତି। ଜିଏସ୍‌ଟିକୁ ନେଇ ଶିଳ୍ପ କ୍ଷେତ୍ର ସାମ୍ନା କରୁ୍‌ଥିବା ବିଭିନ୍ନ ଅସୁବିଧାକୁ କମିଟି ବିଚାର କରିବ। ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ। ବାଣିଜ୍ୟକୁ ସରଳ କରିବା ଦିଗରେ କମିଟି ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେବ ବୋଲି ଜଣାଯାଇଛି। କମିଟିରେ ୬ ଜଣ ସଦସ୍ୟ ସ୍ଥାନିତ ହୋଇଛନ୍ତି। ଜିଏସ୍‌ଟି ଆଇନ ତର୍ଜମା ଦାୟିତ୍ୱରେ ଥିବା କମିଟିକୁ ଶିଳ୍ପ କ୍ଷେତ୍ରରେ ଏହି କମିଟି ପ୍ରସ୍ତାବ ଦେବ। ସରକାର ଜିଏସ୍‌ଟିରେ ବିଭିନ୍ନ ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ୨୮% ସ୍ଲାବରେ ମାତ୍ର ୫୦ ସାମଗ୍ରୀ ରହିଛି। ଜିଏସ୍‌ଟିର ପୁନଶ୍ଚ ସରଳୀକରଣ ଲାଗି ଅନ୍ତତଃ ପକ୍ଷେ ୧୨ ପ୍ରମୁଖ ପ୍ରସଙ୍ଗକୁ ବିଚାର କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାମୟିକ ଭିତ୍ତିରେ ଜିଏସ୍‌ଟିରେ କେତେକ ପରିବର୍ତ୍ତନ ହୋଇଛି। ଏହାକୁ ସମ୍ପୂର୍ଣ୍ଣ ଭାବେ ସରଳୀକରଣ ଲାଗି ବ୍ୟବସ୍ଥା ହେଉଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି। ସେହିଭଳି ଜିଏସଟି ଢାଞ୍ଚା, କମ୍ପୋଜିଶନ ଯୋଜନାର ଶୁଭାରମ୍ଭ, କ୍ଷୁଦ୍ର ବ୍ୟବସାୟୀ, ଉତ୍ପାଦନକାରୀ ଓ ରେଷ୍ଟୁରାଣ୍ଟଗୁଡିକର ବିଭିନ୍ନ ଅସୁବିଧାର ସମାଧାନ, ନୂ୍ୟନତମ ଟିକସ ଦେୟ, ସରଳ ଅନୁପାଳନ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri